ଲକ୍ଷ୍ମୀ-ଚଣ୍ଡାଳୁଣୀ

ଗୀତାଭିଧାନ

କବିସମ୍ରାଟ ଉପେନ୍ଦ୍ର ଭଞ୍ଜ

 

ରାଗ-ବଙ୍ଗଳାଶ୍ରୀ

ଗୀତ-ଅଭିଧାନ ହୋଇ ସାବଧାନ ଶୁଣ ସୁଜନେ ସନ୍ତୋଷେ ।

ଅମର ତ୍ରିକାଣ୍ଡ ଯାଦବ ଶାଶ୍ୱତ ମେଦିନୀ ବିଶ୍ୱପ୍ରକାଶେ ।୧।

 

ପ୍ରଚୁର ଶବଦ ଯେତେ ତା କହିବା ଛାଡ଼ି ଅପ୍ରଚୁରମାନ ।

ବୁଝାଇଲେ ମୂର୍ଖେ ବୁଝିବେ ଅକ୍ଳେଶେ ସ୍ୱଭାବେ କୋବିଦଜନ ।୨।

 

କ ଠାରୁ କ୍ଷ ଯାଏଁ ପ୍ରାନ୍ତାକ୍ଷର ଘେନି ବର୍ଗ ବର୍ଗ ଏ ହୋଇବ ।

ଏକା ଶବଦକୁ ନାନାର୍ଥେ ବୁଝାଇ କବିଙ୍କି ପ୍ରମୋଦ ଦେବ ।୩।

 

ବୋଲି ପତନ ଜଳକୁ କ ବୋଲି ବ୍ରହ୍ମାକୁ ଶିରକୁ ସତ ।

କୁ ବୋଲି କୁତ୍ସିତ କଥାକୁ ପୃଥ୍ୱୀକି ଶୁଣ ବୁଧେ ଦେଇ ଚିତ୍ତ ।୪।

 

ଅର୍କ ବୋଲି ଅର୍କପର୍ଣ୍ଣାକି ରବିଙ୍କି ତାମ୍ର ସ୍ଫଟିକ ଇନ୍ଦ୍ରକୁ ।

ଅଙ୍କ ବୋଲି ଜାଣ କ୍ରୋଡ଼ ଚିହ୍ନ ପାପ ଦୁଃଖ ଦୂଷଣ ରେଖାକୁ ।୫।

 

କର୍କ ଶୁକ୍ଳ ଅଶ୍ୱ ସଲିଳ କର୍କଟ ଅନଳ ଘଟ ଦର୍ପଣ ।

କାକ ଅଛି ବୃକ୍ଷଭେଦେ ବୃକ୍ଷଭେଦେ କାକ ରତିବନ୍ଧ ଦ୍ରୋଣ ।୬।

 

କୋକ ନିଶ୍ଚେ ଚକ୍ରବାକ ଈହା ମୃଗ ବିଷ୍ଣୁ ଖଜୁର ଦର୍ଦୁର ।

ଶୁକ କହି ବ୍ୟାସସୁତଙ୍କୁ ରାବଣମନ୍ତ୍ରୀକି ଶୁକ ଯେ କୀର ।୭।

 

ଲଙ୍କା ବୋଲାଇ ଯେ ଦୈତ୍ୟପୁରୀ ଶାଖା ଡାକିନୀ କୁଳଟା ନାମ ।

ଚକ୍ରୀ ଘଟକାର ଚକ୍ରୀ ଭୁଜଙ୍ଗମ ଚକ୍ରୀ ଯେ ପୁରୁଷୋତ୍ତମ ।୮।

 

ଶୁକ୍ର ଦୈତ୍ୟଗୁରୁ ଶୁକ୍ର ଜ୍ୟେଷ୍ଠମାସ ଶୁକ୍ର ଅଗ୍ନି ଶୁକ୍ର ରେତ ।

ରଥପଦରେ ଯେ ଆୟୁଧ ବୃନ୍ଦରେ ଚକ୍ରବାକେ ଚକ୍ର ଉକ୍ତ ।୯।

 

ଏକ ବୋଲନ୍ତି ଯେ କେବଳ ଶ୍ରେଷ୍ଠକୁ ଜନ ଭୁବନକୁ ଲୋକ ।

ନାକ ବୋଲାଇ ଯେ ସ୍ୱର୍ଗପୁର ସ୍ତୋକ ଆକାଶ ଅଳ୍ପ ଚାତକ ।୧୦।

 

କଙ୍କ ଯେ ବୋଲାଇ ଲୋହପୃଷ୍ଠ ଯମ ପଦ୍ୟ କୀର୍ତ୍ତି ନାମ ଶ୍ଳୋକ ।

ଟଙ୍କ ବୋଲି ନୀଳେ କପିତ୍‌ଥେ ଖନିତ୍ରେ କର୍ଦ୍ଦମ ପାତକ ପଙ୍କ ।୧୧।

 

ବକ ବୋଲି ବକପୁଷ୍ପେ ବଳାକାକୁ ବକ ପୁତନା ଅଗ୍ରଜ ।

ବିତର୍କକୁ ହେତୁ ଶାସ୍ତ୍ରକୁ ବାଞ୍ଛାକୁ ତର୍କ ବୋଲିକରି ହେଜ ।୧୨।

 

ରାଜା ବୋଲାଇ ଯେ ରଜୋବତୀନାରୀ ପୌର୍ଣ୍ଣମାସୀ ନଦ୍ୟନ୍ତରେ ।

ପାକ ବୋଲି ପରିଣତକୁ ଡିମ୍ବକୁ ପକ୍ୱକୁ ରାକ୍ଷସାନ୍ତରେ ।୧୩।

 

ଅଶୋକ ବୋଲନ୍ତି କେଳିପାଦପକୁ ପୁଣି ଶୋକହୀନଜନରେ ।

ଅଳକା କୁବେରପୁରୀ ଯେ ଅଳକା ପୁଣି ଚୂର୍ଣ୍ଣକୁନ୍ତଳରେ ।୧୪।

 

ଅନକ ପଟହ ଆନକ ଭେରୀ ଯେ ଆନକ ଭୟରେ ଉକ୍ତ ।

ଅମ୍ବିକା ବୋଲାଇ ଧୃତରାଷ୍ଟ୍ରମାତା ଅମ୍ବିକା ପାର୍ବତୀ ଖ୍ୟାତ ।୧୫।

 

ମେଚକ ମୟୂରପୁଚ୍ଛ ଯେ ମେଚକ ଶ୍ୟାମଳ ବର୍ଣ୍ଣ ଯେ ଧ୍ୱାନ୍ତ ।

ମଣ୍ଡୁକ ବୋଲନ୍ତି ଭେକକୁ ମଣ୍ଡୁକ ବୋଲାଇ ପୁଣି ପର୍ବତ ।୧୬।

 

କାଳିକା ବୋଲାଇ ମେଘସମୂହ ଯେ କାଳିକା ଚଣ୍ଡିକା ଜାଣ ।

ଜନକ ବୋଲନ୍ତି ତାତକୁ ଜନକ ନୃପତିଭେଦରେ ଘେନ ।୧୭।

 

ପେଚକି ହସ୍ତିଲାଙ୍ଗୁଳ ଯେ ପେଚକ ବୋଲାଇ ବାୟସ ରାତି ।

ଉଲ୍ଲୁକ ବୋଲାଇ ଦିବାନ୍ଧ ଉଲୁକ ଭାରତଯୋଦ୍ଧାରେ ବର୍ତ୍ତି ।୧୮।

 

କୂପକ ବୋଲି କୁକୁନ୍ଦରେ ତୈଳକୁ କୂପକ ଗୁଣବୃକ୍ଷକ ।

ତାରକ ମନ୍ତ୍ର ତାରକ ଦୈତ୍ୟଭେଦେ ପୁଣି ତାରକ ନାବିକ ।୧୯।

 

ତାରକ ନାମ ବହଇ କନୀନକା ତାରକା ତାରା ବୋଲାଇ ।

ଆଲୋକ ଶବ୍ଦ ଦ୍ୟୋତରେ ଲୋକନରେ ବନ୍ଦିଭାଷଣେ ବର୍ତ୍ତଇ ।୨୦।

 

ବାହ୍ଲିକ ବୋଲାଇ କୁଙ୍କୁମ ବାହ୍ଲିକ ହିଙ୍ଗୁ ଯେ ବାହ୍ଲିକ ଦେଶ

ବର୍ତ୍ତକ ନେତ୍ରରୋଗନାଶ ଔଷଧି ବର୍ତ୍ତକ ପକ୍ଷି ବିଶେଷ ।୨୧।

 

କଳଙ୍କ ବୋଲି ଲାଞ୍ଛନକୁ କଳଙ୍କ ବୋଲି ଯେ ଅପବାଦକୁ ।

ସୂଚକ ଶବ୍ଦ ଶୁଭରେ ପ୍ରବର୍ତ୍ତଇ ସୂଚକ ବୋଲି ଖଳକୁ ।୨୨।

 

ପୃଥୁକ ଶବ୍ଦ ପୃଥିବୀରେ ଚିପିଟେ ପୃଥୁ ନୃପଭେଦେ ଜାଣ ।

ଖନକ ବୋଲାଇ ଇନ୍ଦୁର ଖନିକ ସିନ୍ଧିଚଉରରେ ପୁଣ ।୨୩।

 

ନାୟକ ବୋଲି ଶ୍ରେଷ୍ଠକୁ ପୁରୁଷକୁ ଶାୟକ ଖଡ଼ଗ ଶର ।

ବଞ୍ଚକ ଶବ୍ଦ ଶୃଗାଳରେ ପ୍ରବର୍ତ୍ତେ ବଞ୍ଚକ ନାସ୍ତିକ ନର ।୨୪।

 

ଜମ୍ବୁକ ବୋଲି ଶୃଗାଳକୁ ନୀଚକୁ ଜମ୍ବୁକ ଜଳଈଶ୍ୱର ।

କଞ୍ଚୁକ ନାମ ସର୍ପ ଚର୍ମେ ଔଷଧେ କଞ୍ଚୁକ ବାର ବାଣର ।୨୫।

 

ଚଷକ ନାମ କୃଷକେ ପ୍ରବର୍ତ୍ତଇ ଚଷକ ଯେ ମଦ୍ୟପାତ ।

କୀଚକ ବଂଶଭେଦେ ଅଛି କୀଚକ ବିରାଟଶାଳକ ଶତ ।୨୬।

 

କୁଳିକ ନାମ ନାଗଭେଦେ କୁଳକ ଉତ୍ତମକୁଳରେ ଭଣି ।

ନରକ ନାମ ଭୂମିପୁତ୍ର ଦୈତ୍ୟରେ ନରକ ନିରୟେ ଗଣି ।୨୭।

 

ତକ୍ଷକ ବୋଲାଇ ବର୍ଦ୍ଧକୀ ତକ୍ଷକ ଅଷ୍ଟକୁଳାନାଗେ ଘେନି ।

କଣ୍ଟକ ବୋଲାଇ କ୍ଷୁଦ୍ରଶତ୍ରୁ ରୋଗ କଣ୍ଟକ ଲଗ୍ନକୁ ଗଣି ।୨୮।

 

ଇକ୍ଷ୍ୱାକୁ ବୋଲାଇ କ୍ଷୁଦ୍ରତୁମ୍ବିକା ଯେ ସୂର୍ଯ୍ୟବଂଶନରେଶ୍ୱର ।

ଆତଙ୍କ ବୋଲାଇ ରୋଗସନ୍ତାପକୁ ଆତଙ୍କ କାମୁକ କ୍ରୁର ।୨୯।

 

ଚୌରିକ ସୁବର୍ଣ୍ଣ ଚୌରିକ ଚୌର୍ଯ୍ୟ ଯେ ଚୌରିକ ବୋଲାଇ ଶ୍ୱାନ

କରକ ଦାଡ଼ିମ କମଣ୍ଡଳୁ ବାର ନାରିକେଳଫଳ ଘେନ ।୩୦।

 

ଚୈତକୁ ଶ୍ରେଷ୍ଠକୁ ଔଷଧିକି ବୃକ୍ଷଭେଦକୁ ବୋଲି ତିଳକ ।

ବୃନ୍ଦ ରୋମାଞ୍ଚ ହରିତାଳ ପ୍ରସ୍ତର କ୍ରମେ ବୋଲନ୍ତି ପୁଲକ ।୩୧।

 

ପୁଷ୍ପକ କୁବେରରଥ ନେତ୍ରରୋଗ ପୁଷ୍ପକ ରଥ କଙ୍କଣ ।

ପୁଷ୍ପକ ଶକଟ ପୁଷ୍ପକ କାଳିକା ପୁଷ୍ପକ ଯେ ରସାଞ୍ଜନ ।୩୨।

 

ବାଳିକା ବୋଲାଇ ପତ୍ରକାହାଳି ଯେ ବାଳିକା କର୍ଣ୍ଣଭୂଷଣ ।

ବାଳିକା ବୋଲନ୍ତି ବାଳାକୁ ବାଳିକା ବାଲୁକା ଏଳାରେ ଘେନ ।୩୩।

 

ରସିକା ରତି ବିଚକ୍ଷଣୀ ରମଣୀ ଇକ୍ଷୁଲତା ଗୁଡ଼ଫଳ ।

ରକ୍ତକ ଅମ୍ଳାନ ବନ୍ଧୁକ ଯେ ଅନୁରାଗୀ ସ୍ୱରଙ୍ଗଦୁକୂଳ ।୩୪।

 

ରୁଚକ ବୀଜପୂର ଦନ୍ତୀ କପୋତ ପୁତ୍ରିକା ପିତୁଳୀ ସୁତ ।

ଭ୍ରମକ ରୋଗ ବିଡ଼ଙ୍ଗ ହେମଧୂର୍ତ୍ତ ଜିମ୍ବୁକେ ହୁଅଇ ଯୁକ୍ତା ।୩୫।

 

କନକ ସୁବର୍ଣ୍ଣ କନକ ଚମ୍ପା ଯେ କନକ ନାଗକେଶର ।

କନକ ପୁଂନାଗ କନକ ସୁନାରୀ ପୁଣି କନକ ଧୂସ୍ତୁର ।୩୬।

 

ପ୍ରିୟକ ମୃଗ ପ୍ରିୟକ ଯେ କଦମ୍ବ ପ୍ରିୟକ ପ୍ରିୟଙ୍ଗୁ ହୋଇ ।

ପ୍ରିୟକ ପ୍ରୀତି ଶାଳତରୁ ପ୍ରିୟକ ଚିତ୍ରଠାରେ ପ୍ରବର୍ତ୍ତଇ ।୩୭।

 

କଟକ ସମୁଦ୍ର ଲବଣ ବଳୟ ଦ୍ୱିରଦଦନ୍ତମଣ୍ଡଳ ।

ସାନୁ ନିତମ୍ବ ରାଜଧାନୀ ଏତେକ କଟକଶବ୍ଦେ ମଞ୍ଜଳ ।୩୮।

 

କୌଶିକ ବିଶ୍ୱାମିତ୍ର ଇନ୍ଦ ନକୁଳ ପୁଣି ପେଚକ ଗୁଗ୍‌ଗୁଳ ।

ବିଷବୈଦ୍ୟ ନାମ କୌଶିକ କୌଶିକୀ ନଦୀ ଚଣ୍ଡୀ ନାମ ଭୋଳ ।୩୯।

 

ମାଳିକା କହି ମାଳିକାକୁ ପୁତ୍ରୀକି ସପ୍ତଳା ନଦୀଭେଦକୁ ।

ଯମକ ବୋଲି ସଂଯମକୁ ଯମକୁ ପୁଣି ଶବ୍ଦାଳଙ୍କାରକୁ ।୪୦।

 

ରୂପକ ବୋଲି ମୂର୍ତ୍ତିକି ନାଟକକୁ କାବ୍ୟାଳଙ୍କାରେ ରୂପକ ।

ମଲ୍ଲିକା ହଂସ ତୃଣଶୂନ୍ୟ ଗଣିକା ବେଶ୍ୟା ଯୂଥିକାକୁ ଲେଖ ।୪୧।

 

ପଦ୍ମକହିଁ ପଦ୍ମକାଷ୍ଠ ହସ୍ତୀମଦବିନ୍ଦୁ ଯେ ହୃଦପଦ୍ମକ ।

ପ୍ରତିଅଙ୍ଗ ପ୍ରତିକୂଳ ବିଲୋମ ଏ ତିନିଙ୍କ ବୋଲି ପ୍ରତୀକ ।୪୨।

 

ପଲ୍ୟଙ୍କ ବୋଲି ମଞ୍ଚକୁ ପର୍ଯ୍ୟଙ୍କକୁ ପଲ୍ୟଙ୍କ ଯେ ପର୍ଯ୍ୟସ୍ତିକା ।

କେତନ ସୌଭାଗ୍ୟ ନାଟକାଙ୍ଗ ଘେନି ତିନିଙ୍କି ବୋଲି ପତାକା ।୪୩।

 

ବଳାହକ ବୋଲି ଜରିକି ମେଘକୁ ଅଷ୍ଟକୁଳାନାଗେ ପୁଣ ।

ନନ୍ଦିଘୋଷ ଦ୍ୱୟ ଇନ୍ଦ୍ରାରି ଅସୁର ବଳାହକ ନାମ ଜାଣ ।୪୪।

 

କପର୍ଦ୍ଦକ ବୋଲେ ଧୂର୍ଜଟିଜଟାକୁ ବରାଟକେ ସର୍ବନର ।

ବିନାୟକ କହି ତାର୍କ୍ଷ୍ୟ ସଜ୍ଜନକୁ ବିନାୟକ ଗଣେଶ୍ୱର ।୪୫।

 

ବରାଟକ କହି କପର୍ଦ୍ଦିକି ପୁଣି ବରାଟକ ବୀଜକୋଷ ।

ସରଟ ମୟୂର ଚରଣାୟୁଧକୁ କୃକବାକ ଝିଙ୍କଭାଷ ।୪୬।

 

ଯୂଥୀ ଅମଳାନଝିଣ୍ଟୀ କୁରୁଣ୍ଟକ ଶୋଣରେ ଯେ କୁରୁବକ ।

କୌଳେୟକ ଶ୍ୱାନକୁଳ କୁଳୀନ ଯେ ମଣିଭେଦେ ଗୋମେଦକ ।୪୭।

 

ଜୈବାକୃତ ବୋଲି ଚନ୍ଦ୍ରଙ୍କୁ ତୃଣକୁ ଦୀର୍ଘାୟୁକୁ ସର୍ବମତେ ।

ଭୟାନକ ବ୍ୟାଘ୍ର ରାହୁ ଭୟଙ୍କର ଅଛି ନବରସଗତେ ।୪୮।

 

ମଣ୍ଡଳକ ବିମ୍ବ ବୃନ୍ଦାରକ ଶ୍ରେଷ୍ଠ ମଣ୍ଡଳକ ଶୋଭା ସୁର ।

ପୁଣ୍ଡରୀକ ନାମ ବହେ ପଦ୍ମ ବ୍ୟାଘ୍ର ଅନଳକୋଷ କୁଞ୍ଜର ।୪୯।

 

ମାଣବକ ବୋଲି ତାଳକୁ ଇନ୍ଦୁକୁ ମାଣବକ ଅର୍ଦ୍ଧହାର ।

ବୈତାଳିକ ବୋଲି ଶିଳ୍ପୀ ବେତାଳକୁ ବୈତାଳିକ ବୋଧକର ।୫୦।

 

ବିଦୁଷକ ବୋଲି ଚାଟୁବଟୁକୁ ଯେ ପରନିନ୍ଦକକୁ କହି ।

ଶାଳବୃକ ନାମ ଶୃଗାଳ କୁକୁର ବାନରେ ଶାଳକ କହି ।୫୧।

 

କର୍ତ୍ତୃଣକ ବୋଲି ସ୍ଫୁଲିଙ୍ଗକୁ ଗନ୍ଧ ବ୍ୟବହାରିଣୀକି ଗଣେ ।

ସୌଗନ୍ଧକ ବୋଲି କହ୍ଲାର ପଦ୍ମକୁ ଗନ୍ଧଦବ୍ୟରେ ପାଷାଣେ ।୫୨।

 

ଆଚ୍ଛୁରିକ ନାମ ବହେ ବିହାୟସ କରଜଘାତେ ଯେ ସର୍ବେ ।

ସୁବସନ୍ତ ବୋଲି ମାଧବୀଲତାକୁ ଆହୁରି ମଦନୋତ୍ସବେ ।୫୩।

ଇତି କାନ୍ତ ।

 

ଶବ୍ଦବର୍ତ୍ତେ ଇନ୍ଦ୍ରିୟେ ସୁଖେ ସ୍ୱର୍ଗେ ଆହୁରି କ୍ଷିତି ଗଗନେ ।

ଶଙ୍ଖ ସଂଖ୍ୟାରେ କପାଳଅସ୍ଥି କମ୍ବୁ ନିଧି ଦୈତ୍ୟ ଅଭିଧାନେ ।୧।

 

ଶିଖୀ ବୋଲନ୍ତି ଅଗ୍ନିକି ମୟୂରକୁ ନଖ କରରୁହ ଶକ୍ତି ।

ନଖୀ ଗନ୍ଧଦ୍ରବ୍ୟ ନଖୀ ସିଂହ ଶ୍ୱାନ ନଖୀ ତପସ୍ୱୀ ବୋଲାନ୍ତି ।୨।

 

ଶାଖା ବୋଲି କହି ଦ୍ରୁମଶାଖା ପକ୍ଷ ବାହୁକ ବେଦଭାଗକୁ ।

ଶାଖା ବୋଲାଇ କାକପକ୍ଷୀ ଶିଖା ଯେ ଜାଳାକୁ କେକିପୁଚ୍ଛକୁ ।୩।

 

ବୋଲନ୍ତି ଲେଖ ଦେବତାଙ୍କୁ ପଂକ୍ତିବି ମୁଖ ପ୍ରାରମ୍ଭେ ବଦନେ ।

ବିମୁଖ କହି ଶୃଗାଳରେ ଇଶ୍ୱରେ ଗତିଭେଦନେ ନର୍ତ୍ତନେ ।୪।

 

ବିଶିଖ ବୋଲି ଶରକୁ ଅମରକୁ ବିଶାଖା ଗୋପୀ ନକ୍ଷତ୍ର ।

ବୈଶାଖ ମନ୍ଥନଦଣ୍ଡ ଯେ ବୈଶାଖ ମାସଭେଦେ ହୋଏ ଯୁକ୍ତ ।୫।

 

ବିଶାଖା ବୋଲାଇ ତର୍କିକୁ ପୁଣି ଯେ ବିଶାଖା ଯେ ମହାସେନ ।

ସୁମୁଖ ବୋଲି ଯେ ଗରୁଡ଼କୁ କହି ନାଗ ପ୍ରଭେଦରେ ଘେନ ।୬।

 

ଅଗ୍ନିମୁଖ ବୋଲି ଦେବତା ବିପ୍ରଙ୍କୁ ଅଗ୍ନିମୁଖ ଭଲ୍ଲାତକ ।

ଶିଳୀମୁଖ ବୋଲି ଭ୍ରମରକୁ ଶିଳୀମୁଖ ବୋଲାଏ ଶାୟକ ।୭।

 

ଇନ୍ଦୁଲେଖା ବୋଲି ଶଶିକଳାକୁ ଯେ ସୋମଲତାକୁ ଆହୁରି ।

ସର୍ବତୋମୁଖ ବୋଲାନ୍ତି ମହାଦେବ କ୍ଷେତ୍ରଜ୍ଞ ଆକାଶ ବାରି ।୮।

ଇତିଖାନ୍ତ ।

 

ଗୋ ବୋଲି ଜଳକୁ ନେତ୍ର ପୃଥିବୀକି ନାରାଚକୁ ସୁରଭୀକି ।

ନାଗ ବୋଲନ୍ତି ପର୍ବତକୁ ବୃକ୍ଷକୁ ଆଗ ବୋଲି ଏ ଦୁହିଙ୍କି ।୧।

 

ଅଙ୍ଗ ବୋଲନ୍ତି ଶରୀରକୁ ଦେଶକୁ ଖଡ୍ଗ ଗଣ୍ଡକ କୃପାଣ ।

ସୂର୍ଯ୍ୟ ଗ୍ରହ ଦେବ ନାରାଚ ବିହଙ୍ଗ ଖଗ ବୋଲି ଏତେ ଜାଣ ।୨।

 

ପୁଗ ବୋଲି ଯେ କ୍ରମୁକକୁ ବୃନ୍ଦକୁ ତ୍ୟାଗ ଯେ ଦାନ ବର୍ଜନ ।

ତୁଙ୍ଗ ବୋଲନ୍ତି ପୁଂନାଗକୁ ଉଚ୍ଚକୁ ଇଙ୍ଗ ଯେ ଅଦ୍ଭୁତ ଜ୍ଞାନ ।୩।

 

ଭଗ ବୋଲନ୍ତି ସ୍ୱର୍ଗକୁ ମହାତ୍ମ୍ୟକୁ କୀର୍ତ୍ତିକି ଯୋନିକି ପୁଣ ।

ଭଗ ବୋଲନ୍ତି ସଙ୍ଗତିକି ବୀର୍ଯ୍ୟକୁ ଭଗ ସୌଭାଗ୍ୟ ନିର୍ବାଣ ।୪।

 

ଭଙ୍ଗ ବୋଲାଇ ବିପର୍ଯ୍ୟୟ ଲହରୀ ରୋଗଭେଦେ ଅଛି ଭଙ୍ଗ ।

ନୃତ୍ୟ ସମର ଲୋହିତବର୍ଣ୍ଣ ଧାତୁଭେଦକୁ କହନ୍ତି ରଙ୍ଗ ।୫।

 

ରାଗ ଅନରାଗ ଲୋହିତବର୍ଣ୍ଣ ଯେ କେଦାର ଆଦିକି କହି ।

ଭୋଗ ଶବଦ ସୁଖଧନୁ ଶରୀର ଫଣାଠାରେ ପ୍ରବର୍ତ୍ତଇ ।୬।

 

ଭୃଗୁ ନାମରେ ଯେ ମୁନିଏ ଅଛନ୍ତି ଭୃଗୁ ଶୁକ୍ର ସାନୁମାନ ।

ମୃଗ ବୋଲି ପଶୁ କୁରଙ୍ଗ ନକ୍ଷତ୍ର କବିଭେଦେ ପୁଣି ଘେନ ।୭।

 

ଲିଙ୍ଗ ଆତ୍ମାଭେଦେ ବ୍ୟାକରଣେ କହି ଶମ୍ଭୁ ଶେଫରିହ୍ନେ ବର୍ତ୍ତି ।

ଶୃଙ୍ଗୀ ଗୋମୃଗାଦି ପର୍ବତ ସୁବର୍ଣ୍ଣମୀନ ଔଷଧି ବୋଲାନ୍ତି ।୮।

 

ଯୁଗ ସତ୍ୟାଦି ରଥ ଅଙ୍ଗେ କହନ୍ତି ଯୁଗଳ ବୋଲାଇ ଯୁଗ ।

ଉଗ୍ର ବୋଲି କହି ଶିବଙ୍କୁ ଭୟକ ଗାଥା ଯୂଥ ବେନି ବର୍ଗ ।୯।

 

ବଙ୍ଗ ବୋଲି ରାଙ୍ଗ ମାରଣେ ପ୍ରଦେଶେ କାର୍ପାସେ ବାର୍ତ୍ତାକୀବୃକ୍ଷେ ।

ଫଲ୍‌ଗୁ ଉତ୍ପଳ ସୁନ୍ଦର ଫଲ୍‌ଗୁ ସାର ନଦୀକି ବୋଳି ପ୍ରତ୍ୟକ୍ଷେ ।୧୦।

 

ନାଚ ବୋଲନ୍ତି ଯେ କ୍ରୁରକୁ ଶ୍ରେଷ୍ଠକୁ ନାଗମାତଙ୍ଗ ଉରଗ ।

ଶୃଙ୍ଗ କହି ଭୃଗୁତ୍ୱ ଶିଖରକୁ ଚିହ୍ନି ବିଷାଣ ଯେ ଶୃଙ୍ଗ ।୧୧।

 

ଆଭୋଗ ବୋଲନ୍ତି ବରୁଣଛତ୍ରକୁ ପୂର୍ଣ୍ଣତା ପୁଣି ଆଭୋଗ ।

ଆଶୁଗ କାଣ୍ଡ ପବନ ଉଚ୍ଛନ୍ନତା କ୍ରମୁକ ଫଳ ଉଦେଗ ।୧୨।

 

କଳିଙ୍ଗଭୂମିକର୍କାରୁ ଯେ ଧୂମ୍ୟାଟ କୃଟଜ ପୃତି କରଜ ।

କଳିଙ୍ଗ ବୋଲି ନଦୀ ଦେଶ କଳିଙ୍ଗ ଭୁଜଙ୍ଗମ ମତ୍ତଗଜ ।୧୩।

 

ପରାଗ ବୋଲାଇ ପୁଷ୍ପରାଗ ପୁଷ୍ପରେଣୁ ଧୂଳି ଗନ୍ଧ ସାର ।

ବରାଙ୍ଗ ବୋଲାଇ ଭଗ ଗୁଦ ଗୁଡ଼ତ୍ୱକ ଯେ କୁଞ୍ଜର ଶିର ।୧୪।

 

ପନ୍ନଗ ଅହି ଔଷଧିଭେଦେ ଅଛି ଶଡ଼ଗରେ ଭଗ ଭୁଜଙ୍ଗ ।

ପତ୍ରାଙ୍ଗ ରକ୍ତଚନ୍ଦନ ନଦୀଭେଦ ସ୍ୱପତ ଗଜ ମାତଙ୍ଗ ।୧୫।

 

ରଥାଙ୍ଗ ବୋଲନ୍ତି ଚକ୍ର ଚକ୍ରବାକ ମୃଦଙ୍ଗ ମୁରଜ ଘୋଷ ।

ପ୍ଳବଗ ମର୍କଟ ମଣ୍ଡୁକ ସାରଥି ନାବିକ ଦିବସଈଶ ।୧୬।

 

ପୁନ୍ନାଗ ବୋଲନ୍ତି ସବେଶେ ତାରାଳେ ପାଣ୍ଡୁ ନାଗେ ଜାତିଫଳେ ।

ପୁନ୍ନାଗ ଦେବବଲ୍ଲଭତରୁ ନରଶ୍ରେଷ୍ଠ ନାମ ସବୁକାଳେ ।୧୭।

 

ପତଙ୍ଗ ବୋଲନ୍ତି ସୂର୍ଯ୍ୟଙ୍କୁ ପକ୍ଷୀଙ୍କି ଶଲଭକୁ ବୁଧଜନ ।

ସର୍ବଗ ଶଙ୍କର ସଲିଳ ସଂଭାଗ ଭୋଗ ପୁଣି ନିଧୃବନ ।୧୮।

 

ପଦ୍ମ ମୃଗ ଶଙ୍ଖ ରଜନୀ ଚନ୍ଦ୍ରମା ଧନୁ ସୁବର୍ଣ୍ଣ ଚାତକ ।

ହଂସ ମନ୍ମଥକୁ ଘେନିଣ ଶାରଙ୍ଗ ନାମ କହନ୍ତି ଏତେକ ।୧୯।

 

ରକ୍ତାଙ୍ଗ ବିଦ୍ରୁମ ମଙ୍ଗଳ କାମୀ ଯେ ହେମାଙ୍ଗ ଗରୁଡ଼ ବିଧି ।

ଉପରାଗ ଶବ୍ଦ ଗ୍ରହଗ୍ରସ୍ତେ ଗ୍ରହକଲ୍ଲୋଳେ ପୂର୍ଣ୍ଣ ଏ ସିଦ୍ଧି ।୨୦।

 

ଛତ୍ରଭଙ୍ଗ ବୋଲି ବୈଧବ୍ୟଜନରେ ସ୍ୱତନ୍ତ୍ର ନୃପନାଶକୁ ।

କଥାପ୍ରସଙ୍ଗ ବୋଲନ୍ତି ବିଷବୈଦ୍ୟ ଆହୁରି ଯେ ବାଳିଶକୁ ।୨୧।

ଇତି ଗାନ୍ତ ।

 

ବୋଲି କଂସମଲ୍ଲକୁ ପାପକୁ ଅର୍ଘ୍ୟ ପୂଜାବିଧି ମୂଲ୍ୟ ।

ବ୍ୟାଘ୍ର ବୋଲନ୍ତି ଶାର୍ଦ୍ଦୂଳକୁ ଶ୍ରେଷ୍ଠକୁ ଘେନ ବୃନ୍ଦଦେବ ବଳ ।୧।

 

ମୁଦ୍ଗ ବୋଲନ୍ତି ଯେ ଦେହଜାନିଳକୁ ମୁଦ୍ଗ ଅଗ୍ନି ଅସ୍ତ୍ର ନାମ ।

ଶୀଘ୍ର ବୋଲି କୃଷ୍ଣାଗୁରୁକୂ ବେଗ କୁ ଔଷଧିଭେଦେ ଜାଣିମ ।୨।

 

ଅନଘ ବୋଲି ନିଷ୍ପୀସକୁ ଶୋଭାକୁ ପ୍ରତିଘ ପ୍ରଘାତ ବୋଧ ।

ମହାମୂଲ୍ୟରେ ନାୟକଠାରେ ଦିଏ ମହାର୍ଘ ଶବ୍ଦ ପ୍ରସିଦ୍ଧ ।୩।

 

ପରିଘ ଅଛି ଶସ୍ତ୍ରରେ ଯୋଗଭେଦେ ପରିଘ କାଚକଲଶ

ନିଦାଘ ବୋଲନ୍ତି ଗ୍ରୀଷ୍ମସମୟକୁ ସ୍ୱେଦେଜଳଠାରେ ଭାଷ ।୪।

ଇତି ଘାନ୍ତ ।

 

ବୋଲି ଗୁରୁ ପୁତ୍ରକୁ ଦେଶକୁ କାଚ ନେତ୍ରରୋଗ ମଣି ।

କ୍ରୌଞ୍ଚ ବୋଲି ଦ୍ୱୀପ ପର୍ବ୍ବତ ବିହଗ ବିଶେଷକୁ ଲୋକେ ଗଣି ।୧।

 

କୂଚ ଭ୍ରୁଉରଜ କଠିନ କୈତବ ଚର୍ଚ୍ଚା ଯେ ଚିନ୍ତା ପୂଜନ ।

କାଞ୍ଚୀ ବୋଲି ପୁର ମେଖଳାଦାମକ ବୋଲନ୍ତି ସୁବୁଦ୍ଧି ଜନ ।୨।

 

ତ୍ୱତ ଚର୍ମ ଗୁଡ଼ତ୍ୱକକୁ ବୋଲନ୍ତି ନୀଚ ବାମନ ପାମର ।

ରୁଚି ଦୀପ୍ତି ଶୋଭା କାନ୍ତି ଅଭିଳାଷବିଡ଼ ବଣୀ ବୃକ୍ଷ କୀର ।୩।

 

ବୀଚି ବୋଲନ୍ତି ସୁଳ୍ପକୁ ତରଙ୍ଗକୁ ମୋଚା ଶାଳ୍ମଳୀ କଦଳୀ ।

ଶୁଚି ଗ୍ରୀଷମକୁ ପବିତ୍ରକୁ ଶୁଚି ଅଗ୍ନିକି ଶୁକ୍ଳକୁ ଛଳି ।୪।

 

ଶୁଚି ବୋଲି ପର୍ବତେକ ରାକ୍ଷସେକ ଶୁଚି ବଜ୍ରକୁ କହନ୍ତି ।

ଶୁଚି ନାମ ବହେ ଶୃଙ୍ଗାର ଆଷାଢ଼ ଶୁଚି କ୍ଷୁଦ୍ରାୟୁଧେ ବର୍ତ୍ତି ।୫।

 

କାଣୀଚୀ ବୋଲନ୍ତି ପୁଷ୍ପବତୀଲତା ଗୁଞ୍ଜ ସଙ୍କଟ ସହିତେ ।

କବଚ ବୋଲି ସେହକୁ ପର୍ଯ୍ୟଟକୁ ମଦ୍ୟଭାଣ୍ଡକୁ ଯୁଗତେ ।୬।

 

ପ୍ରପଞ୍ଚ ବୋଲି ଚୋରକୁ ବିସ୍ତାରକୁ ନମୁଚି ଅସୁର ସାର ।

ମରୀଚି କିରଣ ସପ୍ତଋଷି ଜାଣ ବିପଞ୍ଚୀ ବୀଣା ବିହାର ।୭।

 

ମାରୀଚ କକ୍କୋଳ ଯାଜକ ଦ୍ୱିଜ ଯେ ମାୟକୁରଙ୍ଗ ଅସୁର ।

ସଂକୋଚ ବୋଲି ଯେ ବନ୍ଧ କୁଙ୍କୁମକୁ ବିରଞ୍ଚି ବିଧି ଶ୍ରୀଧର ।୮।

ଇତି ଚାନ୍ତ ।

 

ସ୍ଵଚ୍ଛ ବୋଲି ସ୍ଫଟିକକୁ ଭଲ୍ଲୁକକୁ ଗୁଚ୍ଛ ଯେ ସ୍ତବକ ହାର ।

ସ୍ଵଚ୍ଛନିର୍ମଳ ଅଭିମୁଖ ମ୍ଳେଚ୍ଛ ଯେ ଅପଭାଷଣ ପାମର ।୧।

ଇତିଛାନ୍ତ ।

 

ଜ୍ୟା ବୋଲନ୍ତି ସରସ୍ୱତୀଙ୍କି ନଭକୁ ପିଶାଚକୁ ଗଗନକୁ ।

ଜ୍ୟା ବୋଲି ପୃଥ୍ୱୀକି ଜ୍ୟା ବୋଲି ଗୁଣକୁ ଜନେ ଆଣିମ ମନକୁ ।୧।

 

ଅଜ ବୋଲନ୍ତି ବିଷ୍ଣୁ ଶିବ ବିଧାତା ଛାର ସୂର୍ଯ୍ୟବଂଶ ନୃପ ।

ରାଜା ନୃପତି ଚନ୍ଦ୍ରକୁ କହି ରାଜା କ୍ଷତ୍ରିୟ ଯକ୍ଷକଳାପ ।୨।

 

ବଜ୍ର ବୋଲି ହୀରା କୁଳିଶ କୁଜ ଯେ ମଙ୍ଗଳ ନାରକାସୁର ।

ବାଜୀ ବୋଲନ୍ତି ଯେ ଅଶ୍ୱକୁ ପକ୍ଷିଙ୍କି ବାଜି ବୋଲାଇ ଯେ ଶର ।୩।

 

ଉର୍ଜ୍ଜ ବୋଲି କାର୍ତ୍ତିକକୁ କାନ୍ତି ଉତ୍ସାହକୁ ବଳ ପ୍ରାଣ ବେନି ।

କଞ୍ଜ ବୋଲି ଯେ ବିରଞ୍ଚି କୁନ୍ତଳକୁ ସୁଧାକୁ ପଦ୍ମକୁ ଘେନି ।୪।

 

କୁଞ୍ଜ ବୋଲନ୍ତି ନିକୁଞ୍ଜକୁ ହନୁକୁ କୁଞ୍ଜବୋଲି ହସ୍ତିରହେ ।

ବ୍ରଜ ବୋଲନ୍ତି ବଲ୍ଲଭ ବୃନ୍ଦକୁ ଯେ କୁବ୍‌ଜ ଲୁବ୍ଧ ବୃକ୍ଷଭେଦେ ।୫।

 

ଦ୍ୱିଜ ବୋଲନ୍ତି ବ୍ରାହ୍ମଣ କ୍ଷତ୍ରି ବୈଶ୍ୟ ଦ୍ୱିଜ ବିହଙ୍ଗ ରଦନ ।

ଧ୍ୱଜ ବୋଲାଇ ଯେ ସ୍ଵର୍ଣ୍ଣକ ପତାକା ଖଟ୍ୱାଙ୍ଗ ଚିହ୍ନ ମୋହନ ।୬।

 

ରଜ ଶବ୍ଦ ରେଣୁ ରାଗ ଶାନ୍ତି ବ୍ରଜ ଗୁଣାନ୍ତରେ ପ୍ରବର୍ତ୍ତଇ ।

ରଜ୍ଜୁ ବୋଲି ବେଶ ଦାମେ ପ୍ରଜା ବୋଲି ଲୋକ ସନ୍ତାନକୁ କହି ।୭।

 

ବୀଜ ବୋଲନ୍ତି ଯେ ହେତୁକୁ ବୀର୍ଯ୍ୟକୁ ବୀଜ ଅଙ୍କର କାରଣ ।

ସ୍ଵଜ ବିଧି ରୁଦ୍ର ସ୍ଵଜ ବୋଲି ସ୍ୱେଦ ଶୋଣିତ ପୁତ୍ରକୁ ଜାଣ ।୮।

 

ବାଜ ଅଛି ପକ୍ଷିଭେଦେ ବାଜ ବୋଲି ପକ୍ଷନିଃସ୍ୱନ ବେଗକୁ ।

ଖଞ୍ଜ ପଙ୍ଗୁ ଭାଣ୍ଡ ଗିରି ଖଞ୍ଜ ବୋଲି ଛନ୍ଦ କୁଟିଳ ଅଙ୍କକୁ ।୯।

 

ଅଣ୍ଡଜ ବୋଲି ମୃଗମଦେ ସରଟେ ଭୁଜଙ୍ଗମେ ଖଗେ ଝସେ ।

ଅଜଙ୍ଗ ବୋଲି ରୁଧିରେ ପଞ୍ଚଶରେ ପୁତ୍ରଠାରେ ପୁଣି କେଶେ ।୧୦।

 

ପଦ୍ମ ଚନ୍ଦ୍ର ଶଙ୍ଖ ବ୍ରଜହିଁ ଜଳ ଏ ପାଞ୍ଚ ବୋଲନ୍ତି ଅମ୍ବୁଜ ।

ଦେଶବିଶେଷ ଶଙ୍ଖ ହସ୍ତି ଭେଦରେ ବୋଲନ୍ତା ଅଛି କାମ୍ବୋଜ ।୧୧।

 

କାମ୍ବୋଜ ବୋଲି ନାଗରଙ୍କପାଦପେ ସୋମବଲ୍ଲେ ଅଭ୍ୟନ୍ତରେ ।

ବୋଲି କରଜ କରଞ୍ଜକୁ ନଖକୁ ବାହୁଜ କ୍ଷତ୍ରିୟେ କରେ ।୧୨।

 

ପରଞ୍ଜ ଶବ୍ଦ ତୈଳଯନ୍ତ୍ରେ ଛୁରିକାଫଳେ ଫେନିଳେ କହନ୍ତି ।

ଗିରଜା ବୋଲି ପାର୍ବତୀ ମାତୁଳଙ୍ଗେ ହିମଜା କାନ୍ତି ପାର୍ବତୀ ।୧୩।

 

କାଶ୍ମୀରଜ ନାମ ବହଇ କୁଙ୍କୁମ କୁଷ୍ଠ ଅତିବିଷାବୃକ୍ଷେ ।

ଜଘନ୍ୟକ ବୋଲି କନିଷ୍ଠେ କୁଷୂଳେ ଅହି ଉଦକେ ପ୍ରତ୍ୟକ୍ଷେ ।୧୪।

 

ଯମ ଯୁଧିଷ୍ଠିର ବୁଧ ଏ ତିନିହେଁ ବୋଲାନ୍ତି ଯେ ଧର୍ମରାଜ ।

ଭୃଙ୍ଗରାଜ ବୋଲି ମାର୍କବ ଭ୍ରମର ପକ୍ଷି ବିଶେଷରେ ହେଜ ।୧୫।

 

ବୋଲାଇ ଯକ୍ଷରାଜ ଧନପତି ଯେ ମନ୍ତ୍ରୀ କନକ ବନ୍ଧନ ।

ଭରଦ୍ୱାଜ ବୋଲି ମୁନିଏ ଅଛନ୍ତି ବ୍ୟାଘ୍ରାଟ ବିହଙ୍ଗ ପୁନଃ ।୧୬।

 

ରାଜରାଜ ସୁଧାକିରଣ କୁବେର ରାଜରାଜ ଚକ୍ରବର୍ତ୍ତୀ ।

କ୍ଷୀରାବ୍ଧୀଜ ସିନ୍ଧୁଲବଣ ମୁକୁତା କ୍ଷୀରାବ୍ଧିଜ ନିଶାପତି ।୧୭।

ଇତି ଜାନ୍ତ ।

 

ଝଂଝା ବୋଲି କହି ଧ୍ୱନିବିଶେଷକୁ ପୁଣି ପବନଭେଦକୁ ।

ଅମ୍ବୁଜକଣବର୍ଷଣଠାରେ ଦେଇ ପୁଣି ଝଂଝା ଶବଦକୁ ।୧।

ଇତି ଝାନ୍ତ ।

 

ଜ୍ଞା ବୋଲି ଅବଧାନକୁ ସନ୍ଦେଶେ ବିଭୁତିକି ପ୍ରୟୋଜନେ ।

ସଂଜ୍ଞା ବୋଲନ୍ତି ନାମକୁ ଗାୟତ୍ରୀକି ରବିପତ୍ନୀକି ଚେତନେ ।୧।

 

ଅଜ୍ଞ ବୋଲି ଜଡ଼ ମୂର୍ଖକୁ ରାଜ୍ଞୀ ଯେ ରାଜପତ୍ନୀ ସୂର୍ଯ୍ୟଭାର୍ଯ୍ୟା ।

କୃତଜ୍ଞ କୁକ୍କୁର ମର୍ଯ୍ୟାଦା ସର୍ବଜ୍ଞ ଶିବ ବୁଧ କର ହେଜା ।୨।

ଇତି ଜ୍ଞାନ୍ତ ।

 

ଇଷ୍ଟ ବୋଲନ୍ତି ପୂଜିତକୁ ଶ୍ରେଷ୍ଠକୁ ଇଷ୍ଟ ଯାଗ ଅଭିଳାଷ ।

ଗଜଗଣ୍ଡ ଶ୍ରୋଣୀ କଟୁରସ ଲତାଭେଦ ଗ୍ରାମ୍ୟଭାଷ ।୧।

 

କୂଟ କପଟ ଗିରିଶୃଙ୍ଗ ବୋଲାଇ କୁଟୀ ସୁରାଘଟ ବାସ ।

କୋଟୀ ଅଛି ଧନୁଅଗ୍ରରେ ସଂଖ୍ୟାରେ ଋଷିପ୍ଳକ୍ଷେ ଜଟାଭାଷ ।୨।

 

ଚାଟୁ ବୋଲନ୍ତି ଚାପକୁ ଉଦରକୁ ବୀରମାନଙ୍କ ଆସନେ ।

ପଟ ବୋଲି ଯେ ପିଆଳପପ୍ରାଦକୁ ଚିତ୍ରପଟକୁ ବସନେ ।୩।

 

ଘଟ ଶରୀର କୁମ୍ଭ ଘଟ ବୋଲାନ୍ତି ଲଗ୍ନକର ମୂଳ ବେନି ।

ତ୍ୱଷ୍ଟା ବୋଲି ଦେବଶିଳ୍ପିକି ତୀକ୍ଷ୍ମକୁ ଆଦିତ୍ୟକୁ ପୁଣ ଘେନି ।୪।

 

ପଟୁ ବୋଲି ନୀରୋଗକୁ ଚତୁରକୁ ପଟୋଳକୁ ଲବଣକୁ ।

ପଟୁ ବୋଲି କମ୍ବଳକୁ ଚିକ୍କଣକୁ ଦେବଗଣ ପାଷାଣକୁ ।୫।

 

ଯଷ୍ଟି ବୋଲନ୍ତି ଭୁଜକୁ ଲାଗୁଡ଼କୁ ପୁଣି ଯଷ୍ଟି ଶସ୍ତ୍ରହାର ।

ବିଟ ବୋଲାନ୍ତି ଯେ ଶିଖରୀ ଲବଣ ଶିଡ୍‌ଗ ମଷିକ ଖଦିର ।୬।

 

ହୃଷ୍ଟ ରୋମାଞ୍ଚିତ ବିସ୍ମିତ ହରଷ ସ୍ଫୁଟ ଯେ ପ୍ରଫୁଲ୍ଲ ବ୍ୟକ୍ତ ।

ମୁକ୍ତିନିଃସୃତ ପାଦସ୍ଫୋଟ କକଟୀଠାରେ ସ୍ଫୁଟ ଶବ୍ଦ ବ୍ୟକ୍ତ ।୭।

 

ସୃଷ୍ଟି ବୋଲି ନିର୍ମିତକୁ ସ୍ଵଭାବକୁ ସଟା ଯେ ଜଟା କେଶର ।

ଋଷି ବୋଲି କୃପାଣକୁ ଅଶୁଭକୁ ନଟାବସ୍ତ୍ର ବୈଶ୍ଵାନର ।୮।

 

ଦୃଷ୍ଟି ବୋଲନ୍ତି ଲୋଚନକୁ ବୃଦ୍ଧକୁ ଦୃଷ୍ଟି ବୋଲନ୍ତି ଦର୍ଶନେ ।

ଦୃଷ୍ଟି ବୋଲନ୍ତି ବରାହ ଘଷଣକୁ ତୀରେ କ୍ଷେତ୍ରେ ଘଟେ ଘନେ ।୯।

 

ଅବଟ ବୋଲନ୍ତି କୁହରକୁ ପୁଣି ଗର୍ତ୍ତ କୂପରେ ଅଖିଳେ ।

କର୍କଟ ବୋଲି ରାଶି ପକ୍ଷିଭେଦରେ କୁଳୀର ଶାଳ୍ମଳୀଫଳେ ।୧୦।

 

ଅରିଷ୍ଟ ବୋଲାଇ ଲସୁନ ଫେନିଲ କାକ କଙ୍କ ଷଣ୍ଢାସୁର ।

କୁକ୍କୁଟ ନିଷାଦ ତାମ୍ରଚୂଡ଼ ତୃଣ ଉଲ୍କା ଯେ ଶୁଦ୍ରକୁମର ।୧୧।

 

କରଟ ରାଜଗଣ୍ଡ ଯେ ନିନ୍ଦ୍ୟଜୀବ କୁସୁମ୍ଭ ଯେ ବାଦ୍ୟଭେଦ ।

ଧୀରାଟ ଚାତକ ତୁରଙ୍ଗ ଚକ୍ରାଟ ଧ୍ରୁବ ପୁଣି ବିଷବୈଦ୍ୟ ।୧୨।

 

ତ୍ରିକୁଟ ବୋଲନ୍ତି ସିନ୍ଧୁଲବଣକୁ ତ୍ରିକୂଟ ପର୍ବତାନ୍ତରେ ।

ତ୍ରିକୂଟ ଶବ୍ଦ ବ୍ରତତୀ ସୁକ୍ଷ୍ମେକାରେ ତ୍ରିବୃତାରେ ମଲ୍ଲିକାରେ ।୧୩।

 

କର୍ଣ୍ଣାଟ ନାମ ଗାୟକ ଚିତ୍ରକର ମର୍କଟ ଲତା ବାନର ।

ଶୈଳାଟ ବୋଲନ୍ତି ଦେବବଳ ସିଂହ ଶୁକ୍ଳକାର ଯେ ଆବର ।୧୪।

 

ପତିତବ୍ରାହ୍ମଣୀପୁତ୍ର ଯେ କାମୁକ ଦାସୀ ତିନି କୁଣ୍ଡଲିଟ ।

ପ୍ରିୟ ବିଭ୍ରମକୁ ବେଶ୍ୟାକୁ ସମସ୍ତେ ବୋଲନ୍ତି ଯେ କାମକୂଟ ।୧୫।

 

ପରିପୁଷ୍ଟ ପରଭୃତ ବାରନାରୀ ଶିପିବିଷ୍ଟ ଖଳ ଶବ ।

ଦର୍ଶନ ଦୃଷ୍ଟ ବୋଲାଇ ଯେ ନିଶ୍ୱାସ ଆହୁରି ଅଧରଚୁମ୍ବ ।୧୬।

ଇତି ଟାନ୍ତ ।

 

କଣ୍ଠ ବୋଲନ୍ତି ଗଳକୁ ସୁସ୍ୱରକୁ କଣ୍ଠ ଯେ କର୍ମଣ୍ୟ ମୁଖୀ ।

ଜ୍ୟେଷ୍ଠ ବୋଲିକରି ଶ୍ରେଷ୍ଠେ ଅତିବୃଦ୍ଧେ ମାସାନ୍ତରେ ପୁଣି ଲେଖି ।୧।

 

ଜ୍ୟେଷ୍ଠା ବୋଲାଇ ପତ୍ନୀ ଏକ ନକ୍ଷତ୍ର ଷଷ୍ଠୀ ତିଥି ବାତ୍ୟାୟିନୀ ।

ଦାରୁହରିଦ୍ରାକୁ ମାନ ପ୍ରକର୍ଷକୁ କାଳେ ଦିଗେ କାଷ୍ଠା ଘେନି ।୨।

 

ବୋଲନ୍ତି ଯେ ମଧ୍ୟସ୍ଥ ପୁରୁଷ ଧୂର୍ତ୍ତ ଧୂସର ସହିତେ ।

କଣ୍ଠ ବାମନକୁ ଆୟୁଧ ଗୋଷ୍ଠି ଯେ ସଭା ସଂଳାପ ଯୁଗତେ ।୩।

 

କମଠ କଚ୍ଛପ ଭାଣ୍ଡଭେଦେ ଅଛି କର୍ମଠ ଶିଡ୍ଗ ଚୂଚୁକ ।

ବରିଷ୍ଠ ମରିଚ ତାମ୍ରକୁ ବୋଲନ୍ତି ବୈକୁଣ୍ଠ କୃଷ୍ଣ ଯେ ଶକ୍ର ।୪।

 

ଜରଠ କର୍କଶ ପାଣ୍ଡୁରେ କହନ୍ତି ଧ୍ରୁବକୁ କହନ୍ତି ପୁଣି ।

କଳଧ୍ୱନି ହଂସେ ପାରାବତେ ପିକେ କଳକଣ୍ଠ ବୋଲି ଗଣି ।୫।

 

ଚଟକ ମୟୂର ଖଞ୍ଜନ ମହେଶ ଦାତ୍ୟୁହ ଯେ କାଳକଣ୍ଠ ।

ଜମ୍ଭୀର କପିତ୍‌ଥ ନାରଙ୍ଗ ତୁରଞ୍ଜ ଏ ଚାରିହେଁ ଦନ୍ତଶଠ ।୬।

 

କାଳପୃଷ୍ଠ କହି କଙ୍କବିହଙ୍ଗକୁ ପୁଣି କଣ୍ଣୋ ଶରାସନେ ।

ପୂତକଣ୍ଠ ବୋଲି ବିପ୍ର କପୋତକୁ ପୁଣି ପ୍ରକାଶ ଖଞ୍ଜନେ ।୭।

 

ହାରକଣ୍ଠ କହି ହାରଯୁକ୍ତ ବଳେ ହରିକଣ୍ଠ ବନପ୍ରିୟେ ।

ପୁତିକାଷ୍ଠ ବୋଲି ସରଳତରୁକୁ ଦେବାଦାରୁବୃକ୍ଷେ କହେ ।୮।

ଇତି ଠାନ୍ତ ।

 

କାଣ୍ଡ ତରୁସ୍କନ୍ଧ ଦଣ୍ଡ ସ୍ତମ୍ଭ ଦ୍ୱୟଭେଦ ଭାଗ ଶର ନୀର ।

କୁଣ୍ଡ ଆଜ୍ଞାଳୟ ଦେବଜଳାଶୟ ଜାରଜାତକ କୁମର ।୧।

 

କୁଣ୍ଡୀ ନଗ୍ର କମଣ୍ଡଳୁ ଯେ ବୋଲାଇ କ୍ଷ୍ୱେଡ଼ ନା ଧ୍ୱନିବିଶେଷ ।

ଖେଡ଼ା କୁଟିଳ ଲୋହିତବର୍ଣ୍ଣ ବିଷ ଶଳାକା ଯେ ସିଂହଘୋଷ ।୨।

 

କ୍ରୋଡ଼ ଗିରିକ୍ରୋଟ ପାଦପ ଅବଟ କ୍ରୋଡ଼ ଉତ୍ସଙ୍ଗ ବରାହେ ।

ଖଣ୍ଡ ବୋଲି ଇକ୍ଷୁବିକାରେ ସକଳେ ମଣ ଦୋଷେ ପୁଣି କହେ ।୩।

 

ଗଣ୍ଡ ଗଣ୍ଡକ ଗ୍ରହ ଯୋଗ ପ୍ରଭେଦ କପୋଳ ଦ୍ୱୟ ଭୂଷଣ ।

ଜଳନିମ୍ନସ୍ଥାନ ଚିହ୍ନକୁ ପୁଣ ଯେ ଗଣ୍ଡ ବୋଲି କରି ଜାଣ ।୪।

 

ଗୁଡ଼ ଗୋଳକ ମତ୍ତଗଜ ସନ୍ନହ ଗୁଡ଼ ଯେ ଇକ୍ଷୁବିକାର ।

ଗଡ଼ ମୀନ ଦୁର୍ଗ ଗଣ୍ଡାନାଭି ବୃଦ୍ଧ ପାମର ଜାତିଭେଦର ।୫।

 

ଚଣ୍ଡ ତିନ୍ତିଡ଼ୀ ତୀକ୍ଷଣ ଦୈତ୍ୟଭେଦେ ଚଣ୍ଡ ଯମ ପରିଜନେ ।

ଦଣ୍ଡ ଲଗୁଡ଼ ପ୍ରକାଣ୍ଡ ବ୍ୟୁହ ଭେଦ କାଳ ମଥନ ଯେ ସୈନ୍ୟ ।୬।

 

ଚଣ୍ଡୀ କାତ୍ୟାୟନୀ କୋପବତୀକାରୀ ପାଣ୍ଡୁ ନୃପ ରୋଗଭେଦ ।

ଷଣ୍ଡ କ୍ରୀବ ଧୀର ନୃତ୍ୟରଙ୍ଗେ ପାତ୍ରେ ପ୍ରବର୍ତ୍ତଇ ଭାଣ୍ଡପଦ ।୭।

 

ମୁଣ୍ଡ ରାହୁଗ୍ରହ ମୂର୍ଦ୍ଧନୀ ମୁଣ୍ଡିତ ମୁଣ୍ଡ ଅଛି ଦୈତ୍ୟାନ୍ତରେ ।

ଷଣ୍ଡ ବୋଲନ୍ତି ଯେ ପଦ୍ମସମୂହକୁ ଷଣ୍ଡ ଶବ୍ଦ ଗୋପତିରେ ।୮।

 

ବ୍ୟାଡ଼ ହିଂସ୍ରପଶୁ ସର୍ପ ପଣ୍ଡତା ଯେ ବିଧବା ମୂଷିକପର୍ଣ୍ଣୀ ।

ବଡ଼ ନିବିଡ଼ ଦେହମାତ୍ର ସିହ୍ଲକ ପିଣ୍ଡ ବୋଲି କରି ଘେନି ।୯।

 

କୁଷ୍ମାଣ୍ଡ ମାୟା ସ୍ତ୍ରୀ କର୍କାରୁ କୋଦଣ୍ଡ ଚାପ ଭ୍ରୂଭୁଷଣ ସତ ।

ଦାନ୍ତ ଦେଶଭେଦ ମୁଖ ଯେ ଗାରଡ଼ ବିଷ ମନ୍ତ୍ର ମରକତ ।୧୦।

 

ତିନ୍ତିଡ଼ୀ ଡିମ୍ବ ଚିଞ୍ଚାବୃକ୍ଷ ନିର୍ଗୁଣ୍ଡୀ ସେଫାଳିକା ସିନ୍ଧୁବାର ।

ପ୍ରଚଣ୍ଡ ବୋଲି ଦୁର୍ବାହ ପ୍ରତାପକୁ ପୁଣି ଶ୍ୱେତକରବୀର ।୧୧।

 

ମାର୍ତ୍ତଣ୍ଡ କ୍ରୋଡ଼ ଆଦିତ୍ୟ ଭୁଜଙ୍ଗ ଯେ ମାର୍ଗ ଗୋମୟ ମଣ୍ଡଳ ।

ବରଣ୍ଡ ଶସ୍ତ୍ର ଶାରିକା ମୂଳଶାଖା ଅସ୍ତ୍ରକୁ ପ୍ରକାଣ୍ଡ ଭାଳ ।୧୨।

 

ଚକ୍ରବାଡ଼ ବୋଲି କମଣ୍ଡଳୁ ଚକ୍ରବାଡ଼ ଲୋକାଲୋକ ଗିରି ।

ଦେବତାଡ଼ ବୋଲି ରାହୁ ହୁତାଶନେ ଦେବତାଡ଼ ଖରାଖରୀ ।୧୩।

ଇତି ଡାନ୍ତ ।

 

ଦୃଢ଼ ବୋଲି ସ୍ଥୂଳେ ନିତାନ୍ତେ ପ୍ରଗାଢ଼େ ଦୃଢ଼ ପୁଣି ବଳବନ୍ତ ।

ଷୋଢ଼ା ଷୋଡ଼ଶୀ ତ୍ରିଯାମା ଗୂଢ଼ ବୋଲି ଗହ୍ୱର ହସରେ ଉକ୍ତ ।୧।

 

ମୂଢ଼ ମୂର୍ଖ ବାଳରୀତି ଶୁଷ୍କଶୋଭା ବାଢ଼ ପ୍ରତିଜ୍ଞା ଯେ ଦୃଢ଼ ।

ବ୍ୟୂଢ଼ ପୃଥୁଳ ସମୂହକୁ ବୋଲନ୍ତି ମୁଦ୍ରିତ ଘନ ପ୍ରଲୀଢ଼ ।୨।

 

ବ୍ରତ ଦଣ୍ଡ ମାସ ମଳୟ ପର୍ବତ ପୂର୍ଣ୍ଣିମା ଏତେ ଆଷାଢ଼ ।

ବିରଢ଼ ବୋଲି ଅଙ୍କୁରିତ ଜାତକୁ ଗର୍ହିତ ଗୁପ୍ତ ବିଗୂଢ଼ ।୩ ।

ଇତି ଢାନ୍ତ ।

 

ଣୁ ବ୍ରୀହିଭେଦେ ସୂକ୍ଷ୍ମେ କହି ବଂଶ ବଂଶ ନୃପ ଏକ ବେଣୁ ।

କଣା ପିପ୍ପଳୀ ଜୀରକ ମକ୍ଷିକା ଯେ କୁମ୍ଭୀରରେ ପୁଣି ଜାଣୁ ।୧।

 

କଣ ଲବ ଧାନ୍ୟ ଅଂଶକୁ ବୋଲନ୍ତି କାଣ କାକ ଏକନେତ୍ର ।

ପ୍ରାଣ ବୋଲନ୍ତି ରୋଳ ଜଳ ଅନିଳ ଜୀବ ଦେହସ୍ଥ ମାରୁତ ।୨।

 

ଦ୍ରୋଣ କାକଭେଦେ ଦ୍ରୋଣ ଆଚାର୍ଯ୍ୟ ଯେ ବାଣ କଳିସୁତ ଶର ।

ବାଣା ବହୁମୂଲ୍ୟ ନୀଳାଝିଣ୍ଟି କ୍ଷଣ ଶିବସୈନ୍ୟ ଯେ ନିଜର ।୩।

 

ଗୁଣ ସିଞ୍ଜିନୀ ବିବେକ ପ୍ରଧାନ ଯେ ବୀଣା ବଲ୍ଲକୀ ବିଦ୍ୟୁତି ।

ରଣ କ୍ୱଣ କ୍ୱଣ ସମର ଭୃଣ ଯେ ଶିଶୁ ଗତି ଏ ବୋଲାନ୍ତି ।୪।

 

ବେଣୀ କେଶବେଶ ନଦ୍ୟନ୍ତ ରେ ପୁଣି ଖରାଖରୀ ପାଦପରେ ।

ଶ୍ରେଣୀ ପଂକ୍ତି ଶିଳ୍ପୀ ମଣି ବୋଲନ୍ତି ଯେ ମୁକ୍ତା ଆଦି ନୃପାନ୍ତରେ ।୫।

 

ଦ୍ରୋଣୀ କାଷ୍ଠମ୍ବୁବାହିନୀ ଗୁରୁସୁତ ବାଣୀ ଭାଗା ସରସ୍ୱତୀ ।

କର୍ଣ୍ଣ ରବିସୁତ ଶ୍ରୁତିକି କହନ୍ତି ବର୍ଣ୍ଣ ଲିପି ଜାତି କାନ୍ତି ।୬।

 

କୃଷ୍ଣ ବୋଲାନ୍ତି ଶ୍ୟାମବର୍ଣ୍ଣ ଅର୍ଜୁନ କାକ ବିଷ୍ଣୁ ବ୍ୟାସ ସୁତ ।

କୃଷ୍ଣା ଦ୍ରୌପଦୀ ଉଷଣା ଦ୍ରକ୍ଷା ନୀଳୀକର୍ଣ୍ଣ ଯେ ଜିନ ବିକ୍ଷିପ୍ତ ।୭।

 

ତୀକ୍ଷ୍‌ଣ ସମୁଦ୍ର ଲବଣ ବିଷ ଲୋହ ବିଷ୍ଣୁ ଶକ୍ର ଯେ ପଦାର୍ଥ ।

ବୃଷ୍‌ଣ ଯାଦବ ପାଷାଣ୍ଡ ଚଣ୍ଡ ମେଷ ଚାରିଠାରେ ହୋଏ ଅର୍ଥ ।୮।

 

ଅରୁଣ ବୋଲାଇ ସୂର୍ଯ୍ୟ ସାରଥି ଯେ ରକତ ବର୍ଣ୍ଣ ଆହୁରି ।

କୃପଣ କୁର୍ମ କୁତ୍ସିତକୁ ବୋଲନ୍ତି କୃପାଣ ଖଡ଼କ ଛୁରୀ ।୯।

 

କାରଣ ହେତୁ କର୍ମକର୍ତ୍ତା କାୟୁସ୍ଥବିଷ୍ଟିଆଦି ଏ କରଣ ।

ଅରୁଣା ବୋଲିଣ ତ୍ରିବିଷା ମଞ୍ଜିଷ୍ଠା ତ୍ରିବୃତା ଶ୍ୟାମକୁ ଗଣ ।୧୦।

 

ତରଣି ଭାନୁ କୁମାରୀ ନାବ କାମ କରୁଣା କୃପାଦ୍ରିଭେଦ ।

ପ୍ରକାର ବେଷ୍ଟନ କନ୍ୟାଦିବରଣେ ପ୍ରସିଦ୍ଧ ଚରଣ ଶବ୍ଦ ।୧୧।

 

ବରୁଣ ତିକ୍ତଶାକ ପାଶୀ ବାରୁଣୀ ପଶ୍ଚିମ ଯେ ସୁରା ଦୁର୍ବ୍ବା

ପାଟୋଳ ମୂଳେ ବଲ୍ଲୀରେ ବିହଙ୍ଗରେ ରମଣ ପଦ ଘେନିବା ।୧୨।

 

ଲକ୍ଷ୍ମଣ କଳଙ୍କ ରାମଭ୍ରାତ କୁରୁରାଜସୁତ ସୁଲକ୍ଷଣ ।

ଲକ୍ଷଣ ସାମ୍ୟ ମନୋହାରୀ ଲକ୍ଷଣା ବୋଲି ବିରାଟକୁ ଆଣ ।୧୩।

 

ଶ୍ରବଣ ବୋଲନ୍ତି କର୍ଣ୍ଣ ନକ୍ଷତ୍ରକୁ ଶ୍ରାବଣପାଷାଣ୍ଡ ମାସ ।

ଜୀପର୍ଣ୍ଣୀ ବୋଲି କାଶ୍ମୀର ଅଗ୍ନିମନ୍ଥ ପଦ୍ମ କୁମ୍ଭିକାକୁ ଭାଷ ।୧୪।

 

ସାରଣ ରାକ୍ଷସାନ୍ତରେ ଚାପଭେଦେ ସରଣୀ ଯେ ମାର୍ଗ ପଂକ୍ତି ।

ସୁଷେଣ ବୋଲନ୍ତି କରମର୍ଦତରୁ କେଶବ ସୁଗ୍ରୀବ ମନ୍ତ୍ରୀ ।୧୫।

 

ସୁପର୍ଣ୍ଣ କହି ସ୍ଵର୍ଣ୍ଣଚୂତେ ଗରୁଡ଼େ କୃତମାଳପାଦପକୁ ।

ହରିଣୀ ବୋଲି ହରିଣୀକି ମୃଗୀକି ଜମ୍ଭୁନଦ ପ୍ରତିମାକୁ ।୧୬।

 

ଶ୍ରୀକୃଷ୍ଣା ଅଗୁରୁ ବିରାଟରମଣୀ ମୃଗ ପାଣ୍ଡର ହରିଣ ।

ଶୃଙ୍ଗ ଗିରିଶୃଙ୍ଗ ଅଜସିନ୍ଧି କ୍ଷୀରକାଙ୍କୋଲା ନାଗ ବିଷାଣ ।୧୭।

 

ବ୍ରାହ୍ମଣୀ ଦ୍ୱିଜପତ୍ନୀ ଭାଗା ଭୂଦେବ ଦେବଭାଗ ଯେ ବ୍ରାହ୍ମଣ ।

ସିନ୍ଧୁ ସୈନ୍ଧବ ଦୈତ୍ୟବେଦ ସହିତେ ଭେଦରେ ଅଛି ଲବଣ ।୧୮।

 

ବିଷ୍ଣୁ ଅଭୀରୁ ନାରାୟଣ ଅସୁର ମହାଦେବ ବରିହାଣ ।

ରକ୍ତରେଣୁ ବୋଲି ପଲାଶକଢ଼ୀକି ସିନ୍ଦୂରରଜକୁ ପୁଣ ।୧୯ ।

 

ଚୂଡ଼ାମଣି ବୋଲି ଶରୋରତନକୁ ପୁଣି କାକଚିଞ୍ଛାଫଳେ ।

ଅଶ୍ଵିନୀ ଆଦି ନକ୍ଷତ୍ରକୁ ଦୁର୍ଗାଙ୍କୁ ଦାକ୍ଷାୟଣୀ ବୋଲି ବୋଲେ ।୨୦।

 

ତୈଳପର୍ଣ୍ଣା ଶବ୍ଦ ମଳୟଜେ ସିହ୍ଲା କରେ ଶ୍ରୀବାସେ ପ୍ରବର୍ତ୍ତି ।

ଶିଖରଣୀ ରୋମାବଳୀ ନାରୀରତ୍ନ ପୁଣି ମଲ୍ଲିକା ପ୍ରବର୍ତ୍ତି ।୨୧ ।

ଇତି ଣାନ୍ତ ।

 

ତି ବୋଲି ତୂଳ ସଂଖ୍ୟାକୁ ମଦନବଲ୍ଲଭୀକି ସୁରତିକି ।

ରତି ଅନୁରାଗ ପ୍ରୀତି ରତ ବୋଲି ସୁରତ ଗୁହ୍ୟ ଦୁହିଁଙ୍କି ।୧।

 

ଖଣ୍ଡ ଲବଣ ଧୂସର ବିଟ ଏହି ତିନିହେଁ ବୋଲାନ୍ତି ଧୃତ ।

ଚନ୍ଦ୍ରମଣି ସୂର୍ଯ୍ୟମଣି ପ୍ରାଣନାଥ ଲୋହ ଘେନି ଏତେ କାନ୍ତ ।୨।

 

କ୍ଳାନ୍ତି ବୋଲନ୍ତି ପ୍ରତିଅଙ୍ଗ ନାରୀ ଯେ ପ୍ରସାଦ ଯଶ ଏ କୀର୍ତ୍ତି ।

କ୍ଷିତି ନିବାସ ସେ କ୍ଷିତି କ୍ଷୟ ନାମ କାଳଭେଦେ ଅଛି କ୍ଷିତି ।୩।

 

କ୍ରତୁ ଯଜ୍ଞ ମୁନି କାନ୍ତି ଶୋଭା ରୁଚି କେତୁ ଯେ ପତାକା ଗୃହ ।

କୃତି କରି ହିଂସା ଚର୍ମ କୃତ୍ତିକାତାରା ଭୁଜେ କୃତି କହ ।୪।

 

ଗୁପ୍ତି ବଚନ କାରାଗୃହ ଗମନ ଜ୍ଞାନପଥ ତିନି ପତି ।

ଦୂତ ଜଳ ଅଜ୍ୟ ସୁମନା ସଗୋତ୍ର ଜନ୍ମ ଜନ୍ମ ନାମ ଜାତି ।୫।

 

ଧଚା ବିଧାତା ପାଳକ ତ୍ରେତାଯୁଗ ନାମ ଅଗ୍ନିତ୍ରୟ ହୋଇ ।

ଦନ୍ତ ଶୃଳାକୁଞ୍ଜ ଦଶନ ଏ ତିନି ଦନ୍ତୀ ଗିରି ଗଜେ କହି ।୬।

 

ଦାନ୍ତ ଦର୍ଶିତ କ୍ଳେଶ ସହି ଦିତି ଯେ ଖଣ୍ଡନ ଦୈତ୍ୟଜନନୀ ।

ଦୀପ୍ତି ବିଭାଷିତ ଦଗ୍‌ଧ ଜ୍ୱଳିତ ଯେ ଦ୍ୱିଜ ଶୋଭା ରଶ୍ମି ଘେନି ।୭।

 

ଧାତୁ ବିଷୟ ଶବ୍ଦ ଯୋନି ଚୈରିକ ମନଃଶିଳାଦି ସହିତ ।

ପ୍ରୀତି ଯୁଗାନ୍ତରେ ମୋଦକୁ କହନ୍ତି ସୁରପତ୍ନୀ ନାମ ଉକ୍ତ ।୮।

 

ପତି କହି ସାମନ୍ତକୁ ବଲ୍ଲଭକୁ ପତ୍ତି ବୋଲାଇ ପଦାତି ।

ଭୀତି କୁଡ୍ୟ ଭୟ ଦୁହିଙ୍କି କହନ୍ତି ଭୂତି ଯେ ଭସ୍ମ ସମ୍ପତ୍ତି ।୯।

 

ଭୂତି ଋଷି ଆଦି ସର୍ବ ଜନ୍ତୁ ଭୁତ ପିଶାଚାଦିଗଣ ଭୁତ ।

ମୁକ୍ତି ମୋଚନ ମୋକ୍ଷକୁ ବୋଲି ମୋକ୍ଷ ମୋଚନ ବୋଲନ୍ତି ମୁକ୍ତ ।୧୦।

 

ଭକ୍ତି ବିଭାଗ ସେବାକୁ ବୋଲି ଭକ୍ତି କଲା ଜନ ଅନ୍ନ ଭକ୍ତ ।

ପୋତ ବୋଲନ୍ତି ଶିଶୁକୁ ଦହିତ୍ରକୁ ରସ ସୁଗନ୍ଧ ଏ ତିକ୍ତ ।୧୧।

 

ଲତା ବଲ୍ଲରୀ ପ୍ରିୟଙ୍ଗୁ ଜ୍ୟୋତିଷ୍ମତୀ ଦୁର୍ବ୍ବା ମାଧବୀ କସ୍ତୁରୀ ।

ରୀତି ସ୍ଵଭାବପିତ୍ତଳ ଶ୍ରୁତି କର୍ଣ୍ଣ ବେଦ ଶକ୍ତି ଶସ୍ତ୍ର ଗୌରୀ ।୧୨।

 

ସୀତା ବୋଲାନ୍ତି ଶର୍କରା ରଙ୍ଗା ରାମଭାର୍ଯ୍ୟା ଲାଙ୍ଗଳପଦ୍ଧତି ।

ସୁତ ପୁତ୍ର ବୁଧଙ୍କର ଯେ ପାରାଶ ମୁନିପ୍ରଭେଦ ସାରଥୀ ।୧୩।

 

ଶୀତ ହିମଗୁଣ ଶୀତଳ ଅଳସ ଧବଳ ଶ୍ୟାମଳ ଶୀତ ।

ଶ୍ଵେତ ଶୁକ୍ଳବର୍ଣ୍ଣ ପୁଣି ଦ୍ୱୀପଭେଦ ଅଦ୍ରିଭେଦରେ ଅଛିତ ।୧୪।

 

ଋତୁ ସମୟ ଅରନ୍ଧ ଶୁକ୍ତ ଶଙ୍ଖ ନଖ ଯେ ମୁକୁତା ସ୍ପୋଟ ।

ଲେଖା ଲେଖନେ ତିଳକେ ଅଭତରେ ବସ୍ତ୍ରେ ଚିତ୍ର ଶବ୍ଦ ସ୍ଫୁଟ ।୧୫।

 

ଚିତ୍ରା ଅଖୁପର୍ଣ୍ଣୀ ସୁଭଦ୍ରା ଗୋଦୁଗ୍ଧା ଚିତ୍ରାନକ୍ଷତ୍ର ଗଣନେ ।

ଧାତ୍ରୀମାତା ଉପମାତା ଆମଳକୀ ପୃଥ୍ୱୀକି କହନ୍ତି ଜନେ ।୧୬।

 

ଛାତ୍ର ଶିଳୀନ୍ଧ୍ର ଆତପତ୍ର ବୋଲାଇ ଗୋତ୍ର ସଗୋତ୍ର ଶିଖବୀ ।

ନେତ୍ର ବସ୍ତ୍ର ଭେଦ ରଥ ଯେ ନୟନ ମିତ୍ର ଯେ ସୁହୃଦ ହରି ।୧୭ ।

 

ଅମୃତ କହି ଯଜ୍ଞଶେଷେ ପୀୟୂଷେ ସଲିଳେ ଘୃତେ ଆହୁରି ।

ଅମୃତ କହି ଅଯାଚିତେ ଅମୃତ ମୋକ୍ଷଦେବ ଧନ୍ୱନ୍ତରୀ ।୧୮।

 

ଅମୃତ ପଥ୍ୟା ଆମଳକୀ ଗୁଳୁଚୀ ଅମୃତା ଯେ ଭଲ୍ଲାତକ ।

ଅନନ୍ତଶବ୍ଦ ଅପ୍ରମେୟ ଆକାଶ ଶ୍ରୀହରି ନାଗନାୟକ ।୧୯।

 

କିରାତ ଭୂନିମ୍ବ ମ୍ଳେଛ ଜାତିଭେଦ ଭୂଭୃତ ନେତ୍ର ପର୍ବତ ।

ଜଗତି ଅଛି ଛନ୍ଦଭେଦେ ଜଗତି ଜନ ଅବନୀ ଜଗତ ।୨୦।

 

ଜୀମୂତ କହି ଗିରିଜଳଧରକୁ ପୁଣି ଯେ ଖରାଖରାବି ।

ପ୍ରସୂତ ପ୍ରସ୍ତାର କୁଙ୍କୁମତନୟ ଜଘନ ଅର୍ଦ୍ଧାଞ୍ଜଳିକି ।୨୧।

 

ଗୋପତି ବୋଲାନ୍ତି ନୃପତି ଭାସ୍କର ବୃଷଭ ଯେ ଶିବପତ୍ନୀ ।

ଜୟନ୍ତ ବୋଲାନ୍ତି ଭୀମ ଇନ୍ଦ୍ରପୁତ୍ର ଜୟାବୃକ୍ଷ କାକ ଘେନି ।୨୨।

 

ପଳିତ ଶୈଳଜ କର୍ଦ୍ଦମ ତାପଯେ ସପର ବାଳ ଗଳିତ ।

ଦେବୀ ମୁନୀ ଆଦି ମତ୍ସ୍ୟଭେଦ ବୃକ୍ଷ ଶିକ୍ଷରୀ ନାମ ପର୍ବତ ।୨୩।

 

ପ୍ରବୃତ୍ତି ବୋଲି ପ୍ରବୃତ୍ତି ଯେ ଭବନ ପ୍ରବାହେ ମଳ ଉତ୍ସର୍ଗେ ।

ପ୍ରକୃତି ବୋଲି ମାୟାକୁ ରବିପତ୍ନୀ ସିଲ୍ଲକ ଯେ କବିବର୍ଗେ ।୨୪।

 

ପାର୍ବତୀ ବୋଲାନ୍ତି ଅମ୍ବିକା ଗୋପାଳପୁତ୍ରିକା ଭେଦରେ ଘେନି ।

ଭାରତୀ ବୋଲି ବଚନ ସରସ୍ୱତୀ ପକ୍ଷିଭେଦରେ ଯେ ମାନି ।୨୫।

 

ଭରତ କହି ନାଟ୍ୟଶାସ୍ତ୍ର ଭେଦରେ ରାମାନୁଜେ ଦେଶାନ୍ତରେ ।

ରୈବତ ରାଜା ରୈବତ ଗିରିରେ ଯେ ରୈବତ କହି ଶଙ୍କରେ ।୨୬।

 

ରେବତୀ ମାତୃଭେଦେ ପ୍ରାନ୍ତତାରକା ହଳଧରମନୋହାରୀ ।

ରୋହିତ ଋଜୁ ଇନ୍ଦ୍ରଧନୁ କୁଙ୍କୁମ ଦୁରନ୍ତ ପାନ ଚମରୀ ।୨୭।

 

ବାସନ୍ତି ବୋଲାନ୍ତି ପାଟଳୀ ଯୂଥିକା ମାଧବୀ ଯେ କ୍ରମେଳକ ।

ବାସନ୍ତୀ ବିଟ ବହିତ୍ରକୁ ବୋଲନ୍ତି ବାସନ୍ତୀ ବୋଲାଇ ପିକ ।୨୮।

 

ଶ୍ରୀପତି ଶ୍ରୀହରି ନୟନ ଶୁଦ୍ଧାନ୍ତଃପୁର ମଧ୍ୟ କକ୍ଷାନ୍ତର ।

ସଂବର୍ତ୍ତ ପ୍ରଳୟକାଳ କପିଞ୍ଜଳ ଅଛି ଏକ ମୁନିବର ।୨୯।

 

ରଜତ ଶୁକ୍ଳ ହାର ରୌପ୍ୟ ବୋଲାଇ ମରୁତ ଦେବତା ବାତ ।

ଘାତକୁ ନରକାନ୍ତରକୁ ମଢ଼କୁ ବୃନ୍ଦକୁ କହି ସଂଘାତ ।୩୦।

 

ସନ୍ତତି ଗୋତ୍ରପଂକ୍ତି ପୁତ୍ର ମହତୀ ବଲ୍ଲକୀ ସମୁଦ୍ରସ୍ନାନ ।

ସଁଗତି ବିନୟ ଧ୍ୱନିକି ବୋଲନ୍ତି ସଂଗତ ସଂଗମ ଜ୍ଞାନ ।୩୧।

 

ସୁନୀତି ଶୋଭା ଧ୍ରୁବମାତା ସ୍ୱକୃତ ମଙ୍ଗଳ ସତ୍ୟବଚନ ।

ହସନ୍ତୀ ଅଙ୍ଗୀରଧାନୀ ମଲ୍ଲିକା ଯେ ଶାବିନୀ ନାମ ପ୍ରଣାମ ।୩୨।

 

ହରୀତ ମୁନିଭେଦ ପକ୍ଷୀଭେଦ ଯେ ହାରୀତ ପୁଣି କୈତବ ।

ହରୀତ ଦିଗ ପୁଣି ବର୍ଣ୍ଣ ହରିତ ଦୂର୍ବାବନକୁ ଘେନିବ ।୩୩।

 

ଐରାବତ ଅଭ ମାତଙ୍ଗ ନାରଙ୍ଗ ଲକୁର ନାଗ ପ୍ରଭେଦ ।

ଋତୁଦର୍ପ ଇନ୍ଦ୍ରଧନୁ ଐରାବତ ସୌଦାମିନୀକି ଯେ ଦବ ।୩୪।

 

ଗନ୍ଧବତୀ ପୃଥ୍ୱୀ ଏକ ଗୁରୁ ବ୍ୟାସମାତା ସୁତା ନାମ ଜାଣ ।

କୁହୁଋତୁ ଶବ୍ଦ ପିତ ଆଳାପରେ ସୁରତଧ୍ୱନିରେ ଆଣ ।୩୫।

 

ଚନ୍ଦ୍ରକାନ୍ତ ଚନ୍ଦ୍ରମଣି କଇରବ ପଲ୍ଲବିତ ଦ୍ରାକ୍ଷାପତ୍ର ।

ପୁଷ୍ପବନ୍ତ ଅଛି ବିଦ୍ୟାଧର ଭେଦେ ଦିଗଦନ୍ତୀ ପୁଷ୍ପବନ୍ତ ।୩୬।

 

ଭୋଗବତୀ ଧବ ହରିପୁର ନାମ ଲକ୍ଷ୍ମୀପତି ନୃପ ହରି ।

ହୈମବତୀ ସ୍ୱର୍ଣ୍ଣଗିରି ହରିତକୀ ଶ୍ଵେତବଚ ଗଙ୍ଗା ଗୌରୀ ।୩୭।

 

ବସନ୍ତଦୂତ ଚୂତ ପିକ ପଞ୍ଚମରାଗକୁ ଜନେ କହନ୍ତି ।

ପାଟଳୀବୃକ୍ଷ ମାଧବୀ ଲତା ଦୁହେଁ ପ୍ରମାଣ ବସନ୍ତ ଦୁତୀ ।୩୮।

 

ମୁର୍ଦ୍ଧାଭିଷିକ୍ତ ଶଚିବ ଯେ କ୍ଷତ୍ରିୟ ମହୀପତିରେ ପ୍ରସିଦ୍ଧି ।

ସମୁଦ୍ର ନବନୀତ ସର୍ବସତରେ ପୀୟୂଷ ଯେ କଳାନିଧି ।୩୯।

ଇତି ତାନ୍ତ ।

 

ର୍ଥ ନାନାର୍ଥ ଧନ କନ୍ଥା ମୃଣ୍ମୟ ଭୀତି ପ୍ରାବରଣାନ୍ତର ।

ଗ୍ରନ୍ଥ ପୁସ୍ତକ ଦ୍ରବ୍ୟ ରଥ ସ୍ୟନ୍ଦନ ବେତସ ଯେ କଳେବର ।୧।

 

ବନ୍ଧନ ଛଦଗ୍ରହ ପାର୍ଥି ପର୍ବ ଏ ଗ୍ରନ୍ଥ ବୋଲାନ୍ତି ସ୍ଵଭାବେ ।

କୋଥ ନେତ୍ର ରୋଗ ସଙ୍କଟ ଗାଥା ଯେ ଶ୍ଳୋକ ଭାଷାନ୍ତେ ସମ୍ଭବେ ।୨।

 

ପୃଥୁ ପୀନକପତ୍ର କୃଷ୍ଣଜିରା ଯେ ଅଗ୍ନି ଏକ ନରେଶ୍ଵର ।

ପ୍ରୋଥା ଦ୍ୱୟଘୋଷ କଟୀମଧ୍ୟ ମନ୍ଥ ମନ୍ଥନ ଯେ ଦିବାକର ।୩।

 

ପାଥଅର୍କ ଅଗ୍ନି ଜଳସିକ୍‌ଥ ବୋଲି ମଧୁଚ୍ଛିଷ୍ଟକୁ ଅନ୍ନକୁ ।

ବିଧି ଗୃହାଙ୍ଗଫକ୍ତି ଗ୍ରନ୍ଥ ବୋଲାନ୍ତି ମୀନଭେଦକୁ ସାନୁକୁ ।୪।

 

ଅତିଥି ବୋଲି ଅଭ୍ୟାଗତ ପୁଣି ଯେ ଅତିଥି କୃଶ କୁମର ।

ବମଥୁ ବୋଲାଇ ବମନ ବମଥୁ ଆହୁରି କରିଶିଖର ।୫।

 

ଅଶ୍ୱତ୍‌ଥ ଅଶ୍ୱ ପୌର୍ଣ୍ଣମାସୀ ତିଥି ଯେ ଅଶ୍ଵତ୍‌ଥ ପିପ୍ପଳ ଦ୍ରୁମ ।

ପ୍ରମଥ ବୋଲାଇ ହରୀତକୀ ମହାଦେବପରିକର ନାମ ।୬।

 

ବିରୁଥ କହନ୍ତି ରଥଗୁପ୍ତିକି ଯେ ବିଥ ହର୍ମ୍ୟ ସଦନ ।

ବୋଲନ୍ତି ମନ୍ମଥ କାମ ଚିନ୍ତା ପୁଣି କପିତ୍‌ଥ ତରୁ ସଦନ ।୭।

 

ବ୍ରାହ୍ମୀ ଗୁଳୁଚୀ ଆମଳକୀ ସୂକ୍ଷ୍ମୈଳା କାଙ୍କୋଲା ଏ ପାଞ୍ଚ ବୃକ୍ଷ ।

ହରୀତକୀ ତରୁଗଣ ଘେନି ସତେ ବୟସ୍ଥା ନାମ ପ୍ରତ୍ୟକ୍ଷ ।୮।

 

ଚିତ୍ରରଥ ବୋଲି ଗନ୍ଧର୍ବେ ଅଛଇ ପ୍ରଭାକର ଚିତ୍ରରଥ ।

ମଧୁପ ପାଦପ ତୃତୀୟ ଆଶ୍ରମ ଜନେ ବୋଲି ବାନପ୍ରସ୍ଥ ।୨୯।

ଇତି ଥାନ୍ତ ।

 

କନ୍ଦ ଅଛି ଆଖୁ ଭେଦେ ମୂର୍ତ୍ତିଭେଦେ କପିଯୂଥରେ ଗଣନା ।

ଖନ୍ଦ କୃଷ୍ଣାନୁଜେ ଔଷଧିଭେଦରେ ରୋଗ ଶସ୍ତ୍ର ଗଦା ସିନା ।୧।

 

ଛଦ ଦଳ ପକ୍ଷ ଗ୍ରନ୍ଥି ପର୍ଣ୍ଣା କ୍ଷୋଦ ବୋଲାଇ ପେଷଣ ଧୂଳି ।

କର୍ପୂରଧୂଳି ଜଳ ହେମ-କାମ୍ପିଲ ଏ ପାଞ୍ଚକୁ ଚନ୍ଦ୍ର ବୋଲି ।୨।

 

ଇନ୍ଦ୍ର କୂଟଜ ସୁରପତି ରୁଦ୍ର ଯେ ମହାଦେବ ଭୟଙ୍କର ।

ମନ୍ଦ ଅଗ୍ନି ଅଳ୍ପକ ଯେ ମୂଢ଼ଜନ ମନ୍ଦ କାକ ଶନୈଶ୍ଚର ।୩।

 

ସାଦୀ ଶବ୍ଦକୁ କହନ୍ତି ରଥିମାନେ ଅଶ୍ୱାରୋହୀ ହସ୍ତିପକ ।

ପାଦ ଚରଣ କୀରଣ ଶ୍ଳୋକ ଅଙ୍କ ତରୁମୂଳ ଯେ ବିବେକ ।୪।

 

ମଦ ବୋଲିକରି ଗର୍ବକୁ ମଦକୁ କୁଞ୍ଜରମଦକୁ ତର୍କ ।

ବନ୍ଦୀ ବୋଲାଇ ବନ୍ଦନ କଲା ଜନ ଆବର ସ୍ତୁତିପାଠକ ।୫।

 

କୁମୁଦ କାର୍ତ୍ତିକମାସ ଦିଗଦନ୍ତୀ କପିଯୂଥପ କୁମୁଦ ।

କେକୀ ମାର୍ଜାର ଛାଗଳ ଏ ତିନିଙ୍କି ଜନେ ବୋଲି ମେଘନାଦଂ ।୬।

 

ମୁକୁନ୍ଦ ବୋଇଲେ ବୁଝାଏ ବିଷ୍ଣୁଙ୍କୁ ନିଧିକି ରତ୍ନଭେଦରେ ।

ଶରଦ ଶବ୍ଦ ପ୍ରବର୍ତ୍ତି ଦେବ ଜଳ ବର୍ଷାନ୍ତ ଋତୁ ବତ୍ସିରେ ।୭।

 

ଶାରଦ ବୋଲି ସପ୍ତପର୍ଣ୍ଣା ତରୁକୁ ତୋୟ ପିପ୍ପଳୀକି ଘେନି ।

ଷଡ୍‌ବିନ୍ଦୁ ବୋଲି କୀଟଭେଦେ ଷଡ଼ବିନ୍ଦୁ ବୋଲି ଗୋବିନ୍ଦକୁ ମାନି ।୮।

 

ଅଷ୍ଟାପଦ ନାମ ବହଇ ଫଳକ ଶରଭ ଶକଟ ହେମ ।

କୁଲ୍ୟ ସମସ୍ତ ରତ୍ନଭେଦେ ଅଛି ଯେ କୁରୁବିନ୍ଦ ହୋଇ ନାମ ।୯।

 

ଜନପଦ ବୋଲି ଜନପଦକୁ ଯେ ଜନପଦ ଜନଦେଶ ।

ତମନୁଦ ଶବ୍ଦ ଚନ୍ଦ୍ର ଦିବାକର ଦିହୁଡ଼ିଠାରେ ପ୍ରକାଶ ।୧୦।

 

ମୁଚୁକୁନ୍ଦ ବୃକ୍ଷଭେଦେ ମାନଧାତା ତନୟେ ଅଛନ୍ତି କହି ।

ମେଘନାଦ କେକୀ ରାବଣନନ୍ଦନ ବରୁଣ ପୁଣି ବୋଲାଇ ।୧୧।

 

ବିଷ୍ଣୁପଦ ବୋଲି କ୍ଷୀରୋଦେ ଆକାଶେ ବିଷ୍ଣୁପଦ ଗଙ୍ଗାନୀରେ ।

ଶଶବିନ୍ଦୁ ବିଧୁ ବାସୁଦେବ ଶଶବିନ୍ଦୁ ଅଛି ନୁସାନ୍ତରେ ।୧୨।

 

ଶତହ୍ରଦା ନାମ ବହେ ସୌଦାମିନୀ ପୁଣି ଶତହ୍ରଦା ପବି ।

ବୋଲେ ଶତାନନ୍ଦ ଗୌତମପୁତ୍ରକୁ ଦେବକୀସୁତକୁ କବି ।୧୩।

ଇତି ଦାନ୍ତ ।

 

ବୁ ପଣ୍ଡିତ ଲବ୍ଧକର୍ଣ୍ଣ ଅଭିନ ବୁଧ ଚନ୍ଦ୍ରସୁତ ଗ୍ରହ ।

ମଧୁ ପୁଷ୍ପରସ ମଧୁ ଗୁଡ଼ଦ୍ରୁମ ବସନ୍ତଋତୁକୁ କହ ।୧।

 

ପୁଣ ମଧୁ ହୋଇ ଦୈତ୍ୟେକ ଅଛଇ ମଧୁ କ୍ଷୌଦ୍ର ଚୈତ୍ରମାସ ।

ବିଧୂ ଘନସାର ସୁଧାକିରଣକୁ ଚନ୍ଦ୍ର ବିଧୁ ପିତବାସ ।୨।

 

ବନ୍ଧ ବୋଲାଇ ବନ୍ଧୁକ ବନ୍ଧୁ ମିତ୍ର ବାନ୍ଧବ ବୋଲାଇ ବନ୍ଧ ।

ବମଥୁ ଭେଦ ସମୁଦ୍ର ନଦୀ ଭେଦ ଏତେକ ବୋଲାଇ ସିନ୍ଧୁ ।୩।

 

ବିଧି ବୋଲି ନିଅନ୍ତାକୁ ବିଧାନକୁ ପରମେଷ୍ଠି କି ଆହୁରି ।

ରାଧାବିନ୍ଦୁ ମାସ ବର୍ଣ୍ଣ ଚିତ୍ରଭେଦ ନକ୍ଷତ୍ର ବ୍ରଜସୁନ୍ଦରୀ ।୪।

 

ସାଧୁ ସଜ୍ଜନ ଶୋଭନ ସିଦ୍ଧୌଷଧି ଯୋଗଭେଦ ଦେବଯୋନି ।

ସ୍ନିଗ୍ଧ ସ୍ନେହଯୁକ୍ତ ଚିକ୍କଣ ସ୍କନ୍ଧ ଯେ ନାୟକ ଶାଖା ସେନାନୀ ।୫।

 

ସୁଧା ଅମୃତ ଚୃର୍ଣ୍ଣ ସନ୍ଧି ସୁଭଗ ଭଗ ପୁଣି ସୁଘଟନା ।

ଲବ୍ଧ ଲାଳସ ବ୍ୟାଧ ନାମ ପୁଷ୍ପ ଯେ ମୂର୍ତ୍ତିଶୋଭା ଏ ଗଣନା ।୬।

 

ପରିଧି ନାମ ଯଜ୍ଞୀୟ-ହୋମଶାଖା ଉପସୁଯ୍ୟକେ ପ୍ରବୃତ୍ତ ।

ମାଗଧ ଯେ ଭାଟ ବୈଶ୍ୟ କ୍ଷତ୍ରିବର ମାଗଧି ଉଷଣା ଯୁଥି ।୭।

 

କବନ୍ଧ ଯେ ଅପମୂର୍ଦ୍ଧ କଳେବର ଚକ୍ଷାନ୍ତର ବହୁଜଳ ।

ନିଷେଧ କଠିନ ନିଷେଧ ଦେଶକେ ପୁଣି ଯେ ଏକ ଶଇଳ ।୮।

 

ସୁଗନ୍ଧ ବୋଲାଇ ବାଲୁକା ବୃକ୍ଷ ଯେ ଇଷ୍ଟଗନ୍ଧ ଯେ ସୁଗନ୍ଧ ।

ଯୋଜନଗନ୍ଧା ପଦ ସୀତା କସ୍ତୁରୀ ବ୍ୟାସମାତାଠାରେ ସିଦ୍ଧି ।୯।

ଇତି ଧାନ୍ତ ।

 

ଯେ କାଂସ୍ୟତାଳାଦି ବ୍ୟଗ୍ର ଦୃତ ଜଳଦ ମୁକ୍ତା ମୁଦଗର ।

ଜ୍ୟୋତ୍ସ୍ନା ଚନ୍ଦ୍ରାତପ ମୁକ୍ତି ନିଶି ପଟୋଳିକାକୁ ବୋଲନ୍ତି ନର ।୧।

 

ତନୁ ଅଳପ ବିରହ ଯେ କୃଶାନୁ ଭାନୁ କିରଣ ମିହିର ।

ଦାନ ଗଜମଦ ଯାଗପାଳନ ଯେ ଦାନ କାମ ଛେଦନର ।୨।

 

ଧନୁ ଗମ୍ଭାରୀ ରାଶିଭେଦ କୋଦଣ୍ଡ ଗୋଧନ ବିତ୍ତ ଏ ଧନ ।

ମାନ ଅଭିମାନ ନୃତ୍ୟଶେଷେ କୋଷ ରାଶିଭେଦ ମତ୍ସ୍ୟ ମୀନ ।୩।

 

ମୁନି ଅଗସ୍ତି ପିଆଳ କିଂଶୁକ ଯେ ଇଙ୍ଗୁଦୀ ବୁଧ ଯଯାତି ।

ଯୋନି ଆକାର ସ୍ମରପୁର ଦୀନ ଯେ ଦିବସ ଦୁଃଖୀ ବୋଲାନ୍ତି ।୪।

 

ରତ୍ନ ଜାତିଶ୍ରେଷ୍ଠ ମଣି ଲଗ୍ନ ରାଶି ଉଦୟ ଲକ୍ଷିତ ଶକ୍ତ ।

ବନ ନୀର ଗୃହ ଅରଣ୍ୟ ବୋଲାଇ ସାନୁ ଯେ ଅରଣ୍ୟପ୍ରସ୍ଥ ।୫।

 

ସ୍ୱପ୍ନ ପ୍ରସୁପ୍ତ ବିଜ୍ଞାନ ଦର୍ଶନ ଯେ ଶ୍ୱନପତି ଯେ ପାଣ୍ଡବି ।

ହନୁ ହଟ ବିଳାସିନୀ ଗଣ୍ଡଭାଗ ସୁନ୍ ପୁତ୍ରାନକ ରବି ।୬।

 

ଅଞ୍ଜନ ବୋଲାଇ ରସାଞ୍ଜନ ଦିଗଦନ୍ତୀ କଜ୍ଜ୍ୱଳ ସୋଦର ।

ଅର୍ଜ୍ଜୁନ ଧବଳ ପାର୍ଥ କାର୍ତ୍ତବୀର୍ଯ୍ୟ ବୀରତୁର ଯେ ମୟୂର ।୭।

 

ଅର୍ଶୋତ୍ନ ନାମ ତାଳମୂଳି ଲଶୁନ ନିର୍ମଳ ତାଳ ଅମ୍ଳାନ ।

ଅଶନ୍ତି ଚଞ୍ଚଳା ବଜ୍ର ଗଜସ୍କନ୍ଧ ପୀଠ ଏ ବେନି ଆସନ ।୮।

 

ଉଦ୍ୟାନ ବନପ୍ରଭେଦ ପ୍ରୟୋଜନ ନିଃସରଣ ଭୁଜଙ୍ଗମ ।

ବାୟୁଭେଦରେ ଭଗତେ ଦୟାବନ୍ତେ ଉଦ୍ଦାନ ବୋଲି ଘେନିମ ।୯।

 

କମନ ବୋଲନ୍ତି କାମୁକ କମ ଯେ ଅଶୋକପାଦପ ଧାତା ।

କାନନ ବୋଲି ବିପିନ ଗୃହ ବିଧୁ ବଦନ ହୋଏ ଗଣିତା ।୧୦।

 

କାଞ୍ଚନ ସୁନାରୀ ଚମ୍ପ ନାଗେଶ୍ୱର ହରିଦ୍ରା ଯେ ଉଦୁମ୍ବର ।

କେଶର ଧସ୍ତୁର କନକ କାଞ୍ଚନ କାଞ୍ଚନ ଶବଦେ ଧର ।୧୧।

 

କେତକ ଗୃହନିମନ୍ତ୍ର ପତାକା ଯେ ଦାମନୀ ଭୀରୁ ବଲ୍ଲରୀ ।

ଖଞ୍ଜନ ବୋଲି ସର୍ପେ ଖଞ୍ଜରୀଟରେ ଜୀବନ ଯେ ପ୍ରାଣ ବାରି ।୧୨।

 

ଖଡ୍ଗୀନ ବୋଲାଇ ଗଣ୍ଡକ ଖଡ୍ଗୀନ ବୋଲି ଖଡ୍‌ଗଧର ଘେନି ।

ଜଘନ ବୋଲାଇ ଶ୍ରୋଣିପୁରଭାଗ ଜଘନ ଦୈବଜ୍ଞ ଜ୍ଞାନୀ ।୧୩।

 

ତମୋଘ୍ନ ସୂର୍ଯ୍ୟ ବହ୍ନି ଇନ୍ଦୁ ଶଙ୍କର ବିଷ୍ଣୁ ବୁଧ ଅଭିଧାନ ।

ଦର୍ଶନ ନୟନ ସ୍ୱପ୍ନ ବୁଧ ଧର୍ମ ଉପଲବ୍ଧ ଯେ ଦର୍ପଣ ।୧୪।

 

ଦଶନ ଶିଖର ଦନ୍ତ ବୋଲାଇ ଯେ ଦଶନ ଯେ ଲତାବର ।

ନନ୍ଦନ ବାସବଉଦ୍ୟାନ ନନ୍ଦନ ନାମ ହର୍ଷକ କୁମର ।୧୫।

 

ନଳିନୀ ପଦ୍ମିନୀ ସ୍ତିରୀ ପଦଲତା ନଦୀ ସିନ୍ଧୁ ସରୋବର ।

ପତନ ଦାରୁଣ ଋଣ କୁମ୍ଭକାର ପାକସ୍ଥାନ ଯେ ସମୀର ।୧୬।

 

ପଦ୍ମିନୀ ପଦ୍ମଲତା ନାରୀ ନନ୍ଦନ ମଳୟଜ କପିସାର ।

ପୂତନା ଅସୁରୀ ହରୀତକୀ ରୋଗ ପ୍ରଭେଦ ସେନାମାତର ।୧୭।

 

ପ୍ରସୂନ ସନ୍ତୁଷ୍ଟ ସୁର ପ୍ରସୂନ ଯେ ପ୍ରସବ ଯେ ପୁଷ୍ପ ଫଳ ।

ଭୋଗିନୀ ସର୍ପିଣୀ ନୃପସ୍ତ୍ରୀ ଭୁବନ ଗହନ ଜଗତ ଜନ ।୧୮।

 

ମଦନ କାମ ଚୁତଦ୍ରୁମ ଧସ୍ତୁର ସିକକ ଯେ ପଟ୍ଟବାସ ।

ମାଳିନୀ ମାତୃକା ମାଳାକାର ନାରୀ ନଦୀଭେଦରେ ପ୍ରକାଶ ।୧୯।

 

ଯବନ କହି ଯବନେ ଯମେ ଦେଶଭେଦେ ବନ୍ଧନ ଏ ସତ ।

ରଜନୀ ରାତ୍ର ହରିଦ୍ରା ଯେ ନଳିନୀ ଜତୁକାରେ ପୁନ ଉକ୍ତ ।୨୦।

 

ମିଥୁନ ଯେ ଯୁଗ୍ମ ରାଶି ଭେଦ ରକ୍ତଚନ୍ଦନ ରମ୍ୟରଞ୍ଜନ ।

ସୁମନା କହି ପୁଷ୍ପକୁ ମାଳତୀକି ଆଧାରେ ଦେବରେ ଘେନ ।୨୧।

 

ଲଳନା ଯାମିନୀ ନାଡ଼ିଭେଦେ ଅଛି ଲଳନା ଯୁବତୀବର ।

ବାମନ ଖର୍ବ ଦିଗଦନ୍ତିଭେଦରେ ବାମନ ନୀଚ ପାମର ।୨୨।

 

ବିମାନ ବୋଲନ୍ତି ଚକ୍ରବର୍ତ୍ତିପୁର ବିମାନ ଯେ ବ୍ୟୋମଯାନ ।

ଯଜ୍ଞଉଲୋଚ ବିସ୍ତାର ଚ୍ଛଦଭେଦ ଲୋକେ କହନ୍ତି ବିତାନ ।୨୩।

 

ଶମନ ଶାନ୍ତି ଧବ ଯମ ଶକୁନି କୁରୁମନ୍ତ୍ରି ବିହଙ୍ଗମ ।

ଶ୍ୱସନ ଶ୍ୱାସ ମାରୁତକୁ ବୋଲନ୍ତି ଶ୍ୱସନ ମଦନ ଦ୍ରୁମ ।୨୪ ।

 

ଶୟନ ସୁରତ ନିଦ୍ରା ଶଯ୍ୟା ତିନି ଶକୁନ ପକ୍ଷୀ ଶକୁନ ।

ଶଙ୍ଖିନୀ ଶ୍ୱେତ ଚୂତ ବଧୁପ୍ରଭେଦ ଚୌର ପୁଷ୍ପ ସିନ୍ଧୁ ଘେନ ।୨୫।

 

ଶୋଭନ ସୁନ୍ଦର ଯୋଗଭେଦ ଅଛି ସଦନ ଜନମନ୍ଦିର ।

ବୃଜିନ କଳୁଷ କୁଟିଳ କୁନ୍ତଳ ବେଦନାକୁ ବୋଲେ ନର ।୨୬।

 

ଅବଲଗ୍ନ ମଧ୍ୟଲଗ୍ନ କୁଚନ୍ଦନ ପ୍ରତାଙ୍ଗ ରକ୍ତଚନ୍ଦନ ।

କାତ୍ୟାୟନୀ ଉମା ବିଧବା ଯେ ଯୋଷା ମୁନି କାନ୍ତି କାତ୍ୟାୟନ ।୨୭।

 

କୁମ୍ଭଯୋନୀ ଦ୍ରୋଣ ବଶିଷ୍ଠ ଅଗସ୍ତ୍ୟ ଘନାଘନ ମେଘ ଗଜ ।

ନିଧୁବନ କମ୍ପ ରତି ଚିତ୍ରଭାନୁ ବୋଲାନ୍ତି ଅନଳ ସୂର୍ଯ୍ୟ ।୨୮।

 

ପ୍ରତି ଯତ୍ନ ଶବ୍ଦ ସଂସ୍କାର ଲାଳସ ଗ୍ରହଣରେ ଯେ ପ୍ରକାଶି ।

ପୟସ୍ୱିନୀ ଧେନୁ ନିଶା ନଦୀ ତପସ୍ୱିନୀ ଋଷି ଜଟାମରିସୀ ।୨୯।

 

ପୁଣ୍ୟଜନ ଯକ୍ଷ ରାକ୍ଷସ ସଜ୍ଜନ ମଦୟତ୍ନୁ କାମମଦ ।

ଘୋଷୟିତ୍ନୁ ବିପ୍ର ପିକ ଗଦୟିତ୍ନୁ କାମୁକ କୃଷ୍ଣ ଆତ୍ମଜ ।୩୦।

 

ଶିଖଣ୍ଡିନୀ ବୋଲି ପୃଥ୍ୱୀକାଲତାକୁ କୁଞ୍ଜପୁଞ୍ଜେ ମୟୂରୀକି ।

ଶିଖଣ୍ଡିନ ପୁଣି କଳଅଇସାରୀ ଶିଖଣ୍ଡିନ ପୁଣ କେକୀ ।୩୧।

 

ସଂଯମନୀ ଯମନଗରୀ ସଂଯମ ବନ୍ଧନ ବ୍ରତକୁ ବୋଲି ।

ସରୋଜିନୀ ପଦ୍ମାକର ପଦ୍ମଲତା ସରୋଜିନୀ କରବାଳୀ ।୩୨।

 

ଅଗ୍ନି ଇନ୍ଦ୍ର ସୂର୍ଯ୍ୟ ପ୍ରହ୍ଲାଦ କୁମର ବୋଲାନ୍ତି ଏ ବିରୋଚନ ।

ମେରୁ ଜମ୍ବୁଦ୍ରୁମ ହରିଚକ୍ର ଶକ୍ରପୁତ୍ର ନାମ ସୁଦଶନ ।୩୩।

ଇତି ନାନ୍ତ ।

 

ରୂ ସ୍ୱଭାବ ସୌନ୍ଦର୍ଯ୍ୟ ଯେ ଶୁକ ନାଟକାଦି ଶବ୍ଦାଳଙ୍କାର ।

କଳ୍ପ ନିଧି ନ୍ୟାୟଶାସ୍ତ୍ର ଯେ ସଂବର୍ତ୍ତ ପୁଣି ଯେ ବ୍ରହ୍ମାବାସର ।୧।

 

କପି ଶିଳ୍ପିକା ଶଖାମୃଗ କେଶବ ଗୋପ ଗୋପାଳ ରାଜନ ।

ତପ ଜ୍ଞେୟ କେଶ ସନ୍ତାପ ଗ୍ରୀଷମ ରୋଗ ରୋପଣ ଯେ ବାଣ ।୨।

 

ତପା ଯେ ଲଜ୍ଜା କୁଳଟା ଅମ୍ଭୁଗର୍ଭ କୃପ ପୁଣି ଗୁଣବୃକ୍ଷ ।

ବାଷ୍ପ ଭଷ୍ମ ଅଶ୍ରୁ ପୁଷ୍ପ ଯେ ଆର୍ତ୍ତବ ବିକାଶ ପୁଷ୍ପ ପ୍ରତ୍ୟକ୍ଷ ।୩।

 

ଆବାପ ପରୀକ୍ଷେ ଆଳବାଳ ବୋଲି ଉଡ଼ୁପ ଚନ୍ଦ୍ର ତରଣି ।

କଚ୍ଛପୀ ବଲ୍ଲକୀ ଭେଦ ପାଦାନ୍ତି ଯେ କଚ୍ଛପୀ ତୂଳ ପ୍ରମାଣି ।୪।

 

କଳାପ ସମୂହ କେକୀପୁଚ୍ଛ କାଞ୍ଚୀ ଭୂଷଣ ପୁଣି ତୁଣୀର ।

ବିଟପ ବିଟସ୍ତମ୍ଭ ଶାଖା ବିସ୍ତାର ପଲ୍ଲବ ଯେ ନାରିକେଳ ।୫।

 

ରକ୍ତପା ଜଳୌକା ଡାକିନୀ ରାକ୍ଷସ କୁଣପ ଦୁର୍ଗନ୍ଧ ଶବ ।

ଜିହ୍ୱାପ କୁକ୍କୁର ମାର୍ଜାର ପ୍ରତାପ ତାପ ତେଜକୁ ଘେନିବ ।୬।

 

ବହୁରୂପ ଶିବ ବିଷ୍ଣୁ ମନସିଜ ସରଟ ଯେ ନୃତ୍ୟକାର ।

ହେମପୁଷ୍ପ ଜବା ଅଶୋକ ଯେ ମେଘପୁଷ୍ପ ବିଷ୍ଣୁ ହୟ ନୀର ।୭।

ଇତି ପାନ୍ତ ।

 

ଗୁମ୍ଫ ବାହୁ ଅଳଙ୍କାର ରେଫ କହି ରକ୍ତବର୍ଣ୍ଣ ଯେ କି ତ୍ସିତେ ।

ଶେଫ ତରୁମଳ ଖୁର ଶିଫାରେ ଯେ ସ୍କନ୍ଧ ନାସିକା ସହିତେ ।୧।

ଇତି ଫାନ୍ତ ।

 

କମ୍ବୁ ଶମ୍ବୁକ ଶଙ୍ଖ ଗଜ ବଳୟ ଖର୍ବ ସଂଖ୍ୟକ ବାମନ ।

ବିମ୍ବ ପ୍ରତିବିମ୍ବ ମଣ୍ଡଳ ବିମ୍ବିକାଫଳ କୃକଳାସ ଘେନ ।୧।

 

କଦମ୍ବ ନୀପ ସମୂହକୁ ସିଦ୍ଧାର୍ଥ କଳମ୍ବ ଯେ ନୀପସାର ।

ପ୍ରଳମ୍ବ ପ୍ରଳମ୍ଭନ ହାର ପ୍ରଭେଦ କୁଚ ଅଙ୍କୁର ଅମ୍ବର ।୨।

 

ହେରମ୍ବ ଗଣେଶ ମହେଶ ପର୍ବତ କାଦମ୍ବ ସରଟ ହଂସ ।

ଗନ୍ଧର୍ବ ମୃଗ କୋକିଳ ତୁରଙ୍ଗମ ଖେଚର ଗାୟକବଂଶ ।୩।

 

ନିତମ୍ବ ସ୍ତ୍ରୀକଟୀ ପଛଭାଗ ରୋଧ ସାନୁରେ ପ୍ରଖ୍ୟାତ ପୁଣି ।

ଦ୍ୱିଜିହ୍ୱ ନାମକୁ ଉରଗେ ବହନ୍ତି ଦ୍ୱିଜିହ୍ୱ ଖଳକୁ ଗଣି ।୪।

ଇତି ବାନ୍ତ ।

 

କୁମ୍ଭ ଅଛି ଅସ୍ତି ମୂର୍ଦ୍ଧାଙ୍କେ ରାଶିରେ କୁମ୍ଭ କୁମ୍ଭକର୍ଣ୍ଣ ସତ ।

କୁମ୍ଭ କାମୁକ ବାରନାରୀ ମୁଖ ଯେ କୁମ୍ଭ ଗୁଗ୍‌ଗୁଳରେ ଉକ୍ତ ।୧।

 

ଜୃମ୍ଭ ଇନ୍ଦ୍ର ଶତ୍ରୁ ଦନ୍ତ ଜମ୍ଭୀର ଯେ ଜୃମ୍ଭ ପ୍ରକାଶ ଜୃମ୍ଭଣ ।

ଦମ୍ଭ କୈତବ କଳ୍ପଦ୍ରୁମ କୁଳିଶ ସର୍ପକୁ ମିଶାଇ ଗଣ ।୨।

 

ସମ୍ଭ ଜଡ଼ ତୃଣ ପ୍ରଭୁ ବ୍ରହ୍ମା ହରି ଶମ୍ଭୁ ବିଧି ମହେଶ୍ୱର ।

ରମ୍ଭା କଦଳୀ ଅପସରା ସଭା ଯେ ଜନଗୋଷ୍ଠୀ ଦୃଢ଼ାଗାର ।୩।

 

ନାଭି ମୃଗ ନୃପ ଚକ୍ରୀ ମଧ୍ୟ ଏକ ଅଙ୍ଗ କସ୍ତୁରୀ କାମୁକ ।

ଶୁଭଯୋଗ ଯୋଷା ବିଭୁ ବୋଲି ପ୍ରଭୁ ମହାଦେବଙ୍କୁ ଯେ ତର୍କ ।୪।

 

କକୁଭ ଅର୍ଜନ ଦ୍ରାମ ବୀଣାଅଙ୍କ କକୁଭ ବୋଲାଇ ଦିଶ ।

ଦୁର୍ଲ୍ଳଭ ଦୁଷ୍ପ୍ରାପ୍ୟ କଚ୍ଚୁରପାଦପ ଦୁନ୍ଦୁଭୀ ବାଦ୍ୟ ରାକ୍ଷସ ।୫।

 

ବଲ୍ଲଭ ଦୟିତ କୁଳୀନ ଅଶ୍ୱ ଯେ ନିକୁମ୍ଭ ଦନ୍ତିକା ଦୈତ୍ୟ ।

ବିଶ୍ରମ୍ଭ ବୋଲିଣ କେଳି କଳହରେ ବିଶ୍ୱାସେ ପ୍ରଣୟେ ଉକ୍ତ ।୬।

 

ସୁରଭୀ ସଲ୍ଲକୀ ମାତୃକ ଚମ୍ପକ ବସନ୍ତ ଯେ ଜାତିଫଳ ।

ସୁରଭି ବୋଲାଇ ସୁଗନ୍ଧ ସୁବର୍ଣ୍ଣ ଶର ଧନୁ ଗନ୍ଧୋତ୍‌ଥଳ ।୭।

ଇତି ଭାନ୍ତ ।

 

ମା ଲକ୍ଷ୍ମୀ ଆକାଶ ଉମା ହରପ୍ରିୟା ରମା ହରିଦ୍ରା ଅତସୀ ।

ଊର୍ମି ବୋଲି ଭଙ୍ଗ ଉତ୍କଣ୍ଠା ପୀଡ଼ାକୁ ସଙ୍କୋଚ ପୀଡ଼ାରେ ଭାବି ।୧।

 

କ୍ଷମା ଅବନୀ ତିତିକ୍ଷା ମୋକ୍ଷ ବଳ ବସନ କୌଷେୟ ବାସ ।

ଗୁଳ୍ମ ସ୍ତମ୍ଭ ତରୁ ପ୍ଳୀହା ସୈନ୍ୟ ଘର୍ମ ଗ୍ରୀଷ୍ମ ସ୍ୱେଦ ରଶ୍ମି ଭାଷ ।୨।

 

ଦ୍ରୁମ ପାରିଜାତ ଦ୍ରୁମ ମହୀରୁହ ଦ୍ରୁମ କିଂପୁରୁଷେଶ୍ୱର ।

ଧର୍ମ ସୋମ ଚନ୍ଦ୍ର ଅହିଂସା ସବିତା କ୍ରତୁ ଯେ ପୁଣ୍ୟ ଆଚାର ।୩।

 

ପଦ୍ମ କମଳ ନିଧିଭେଦ ସଂଖ୍ୟା ଯେ ହସ୍ତୀ ମଦବିନ୍ଦୁ ହୋଇ ।

କୁଳୀଶ ବୃକ୍ଷ ଚକ୍ରାନ୍ତେ ଯେ ଗର୍ଭକ କୈତବକୁ ନେମି କହି ।୪।

 

ବ୍ରାହ୍ମୀ ବଚନ ସୋମବଲ୍ଲୀ ଶାରଦା ବ୍ରାହ୍ମୀ ପଞ୍ଜିକା ଯେ ଝାସ ।

ଭ୍ରମ ହେମଅଙ୍ଗ ଭ୍ରମଣ ବିଭ୍ରମ ଭ୍ରମ କୁନ୍ଦ ସୁମନସ ।୫।

 

ଭୀମ ଦ୍ୱିତୀୟପାଣ୍ଡବ ମହାଦେବ ଭୀଷଣ ଅମ୍ବୁବେତସ ।

ଭୀଷ୍ମ ଦେବବ୍ରତ ଭୟଙ୍କର ଜମ ଗ୍ରହରେ ସ ଯମେ ଭାଷ ।୬।

 

ଯମ କାମ ଶନି କୃତାନ୍ତ ଯମକ ରଶ୍ମି ଗ୍ରହଣ କିରଣ ।

ରାମା ନାରୀ ହେଙ୍ଗୁ ରମା କାନ୍ତ ରକ୍ତ ହର ଦିଶ ପୁଣି ଶୋଣ ।୭।

 

ରାମ ରାଘବ ବରୁଣ ପଶୁ ଧର ମୃଗଭେଦ ହଳାୟୁଧ ।

ରାମ ଶୋଭନୀୟ ବାସ୍ତୁକ କୁଷ୍ଠରେ ରାମ ଶବଦ ପ୍ରସିଦ୍ଧ ।୮।

 

ଶ୍ୟାମ ବଟ ବୃଦ୍ଧତାରକ ବାରିଦ ପିକ ପୀତ କାଳବର୍ଣ୍ଣ ।

ଶ୍ୟାମ ଯେ ଯମୁନା ରଜନୀ ଅଙ୍ଗନା ଶଚୀ ସିନ୍ଧୁ ଯେ ଲବଣ ।୯।

 

ଶ୍ୟାମ ସାର ହୁଏ ଔଷଧି ପ୍ରିୟଙ୍ଗୁକଳିକା ହୃସୃତ୍ରବୃତା ।

ସୋମ ଚନ୍ଦ୍ର ନୀର ବାତ ପିତୃଦେବ ବଂଶଭେଦେ ସୋମଲତା ।୧୦।

 

ସୋମ ବାନର କୁବେର ଘନସାର ସୂକ୍ଷ୍ମ କେତକ ସୁବାସ ।

ହିମ ତୁଷାର ଶୀତଳ ସୀସା ଘାଟ ସ୍ଥିତି କ୍ଷେତ୍ର ଅଣ୍ଡକୋଷ ।୧୧।

 

କୁସୁମ ନେତ୍ରରୋଗ ଫଳ ପୁଷ୍ପ ଯେ କୁସୁମ କାଳ ସ୍ତ୍ରୀରଜ ।

କୃତ୍ରିମ ଲବଣ ଭେଦରେ କୃତ୍ରିମ ନାମରେ ରୁଚି ଦେହଜ ।୧୨।

 

କୃତ୍ରିମ କଟ୍ଟିମ ତଳ୍ପ କରବାଳ ତିଳିମ ପୁଣି ବିତାନ ।

ନିଗମ ବୋଲି ମନ୍ତ୍ରଣାକୁ ବେଦକୁ ଅଗମ୍ୟ ବୈଶ୍ୟସଦନ ।୧୩।

 

ମଧ୍ୟମ ମଧ୍ୟଜ ସ୍ୱର ମଧୁଦେଶ ଅବଲଗ୍ନ ଯେ ଅଙ୍ଗୁଳୀ ।

ପ୍ରବଳ ପଲ୍ଲବ ବିଦ୍ରୁମ ପଞ୍ଚମସ୍ୱର ରାଗଭେଦେ ଭାଳି ।୧୪।

 

ବିଲୋମ ପ୍ରତିଲୋମ ଯେ ଭୁଜଙ୍ଗମ ବିଲୋମ ବରୁଣ ଶ୍ୱାନ ।

ଅନୁପମା ଅତି ଉତ୍ତମା ଯେ ଦିଗବରିଣୀ ଭେଦରେ ଘେନ ।୧୫।

 

ସାର୍ବଭୌମ ଦିଗଦନ୍ତୀ ଚକ୍ରବର୍ତ୍ତୀ ପ୍ଲବଙ୍ଗମ କିସ୍ତି ଭେକି ।

ମହାପଦ୍ମ ନାଗନିଧି ଦଣ୍ଡ ଯାମ ଦିବସ ପୁଣି ଅନ୍ତକ୍ ।୧୬।

ଇତି ମାନ୍ତ ।

 

ଅର୍ଯ୍ୟ ବୈଶ୍ୟ ଶିଳାଜତୁ ଅଳ୍ପକ୍ଷୟ କଳ୍ପ ବେଶ୍ମ ତାପଚୟ ।

ଗୁହ୍ୟକ ପଟ କୁମ୍ଭ ଗୁହ୍ୟ ସୁପଥ ରହ ଯେ ଗ୍ରନ୍ଥ ନାମୀୟ ।୧।

 

ପ୍ରିୟ ହୃଦୟ ଶରୀର ପ୍ରାଣେଶ୍ୱର ପୂଜ୍ୟ ପୂଜିତ ଶ୍ୱଶୁର ।

ବୀର୍ଯ୍ୟ ସାମର୍ଥ୍ୟ ପ୍ରଭାବ ତେଜ ଶୁକ୍ର ସୂର୍ଯ୍ୟ ଅର୍କପର୍ଣ୍ଣୀ ସୁର ।୨।

 

ମୟଦୈତ୍ୟ ଶଳ୍ପୀ ଅଶାନ୍ତିରେ କହି ମୟ ତୁରଙ୍ଗନିକର ।

ସାୟଂ ଦିନାନ୍ତ ବିଶିଖ ହାର୍ଯ୍ୟ ବିଭୀତକ ହରିଣୀ ନେତ୍ରର ।୩।

 

ଅଭୟା ଦୁର୍ଗା ହରିତକୀ ଅଭୟା ଉଶୀର ନିର୍ଭୟ ଜନ ।

ଆତେୟ ପୁଷ୍ପବତୀ ଆତେୟା ନଦୀ ପ୍ରଭେଦରେ ଘେନ ।୪।

 

କ୍ଷତ୍ରୀୟ ରୋଗ ବାହୁଜ ପରଦାରଉତା ଚିକିତ୍ସକ ତୃଣ ।

ଗାଙ୍ଗେୟ ଭୀଷ୍ମ ସୁବର୍ଣ୍ଣ ଯେ ଜଟାୟୁ ଗୁଗ୍‌ଗୁଳ ସମ୍ପାତି ସାନ ।୫।

 

ଚାମ୍ପେୟ ବୋଲନ୍ତି ଚମ୍ପକ ସୁବର୍ଣ୍ଣ କିଞ୍ଜକୁ ନାଗକେଶର ।

ପ୍ରଣୟ ବିଶ୍ରମ୍ଭ ପ୍ରେମ ପ୍ରଳୟ ଯେ ମୃତ୍ୟୁ ମୂର୍ଚ୍ଛା କଳ୍ପାନ୍ତର ।୬।

 

ବିଜୟ ଅଜୟ ପାର୍ଥ ତୀର୍ଥଭେଦ ବିନୟ ଶିକ୍ଷା ପ୍ରଶାନ୍ତ ।

ସମୟ ଶପଥ କାଳ ଦ୍ୱିତୀୟାଦି ପତ୍ନୀ ବେନି ତିଥି ଧ୍ୱାନ୍ତ ।୭।

 

ଧନଞ୍ଜୟ ଅଗ୍ନି ପାର୍ଥ ନାଗଭେଦ ଧନଞ୍ଜୟ ଦେହାନିଳ ।

ହିରଣ୍ମୟ ଖଣ୍ଡ ନାମ ହିରଣ୍ମୟ ନାମ ଯେ ସୁରଶ୍ରେଷ୍ଠର ।୮।

 

ରୌହଣେୟ ବୁଧ ହଳା ଫଳୋଦୟ ଲାଭ କ୍ଷେତ୍ରିଦଶାଳୟ ।

ଜଳାଶୟ ବୋଲି ଜଳାଧାରେ କହି ଉଶୀର ଯେ ଜଳାଶୟ ।୯।

ଇତି ଯାନ୍ତ ।

 

ବୋଲି ଅଗ୍ନି କି ତୀକ୍ଷ୍ଣକୁ ରା ବୋଲି ସ୍ୱର୍ଣ୍ଣକୁ ବିତ୍ତକୁ ସତେ ।

ଶ୍ରୀଲକ୍ଷ୍ମୀ ସମ୍ପତ୍ତି ଭାରତୀ କେଶବ ରବି ଶୋଭା ବେଶକୃତେ ।୧।

 

ଅରି ଚକ୍ର ଶତ ଅରି ଚକ୍ରାଙ୍ଗେ ଯେ ସତୁରେ ପ୍ରବର୍ତ୍ତି ଅଛି ।

କର କରକା କିରଣ ଭାଗଧେୟ ହସ୍ତରେ ହୋଇ ଅଛି ।୨।

 

କାରୁ ଶୀଳ୍ପୀ ବିଶ୍ୱକର୍ମା ଶବ୍ଦ ଦେବ ମୃଗ ଯେ ମାୟାକାରକ ।

କୀର ଶୁକକ୍ଷୁଦ୍ର ଅଧମ ଯେ କ୍ରୂର କୃପଣ ଅଳ୍ପ ନାସ୍ତିକ ।୩।

 

କ୍ଷୀର ଦୁଗ୍ଧ ନୀର କ୍ଷାର ରସାନ୍ତର ଭସ୍ମ କାର ଯେ ଲବଣ ।

ଖର ଗର୍ଦ୍ଦଭ ତୀକ୍ଷ୍ଣ ଖୁର ଯେ କୁଳଦଳ ସର୍ପ ବୋଲି ଜାଣ ।୪।

 

କ୍ଷୁର ବୋଲନ୍ତି ଯେ ଛେଦନ ଦ୍ରବ୍ୟକୁ କୋକିଳାକ୍ଷକୁ ଗୋକ୍ଷୁରେ ।

ଗୌର ବୋଲି ଶ୍ଵେତ ପୀତ ରକ୍ତୋଚନ୍ଦ୍ରେ ବିଶୁଦ୍ଧେ ନାଗକେଶରେ ।୫।

 

ଗୌରୀ କନ୍ୟା ଉମା ଗୋରଚନ କ୍ଷିତି ଦରିଦ୍ରା ପ୍ରିୟଙ୍ଗୁ ନିଶି ।

ଚାରୁ ଶୋଭା ବୃହସ୍ପତି ବିଶ୍ୱକର୍ମା କୁତ୍ସିତ ଶିଳ୍ପିକି ଭାଷି ।୬।

 

ଗୁରୁ ପିତୃଜନ ଦୁର୍ବହ ଯେ ଗୁରୁ ଦୀକ୍ଷାଦାତା ସ୍ମରାଚାର୍ଯ୍ୟ ।

ତାର ବୋଲି ବିଶୁଦ୍ଧକୁ ମୁକୁତାକୁ ଦାନବ ଦୀପ୍ତିକି ହେଜ ।୭।

 

ତାରା ଅକ୍ଷିମଧ୍ୟ ନକ୍ଷତ୍ର ଗୀଷ୍ପତି ବାଳିଭାର୍ଯ୍ୟା ମନୋହରୀ ।

ପୁର ପାଟଳୀ ଗୁଗ୍‌ଗୁଳ ଜାଳାବର୍ତ୍ତ ଦେହ ସଦନ ନଗରୀ ।୮।

 

ବର ଜାମାତା ଦେବକୃପା ବଲ୍ଲଭ ଶ୍ରେଷ୍ଠ ଯେ ଶିଡ୍ଗ କୁଙ୍କୁମ ।

ବାରି ବୋଲି ଗଜବନ୍ଧନି ବାଲୁଙ୍କା ଜଳକୁ ଜନେ ଘେନିମ ।୯।

 

ସର ଶୁନ୍ଦ୍ରବାର୍ତ୍ତା ନୀର ଶର ଜାଣ ସରୋବରକୁ ସଲିଳ ।

ସାର ସ୍ଥିରାଂଶ ଉତ୍ତମ ବଳଶିର ଅଙ୍କ ଯେ ମସ୍ତକ ହଳ ।୧୦।

 

ସ୍ଥରା ଭୂମି ଶାଳପର୍ଣ୍ଣୀ ମେକ୍ଷହାର ଯୁଧି ମୁକ୍ତାମୟମାଳୀ ।

ସ୍ୱରୁ ପୂଗ ଖଣ୍ଡ କୁଳିଶ ସ୍ଫାର ଯେ ବିକଟେ କୁକୁନ୍ଦେ ବୋଲି ।୧୧।

 

ହରି ଚନ୍ଦ୍ର ସୂର୍ଯ୍ୟ ପବନ ମଘବା ବିଷ୍ଣୁ କିରଣ କେଶରୀ ।

ଯମ ମର୍କଟ ମଣ୍ଡୁକ ଶୁକ ଅଛି ଏ ପୁଣି ବୋଲାନ୍ତି ହରି ।୧୨।

 

ଅମର ଦେବତା କାର୍ପାସ ଗୁଳୁଚୀ ସ୍ଥୂଣା ଦୁର୍ବା ଇନ୍ଦ୍ରପୁର ।

ଅଧର ଓଷ୍ଠ ହୀନ ଅଧିବସୁ ଯେ ଶୁକ୍ର କ୍ରତୁ ଅଧ୍ୟାହାର ।୧୩।

 

ଅମର ବୋଲାଇ ଆକାଶ ବସନ ଅମର ସୁଗନ୍ଧାନ୍ତର ।

ଅଙ୍ଗାର ପ୍ରପଞ୍ଚ ସନ୍ତୂଳ ଭୂମିଜ ଲୋମ ବିକାଶ ଅଙ୍କୁର ।୧୪।

 

ଅକ୍ଷର ବିଷ୍ଣୁ ମହାଦେବ ଦେବ ଯେ ଅସୁର ଅଗ୍ନି ଦାନବ ।

ଅଧାର ଅଧିକରଣ ଅଳବାଳ ପରିଖା ପୁଣି ଘେନିବ ।୧୫।

 

ଅସାର ଧାରା ସୁହୃଦ ବେଗେ କହି ଅସୁର ଦୈତ୍ୟ ମିହିର ।

ଈଶ୍ଵର ଶମ୍ଭୁ ସ୍ୱାମୀ ନାଟ୍ୟ ମନ୍ମଥଦାତୃ ମହତ ଉଦାର ।୧୬।

 

ଉତ୍ତର ବିରାଟସୁତ ଦିଗଭେଦେ ଉତ୍ତର ପ୍ରତି ବଚନ ।

କର୍ବୁର ପାପ ଅସୁର ସ୍ଵର୍ଣ୍ଣ ଜଳ ପୁଣି ଦ୍ରାବିଡ଼ ଘେନିମ ।୧୭।

 

କର୍ବୁର ଦୁର୍ଗା ରାତ୍ରି ଶେଷ ବୋଲାଇ ବାରିଦ ଗ୍ରୀବା କନ୍ଧର ।

କରୀର ଘଟ କରବୀର ତରୁ ଯେ କରୀର ବଂଶ ଅଙ୍କୁର ।୧୮।

କବରୀ କେଶବେଶ ଶମ୍ବୁ କାମିନୀ କୁବେର ବୃକ୍ଷେ ଧନଦେ ।

କୁମାର ଯୁବରାଜ ଶିଶୁ ସେନାନୀ ବରୁଣଦ୍ରମ କୋବିଦେ ।୧୯।

 

କାବେରୀ ନଦୀ ପୁଣ୍ୟବାରୀ ହରିଦ୍ରା କର୍ମାର ଜାତି ଯେ ବଂଶ ।

କୁମାରୀ ଦୁର୍ଗା ଅପରାଜିତ କନ୍ୟା ସହାଜମ୍ବୁରେ ପ୍ରକାଶ ।୨୦।

 

କୁହର ବିଳ ଗହର ନାଗାନ୍ତର ଗାନ୍ଧାରଭେଦେ ସପୁର ।

ଧାତୁକି ପାଟଳୀ କେଶ ମତ୍ତଗଜ ଚାରିଙ୍କ ନାମ କୁଞ୍ଜର ।୨୧।

 

କେଶର କିଂଜଳ୍ପ ନାଗେଶ୍ୱର ହିଙ୍ଗୁ ପୁଣି ପୁନ୍ନାଗ ବକୁଳ ।

କେଶରୀ ବୋଲିଣ ସିଂହ ପଦ୍ମ ନାଗକେଶର ନାମକୁ ଭାଳ ।୨୨।

 

କିଶୋର ଅଶ୍ୱଶାବକ ଅବସ୍ଥା ଯେ ତୈଳପର୍ଣ୍ଣୀ ପ୍ରଭାକର ।

କେଦାର ରାଗିଣୀ ବସ୍ଥାନ ବିପ୍ର ଯେ ମୁନି ଗ୍ରନ୍ଥିକା କୁକ୍କୁର ।୨୩।

 

ଝର୍ଝର କଳିଯୁଗ ବାଦ୍ୟ ତୁଷାର ହିମ ଶୀତଳ ଶୀକର ।

ଚମରୀ ମୃଗ ମଞ୍ଜରୀ ଯେ ଚାମର ବାଳବ୍ୟଜନ ଚାମର ।୨୪।

 

ଚକୋର ପକ୍ଷୀ ବୃକ୍ଷଭେଦ ଉରଗ ଚଳଶୈଳ ଯେ ଚିକୁର ।

ବାଦ୍ୟ ଭାଣ୍ଡ ଅଦ୍ରିଭେଦେ ମଣ୍ଡୁକ ଯେ ଅଭିଧାନରେ ଦର୍ଦୁର ।୨୫।

 

ନାଗର ମୁସ୍ତକ ବିଦଗ୍ଧ ନଗର ଭବକୁ ବୋଲନ୍ତି ବନେ ।

ନିର୍ଜର ଦେବ ଜରାଯୁକ୍ତ ନିର୍ଜରା ଗୁଳୁଚୀ ଯେ ଶାଳପର୍ଣ୍ଣେ ।୨୬।

 

ସନ୍ଦୋହ ସଂସାର ଆୟବ୍ୟୟ ଧନନିଧନି କହି କୁବେର ।

ପ୍ରଖର ଦ୍ୱୟ ସନ୍ନାହ ଅଶ୍ୱ ତରୁ ଅତି ତୀକ୍ଷଣ କୁକ୍କୁର ।୨୭।

 

ପ୍ରବର ସନ୍ତତି ଗୋତ୍ର ପ୍ରବର ଯେ ଶ୍ରେଷ୍ଠ ବୃନ୍ଦ ବିକୀର୍ଣ୍ଣତା ।

ପାଣ୍ଡୁର ଧୂସର ବର୍ଣ୍ଣରେ ପ୍ରସ୍ତର ପାଷାଣ ମଣିରେ ଉକ୍ତା ।୨୮।

 

ପୁଷ୍କର କରି ହସ୍ତାଗ୍ର ଖଡ୍ଗଫଳ କୁକ୍ଷି ବକ୍ର ସରୋରୁହ ।

ପୁଷ୍କର ଗଗନ ଜଳତୀର୍ଥଭେଦେ ଦ୍ୱୀପଭେଦରେ ଯେ କହ ।୨୯।

 

ପୀବର କଚ୍ଛପ ପୃଥୁଳ ବନ୍ଧୁର ଶୋଭା ନତାନତ ପଥ ।

ଭ୍ରମର କାର୍ମୁକ ଭୃଙ୍ଗ ଯେ ମନ୍ଦିର ବହୁଳ ମତ୍ସ୍ୟ ପର୍ବତ ।୩୦।

 

ମନ୍ଦାର ସୁରପାଦପ ପାରିଭଦ୍ର ଅର୍କପର୍ଣ୍ଣୀ ହସ୍ତୀ ଧୂର୍ତ୍ତ ।

ମନ୍ଦିର ପୁର ନଗ୍ରସିନ୍ଧୁ ମନ୍ଥର ମନ୍ଥନ ଯେ ଅଳସିତ ।୩୧।

 

ମଞ୍ଜରୀ ତିଳକ ସ୍ଥୂଳ ମୁକ୍ତଲତା ମଞ୍ଜରୀ ବୋଲାଇ ହାର ।

ମୁଦିର କାମୁକ ମେଘ କାମ ମୃଗ ବୁଦ୍ଧି ସବିତା ମିହିର ।୩୨।

 

ବିଦୂର ବୋଲନ୍ତି ନାଗର ଧୀରକୁ କୌରବମନ୍ତ୍ରୀ ବିଦୁର ।

ବିଶ୍ଳେଷ ରସନା ବିଚ୍ଛେଦ ଏ ତିନି କଥା ବୋଲାଇ ବିଧୂର ।୩୩।

 

ବିବର ଭୂଷଣ ଗର୍ତ୍ତିଯେ ବିବର ଗରୁଡ଼େ ଭାଷନ୍ତି ନର ।

ଶର୍କରାନ୍ୱିତ ପ୍ରଦେଶକୁ ଦୁଗ୍ଧକୁ ଫେନକୁ ବୋଲି ଶର୍କର ।୩୪।

 

ବିହାର ଭ୍ରମର ସ୍କନ୍ଧ ରିପୁ ପୁଣି ପଂସ ଅଳପ ବିହାର ।

ଶବର ମ୍ଳେଛ ଜାତିଫଳ ଶଙ୍କର ସମୟ ହେମ ଶିଶିର ।୩୫।

 

ଶିଖର ଦ୍ରୁମାଙ୍ଗ ପୁଲିକ ଦାଡ଼ିମ୍ବ ଦ୍ଵିଜାଭ ମାଣିକ୍ୟ ଶୃଙ୍ଗ ।

ସମ୍ବର ଦୈତ୍ୟ ମତ୍ସ୍ୟ ବ୍ରତବିଶେଷ ଶୈଳ ସଲିଳ କୁରଙ୍ଗ ।୩୬।

 

ଶୃଙ୍ଗାର ସ୍ମରକି ନାଟ୍ୟ ରସ ଗଜ ମଣ୍ଡଳ ଚୂର୍ଣ୍ଣ ସିନ୍ଦୁର ।

ସିନ୍ଦୁର ତରୁ ରକ୍ତ ଚୂର୍ଣ୍ଣ ସିନ୍ଦୂର ରୋଚନୀ ରଙ୍ଗ ଅମ୍ବର ।୩୭।

 

ଅଳଙ୍କାର ବୋଲି ହାବାଦିକି କହି ଅଳଙ୍କୃତ ଅଳଙ୍କାର ।

ଅବତରଣୀ ପୁଷ୍କରିଣୀ ତୀର୍ଥ ଯେ ଏ ତିନିହେଁ ଅବତାର ।୩୮।

 

ଆଡ଼ମ୍ବର ବୋଲି ଗଜ ଘୋଷ କାଳ ରୌପ୍ୟ ରୋଗ ଔଦୁମ୍ବର ।

ପୀତ ମସ୍ତକ ଧୁମ୍ୟାଃ ବିହଙ୍ଗମ କରଞ୍ଜକ କର୍ଣ୍ଣିକାର ।୩୯।

 

ଗିରିସାର ନାମ ମଳୟପର୍ବତ ଲୋହ ବଙ୍ଗ ପୁଣି ବିହି ।

ଘନସାର ବୋଲି କର୍ପୂର ଦକ୍ଷିଣାବର୍ତ୍ତକ ରବିଙ୍କି କହି ।୪୦।

 

କୃଷ୍ଣସାର ମୃଗ ଶିଂସପାବୃକ୍ଷ ଯେ ଅହି ବିଷ୍ଣୁ ଚକ୍ରଧର ।

କ୍ଷେପଣ ଉଲଙ୍ଗ ଅନ୍ଧକାର ମହେଶ୍ୱର ନାମ ଦିଗମ୍ବର ।୪୧।

 

ଦ୍ୱୈମାତୁର ଜରାସନ୍ଧ ଗଣପତି ନପ ଯମ ଦଣ୍ଡଧର ।

ଧରାଧର ଗିରି ବିଷ୍ଣୁ ଘନୋପଲ ନାସୀର ଯେ ଧରାଙ୍କୁର ।୪୨।

 

ନଭଚର ବିହଙ୍ଗମ ବିଦ୍ୟାଧର ବାରି ସହଜ ଭାସ୍ୱତ ।

ନିଶାଚର ଫେରୁ ପେଚକ ଭୁଜଙ୍ଗ ରାକ୍ଷସରେ ହୋଏ ଉକ୍ତ ।୪୩।

 

ନୀଳାମ୍ବର ଜାଣ ରେବତୀରମଣ ରାକ୍ଷସ ଯେ ଶନେଶ୍ଚର ।

ପରିକର ନାମ ବହଇ ପର୍ଯ୍ୟଙ୍କ ସମୁଦାୟ ପରିବାର ।୪୪।

 

ପୟୋଧର କୋଷ ଦ୍ଵାର ନାରିକେଳ ବକ୍ଷୋରୁହ ବାରିବାହ ।

ଶତାବରୀ ବୋଲି ଶଚୀକି ଅଭିରୀଲତାକୁ କୋବିଦ କହି ।୪୫।

ଇତି ରାନ୍ତ ।

 

ଳି ସୁରା ଭୃଙ୍ଗ ଅଳୀ ସଖୀ ସେତୁ ପଂକ୍ତି କୀଳ ଦାରାକ୍ଷିତି ।

କଳା ଚନ୍ଦ୍ରାଂଶୁ କଳନା କାଳମାନ ଚତୁଃଷଷ୍ଠୀରେ ଯେ ଉକ୍ତି ।୧।

 

କାଳ ମୃତ୍ୟୁ ମହାକାଳ ଶ୍ୟାମ ଚରଣ ସମୟ ପିତପତି ।

କଳି କଳହ କଳିଯୁଗ କାଳିକା କୀଟ ଭୁଜଙ୍ଗ ପାର୍ବତୀ ।୨।

 

କୁଳ ଜଳପଦ ଗୋତ୍ର ଜାତିଗଣ କୁଳ ସୈନ୍ୟ ଯେ ପୃଷ୍ଠରେ ।

କୋଳକୁବଳ ପିପ୍ପଳୀ ଭେକାଶନେ ଚିତ୍ର ଉତ୍ସଙ୍ଗ ଶୂକରେ ।୩।

 

ଗୋଳା ଗୋଦାବରୀ କୁଳଟା ଦୁର୍ବା ଯେ ଚକା ନାମ ଲକ୍ଷ୍ମୀ କମ୍ପ ।

ଜଳ ଦ୍ରୀବେର ନୀରଜାତି ଗବାକ୍ଷ ଧନ୍ୟୟ ବୃନ୍ଦ ଯେ ଲିପ ।୪।

 

ତାଳ ଚପେଟ ତନ୍ତ୍ରି ଘାତେ କାଂସ୍ୟାଦି ବାଦ୍ୟ ଝଜ ତୃଣ ରାଜା ।

ନଳ ପୋଟ ନଳିଜାପିତ ଦେବ ଯେ କପିଶ୍ରେଷ୍ଠ କର ହେଜା ।୫।

 

ନୀଳବର୍ଣ୍ଣ ଗିରିନିଧିଭେଦ ଗିରିଭେଦରେ ଘେନ ସ୍ଵଚିତ୍ତେ ।

ବଳ କନ୍ଧରସ ଦୈତ୍ୟ ହାଳୀ କାକ ସୈନ୍ୟ ପ୍ରାକର୍ମ ଉଚିତେ ।୬।

 

ବଳି ଉପହାର ଦୈତ୍ୟ ଇନ୍ଦ୍ର ବଳବନ୍ତ ଗୃହଦ୍ଵାର ଅଙ୍ଗ ।

କୁନ୍ତଳ ଅଭିକ ମୂର୍ଖ ହ୍ରୀବେରରେ କାଳ ଶବ୍ଦ କର ସଙ୍ଗ ।୭।

 

ବାଲୀ ବୋଲି ବାଳା ଅଳଙ୍କାର କପିନାଥ ବେଳା କାଳ ଦୁଇ ।

ଭଲ୍ଲ ଭଲ୍ଲୁକ ଶସ୍ତ୍ରଭେଦେ ଭଲ୍ଲ ଯେ ତେଜ ଲଲାଟକୁ କହି ।୮।

 

ବ୍ୟାଳ ଦୁଷ୍ଟରାଜ ସର୍ପ ସ୍ୱାପଦ ଯେ ବିଳ ଛିଦ୍ର ଗୁହା ବେନି ।

ଶାଳୀ କଳମ୍ବାଦି ପତ୍ନୀଭଗ୍ନୀ ପୁଣି ଗନ୍ଧମାର୍ଜାରକୁ ଘେନି ।୯।

 

ଶୀଳ ସ୍ୱଭାବ ପାଷାଣ ଶୂଳ ରୋଗ ଆୟୁ ମୃତ୍ୟୁ କେତନ ।

ହାଳା ବିଷ ସୁରା ହାଳା ବୋଲାଇ ଯେ ବିଳାସାଦି ଅବିଜ୍ଞାନ ।୧୦।

 

ଉଜ୍ଜ୍ୱଳ ପ୍ରଦୀପ ଶୃଙ୍ଗାର ବିଶାଦ ପ୍ରକାଶ ଲୋକକୁ ଭାଷି ।

ପ୍ରସ୍ତର ରତ୍ନ ଶର୍କରାଠାରେ ପୁଣି ଉପଳ ଶବଦ ଆସି ।୧୧।

 

କପିଳ ବର୍ଣ୍ଣଭେଦ ମୁନିପ୍ରଭେଦ କମଳା ବରସ୍ତ୍ରୀ ରମା ।

କମଳ ତାମ୍ର ଜଳ ପଦ୍ମ ଭେଷଜ ଆକାଶେ ମୃଗେ ଘେନିମା ।୧୨।

 

କପିଳା ରେଣୁକା ଶିଂସପା ପ୍ରଭେଦ ପୁଣ୍ଡରୀକର କରିଣୀ ।

କରାଳ ଉତ୍ତୁଙ୍ଗ ଦନ୍ତର ଭୂଷଣ ସର୍ଜ୍ଜରସ ତୈଳେ ଗଣି ।୧୩।

 

କନ୍ଦଳି ଉପରାଗ ନବଅଙ୍କୁର କଳଧ୍ୱନି ସଂଖ୍ୟା ଜାଣ ।

କନ୍ଦଳୀ ମୃଗ ଗୁଳ୍ମ ପୁଣି କନ୍ଦଳୀ ରମ୍ଭା ପତକା ହରିଣ ।୧୪।

 

କାକୋଳ ବୋଲାଇ ସରଳ କାକ ଯେ କାକୋଳ ନଗରାନ୍ତର ।

କୁଶଳ ମାଙ୍ଗଲ୍ୟ ସୁକୃତ ପର୍ଯ୍ୟାପ୍ତି କୀଲାଳ ଜଳ ରୁଧିର ।୧୫।

 

କୁବଳ ବଦରୀଫଳ ମୁକ୍ତାଫଳ ପୁଣି କୁବଳ ଉତ୍ପଳ ।

ପାର୍ଶି ବଳୟ କର୍ଣ୍ଣଭୂଷା କାଞ୍ଚନ ଗୁଳୁଚୀ ବିଲ୍ୱ କୁଣ୍ଡଳ ।୧୬।

 

ଗରଳ ମାନ ବିଷ ତୃଣମୂଳ ଯେ କୁଣ୍ଡଳୀ ସର୍ପ ବଣିକ ।

ତରଳ ଚଞ୍ଚଳ ହାରମଧ୍ୟମଣି ଶିଡ୍ଗ ଦିବସନାୟକ ।୧୭।

 

ଜଟିଳା ପିପ୍ପଳି ଜଟାମାଂସୀ ଜଟାଯୁକ୍ତ ଚନ୍ଦ୍ରସେନମାତା ।

ତମଳ ଶବଦ ତିଳକେ କୃପାଣେ ତାପିଞ୍ଚେ ବରୁଣେ ଉକ୍ତା ।୧୮।

 

ତଣ୍ଡୁଳ ଧାନ୍ୟାଦି ବିଡ଼ଙ୍ଗ ତାମ୍ବୁଳ ପୁଣି ନାଗବଲ୍ଲୀପର୍ଣ୍ଣ ।

ଦୁକଳ କ୍ଷୌମବସ୍ତ୍ର ବୃକ୍ଷ ଉତ୍ତମ ଶୁକ୍ଳ ସୁନ୍ଦରକୁ ଘେନ ।୧୯।

 

ତୁମୂଳ ରଣସଙ୍କୁଳ କଳଦ୍ରୁମ ନକୁଳ ଜନ୍ତୁପାଣ୍ଡବ ।

ମଙ୍ଗଳ କୁଶଳ ଗ୍ରହ ମଙ୍ଗଳ ଯେ ଶିତଦୂର୍ବା ଉମା ଭାବ ।୨୦।

 

ଚଞ୍ଚଳା ତଡ଼ିତ ଲକ୍ଷ୍ମୀ ଯେ ଚଞ୍ଚଳା କାମୁକ ବାତ ତରଳ ।

ଚପଳା ପୁଶ୍ଚଳୀ ପିପ୍ପଳୀ ଦାମିନୀ ଭୁବନ ଶୀଘ୍ରେ ଚପଳ ।୨୧।

 

ମଣ୍ଡଳ ଦ୍ଵାଦଶଦେଶକୁ କହନ୍ତି ମଣ୍ଡଳ କୋଷ୍ଠୀ ପରିଧି ।

ମଞ୍ଜୁଳ ଶୋଭା ଜଳତରଙ୍ଗ ଚନ୍ଦ୍ର ବନ୍ଦୀ ଚୋର ଗ୍ରହ ବ୍ୟାଧି ।୨୨।

 

ମାତୁଳ ବ୍ରୀହିଭେଦ ମାତାଭ୍ରାତା ଯେ ତା ଭାର୍ଯାଟଭା ମାତୁଳୀ ।

ତାଳମୂଳୀ ଆଖୁପର୍ଣ୍ଣୀ ବଳଭଦ୍ର ଗୃହଗୋଧିକା ମୁଷଳୀ ।୨୩।

 

ରସାଳ ସିହ୍ଲକ ରୋଳ ଇକ୍ଷୁଚୂତ ରସାଳ ରସନା ଦୂର୍ବା ।

ରମିଳ ରମଣ ମଦନ ଲାଙ୍ଗୁଳ ପଛ ସେଫକୁ ଘେନିବା ।୨୪।

 

ଲାଙ୍ଗଳୀ ତୋୟ ପିପ୍ପଳୀ ଗୋବାରଣ କାମପାଳ ନାରିକେଳ ।

ମେଖଳ ଖଡ୍ଗ ବନ୍ଧନ କାଞ୍ଚିମାଳା ନିତମ୍ବ ସ୍ଥୂଳ ଅଞ୍ଚଳ ।୨୫।

 

ବିପୁଳ ପୃଥୁଳ ଅଗାଧ ପଶ୍ଚିମ ଭୂଧର ମେରୁପର୍ବତ ।

ଅମଳ ସମ୍ବଳ ସନ୍ତର ସ୍ଵଚ୍ଛଳ ଖଣ୍ଡ ତବି ବନ୍ଧେ ଉକ୍ତ ।୨୬।

 

ଶ୍ୟାମଳ ଶ୍ୟାମ ସ୍ୱେନେ କହି ଶୈବଳ ପଦ୍ମକାଷ୍ଠେ ସେ ଶୈବାଳ ।

ରାକ୍ଷସାନ୍ତରେ ପଶୁଭେଦେ ଶ୍ରେଷ୍ଠକୁ ବ୍ୟାଘ୍ରକୁ କହି ଶାର୍ଦ୍ଦୂଳ ।୨୭।

 

ଅକ୍ଷମାଳା ବୋଲି ଅକ୍ଷସୂତ୍ରକୁ ଯେ ଅକ୍ଷମାଳା ଅରୁନ୍ଧତୀ ।

କଳକଳ ବୋଲି କୋଳାହଳକୁ ଯେ ଶାଳନିର୍ଯ୍ୟାସେ କହନ୍ତି ।୨୮।

 

କୁତୂହଳ ବୋଲି ପ୍ରଶସ୍ତ କଥାକୁ କଉତୁକ କୁତୂହଳ ।

ଗିରିଚ୍ୟୁତ ସ୍ଥୂଳୋପଳ ଲଲାଟକୁ ବୋଲନ୍ତି ଯେ ଗଣ୍ଡଶୈଳ ।୨୯।

 

ଗନ୍ଧଫଳ ବୋଲି ଚମ୍ପାକଳିକାକୁ ପ୍ରି ଅଙ୍ଗୁ ପୁଣି ବୋଲାଇ ।

ଭସ୍ମତୋଳି ବୋଲି ଗ୍ରାମକୁଟେ ହିମେ ପାଂଶୁବରଷଣେ କହି ।୩୦।

 

ମୁକ୍ତାଫଳ ଶବ୍ଦ କର୍ପୂରେ ମୌକ୍ତିକେ ଲବଣ ଫଳରେ ବ୍ୟକ୍ତ ।

ମଦକଳ ଶବ୍ଦ ମଦରଙ୍ଗ ବାକ୍ୟମତ୍ତେ ଦିଗେ ହୋଏ ଉକ୍ତ ।୩୧।

 

ହସ୍ତୀ ଅଭ୍ର ମାତଙ୍ଗଜ ଶଙ୍ଖ ନାଗ ବିନାୟକେ ବିଦ୍ୟମାନ ।

ହରିତାଳ ଧାତୁଭେଦକୁ ବ୍ୟାମ ଯେ ରେଖାକୁ ମିଶାଇ ଗଣ ।୩୨।

ଇତି ଳାନ୍ତ ।

 

ବି ବାଲ୍ମୀକି ଶୁକ୍ର ସଂଖ୍ୟାବାନ ଯେ ଖଳ ବୀର ପରମାଣ ।

ଜୀବ ପ୍ରାଣୀ ପ୍ରାଣ ଜୀବିକା ପାଦପ ପ୍ରଭେଦ ପୁଣି ଦୁଷଣ ।୧।

 

ଛବି ଶୋଭନ କିରଣ ଜବା ବେଗବନ୍ତ ତନ୍ତ୍ରୀ ସୁମନସ ।

ଦେବ ନୃପତି ଦେବତା ମେଘ ତରୁ ଧବଳଭେଦ ପ୍ରାଣେଶ ।୨।

 

ଧ୍ରୁବ ଶଙ୍କୁ ହର ସୁବଟ ବସ୍ତ୍ର ଯେ ଯୋଗ ମୁନି ଧ୍ରୁବ ବୀଜ ।

ଭବ ସଂସାର କ୍ଷୋମ ହର ଉତ୍ପତ୍ତି ସଭାପ୍ରାପ୍ତି ପୁଣ ହେଜ ।୩।

 

କବି ସ୍ୱଭାବ ଅଭିପ୍ରାୟ ଭାବନା ଚେଷ୍ଟା ରସାଦି ଭାବାଦି ।

ଲେଶେ ବିନାଶେ ଚ୍ଛେଦନେ ରାମସୁତେ ଲବ ଶବଦ ସମ୍ପାଦି ।୪।

 

ଦେବୀ ଦୁର୍ଗାଦି ନୃପସ୍ତ୍ରୀ ପକ୍ୱଲତା କାବ୍ୟ ଶୁକ୍ର ଗ୍ରନ୍ଥସାର ।

ପ୍ଳବପ୍ଳାବନ ସୁପୁତ ଭେକ ଭେଳା ପର୍କଟୀ ଦ୍ରୁମ ବାନର ।୫।

 

ଶିବ ମୋକ୍ଷ ହର ଗ୍ରହଯୋଗଭେଦ ସୁଖ ଶୋଭା ଜନ ଘେନି ।

ଜବା ଝଟା ମଳା ଅମଳକୀ ଗୌରୀ ଫେରୁ ପିଶାଚିକି ମାନି ।୬।

 

ଶ୍ରୁବ ହୋମପାତ୍ର ଶଲ୍ଲକୀ ଦର୍ବୀ ଯେ ହରିଦ୍ରା ଦାରୁ କୁହାଇ ।

ମୌର୍କ୍କୀ ଶିଞ୍ଜିନୀ ଧରଣୀ ଶବ୍ଦ ବୋଲି କୁଣପ ସନ୍ଧାନ ହୋଇ ।୭।

 

କେଶବ ବିଷ୍ଣୁ କେଶବ କୈତବ ଯେ ବୋଲାଇ ଛଦ୍ମ ଧୂସ୍ତୁର ।

ଉଦ୍ଧବ ଯଦୁଙ୍କ ମନ୍ତ୍ରୀ ମହୋତ୍ସବ ବାନ୍ଧବ ମିତ୍ର ସୋଦର ।୮।

 

ପଲ୍ଲବ ବିଶଳୟ ଶିଡ୍ଗ ଶୃଙ୍ଗାର ଅଲକ୍ତରାଗରେ ବର୍ତ୍ତି ।

ଭାର୍ଗବ ଶକ୍ର ଶୁକ୍ର ଧୂନି ପରଶୁରାମଙ୍କୁ ଜନେ ଭାଷନ୍ତି ।୯।

 

ଭାର୍ଗବୀ ରମାଉମା ଦୁର୍ବା ସ୍ଫାରିତି ଭେଦରେ ଭାଷଣ ହର ।

ମାଧବ ବିଞ୍ଚୁ ବୈଶାଖ ଯେ ମାଧବ ଯାଦବବଂଶେ ବିଚାର ।୧୦।

 

ମାଧବୀ ମଧୁ ଶର୍କରା ବାସନ୍ତି ଯେ ମାଧବୀ ସୁରା ତୁଳସୀ ।

ରାଜୀବ ମୀନ ପଦ୍ମ ମୃଗ ରାଘବ ରଘୁବଂଶେ ଝସେ ଭାଷି ।୧୧।

 

ବଡ଼ବା ଦ୍ଵିଜଯୋଷିତ କୁମ୍ଭ ଦାସ ବଡ଼ବା ଯେ ଅଶ୍ୱନାରୀ ।

ଘୋଟକ ପାତାଳ ବ୍ରାହ୍ମଣ ବଡ଼ବାନଳେ ବଡ଼ବା ଆଦରି ।୧୨।

 

ସୁଗ୍ରୀବ ନନ୍ଦୀଘୋଷଦ୍ୱୟ ସୁଗ୍ରୀବ ପୁଣି ଶାଖାମୃଗେଶ୍ୱର ।

ସୈନ୍ଧବ ମଣିମନ୍ଥ ନାମ ସୈନ୍ଧବ ଲବଣ ତୁରଙ୍ଗସାର ।୧୩।

 

ଉପପ୍ଳବ ରାହୁଗ୍ରହ ଯେ ମାଧବୀ ତରଣି ସିହ୍ଲକ ଆଣ ।

ଜୀବଞ୍ଜୀବ ବୃକ୍ଷଭେଦ ଚକୋରକ ବିପଦ ନାମ ପ୍ରମାଣ ।୧୪।

ଇତି ବାନ୍ତ ।

 

ଅଂଶୁପ୍ରଭା ପ୍ରାଣ କିରଣ ବୋଲାଇ ଅଶୁ ଶୀଘ୍ର ଧାନ୍ୟାନ୍ତର ।

କାଶୀ ବାରାଣଶୀପୁର କାଶ ପୁଷ୍ପ କୀଶ କପି ଦିଗମ୍ବର ।୧।

 

କୁଶ ଦ୍ୱୀପ ଜଳ ଦର୍ଭ ରାମସୁତ ଈଶ ପ୍ରଭୁ ମହେଶ୍ୱର ।

କ୍ଳେଶ ଦୁଃଖ ଦଶା କ୍ଷୟ କ୍ଳେଶନାମା ବାଳ ବରୁଣ କୁବେର ।୨।

 

କୋଷ କୋରକ ଖଡ଼ଗପିଧାନ ଯେ ଦ୍ରବ୍ୟ ସଂଗ୍ରହସନ ।

ଦୃଶ ଦର୍ଶନ ନେତ ବୃଦ୍ଧି ନାଶ ଯେ ନିଧନ ତାପ ଜୟିନ ।୩।

 

ପାଶ ପାରୁଷ କେଶବେଶ ବନ୍ଧନ କର୍ଣ୍ଣପୁର ପୁଣ ପାଶ ।

ନିଶା ବୋଲି ଦାରୁହରିଦ୍ରାକୁ ଜାଣ ଗୁଡ଼ତ୍ଵକ ସାଉବଂଶ ।୪।

 

ଆର୍ଦଶ କହି ଦର୍ପଣକୁ ଟୀକାକୁ ପ୍ରତି ପୁସ୍ତକକୁ ପୁଣି ।

କର୍କଶ କାମ୍ପିଲ୍ଲ କଠିନ ନିର୍ଦ୍ଦୟ କ୍ରୂର ସାହସିକେ ଘେନି ।୫।

 

ବାଳିଶ ନାମ ଶିଶୁ ମୁର୍ଖେ କହନ୍ତି ଶୈବଳ ବଟ ଭୃକେଶ ।

ବିକାଶ ବିକଚ ପ୍ରକାଶ ବୋଲାଇ ମୁନି ମେଷ ଯେ ଲୋମଶ ।୬।

 

ଖଣ୍ଡପର୍ଶୁ ନାମ ବହେ ପର୍ଶୁରାମ ଶଙ୍କର ଚୂର୍ଣ୍ଣଲେପନୀ ।

ଜୀବିତେଶ ଯମ ବଲ୍ଲଭ ବୋଲାଇ କ୍ରୂର କୃଶ ଖର୍ବ ଶନି ।୭।

 

ନାଗପାଶ ବଦ୍ଧ ଆୟୁଧ ଦରଶ ପୂର୍ଣ୍ଣମାସୀ ପଞ୍ଚଦଶୀ ।

ପରିବେଶ ବୋଲି ପରିଧିକି ବେଷ୍ଟନକୁ ସର୍ବମତେ ଭାଷି ।୮।

ଇତି ଶାନ୍ତ ।

 

ଷା ବାଣସୁତା ରାତ୍ରି ଶେଷ ଋଷି ମୁନି ଦୀଧିତି ଦେବତା ।

କର୍ଷ କର୍ଷଣେ ମାନଭେଦ ଘୋଷ ଯେ ବ୍ରଜବଲ୍ଲୀ ନାମେ ଉକ୍ତ ।୧।

 

ବୃଷ ଧର୍ମ ବଳୀବର୍ଦ୍ଦ ରାଶିଭେଦ ଶ୍ରେଷ୍ଠ ମୂଷିକ ଛାଗଳ ।

ବୃଷ ମୂଷିକପର୍ଣ୍ଣୀକି ଇନ୍ଦ୍ର ମେଷ ପ୍ରାନ୍ତ ବୃଦ୍ଧ କାମପାଳ ।୨।

 

ପୀୟୂଷ ଦଧି କ୍ଷୀର ସୁଧା ପୁରୁଷ ପୁଂସ ପୁଂନାଗ ପାଦପ ।

ମହିଷୀ ଲୁଲାପ ରାଜସ୍ତ୍ରୀ ପ୍ରଦୋଷ ସନ୍ଧ୍ୟା ଦୋଷରେ ପ୍ରଦୋଷ ।୩।

 

କଳୁଷ ଆବିଳ ପାପ ରୋଗ ତାପ ଅପରାଧ ଯେ କିଳିଷ ।

କଳ୍ମଷ କାଞ୍ଜିକ ପାବକ ଯେ ନାଗ ନୃପ ବିଭେଦ ନହୁଷ ।୪।

ଇତି ଷାନ୍ତ ।

 

ସ୍ୱ ବୋଲି ଶୁଭକୁ ଆତ୍ମାକୁ ଧତକୁ ପ୍ରିୟକୁ ଯେ ସେ ସ୍ୱଜାତି ।

ସ୍ୱବେଶ ରଚନା ଭାରତୀ କମଳା ଶୋଭା ତ ବର୍ଗସମ୍ପତ୍ତି ।୧।

 

ତ୍ରାସ ଭୟ ମଣି ଦୋଷ ଦାସ ଭୃତ୍ୟ ଶୂଦ୍ରଜ୍ଞ ଆତ୍ମାଧୀବର ।

ଦାସୀ କେଟୀ ଝିଣ୍ଟୀ ନାସା ଯେ ନାଶିକା ଅଧଦ ରୁଣୀ ଆବର ।୨।

 

ବସ୍ତ୍ର ଭେନ୍ଦୁଅଗ୍ନୀ ପ୍ରଭାକର ପ୍ରସୃ ପୁଣି ଯେ ଅସ୍ତ୍ର ଜନନୀ ।

ଭାସ ପ୍ରଭା ପକ୍ଷ ଭେଦେ ମାଂସ ମେଦ କକ୍କୋଳ ନଟାକୁ ଘେନି ।୩।

 

ରାସ କୋଳାହଳ ଗୋପୀକ୍ରୀଡ଼ାଭେଦ ବ୍ୟାସ ଯେ ମୁନି ବିସ୍ତୃତ ।

ରସ ଶୃଙ୍ଗାର ବିଷ ବୀର୍ଯ୍ୟ ପାରଦ ଦ୍ରବ୍ୟ ଧାତୁ ରାଗ ଉକ୍ତ ।୪।

 

ରସ କେଳି ଜଳ ଦେହ ରସନା ଯେ ମଲ୍ଲକୀ ଭୂମି ଏ ରସା ।

ମିସି ଶତପୁଷ୍ପ ଆଜବମାଦା ମାସ କରିଣୀ ରମଣୀ ଯୋଷା।୫।

ଇତି ସାନ୍ତ ।

 

ହ୍ରୀ ଲଜ୍ଜା ହ୍ରୀବେର କଷ୍ଟ ଭାବନା ହେ ଶ୍ରେଷ୍ଠକୁ ଯେ ସମ୍ବୋଧନ ।

ବହ୍ନି କେକୀ ଅଗ୍ନି ଅହି ସର୍ପକୁ ଯେ ବୃତ୍ରାସୁର ନାମ ଘନ ।୧।

 

ମହା ପୃଥିବୀ କୁମାରୀ ତରୁ ମହା ବିପୁଳ ଏହି ପାଦପ ।

ଦ୍ୟୂହ ଅକ୍ଷି ରଣପଞ୍ଚାରେ ବ୍ୟୂହ ଯେ ବୋଲାଇ ପୁଣି କଳାପ ।୨।

 

ବାହ ବାହନ ଅଶ୍ୱ ଗୃହ ଶବରରାଜା ଗୁହ କାର୍ତ୍ତିକେୟ ।

ଦେହୀ ଦେହବନ୍ତ ଧରଣୀ ବୋଲାଇ ମହୀ ମହାଗର୍ବବୟ ।୩।

 

ରହ ରହସ୍ୟ ଏକାନ୍ତ ଶ୍ରେୟ ଶ୍ରେଷ୍ଠ ଶାଖା ସିଂହ କଣ୍ଠରବ ।

ରୁହ ମୂଳ ଆନ ରୁହ ବୋଲି କରି ଜନମ ଏକକୁ ଭାବ ।୪।

ଇତି ହାନ୍ତ ।

 

ରୁକ୍ଷ ଭଲ୍ଲୁକ ନକ୍ଷତ୍ର ଗିରିଭେଦ ଯକ୍ଷ ଗୁଦ୍ୟକ କୁବେର ।

କକ୍ଷ ମହିଷ ବାହୁମୂଳ କକ୍ଷ ଯେ ଗ୍ରହ ପଶ୍ଚାତ ଅଞ୍ଚଳ ।୧।

 

କକ୍ଷ ପ୍ରକୋଷ୍ଠ କାଞ୍ଚୀ ଗଜ ରଜ୍ଜୁ ଯେ କକ୍ଷା ରଥ ଭାଗ ପୁଣି ।

ଦ୍ଵିସକ୍ତା ଜଟା ଗର୍ବଭାଣ୍ଡ ଅଶ୍ୱତ୍‌ପ୍ଳକ୍ଷ ବୋଲିକରି ଗଣି ।୨।

 

ଦକ୍ଷ ପଟୁ ପ୍ରଜାପତି ତାମ୍ରଚୂଡ଼ ଧ୍ୱଂକ୍ଷ ମତ୍ସ୍ୟରାଜ କାକ ।

ପକ୍ଷ ମାସାର୍ଦ୍ଧ ସହାୟ ପାଷ୍ଣି ଗ୍ରହ ସାଧ୍ୟ ବିରୋଗେ ବିଦ୍ୟକ ।୩।

ଇତି କ୍ଷାନ୍ତ ।

 

ନାନାର୍ଥ ଗୀତ ଅଭିଧାନ କଲି ମୁଁ ସାର ସାର ଯେତେ ବାଛି ।

ଶବ୍ଦ ସମୁଦ୍ରବତ ପାର ହେବାକୁ କାହାର ସାମର୍ଥ୍ୟ ଅଛି ।୧।

 

ମନ ଦେଲେ ମୂର୍ଖେ ପଣ୍ଡିତ ହୋଇବେ ବୁଧେ କରିବେ ପ୍ରଶଂସା ।

ସଂସ୍କୃତ ଲିଙ୍ଗ ସଂଗ୍ରହରେ ଅବ୍ୟକ୍ତିବୋଧକ ପ୍ରାକୃତ ଭାଷା ।୨।

 

‘କ’ ଠାରୁ ‘କ୍ଷ’ ଯାଏ ବର୍ଣ୍ଣ ବିରଚନା ଅକ୍ଷର ଧରି ହେଜିବ ।

କହେ ଉପଇନ୍ଦ୍ର ଭଞ୍ଜ ବୀରବର ଲୋଡ଼ା ଶବ୍ଦକୁ ଘେନିବ ।୩।

ସମାପ୍ତ