କଠିନ ହେଲେ ରସିବେ ନାହିଁ କେହି
ଏ ଘେନି ସମଗ୍ର ନିୟମରେ କଲି ନାହିଁ ହେ ।।୪୦।।
ଘନରସେ ପୂରି ଅଳଙ୍କାର ହୋଇ ଯୁକ୍ତ
ବନିତା ପରାଏ ସୁଖ ଦିଅଇ କବିତ୍ୱ ହେ ।।୪୧।।
କବିତା ଗୀତା କହିବା ଲୋକ ଉପମାତା
ଅନୁରାଗେ ମୂରତି ଜୀବନର ସଂସ୍ଥିତା ହେ ।।୪୨।।
ପଦ ସଂଯୋଗରେ ବଳି ଛନ୍ଦ କାମକେଳି
ଲକ୍ଷଣମାନ ସଂଯୋଗ ଅଛି ତହିଁ ମିଳି ହେ ।।୪୩।।
ସୂତା ସୁରତ ବୈଦଗ୍ଧ୍ୟ ନ ଜାଣଇ ପିତା
ପତି ସେ ଜାଣଇ ତାର ମତି ଅତି ଚିନ୍ତା ।।୪୪।।
ଅନୁଭବୀ ଅନୁରାଗେ ଆସ୍ୱାଦନ କଲେ
ରସିକେ ଜାଣିବେ ସବୁ ସୁରସକୁ ବଳେ ହେ ।।୪୫।।
ନ ଜାଣି ମୁଁ ବୋଲିଥିଲେ ଆଉ କବି ଜାଣି
କବି ରସେ ଦୋଷ ଘେନା ନ ଯାଏଟି ପୁଣି ହେ ।।୪୬।।
ପରମ୍ପରା ରୀତି ନୀତି ଯାକ ଦୃଷ୍ଟାନ୍ତର
ଭାଷା ଆଶୟ ଲକ୍ଷଣ ଗୁର ଅଳଙ୍କାର ହେ ।।୪୭।।
ନିତ୍ୟ ସ୍ଥାୟୀ ଏତେ ହେତୁ ନୂତନ କଳ୍ପନା
ଏହି ଘେନି ସୁଜନ ହୋଇବ ମୋର ସ୍ନେହା ହେ ।।୪୮।।
ଧୀର ମନ କରି ଶୁଣ ଚରିତକୁ ଏବେ
ପ୍ରେମକଳା ଆଦି ଜନ୍ମ ଯେହୁ ଯେଉଁ ଭାବେ ହେ ।।୪୯।।
ନିତ୍ୟ ଲୀଳା କରୁ ଦିନେ ବୃଷଭାନୁ ଜେମା
ପ୍ରିୟତମ ପ୍ରେମ ବୁଝିବାକୁ ମନୋରମା ।।୫୦।।
ସ୍ୱକଳାରୁ ଜାତ କଲେ ସ୍ୱରୂପ କାମିନୀ
ମନେ ଭାବି ନାମ ଦେଲେ ତୋଷେ ବିନୋଦିନୀ ହେ ।।୫୧।।
ଆଜ୍ଞା ଦେଲେ ତୁ ଗୋ ଏହିଠାରେ ବସିଥିବୁ
କୃଷ୍ଣ ମୋତେ ଲୋଡ଼ା କଲେ ‘ନାହାନ୍ତି’ ବୋଲିବୁ ହେ ।।୫୨।।
କଉତୁକେ ମନ ଘେନା କରି ଅଭିମତ
ଗୋପନୀୟ ପୁରେ ଯାଇ ହୋଇଲେ ଗୁପତ ଯେ ।।୫୩।।
ଏ କାଳେ ରେ ହରି ଆସି ପୁରରେ ମିଳିଲେ
ଅପୂର୍ବ ସୁନ୍ଦରୀ ଦେଖି ରସେ ବଶ ହେଲେ ।।୫୪।।
ପଚାରିଲେ “କାହୁଁ ଆସି ଅଛୁ ମନୋରମା
ତୁ କି ସଂସାର ଲାବଣ୍ୟ ସୁଷମାର ସୀମା ଗୋ ।।୫୫।।
କାହିଁ ନ ଥିଲା ନୋହିବ ତୋ’ ସମାନେ ଆନ
କାହିଁ ନ ଥିଲା ନୋହିବ ମାଗୁଛି ଯା ଘେନ ରେ ।।୫୬।।
ପୀରତି କୀରତି ଧରତୀରେ ସାତ ସାର
ରତି ଦାନ ଦେଇ ମୋତେ ପରିଚାର କର ଗୋ ।।୫୭।।
ଚିତ୍ତ ଚକୋର ମୋହର ଅତ୍ୟନ୍ତ ଆତୁର
ମନ୍ଦ ଚନ୍ଦ୍ରହାସ ବାରେ ପରକାଶ କର ଗୋ ” ।।୫୮।।
କହୁ କହୁ କାମଦେବ କଲା ଅଣାୟତ୍ତ
ଆଲିଙ୍ଗନ କରି ମୁଖ ଚିମ୍ବିଲେତ୍ୱରିତ ଯେ ।।୫୯।।
ପ୍ରିୟତମ ପ୍ରେମ ଦେଖି ତମ ପ୍ରିୟା କରି
ମୋ ବଡ଼ାଇ ଛାଡ଼ାଇଲା ମନରେ ବିଚାରି ଯେ ।।୬୦।।
ସପତ୍ନୀ ହେବ ଏ ଭାଷି ତାପେ ଶାପ ଦେଲେ
“ଜନ୍ମ ହୁଅ, ପତି ଭାବ ନମିଲୁ” ବୋଇଲେ ଯେ ।।୬୧।।
ଏହି କ୍ଷଣି ଜନମି ମୋହିଲୁ ମୋ କାନ୍ତ
ତୁ ଥିଲେ ମୋ ସୌଭାଗ୍ୟ ରହିବ ନାହିଁ ସତ ଯେ ।।୬୨।।
ଏ ବାଣୀକି ଶୁଣି ସେ ରମଣୀ ବର ମଣି
ପଦେ ପଡ଼ି କରଯୋଡ଼ି କହେ ସ୍ତୁତି ବାଣୀ ଯେ ।।୬୩।।
ଅନନ୍ତ କୋଟି ବ୍ରହ୍ମାଣ୍ଡ ଅଟ ଠାକୁରାଣୀ
ଆତ୍ମ ଶକ୍ତିବନ୍ତ ଯେ ଅଶେଷ ଭାବେ ମଣି ଯେ ।।୬୪।।
ଇତି ଉକ୍ତି ଯୁକ୍ତ ନୋହେ ତୁମ୍ଭ ମହିମାକୁ
ଈଦୃଶ ଦୁଃସହ ଶାପ ଦେଲୁ କି ଦୋଷକୁ ଗୋ ।।୬୫।।
ପଣ୍ଡିତ କହିବେ ନିଜ ଜନ ପରାଭବେ
ଉତ୍ତମ ବୋଲିବେଟିକି ଏ କଥାକୁ ଭବେ ଗୋ ।।୬୬।।
ଗୁରୁ ଶାବକାକ୍ଷୀ ଭାନୁସୁତା ଏହାଶୁଣି
ରୁଚି ମଣି ଲଜ୍ଜିତରେ ଚାହିଁଲେ ଧରଣୀ ଯେ ।।୬୭।।
ଉଲ୍ଲାସ ସେ ମନୋରମା ମୂତ୍ତ ଦେଖି ହରି
ଲୁ କର୍ଣ୍ଣାକୁ ଦେଲେ ବର ଅନୁଗ୍ରହ କରି ଯେ ॥୬୮।।
ଏ ଶାପକୁ ଯୋଗ୍ୟା ତୁତ ନୋହୁରରେ ସୁନ୍ଦରୀ
ଐଶ୍ୱର୍ଯ୍ୟ ଶୋଭାରେ ପୂର୍ଣ୍ଣ ଅଟେ ତୋ ମାଧୁରୀ ରେ ॥୬୯।।
ଓଦା ବାସ ପ୍ରାୟ ଜର ଜର ଦେହ ମୋର
ଔଷଧ ତୁ ମଦନ ଜ୍ୱରକୁ ରାମାବର ରେ ।।୭୦।।
ସଂସାରେ ତୁ ଅଯୋନି ଜନମ ହୁଅ ଯାଇ
ସୃଷ୍ଟିରେ ରଖ ତୁ ସାର ପୀରତି ବଢାଇ ଯେ ।। ୭୧।।
ଜନମ ଆମ୍ଭ ଅଂଶ ହୋଇବ ତୋର କାନ୍ତ
ସମ୍ମତ କଥାକୁ କଲୁ ହୋଇ ତୋଷ ଚିତ୍ତ ଯେ ।।୭୨।।
ଶାପ ଦେଲା ମମ ପ୍ରିୟା ରବି ନୋହୁ ପ୍ରାପ୍ତ
ଏ ଘେନି ଅନ୍ତର ସମ୍ବତ୍ସରେ ହେବ କାନ୍ତ ଯେ ।।୭୩।।
ଭଲ ଏ ବଚନ କାନ୍ତ ମୁଖୁ ଶୁଣି ରାଧା
ଯୁକ୍ତରେ ଏ ପ୍ରାପ୍ତ ହେଉ ବୋଲେ କରି ଶ୍ରଦ୍ଧା ଯେ। ।୭୪।।
ପୂର୍ଣ୍ଣମାସୀ ଯୋଗମାୟା ସେ କାଳେ ମିଳିଲେ
ତୁଷ୍ଟ କରି ଠାକୁରାଣୀ ତାକୁ ଆଜ୍ଞା ଦେଲେ ଯେ ॥୭୫।।
ଯତ୍ନ କରି ଏ କନ୍ୟାକୁ ବର ଅଛୁ ଦେଇ
ଯତ୍ନ ରତ୍ନବତ ଗୋପ୍ୟ କରି କୋଳ କର ନେଇ ଯେ ।।୭୬।।
ଜନ୍ମ ମତ୍ତ୍ୟପୁରେ ଅଯୋନିରେ କରାଇବ
ଜନ୍ମ ପରେ ଆମ୍ଭପରି ଲୀଳା ପ୍ରକାଶିବ ଯେ ।।୭୭।।
ପରକୀୟ ଭାବେ ଆହା ହୋଇବ ପ୍ରବତ୍ତ
ବହୁ ସମ୍ବତ୍ସର ଯାଏ ପୁଣି ହେବ ଭିନ୍ନ ଆତ୍ତୀ ଯ ।।୭୮।।
ପୁଣି ସ୍ୱକୀୟରେ ହେବ ପତି ସଂସର୍ଗ
ଅବନୀରେ ଲଭିବେ ଆନନ୍ଦ ଚାରିବର୍ଗଯେ ॥୭୯॥
ପ୍ରେମରେ ମୋହିଲା ଏତ ମତ କାନ୍ତ ମର୍ମ
ପ୍ରେମକଳା ନାମ ହେବ ଏ ବିହିତ କର୍ମ ଯେ ॥୮୦॥
ଏହା ଶୁଣି ଯୋଗମାୟା ମାୟା ବଳ କରି
କମଳ କୋଷ ମଧ୍ୟରେ ରମଣୀକି ଭରି ଯେ ।।୮୧।।
କେଳା ବନେ ଯେ ଶବରୀ ନାରାୟଣ
ତାଙ୍କ ଗୋଚରରେ ନେଇ କଲେ ସମର୍ପଣ ଯେ ॥୮୨।।
ନାରଦଙ୍କୁ ଜଣାଇ ଏ ବିଧାନ ସନ୍ଧାନ
ତପ ଯୋଗେ କାରଣେ ସେ ସ୍ୱୟଂ ମୂତ୍ତମାନ ଯେ ।।୮୩।।
କାରଣ ନିମିତ୍ତେ ନାନା ରୂପମାନ ଧରି
ଜନମ ହେମାକୁ ଚିତ୍ତେ ହୋଇଲେ ବିଚାରି ଯେ ।।୮୪।।
ସେ ଦିନୁ ସେ କନ୍ୟାରୂପେ କୃଷ୍ଣ ଆଶ କରେ
କବି ଏହି ଅଧ୍ୟା ହାର କଲା ମାନସରେ ।।୮୫।।
ଜାତ ହେଲେ ଯାଇ ସେ ମହୀରେ ଦ୍ୱିଜଘରେ
.... ..... ..... ..... ...... ।।୮୬।।
ନିଜ ବାକ୍ୟ ସତ୍ୟ କରି ସ୍ନେହ ବଶ ହୋଇ
ଅନ୍ୱେଷଣା କଲେ ତାକୁ ଅଂଶେ ଚଳି ଯାଇ ଯେ ।।୮୭।।
ଗୋବର୍ଦ୍ଧନ ପୁରେ ବଳି ଖାଉଥିଲେ ଯେହୁ
ଗଲେ ଯାଇଥିବେ ବଡ଼ ଲୋଭୀ ମନା ସେହୁ ଯେ ।।୮୮।।
ଦିନେ ଦିନେ ଭ୍ରମୁ ଭ୍ରମୁ ନାରାୟଣ ସ୍ଥାନେ
ସେ ନାରୀକି ଦେଖି ହେଲେ ଅବଶ ମଦନେ ଯେ ।।୮୯।।
କମଳ କୋଳରେ କରି ଅଛି ସେ ଶୟନ
ଦେଖି ଲୋଭାହେଲାସେ ପ୍ରିୟ ନନ୍ଦନଯେ ।।୯୦।।
ଜ୍ଞାନ ଭ୍ରଂଶ ହୋଇ ବେଗେ କଲା ଆଲିଙ୍ଗନ
ବିରସ ହୋଇଲେ ବତ ନ ଦେଖି ଜୀବନଯେ ।।୯୧।।
ତାହା ପ୍ରାପ୍ତି ଆଶ କରି ସେବେ ନାରାୟଣ
ପଂଚ ତପ ଆଦି ସହି ଅନେକ କଷଣ ।।୯୨।।
ସେ ସୁନ୍ଦରୀ ଶୁଭ୍ର ଦେଖୁଥାଇ ବସି
କରୁଥାଇ ତାକୁ ସ୍ନେହ ଚିତ୍ତେ ରସି ।।୯୩।।
କେତେ ଦିନେ ସ୍ୱପ୍ନେ ଆଜ୍ଞା ଦେଲେ ନାରାୟଣ
ଜନମେ ହେବୁ ତୁ ତାହା ରମଣ ।।୯୪।।
ଏ ନିରାଶ ବାକ୍ୟେ ଆଶ ନ ହେଲା ତା ନାଶ
ତୀର୍ଥାଟନ କଲା ଧରି ଯୋଗୀ ବେଶ ଯେ ॥୯୫।।
ବାଞ୍ଚାବଟ ନିକଟରେ ତ୍ରିବେଣୀ ସଙ୍ଗମେ
ଝାସ ଚଦେଇ ନାସ ହେଲା ତା ପ୍ରାପ୍ତି ଆଗମେ ।।୯୬।।
ଏ ଅନ୍ତେ କହିବା ଆନ ଚିତ ବିଧାନ
ଯେତେ ରୂପେ ଅନୁବନ୍ଧ ପରମ୍ପରା ସ୍ଥାନ ଯେ ।।୯୭।।
ଚତୁଃଷଷ୍ଠି ଛାନ୍ଦରେ ଏ ପ୍ରବନ୍ଧ ହୋଇବ
ଚତୁଃଷଷ୍ଠି କାମକଳା ପୂର୍ଣ୍ଣ ହୋଇଥିବ ॥୯୮॥
ଚତୁଃଷଷ୍ଠି ନାୟିକା ନାୟକ ନୀତି ରୀତି
ୟେତେ ସରି ନିୟମ ଲକ୍ଷଣ ବନ୍ଧ ସ୍ଥିତି ।।୯୯।।
ଚତୁଃଷଷ୍ଠି ରାମାଳାପ ସମଗ ସଚିବ
ଏକଶତ ପଦରେ ୟେ ରଚିତ ହୋଇବ ।।୧୦୦।।
କୃଷ୍ଣ ଭକ୍ତ ଦ୍ୱିଜ ବଇଷ୍ଣବ
କୃପାରୁ ଏ ସାଙ୍ଗେପାଙ୍ଗ ଅବିଘ୍ନରେ ହେବ ଯେ ।।୧୦୧।।
ବାଞ୍ଛା କଳ୍ପତରୁ କୃଷ୍ଣ ପାଦ ପଦ୍ମ ଚିନ୍ତି
ଅଭିମନ୍ୟୁ ସାମନ୍ତସଂହାର ରଚୟନ୍ତି ଯେ ।।୧୦୨।।
ଜମ୍ବୁ ଦ୍ୱୀପ ଭାରତ ଖଣ୍ଡେ ଏସାର ମହୀ
ମହୋଦଧି ଯାଜନଗ୍ର ମଧ୍ୟ ରମ୍ୟ ତହିଁ ଯେ ।।୧୦୩।।
ସୁବେହାର ସ୍ଥାନ ଯେଣୁ ଥିବାରୁ ସେ ଦେଶ
ଗୋଳକୁଣ୍ଡ ନାମେ ଗ୍ରାକ ତହିଁରେ ପ୍ରକାଶ ଯେ ।।୧୦୪।।
ବ୍ରାହ୍ମୀ ନଦୀ ବହଇ ସେ ଗ୍ରାମ ସୀମା ଦେଇ
ବିରାଟ ଗୋଧନ ରହିବାର ସ୍ଥାନ ସେହି ଯେ ।।୧୦୫।।
ଏ ରାଜ୍ୟରେ ରାଜା ମିତ୍ରବଂଶ କ୍ଷେତ୍ର ବୀର
ଇନ୍ଦ୍ରଜିତ ସାମନ୍ତ ସିଂହାର ନାମ ବର ଯେ ।।୧୦୬।।
ତାଙ୍କ ଯଶ ପରି ପର କଟକରେ
ଦାନୀ ମାନୀ ଜ୍ଞାନୀ ନୀତି ରୀତି ପ୍ରଚାରରେ ।।୧୦୭।।
ତାଙ୍କ ଜ୍ୟେଷ୍ଠ ପୁତ୍ର ଅଭିମନ୍ୟୁ ନାମ ମୋର
ଆଡ଼ମ୍ବର ରୀତିରେ ତ ସାମନ୍ତ ସିଂହାର ଯେ ।।୧୦୮।।
ମିତ୍ର ନାମ ବହୁଦିନ ରହିବାର ଭାଳି
କୀତ୍ତ ରଖିବାକୁ ଏ କବିତ୍ୱ ପ୍ରକାଶିଲି ଯେ ।।୧୦୯।।
ନୀତିରୀତି ପ୍ରିତୀ ଯେ ଖୋଜିବ ଯାହା
ଏ କବିତ୍ୱ ମଧ୍ୟରେ ବର୍ଣ୍ଣନା ହେବ ତାହା ହେ। ।୧୧୦।।
ବିଂଶ ବରଷ ବୟସେ ଏହା ଆରମ୍ଭିଲି
ସୁଜନ ପଦାଶ୍ରିତରେ ଶଙ୍କା ହିଁ ନ କଲି ହେ ।।୧୧୧।।
ବିଚାରିଲି ଊଣା ହେଲେ ହେବ ହାସ୍ୟାସ୍ପଦ
ପଂଚ ବିଧି ଶ୍ଳେଷ ଆଶ୍ରୟ ସହିତ ଛାନ୍ଦ ହେ ।।୧୧୨।।
ଏଣୁ ଲଜ୍ଜାକୁ ହିଁ ନାହିଁ ଚିନ୍ତା ମନେ ମୋର
ହରି ତ୍ରାହି କର ବୋଲି ସାମନ୍ତ ସିଂହାର ।।୧୧୩।।
ଧୀରେ ଶୁଣ କର୍ଣ୍ଣାନନ୍ଦ ରସ ନାମେ ଏକ ଦେଶ
ଜମ୍ବୁ ଦ୍ୱୀପରେ ପ୍ରଦୀପ ତାହା ହେଜ ଉଜ୍ଜ୍ୱଳ ଅତି ବିଶେଷ ହେ ସୁଜନେ ।।୧।।
ମହୀ ମହିଳାର ଶିର ଗଭା ମନ ନୟନ କରଇ ଲୋଭା
ସର୍ବ ସୁମନ ସମ୍ପୂର୍ଣ୍ଣ ଦେଖି ହୋଇ କଇଳାସ ବତ ପ୍ରଭାହେ ସୁଜନେ ॥୨॥
ମଧୁ କଟକ ନାମ ତହିଁରେ ନଗ୍ରେ ବସଇ ଅତି ଯତ୍ନରେ
କି କହିବା ସେ କଟକ ଆଡ଼ମ୍ବର ଅନୁପମ ତ୍ରିଲୋକରେ ହେ ସୁଜନେ ।।୩।।
ପରମାନନ୍ଦ ସୁଖ ଦାୟକମଣିଲଇଁ ଏ କିଣି (?) ନାୟକ
କୁମୁଦ ଯଶ ପ୍ରକାଶ କରେ ଯେଣୁ ତେଣୁ ଏ ଉପଲକ୍ଷକ ହେ ସୁଜନେ ।।୪।।
ପୂର୍ଣ୍ଣ ନୟନାନନ୍ଦ ସମ୍ପତ୍ତ ରାମଜ୍ୟୋତିରେ ହରୁଛି ମତି
କାମ କେଳିତ ନିବାସ ତହିଁ ସ୍ଥିତି ଏଣୁ ମଣି ଦ୍ୱାରା ବତୀ ହେ ସୁଜନେ ।।୫।।
ପୂରି ଅଛନ୍ତି ତ ସୁର ବର୍ଗ ।।୬।।
ପୁଣ୍ୟଜନ ଥିବାରୁ ବିଶେଷ ଯହିଁ ମନ୍ଦୋଦରୀ ଅଭିଳାଷ
ବିଭୀଷଣ ଶ୍ରେଷ୍ଠ ଲୋକ ଦେଖି ହୋଇ ଲଜ୍ଜାଶଙ୍କା ପରକାଶ ହେ ସୁଜନେ ।।୭।।
ରତ୍ନାକର ପୂରି ଉଛୁଳଇ ତହିଁ ରସ ଅଛଇ
ଅକୂପାରି ପରା ପାରକୁ ନ ପାଇ ବିଚିକିତ୍ସା ଜନମଇଁ ହେ ସୁଜନେ ।।୮।।
ବଳି ରାଜାରେ ପାଳିତ ଜନ ନାଗରେ ସୁରଙ୍କର ଭୁବନ
ଅଧୋଭୁବନ ପ୍ରାୟ ଦିଶୁଛି ରତ୍ନାକର ଘେନି ଏ ଭୁବନ ହେ ସୁଜନେ ।।୯।।
କି କହିବା ତହିଁ ପ୍ରତକ୍ଷରେ କାମ ଜନନୀକି
ସୀତା ପାର୍ବତୀ ରେବତୀ ରତିଭ୍ରମ ରମା ନେତ୍ରାନନ୍ଦ ବା କି ହେ ସୁଜନେ ॥୧୦।।
ଦାସ କରନ୍ତି ବିଶେଷ ଆକ୍ଷି ଏହି ଘେନିଅଛି ତାକୁ ଲକ୍ଷୀ
ମହାତାପ ହର ଘନରସ ଦାନୀ ଘେନି ଘନଶଶୀ ମୁଖୀ ହେ ସୁଜନେ ।।୧୧।।
ସେ ନଗ୍ରରେ ଯେତେ ଛନ୍ତି ବାଳୀ ତହିଁ କେବଳ ଗଉରୀ କାଳୀ
ଅଳକଣା ହଂସ ଗତିକି ଅନାଇଁ
ଗମନ ମନରେ ଭାଳି ହେ ସୁଜନେ ।।୧୨।।
ତହିଁରୁ ସେ ରାମ ଲଇକ୍ଷଣ ଯହିଁ ଛନ୍ତି ବୀର ଶତ୍ରୁଘନ
ଅପୂର୍ବ ଆଭାକି ଥିବାରୁ ଅଯୋଧ୍ୟା ଚିତ୍ତେ
ହୋଇଛି ସ୍ମରଣ ହେ ସୁଜନେ ।।୧୩।।
ଅରୁଣକୁ ଘନି ପ୍ରଭାକର ବିଷ୍ଣୁ ପଦରଂଜି ଶୁଭଙ୍କର
କାବ୍ୟପରି ପ୍ରତେ ଆଭାସୁଛି ଗୁରୁ କବି ମଦନର ହେ ସୁଜନେ ।।୧୪।।
ବିଶେଷତ ଧନପତି ନାହିଁ ହେବ ଅଳକା କି ସମ ତହିଁ
ଏଣୀନୟନା କଣିଆଇଁ ଚାହିଁଲେ ଅଣିମାଦି
ସୁଖ ନାହିଁ ହେ ସୁଜନେ ।।୧୫।।
ମନ୍ଦ ନାହିଁ ଶନି ବିନା ଦ୍ୱନ୍ଦ୍ୱ କେବଳ ଦଂପତୀ ସିନା
ଧରାପଦେ ମହୀଧର ବୋଲିକହି ପର୍ବତ ମାତ୍ର ରଖନା
ହେ ସୁଜନେ ।।୧୬।।
କେତୁ ବୋଲିବାରୁ ଜାଣି କେତୁ ତମ ତମ ବିନା ନାହିଁ ହେତୁ ।।୧୭।।
ସେ ଦେଶରେ ଭାଣ୍ଡ ମାତ୍ର ପାତ୍ର ଦଣ୍ଡବଳ ସସୈନ୍ୟରେ ଯୁକ୍ତ
ଦଣ୍ଡିକାର ପୂର୍ଣ୍ଣ ମୁଣ୍ଡନ ଦଣ୍ଡନ କ୍ରୁର ଶାମ (?) ପାତ୍ର ସତ ହେ ସୁଜନେ ।।୧୮।।
କେତେ କହିବା ତା ଆଡ଼ମ୍ବର ବାଣୀ ବୁଦ୍ଧିରେ ନୋହେ ଗୋଚର
କର ପୀଡ଼ାକୁପରଜା ଜାଣନ୍ତି ଦରଜ ବିନା ନାହିଁର
ହେ ସୁଜନେ ।।୧୯।।
ନାହିଁ ବିଶେଷ କପର୍ଦ୍ଦୀଖ୍ୟାତ କାଶୀବତ ହୋଏ ପରତୀତ
ବରଜେ କରଜେ ଖୋଷା ନଜାଣନ୍ତି ଦରଜେ ଜପନ୍ତି ସତ
ହେ ସୁଜନେ ।।୨୦।।
ଖ୍ୟାତି ପରଭୃତ କଳକଣ୍ଠ ମାତ୍ର ଚଂଚରୀକ ପ୍ରୀତିଶଠ
ଶ୍ରୀବିମଳାକ୍ଷୀ ବାଣୀଘେନି ସଂପ୍ରତେ ବହେ ମହୀ ବଇକୁଣ୍ଠ
ହେ ସୁଜନେ ।।୨୧।।
ଏକା ସୁର ଭଜନ୍ତି ବାରୁଣୀ ଜାଣି ମଧୁର ମଧୁପଶ୍ରେଣୀ
ହରି ପ୍ରେମ ମଦ ପାନେ ମଗ୍ନଜନ ଆନ ନାହିଁ ତହିଁ ପୁଣି
ହେ ସୁଜନେ ।।୨୨।।
ଏକା ରସନ୍ତି ସାଧୁଙ୍କ ବିତ୍ତେ ସୁରତିରେ ଆସକ୍ତି ସୁଚିତ୍ତେ
ପର ପରସ୍ତିରୀ ସଙ୍ଗ ଅଭିଳାଷୀ ବିନା ନ ରହେ ସତତେ
ହେ ସୁଜନେ ।।୨୩।।
ଶୁଚି ଭଜନ ନିର୍ଗୁଣ ନର କରୁଣାକର ପଦେ ତତ୍ପର
ସର୍ବଭୂତ ଜ୍ଞାନି ହରପ୍ରିୟଙ୍କର ବିଶେଷ ଭାବେ ଗୋଚର
ହେ ସୁଜନେ ॥୨୪।।
ଭବ ପରାଏ ତ ବୀରପଣ ପିଠି ଦେବା ଯହିଁ ବିଚକ୍ଷଣ
ବୀର ରଣେ ମାନି ମାନି ଏକା ରହି ହର ନିର୍ଗୁଣ
ହେ ସୁଜନେ ॥୨୫॥
କେତେ କହିବା ଅବା ସେ କଥା ରସ ଅସର ହୋଇବ ପୋଥା
ଅଗଣା ବିପଣୀ ବସତି ତହିଁରେ କଳନେ କେ ସମାରଥା
ହେ ସୁଜନେ ।।୨୬।।
ଯୁବା ଯୁବତୀ ଲୀଳା ବିନୋଦେ ହାସ ରସ କୌତୁକ ପ୍ରମୋଦେ
କିଣାବିକା ଘନରସ ତରଙ୍ଗରେ ସମୁଦ୍ର ଉପମା ନିନ୍ଦେ
ହେ ସୁଜନେ ।।୨୭।।
କର ପସରା ଜନକ ପୁରି ସୀତା ଥିବାରୁ ମନେ ବିଚାରି
ରମ୍ଭା ଅଇରାବତୀ ଦେଖଅମରାବତୀ ଭ୍ରମ କାହିଁ କରି
ହେ ସୁଜନେ ।।୨୮।।
ହରିତ(?)ଶର କାହିଁରେ ଦେଖି ହରିହର ପ୍ରାଏ ଉପଲକ୍ଷି
ଦେବଦାରୁଏ (?)ସଜ୍ଞାଦେଖି ମନରେ ନୀଳାଚଳ ଭ୍ରମି ରଖି
ହେ ସୁଜନେ ।।୨୯।।
ଘନରସ ଫଳ ବାର କି ଦେଇଛନ୍ତି ରମଣୀବର
ବୋଲେ ତୁମ୍ଭର ପସରା ନୁହଇ ଏହାର କଠୋର
ହେ ସୁଜନେ ।।୩୦।।
କେଉଁ ରସିକ ଲୋଡ଼ୁ ବରଜ କେଉଁ ନାୟିକା ବୋଲଇ ଆଜ
ବାସ ପଦାର୍ଥ ଦାଣ୍ଡରେ ଖୋଜୁଅଛି ମୁଖେ ପାଉନାହିଁ ଲାଜ
ହେ ସୁଜନେ ।।୩୧।।
ଚନ୍ଦ୍ରହାସ ଲୋଡ଼ୁଅଛି କେହି କେଉଁ ଯୁବତୀ ବୋଲୁଛି ତହିଁ
ଯଦୁ ଚନ୍ଦ୍ରହାସେ ଭବ ପରିତ୍ରାସେ ତାହା କି ଦେଖିଲା ନାହିଁ
ହେ ସୁଜନେ ।।୩୨।।
କେଉଁ ରାମା ନୀଳାଚଳ ନାହିଁ ଚଲେ ଯୋଗ
ହରିତ ପଣନ୍ତ ଅନନ୍ତ ପ୍ରତୀତ ରଚେ ଅତି ବେଗ ବେଗ
ହେ ସୁଜନେ ।।୩୪।।
ତହିଁ ନନ୍ଦନ ସମ କାନନ ଶୁଣ କରିବା ତା ଦିପ୍ତିମାନ
ମୁନି କଦମ୍ବରେ ରାଜିତ ହେବାରୁ ନଉ ସରସୀ ସମାନ
ହେ ସୁଜନେ ।।୩୫।।
ରସାଳ ପ୍ରତେ ହୋଇ ରସାଳ ନତ ବ୍ରତତୀ ଦେଖି ଗହଳ
ବିଶାଖା ଦେଖି ମନରେ ଆଭାସିଲା କିବା ଏ ବ୍ରଜ ମଣ୍ଡଳ
ହେ ସୁଜନେ ।।୩୬।।
ସର୍ବ ସୁମନ ସମ୍ପୂର୍ଣ୍ଣ ଚାହିଁ ମେରୁ କଇଳାସ ଭ୍ରମ ହୋଇ
ତ୍ରାସ କର ଗୁରୁ ରକ୍ଷାରୁ ଲୋକନେ କି ଗ୍ରହ ଚନ୍ଦ୍ର ଅଟଇ
ହେ ସୁଜନେ ॥୩୭॥
ରାଜି କାନ୍ତିରେ ବିଟପୀ ଶୋଭା ଲଭି ସୁନାମ ସୁମନା ପ୍ରଭା
ବ୍ରହ୍ମପଦ ତଳେ ବନ୍ଧୁଯିବ ରହି କରାଉଛି ମନ ଲୋଭା
ହେ ସୁଜନେ ।।୩୮।।
ଶତ ଭୀରୁ ଦୁର୍ଲ୍ଲଭ ସୁନାରୀ କାହା ମନ ନ ପାରନ୍ତି ହରି
ହରିତ କି ଶୋଭା ବର୍ଣ୍ଣନା ନ ଯାଇ ଆକାଶ ଶଙ୍କା ସେ କରି
ହେ ସୁଜନେ ॥୩୯।।
କେତେ କହିବ ସେଇ କୀରତି କାମ ଜନନୀ ସେ ସୁଖ ପାତ୍ରୀ
ବିଶେଷ କମଳା କରୁଣାକର କାର ରସରେ ମନ ହୋନ୍ତି
ହେ ସୁଜନେ ।।୪୦।।
ତହିଁ ନିକଟରେ ରତ୍ନଗିରି କିସ ବର୍ଣ୍ଣିବା ତାହାର ଶିରୀ
ଅବନୀ ବନିତା ଏକସ୍ତନପରି ତୁଙ୍ଗେ ଶୋହେ ବସୁନ୍ଧରୀ
ହେ ସୁଜନେ ॥୪୧॥
ଅଷ୍ଟଧାତୁ ତହୁଁ ଉତପନ୍ନ ତେଣୁ ବିହାର ଅମୂଳ ସ୍ଥାନ
ରଙ୍ଗ ଗିରି ପ୍ରଭା ପ୍ରକାଶିଛି ବେଣୁ ବୀଣାଠାରୁ ଏ ଚନ୍ଦନ
ହେ ସୁଜନେ ।।୪୨।।
ତହିଁ ବିଚିତ୍ର ପ୍ରାସାଦ ରାଜେ ତ୍ରିଭଙ୍ଗିମାରୁ ଉତକୃଷ୍ଟ ଯେ
ବଳଭଦ୍ର ପ୍ରଦ ବଳଭଦ୍ରାନୁଜ ଦେବାକୁ ପତିତ କାର୍ଯ୍ୟେ
ହେ ସୁଜନେ ॥୪୩॥
ବଳିରେ ମଣ୍ଡନ ବନ ଶୁକ କରନ୍ତି ‘କୃଷ୍ଣ’ ଗାୟନ
ଏହି ଘନି ସେ ବନ ଗିରି ମଣିଲି ମୁନିଙ୍କର ନିକେତନ
ହେ ସୁଜନେ ।।୪୪।।
ସେ ନଗର ଆଦି ସୀମା ଭେଦି ବହୁଅଛି ଯେ ଯମୁନାନଦୀ
ଘନରସ ବହି କଳାବନ୍ତ ଯୋଷା ସଙ୍ଗୀତେ ହୋଇଛି ବାଦୀ
ହେ ସୁଜନେ ।।୪୫।।
ଧରି ତ୍ରିବର୍ଣ୍ଣ ପୂର୍ଣ୍ଣ ତରଙ୍ଗ କଳା ଧଳା ନଦୀ ଶୋଭା ଅଙ୍ଗ
ଅବନୀ ନେତ୍ର ପରାଏ ମୋହୁଅଛି ଅଙ୍ଗ ତାର କର ଭଙ୍ଗ
ହେ ସୁଜନେ ॥୪୬॥
କହୁଥିଲେ ବସି ମତେ ମୟ ହେବ ଅର୍ଥ ଗତେ
ସେ କଟକ ଘରମାନଙ୍କୁ ଉପମାମାନ ସରୋବର କେତେ
ହେ ସୁଜନେ ॥୪୭।।
ହଂସ ରତି ଗତି ଦେଖି ତହିଁ ଅନ୍ତରୀକ୍ଷ ପରାଏ ମଣଇ
ଘନରସ ପୂରି ଯୁବତୀ ସମାନ ନେତ୍ରାନନ୍ଦ ସୁଖଦାୟୀ
ହେ ସୁଜନେ ।।୪୮।।
ନତ୍ତକୀର ଠାରୁ ଦୀକ୍ଷା କରି ଶୋଭା ଦିଶଇ ଚାରୁ ଭଉଁରୀ
ପଦ୍ମିନୀ ନେତ୍ର ଆହାଲ୍ଲାଦେ ସ୍ୱାଧୀନ ଭତ୍ତକାର ମୁଖଶିରୀ
ହେ ସୁଜନେ ।।୪୯।।
ସ୍ୱାଦ ଗୁଣରେ ଅମୃତ ଖ୍ୟାତ ଶୀତକର ସମ ଆହ୍ଳାଦିତ
କୁମୁଦ ଜାତ ପ୍ରତ୍ୟକ୍ଷରେ ଯହିଁରେ ଆଉ କେଉଁ କଥା ଚିତ୍ର
ହେ ସୁଜନେ ।।୫୦।।
ତହିଁ ଲୀଳା ମର୍କତ ପାବଚ୍ଛ କେଉଁ ସରସ୍ୱତୀ କରେ ସ୍ୱଚ୍ଛ
ସ୍ଥଳ ପଦ୍ମରାଗ କାହିଁ ଇନ୍ଦ୍ରମଣି ପ୍ରତିବିମ୍ବ ତାଳ କଚ୍ଛ
ହେ ସୁଜନେ ।।୫୧।।
ତହିଁ ପଥିକେ ତୃଷା ଆତୁରେ ଜଳ ଆଶେ କୁମ୍ଭ ଘେନି କରେ
ଜଳ ସ୍ଥଳ ସ୍ଥଳ ଢାଳି ଭ୍ରମେ ହୋଇ ସଙ୍କୋଚ ଲଭନ୍ତି ନରେ
ହେ ସୁଜନେ ।।୫୨।।
ସରେ ଦୀପଦଣ୍ଡି ଗୃହମାନ ମଣି ମାଣିକ୍ୟ କେତେ ନିର୍ମାଣ
ହାର ପ୍ରବାଳ ତ୍ରୋଣା ମୋତି ଝରାଦି ଅତି ଯତନ
ହେ ସୁଜନେ ।।୫୩।।
କାହିଁ ମର୍କତ ମଣ୍ଡପବର କାଚ ବାଡ଼ରେ ସୁଦଣ୍ଡିକର
ସୁନା ରୁପା ଘର ବେନି ପାଶେ ପ୍ରଭା ବିମ୍ବ କି ସେହୁ ମିହିର
ହେ ସୁଜନେ ॥୫୪।।
କେତେ ଅଛଇ କବି ଚାତୁରୀ କେତେ କହିବାଟି ଅନୁସରି
ଏ କଟକ ପାବନରେ କ୍ଷେମ ବୃଷଧ୍ୱଜ ନୃପତି କେଶରୀ
ହେ ସୁଜନେ ।।୫୫।।
କୁମୁଦ ଆନନ୍ଦ ସୁଖଦାୟୀ ଶାଶୀକୀତ୍ତ ବଡ଼ ପ୍ରସରଇ
ମହୀ ମଣ୍ଡଳରେ ଏକ ଚକ୍ରବତ୍ତୀ ନେତ୍ର ପରା ପ୍ରକାଶଇ
ହେ ସୁଜନେ ।।୫୬।।
କୁଳ ଉଜ୍ଜ୍ୱଳ ଜ୍ୟୋତି ନିର୍ମଳ ମଣିଲଇଁ ଏଣୁ ଗଙ୍ଗାଜଳ
ଗଉରୀ ସାଗର ଧୀରରେ ମନ୍ଦର ଗୁଣରେ ନଭ ମଣ୍ଡଳ
ହେ ସୁଜନେ ।।୫୭।।
ଯେଉଁ ଦେଶ ଜଳ ଯଶ କୀତ୍ତ ବର୍ଣ୍ଣିଲେ ହେଁ ନୋହିବ ସମାପ୍ତି
କି ବର୍ଣ୍ଣିବା ସେ ନୃପତି ଆଡ଼ମ୍ବର ହୃଦେ ବିଚାର ସୁମତି
ହେ ସୁଜନେ ॥୫୮।।
ଶତେ ନୃପତିଙ୍କ ମନୋହରୀ ଭଗ୍ନୀ ସ୍ନେହମାନ ସେ ସବୁରି
ପଟ୍ଟମହିଷୀ କୀତ୍ତ ନାମରେ ସମାନତ ନାହିଁ ଶିରୀ
ହେ ସୁଜନେ ।।୫୯।।
ତାର କରୁଣା ତାରକା ତାହା ସମାନରେ ସେହି ଏକା
ମୁକୁର ବିମ୍ବେ ଭାଙ୍ଗେ ନାହିଁ କାମ ତ୍ରିଜଗଜ୍ଜୟ ପତାକା
ହେ ସୁଜନେ ।।୬୦।।
ଅଦ୍ୱିତୀୟ ଆଶା ରାଜାଙ୍କର ଯୋଗୀ ଯୋଗ ବିଟପୀକୋଠାର
ଦ୍ୱିଜରାଜ ମୁଖୀ ମୃଗରାଜ କଟି ଗଜରାଜ ଗତି ସାର
ହେ ସୁଜନେ ।।୬୧।।
ଏବେ ଶୁଣ ହେ ଆନ ଚରିତ ନୃପ ମନ୍ତ୍ରୀ ନାମ ‘ନ୍ୟାୟବନ୍ତ’
ବତିଶ ଲକ୍ଷଣ ଗୁଣରେ ନିପୁଣ କରେ ରାଜ୍ୟ ଆତଜାତ
ହେ ସୁଜନେ ।।୬୨।।
ଚତୁରଙ୍ଗ ବଳ ତା ଅଗଣା ଯହୁଁ ସେ କାଳି ନ ଯାନ୍ତି ଜଣା
ପାଣ୍ଡବ ମଧ୍ୟ ସମାନ ଧନୁର୍ଦ୍ଧର ଲୋକ ନାହିଁ ତାକୁ ସମା
ହେ ସୁଜନେ ॥୬୩।।
ଶୁଣ ନୃପତି ସ୍ୱପୁର ରୀତି ଦୁର୍ଗ ଅରିକି ଦେଉଛି ଭୀତି
କନକ ପ୍ରକାର ବଳୟ ଆକାର ସପ୍ତପୁର ପ୍ରତି ପ୍ରତି
ହେ ସୁଜନେ ।।୬୪।।
କୁବଳୟ ପୁରୀ ଦିଶେ ଶୋଭବେଢି ପରଖା ଅତ୍ୟନ୍ତ ଶୋଭା
ବୃତ୍ତର କମଳ ସିର ଶୁକାଙ୍ଗୁଳ ନେତ୍ରକୁ କରନ୍ତି ଲୋଭା
ହେ ସୁଜନେ ।।୬୫।।
ଜଗତୀକି ନାହିଁ ସରିସମ ଜଗତୀ ମଧ୍ୟରେ ଅନୁପମ
ସୁନା ସ୍ଫଟିକ ମାଣିକ୍ୟ ପଦ୍ମରାଗ ହୀରା ନିର୍ମିତ ଉତ୍ତମ
ହେ ସୁଜନେ ॥୬୬।।
ପ୍ରତିବିମ୍ବଛଳେ ତାହା ଜ୍ୟୋତି କଳି ପାରିବ ନାହିଁ ତା ମତି
ତହିଁ ବସିଥିଲେ ଲୋକେ ମୂତ୍ତ ପ୍ରତି ସ୍ଥାନ ଦିଅ ଆନ ରୀତି
ହେ ସୁଜନେ ।।୬୭।।
ବଡ଼ ବଡ଼ଭିମାନ ନିର୍ମାଣ ମଣିମାଣିକ୍ୟରେ ସୁଘଟଣ
କାଚ କାଂଚନ ରଜତ ପ୍ରବାଳରେ ସେ ପୁରମାନ ରଚନ
ହେ ସୁଜନେ ॥୬୮।।
ଘାଟ ପଥରେ ପ୍ରାସାଦ କାହିଁ ଅଟ୍ଟାଳି ଅଛନ୍ତି ବହି
ମୁକୁତା ଚୂନ ପ୍ରତିଭା ଲେପନରେ ସଖୀ ଶୁଭ କେତେ ତହିଁ
ହେ ସୁଜନେ ।।୬୯।।
କେତେ ପ୍ରବାଳ ତ୍ରୋଣା କାହିଁରେ କେତେ ମୋତିଝରା ଲମ୍ବେ ପୁରେ
କରି ହରି ବୃଷ ନଳତର ନିକି ଚନ୍ଦ୍ର ସୂର୍ଯ୍ୟରେ
ହେ ସୁଜନେ ।।୭୦।।
ସ୍ୱଚ୍ଛ ରତ୍ନ ଗବାକ୍ଷ ବିଶେଷ କରି ଦନ୍ତ ପଲ୍ୟଙ୍କ ଅଶେଷ
ମଶାରି ଚନ୍ଦ୍ରତାପେ ଚାନ୍ଦି ଦର୍ପଣ ଚାମର ଲଲିତ ପାଶ
ହେ ସୁଜନେ ।।୭୧।।
ଶଯ୍ୟା ଗୋକ୍ଷୀର ଫେନ ସଂଜାତ ଚାରୁ ପଲ୍ୟଙ୍କ ପରେ ନିର୍ମିତ
ଅତୁଲ୍ୟ ନାଗେଶ୍ୱର ସୁମାଣ୍ଡି ଦେଖି ମାନସ ଲୋଭିତ
ହେ ସୁଜନେ ।।୭୨।।
ଦ୍ୱାରମାନଙ୍କେ ଧାତ କପାଟ କେତେ କହିବା ପୁର ସୁରାଟ
ଶୁକ ଜନ(?)ସାରୀ କଉତୁକ କରି କେତେ ପାଳିଛନ୍ତି ରାଟ
ହେ ସୁଜନେ ।।୭୩।।
ଅବକାଶ ଯେ ନିଅବକାଶ ଚନ୍ଦ୍ରଶାଳା ଦେବାଙ୍କ ନିବାସ
ଅବଦନ୍ତିଚିତ(?) ଶ୍ୱାନ ବାସରତା ବଣ୍ଣିବାର କେଉଁ ରସ
ହେ ସୁଜନେ ।।୭୪।।
କୂପ ଦୀର୍ଘିକା ଜୀବନ ଧର ଘନ ମଣ୍ଡିଲାଇଁ ଦୀପ୍ତିତାର
ଘନରସ ଦାୟୀ ଘନରସ ନେଇ ଯାଇଛନ୍ତିକେତେ ବର
ହେ ସୁଜନେ ।।୭୫।।
ଚାହିଁ ଚଂଚଳା ସେ ପୁର ଅଙ୍କେ ଚିତ୍ତେ ବିଚାରନ୍ତି ଏକେ ଏକେ
ଘନଶ୍ୟାମ ଗିରେ(?) ନ ପାରିତ ଧୀରେ ମାନସ ଭ୍ରମରେ ଏକେ?
ହେ ସୁଜନେ ।।୭୬।।
ଚନ୍ଦ୍ରହାସ ରତି ରାମା ତହିଁ ମନ୍ଦ ଆନ ସେ ପୁରରେ ନାହିଁ
ବଚନ ନୟନ କବରେ କୁଟିଳ ଅଳକା ଅଛନ୍ତି ବହି
ହେ ସୁଜନେ ।।୭୭।।
ରମ୍ଭା ଉରୁବଶୀ କାରେ ଚାହିଁ ଧଇର୍ଯ୍ୟ ରହିବ କାହିଁ
ରମ୍ଭା ଉରୁବଶୀ କାରେ ହେବ କାହିଁ ତିଳୋତ୍ତମ ସମ ନୋହି
ହେ ସୁଜନେ ॥୭୮।।
ଗୁରୁଶିରେ ବିଚିତ୍ର କଳଶ ନାନା ବର୍ଣ୍ଣ ପତାକା ପ୍ରକାଶ
ତ୍ରିଭଙ୍ଗି ଚନ୍ଦନ ବ୍ୟାଜେ କି କହୁଛି ନାହିଁ ନାହିଁ ଏ ସଦୃଶ
ହେ ସୁଜନେ ।।୭୯।।
କେତେ କହିବା ଏହା ବିଶେଷି ଶୁଣି ଧୀର କର ଚିତ୍ତ ଭାଷି
ଅଭଙ୍ଗ ସଭଙ୍ଗ ଭଙ୍ଗାଭଙ୍ଗ ଶ୍ଳେଷ କୁସୁମ ସ୍ତବକ କଷି
ହେ ସୁଜନେ ।।୮୦।।
ମହାଧର ଯା ପ୍ରାଣ ନାୟକ ଚଉବର୍ଗର ସୁଖଦାୟକ
କୁକ୍ଷୀ (?) ଭୂତ ପତି ଅନନ୍ତ ଭୂଷଣ ତ୍ରିପୁର ସୁର ଅନ୍ତକ
ହେ ସୁଜନେ ॥୮୧॥
ଆହେ ବଳବନ୍ତ ଛବିଧର ହେଳେ କୃତାନ୍ତ ଯାତନା ହର
ବୋଲେ ଅଭିମନ୍ୟୁ ସାମନ୍ତସିଂହାର ଚିନ୍ତି ରାମ ହରି ହର
ହେ ସୁଜନେ ।।୮୨।।
ସାବଧାନ ଶୁଣ ଏବେ ସୁବିବେକ ନର ସେ ଫଳରୁ ଲଭିବଟି ଅମୂଲ୍ୟ ନନ୍ଦିନୀ
ପ୍ରେମକଳା ବାଳଲୀଳା ଜନ୍ମାଦି ବିଚାର ।।୧।। ଏତେ କହି ଅନ୍ତର୍ଦ୍ଧାନ ହୋଇଗଲେ ମୁନି ॥୧୫।।
ନୃପରାଣୀ ବିହରନ୍ତେ ଆନନ୍ଦ ମନରେ ରାଣୀ ବର୍ଗ ସେ ବଚନ ଦୃଢ଼ ଚିତ୍ତ କରି
କୁମାରେ ଜନ୍ମିଲା ତହିଁ କେତେକ ଦିନରେ ।।୨।। ଅଣାଇଲେ ଧର୍ମଧ୍ୱଜ ପୁରୋଧା ହକାରି ।।୧୬।।
ମହାମନୋହର ଛବି ଦ୍ୱିତୀୟ ମଦନ ସେ ସୁନ୍ଦରୀ ଜଗତ୍ତୟ ମୋହିନୀଙ୍କ ସାର
ଜନକ ମଳିନ ଦେଖି ପୂର୍ଣ୍ଣାନନ୍ଦ ମନ ।।୩।। ହର ଯୋଗ ଭାଙ୍ଗିବାକୁ ସାମର୍ଥ୍ୟ ତାହାର॥୧୭।।
ଆଡ଼ମ୍ବର କରି ନଗ୍ରେ ଉତ୍ସବ ସେ କଲେ ଶଇବାଳ-ଜିତ ବୋଲି ଅତ୍ୟନ୍ତ ମଞ୍ଜୁଳ
ଶୋଭା ଦେଖି ‘ପୁଷ୍ପକେତୁ’ ନାମଟିକୁ ଦେଲେ ।।୪।। ଠିଆ ଜୁଡ଼ା ସାଜି ଖଂଜନ କୁଳର ମାଳ ।।୧୮।।
ପୂର୍ବ ସମ୍ବତ୍ସରେ କେତେ ହୋଇଲା ନନ୍ଦନ ବାଙ୍କ ବାଙ୍କ ଡ଼େଉଁରିଆ ସୁକନକ ଝରା
ମୋହଚିତ୍ତେ ନାମ ଦେଲେ ମକର କେତନ।।୫।। ଜାଲିସୀମନ୍ତିଆମୋତିଲମ୍ବକରେତୋରା।।୧୯।।
ଅବସାନ ରାଣୀଗର୍ଭେ ଜନମିଲେ ସୁତ କମଳେ ଭ୍ରମର ବେଢି ଥିଲାର ପରାଏ
କହିଁ କେ ଦୁଇ ତିନି କେ କରିବ ଅନ୍ତ ।।୬।। ଅଳାକାଳିମାନ ଝୀଲିମିଲିର, ପରାଏ ।।୨୦।।
କାହାର ଗର୍ଭେ ନୋହିଲା ଦୁହିତା ଜନ୍ମିତ ମଦନ ତୁଣୀରେ ନାଶେ ମୋହର ଓଳମ
ଏ ଘେନି ସବୁରି ଚିତ୍ତେ ବିରସ ଉଦିତ ।।୭।। ଦକ୍ଷିଣ ପୁଟରେ ଡ଼େଙ୍ଗ ଲବଙ୍ଗ ଉତ୍ତମ।।୨୧।।
ଏହିମତେ କେତେ ଦିନ ଅଭ୍ୟନ୍ତରେ ତହିଁ କର୍ଣ୍ଣାୟତ ଲୋକ ନେତ୍ର ଚାହାଣି ତାହାର
ନାରଦ ମିଳିଲେ ଆସି କରୁଣାକୁ ବହି ।।୮।। ଭ୍ରୂଲତା କାମ କାର୍ମୁକେ କିସେମନୋଜର॥୨୨।।
ଅନ୍ତଃପୁରେ ଦେଖି ଅତି ହରଷିତ ମନେ ଆମୋହ କୁନ୍ତ ବସାଇ ଡ଼େରିଥିଲା ପରି
ଆସନେ ବସାଇ ପାଦ ଧୋଇଲେ ଭୁବନେ ।।୯।। ବାଙ୍କ ଲାଞ୍ଜ କଜ୍ଜ୍ୱଳ ସୁସମାର ଚାତୁରୀ ।।୨୩।।
ବିଷଣ୍ଣ ବଦନ ଭଙ୍ଗି ଦେଖି ତାହାଙ୍କର ମୁକୁର ଛାର କରଇ ବଦନ ମଣ୍ଡଳ
ପଚାରନ୍ତି କୃପା ବଶେ ବ୍ରହ୍ମାର କୁମର ।।୧୦।। ଅର୍ଦ୍ଧ ଚନ୍ଦ୍ର ଭାଲପଟେ ତା ଅତି ମଞ୍ଜୁଳ ॥୨୪।।
କହ ବରସ ବଦନ ବହିଅଛି କିମ୍ପା ଚନ୍ଦ୍ର ଖଣ୍ଡ ଗଣ୍ଡ ତା ନାରଙ୍ଗ କି ଚିବୁକ
କରନ୍ତି ନାହିଁକି ନୃପବର ଅନୁକମ୍ପା ।।୧୧।। ପଲ୍ଲବ ଅଧର ଦନ୍ତପନ୍ତି ତ କରକ
ଶୁଣି ପଦେ ପଡ଼ି ଉଠି ଶିରେ କର ଦେଇ କାଶ କୁସୁମ ସୁଷମ ତାହାର ବିଶେଷ
ମୁନିଙ୍କ ଆଗେ କହନ୍ତି ସର୍ବ ମହାଦେଇ ॥୧୨॥ ପଢା ଶାରି ଭରଶାକୁ ନିନ୍ଦୁଛି ତାହା ଭାଷ ।।୨୬।।
ବିଭୋ ମହାଭୂତ ଜ୍ଞାତା ପ୍ରେମାନନ୍ଦ ଧନୀ ଗୂଢ ଫଳ ଫଳି କର୍ଣ୍ଣେ ମଞ୍ଜୁ କାପେ ସାଜେ
କେବଳ ଏ ଶୁଭେ ଜାତ ନୋହିଲା ନନ୍ଦିନୀ ।।୧୩।। ପିପ୍ ପଳାପିପପଳପତ୍ର ଡେରାରେ ବିରାଜେ॥୨୭।।
ପୂର୍ବ କଥା ମନେ ଘେନି କହିଲେ ଯେ ରଷି ମଲ୍ଲି କଢ଼ି ମଲ୍ଲି କଢ଼ି ପରତେ ଯେ ଦିଶେ
ଶବରୀ ନାରାୟଣଙ୍କୁ ସେବ ଘନକେଶୀ ॥୧୪॥ ବଣମଲ୍ଲି ସ୍ପୁଟ ଫୁଲ ତୁଲ ଫୁଲ କି ସେ ॥୨୮।।
କପୋତୀ ଗ୍ରୀବାରେ ହେମ ପ୍ରବାଳର ମାଳ ଉପହାର ଅନେକ ସଂଯୋଗ କଲେ ନେଇ ।।୪୬।।
ବିଛାମାଳି ଚାପସରି ବକୁଳର ଫଳ ।।୨୯।। ଆନନ୍ଦରେ ଗଳେ ବେଳା ଭଲ ଗହନକୁ
କି ସର୍ଜିତ ବାହେ ଶୋହେ ରତ୍ନ ଉଭା ତାଡ଼ ଦରଶନ କଲେ ଯାଇ ଶ୍ରୀ ନରାୟଣଙ୍କୁ ।।୪୭।।
ସୁଦାମ ବାହୁରେ କିବା ହେମରେ ନିବାଡ଼ ।।୩୦।। ଶଙ୍ଖ ଚକ୍ର ଗଦା ପଦ୍କ ଶ୍ରୀଶାରଙ୍ଗ ଧର
ମକରାକୃତି ବଳୟ ବାହୁରେ ଭୂଷଣ ଶଶୀବର୍ଣ୍ଣ ଚତୁର୍ଭୁଜ ସୁପୀତ ଅମ୍ବର ।।୪୮।।
କାଚ ଚୂଡ଼ି ପୂରାଇଛି ତହିଁରେ ସେ ପୁଣ ।।୩୧।। ପଂଚ ଉପଚାର ପୂଜା ବିଧକି ବଢ଼ାଇ
ଗନ୍ଧ ଫଳ ଅଙ୍ଗୁଳିରେ ରତନ ମୁଦ୍ରିକା ଧୂପ ଦୀପ ନଇବେଦ୍ୟ ଗନ୍ଧ ପୁଷ୍ପ ଦେଇ ।।୪୯।।
ପଦ୍ମଜିତ ପାଦେ କରେ ସୁଜାତି କଳିକା ।।୩୨।। ଅର୍ଚ୍ଚନା ବନ୍ଦନା କରି ଧ୍ୟାନରେ ଧାରଣ
ଉରଜ ଯୁଗଳ କାମ ଉଲଟ ନିଶାଣ ସମ୍ବତ୍ସରେ ସେବା କଲେ ଏହି ବିଷୟେଣ ॥୫୦।।
ସ୍ୟନ୍ଦନ କଳଶ ପରି ତା ଠାଣି ଗଠନ ।।୩୩।। ପରସନ୍ନ ହୋଇ ଦିନେ ସେ ଦେବ ମାଧବ
ଉର ସ୍ଥଳୀ ବିସ୍ଥାରିତ ଦେଖି କି ମଦନ ସ୍ୱପନେବୋଇଲେବର ମାଗ ଯାହାଥିବ।।୫୧।।
ହେମ ଜିତେ ଉଭାଇଛି କିଏ ଶୋଭାବନ ।।୩୪।। ଏହା ଜାଣି ଲଭି ବାଂଛା ରାଣୀଏ ମାଗିଲେ
ତ୍ରିବଳି ଉଦର ପଦ୍ମ ପତ୍ରକୁ ନିନ୍ଦଇ ପୂର୍ବକଥାଚେତିନାରାୟଣ ଆଜ୍ଞାଦେଲେ।।୫୨।।
ବର୍ଣ୍ଣ ବିସର୍ଗ ମଧ୍ୟ ସରିକି ନୁହଇ ॥୩୫।। ଗର୍ଭେ ଜାତ ନୋହିବେତ ତୁମ୍ଭର କୁମାରୀ
ହେମ ରମ୍ଭା ପତ୍ର ଚର୍ମ ଗୁରୁତା ନିତମ୍ବ କାଲି ଜଳେ ବରିବ ଅପୂର୍ବ ସୁକୁମାରୀ॥୫୩।।
ସଘନ ଜଙ୍ଗ ପୁଳିନ ଜିଣିତା ଆରମ୍ଭ ।।୩୬।। ଯେଉଁ କମଳ ଦେଖିବ ପ୍ରଭାତେ ନଦୀରେ
ଉଲଟ କନକ ରମ୍ଭା ତା ଉରୁ ଯୁଗଳ ନନ୍ଦନୀ ଲଭିବ ସେହୁ କମଳ ଉଦର।।୫୪।।
ସ୍ତନ ଦ୍ୱନ୍ଦ୍ୱ ଶୋହୁଅଛି କିଏ ତାଳ ଫଳ ।।୩୭।। ତ୍ରିପୁରା ମୋହନା ସେ କାରଣ ହେତୁ ଜାତ
ଆଶାର୍କ (?)ସମାନ ଶୁକ ନଳିର ସୁପ୍ରଭା ପଦ୍ମାବତୀକିବୋଇଲେହେଉମୋରସୁତ।।୫୫।।
ଉଲଟ କରଳ (?) ପଦ ଅତ୍ୟନ୍ତ ଦୁର୍ଲଭା ॥୩୮।। ବର ପାଇତୋଷ ହୋଇ ଶିବିକାରେ ଚଢି
ସଖା କଳା ପରି ନଖ ପଟଳ ଯତନ ସ୍ୱପୁରେପ୍ରବେଶିରବିହୋଇଲେଉହାଡ଼ି।।୫୬।।
ଝଳି ତାକୁ ନିନ୍ଦା କରେ ବିଷମ କୁସୁମ ।।୩୯।। ନୃପବର ଶୁଣିମନେ ଅଶେଷ ହରଷ
ମୁଠା କଛା ମାରି ବିଛାମାଳିଆର ସୁଶାଢୀ କଷ୍ଟେକଷ୍ଟେଉଜାଗରେନିଶିକଲେଶେଷ।।୫୭।।
ଅଙ୍ଗ ଛନ୍ଦି ଜାନୁ ପିନ୍ଧିଅଛି ଭିଡ଼ି ।।୪୦।। ପାଂଚ ଦଣ୍ଡ ରାତ୍ର ଥାଉଁ ସ୍ନାନକୁ ଗମିଲେ
ପଣନ୍ତ ଅଗ୍ରରେ ଗଣ୍ଠି ଅଛି ଯେ ପକାଇ ଯମୁନାଜଳରେ ପୁଣ୍ଡରୀକସେଦେଖିଲେ।।୫୮।।
ତିଳକ ସାଜିଛି ମଧ୍ୟେ ସିନ୍ଦୂରକୁ ଦେଇ ।।୪୧।। ମନୋରଥ ଲଭି ହେଲେ ସେ ପରମ ସୁଖୀ
ମତ୍ତ କରୀ ପରି ଗତି କରି ସେ ଅଇଲା ସ୍ୱପୁରେ ମିଳିଲେ ସୁତାଲଭି ଆଶା ରଖି।।୫୯।।
ରାଣୀଙ୍କର ପୁରତରେ ପ୍ରବେଶ ହୋଇଲା ।।୪୨।। ଦିବ୍ୟ ସ୍ଥାନେ ପଦ୍ମକୋଷ ବିଦାରଣକଲେ
ନମସ୍କାର କରି ତାକୁ ଆସନ ସେ ଦେଲେ ତ୍ରିଜଟା ମୋହିନୀଲଭିଆନନ୍ଦହୋଇଲେ।।୬୦।।
କଲ୍ୟାଣ କରି ସେ ଯାଇ ତୋଷରେ ବସିଲା ।।୪୩।। ସର୍ବଲକ୍ଷଣ ସଂପନ୍ନ ପଙ୍କଜ ସୁଦୃଶୀ
କେ ବୋଇଲା ଆଜୁ ତ ନୟନେ କଲା ଘର ଲାବଣ୍ୟ ସୁଧାନିଧିରୁ ଜାତଟି ସୁକେଶୀ।।୬୧।।
ଫୁସ ସୃଷ୍ଟି ନାଶ ଉତପାତ ଅବତାର ।।୬୪।। ଲୋକେ ଉମା ରମା ରତି ପରାଏ ମଣିଲେ
ଏହି ରୂପେ କେତେ କହିଲେ ନ ଜାଣି ପରସ୍ପର ଧରି କେହୁ କାହାକୁ ବୋଇଲେ।।୬୨।।
ନଗ୍ରରେ ଉତ୍ସବ କରାଇଲେ ନୃପମଣି ।।୬୫।। ବିମୋହ ଅସ୍ତ୍ର ମଦନ ସଂହାରିଲା ସହି
କୁଆଁ କୁଆଁ କାନ୍ଦି ପ୍ରସାରଇ କର ପାଦ ଯୁବାବର ଏବାର ରଖିବ ନାହିଁ ମହୀ ।।୬୩।।
ଜନନୀ ମାନଙ୍କ ଚିତ୍ତେ ବଢ଼ାଇ ପ୍ରମୋଦ ।।୬୬।। ଉରୁଭାର ଭରାଦେଇ ଉଠିତ ଲୋଡ଼ିଲା ।।୮୧।।
ଗଣକେ କରନ୍ତି ଲଗ୍ନ ମଗ୍ନ ମୁଁ ମକରେ ଦିନୁଦିନ ମାରିବ ଶିଖିଲା
ସୁର ବୁଝାଇ କହନ୍ତି ନୃପତି ଛାମୁରେ ।।୬୭।। ଧୀରେ ଧୀରେ ଉଠିବସିବାର ସେ ଆସିଲା ।।୮୨।।
ବିଭୁ ମହାରାଜା ଚକ୍ରବତ୍ତୀ ଚୂଡ଼ାମଣି ଆଣ୍ଠୁକର ଭର ଗତି ବିଧାନ ଜାଣିଲା
ପୁଣି ଜାତ ହେଲେ ଅତିଶୁଭ ସୁଲକ୍ଷଣୀ ।।୬୮।। ଭିତ୍ତ ଅବଲମ୍ବ କରି ଉଭା ପୁଣି ହେଲା।।୮୩।।
ଭାଦ୍ରବ ମାସ ଶୁକଳ ପକ୍ଷ ଏ ଅଷ୍ଟମୀ ଲମ୍ବା ଲମ୍ବା ମୃଦୁ ମୃଦୁ ପ୍ରକାଶିଲ ଭାଷା
ପଂଚବିଂଶ ଦିନ ଭୋଗ ବାସୁଦେବ ସ୍ୱାମୀ ।।୬୯।। ଅଙ୍ଗୁଳି ଧରାଇ ଗତି ଶିଖାବନ୍ତି ଯୋଷା।।୮୪।।
ଦିନ ଦ୍ୱୟ ଯାମ ଅନୁରାଧା ନକ୍ଷତ୍ରରେ ସମ୍ବତ୍ସର ଅନ୍ତେ ନାକ କାନକୁ ଚିହ୍ନାନ୍ତି
ଇନ୍ଦ୍ର ଯୋଗ ବାଲ୍ୟବ କରଣ ସଂଯୋଗରେ ।।୭୦।। ଏକେ ମେକେ କରି କଉତକରେ ପୁଚ୍ଛନ୍ତି।।୮୫।।
ବିଛାରେ ଚନ୍ଦ୍ରମା ଲଗ୍ନ ମଙ୍ଗଳ କୁମ୍ଭରେ ତ୍ରିହାୟନ ଯାଏ ଏହି କ୍ରମେ କ୍ରମିଗଲା
ଚତୁର୍ଥରେ ଶନି ଶୁକ୍ର ରାହୁ ପଂଚମରେ ।।୭୧।। କଲଭ ଘୂର୍ଣ୍ଣନ ପରି ଗତି ପ୍ରକାଶିଲା ॥୮୬।।
ମିତ୍ରଗୁରୁ ବୁଧ ସପ୍ତମରେ ଏ ପ୍ରସିଦ୍ଧ ମୃଦୁ ଭାଷାରେ ପ୍ରମୋଦ କରଇ ମାନସ
ଦଶମରେ ଚନ୍ଦ୍ର ମହୀ ନନ୍ଦନ ବିରୁଦ୍ଧ ।।୭୨।। ଧୂନି ଆଦି ଖେଳରେ ବଢିଲା ଅଭିଳାଷ।।୮୭।।
ଏକାଦଶମରେ କେତୁ ଅଛଇ ଯେ ରହି ଶ୍ରୀମୁଖରୁ ସ୍ୱେଦ ବିନ୍ଦୁ ବିଜେ କି ଝଲକା
ତୁନି ହେଲେ ଶ୍ରୀ ଛାମୁରେ ଏତେ ମାତ୍ର କହି ।।୭୩।। ହିମକର ଅଙ୍ରୁ କି ଗଳେ କୁଜ୍ ଝିକା ।।୮୮।।
ଗଣକରେ ନୃପତି ଅନେକ ଦେଲେ ଶାୟେ କେତକୀରେ ପୁଷ୍ପରାଜ ଦିଶଇ ଯେସନ
ଦୀନ ଦ୍ୱିଜାଳୟେ ବାରେ ଦେଲେ ଅପ୍ରମେୟେ ।।୭୪।। କନକ ଅଙ୍ଗରେ ଧୂଳି ଉଚିତ ତେସନ।।୮୯।।
ଦାଣ୍ଡ ହାଟ ପେଣ୍ଠଘାଟ ଏପରି ହୋଇଲା ନାକ କାନ ଭେଦି ଚୂଡ଼ା କର୍ମ ଆଦି କଲେ
ଆଡ଼ମ୍ବର ହୋଇ ରାଜେ ଉତ୍ସବ ବଢିଲା ।।୭୫।। ଏହି ମତେ ତହିଁ ଚାରି ହାୟନକୁ ନେଲେ॥୯୦।।
ରାଣୀମାନେ ସେବା କରି ସାରିଲେ ନୀତିକି କୋଳି ଆଦି ଦେଖି ବାଳା ଅଳି ପ୍ରକାଶଇ
ସ୍ନାନ କରି କ୍ଷୀରପାନେ ତୋଷିଲେ ପୁତ୍ରୀକି ।।୭୬।। କୋଳ ଗୋଳ କରି ଜହ୍ନ ମାମୁକୁ ଡାକଇ।।୯୧।।
କ୍ରମେ କ୍ରମେ ପଂଚୁଆତୀ ଉଠିଆରି ସାରି ଦେଖି ଭୀମ ପକ୍ଷ ଲୋଡ଼ଇ ବେଗରେ
ଏକବିଂଶ ଦିନେ ବହୁ ଉତ୍ସବ ସେ କରି ।।୭୭।। ଚିତ୍ର ଦ୍ରବ୍ୟ ଲୋଭ କରେ ଅତି ସରାଗରେ।।୯୨।।
ସର୍ବକାଳ ପୂର୍ଣ୍ଣଦେଖି ମନେ ଚିନ୍ତା କଲେ
ଜନକ ଜନନୀ ‘ପ୍ରେମକଳା’ ନାମ ଦେଲେ ।।୭୮।। ଉଲଗ୍ନ ହୁଅଇ ପୁଣି ତତକ୍ଷଣ ।।୯୩।।
ସର୍ବ ଜନନୀରେ ସେହୁ ପାଳନାକୁ ପାଇ ଲାବଣ୍ୟ ଚାତୁରୀ ଗତି ବିନୋଦ ।।୯୪।।
କ୍ରମେ କ୍ରମେ ଶଶିକଳା ପରାଏ ବଢଇ ॥୭୯॥
ଖଟ ଦୋଳୀରେ ତା କୋଳେ ସରାଇଲେ ଦିନ ପଂଚ ଦିବ୍ୟ ଗୁରୁଙ୍କୁ ଜଣାଇଲେ
କେତେ ଦିନଗଲା ତହିଁ ଏମନ୍ତ ବିଧାନ ।।୮୦।। ବିଦ୍ୟା ପଠନରେ ତତପର କରାଇଲେ।।୯୫।।
କର ପାଦ ଚାଳି ଉଲଟିବାର ଜାଣିଲା ଲଳିତ ଲୋଚନା ନାମେ ମନ୍ତ୍ରୀର ନନ୍ଦିନୀ
ଅଧ୍ୟାପକ ସ୍ଥାନେ ବିଦ୍ୟା ରଙ୍ଗରେ ପଢଇ ପରୋଧା ସୁତାର ନାମ ତ୍ରିପୁରମୋହିନୀ।।୯୬।।
ଗୁରୁବାକ୍ୟ ମାତ୍ର କରେ ତା ଶିଖଇ ।।୯୯।। ସାମନ୍ତ ପାତ୍ରଙ୍କ ସୁତା ଏଠାରେ ସପତ
ସୁଚିତ୍ରା ବିଚିତ୍ରା ଚନ୍ଦ୍ର ଲତିକା ବିଚିତ୍ର ।।୯୭।।
ପ୍ରଶଂସା କରନ୍ତି ଗୁରୁ ହୋଇଣ ହରଷ ।।୧୦୦।। ଶ୍ୟାମଳା ବିମଳା ପରିମଳା ଶକୁନ୍ତଳା
ଆଗମ ନିଗମ ଆଦି ବିଦ୍ୟାନ୍ତି ପଢିଲା ସମବୟସୀ ସଜନୀ ସଙ୍ଗୀତରେ ମେଳା ।।୯୮।।
ସାତ ସମ୍ବତ୍ସରେ ଏହି ପରକାରେ ଗଲା ।।୧୦୧।।
ସୁକୁମାରୀ ଚେଷ୍ଟା
ବେଳେବେଳେ କନିଷ୍ଠା ।।୧୦୨।।
ବିରହେ ଯୁବତୀ ଯଥା ବିହନ୍ତି ଚିତ୍ତକୁ
ତଥା କଲା ଆଦରକୁ ।।୧୦୩।।
ଓଷା ବାର ବ୍ରତ କରିବାର ସୁମତିକି
କ୍ରମେ କ୍ରମେ ବଳାଇ ଗତିକି ।।୧୦୪।।
ଏଥୁଅନ୍ତେ ଶୁଣ ବିବେକି ବର ଚଉଷଠି କୋଟି ଯୋଗ୍ନୀ ସଙ୍ଗରେ
ରମା ଯେ ମିଳିଲେ ଅମ୍ବିକାପୁର । ଭ୍ରମଣ କରୁ ତୁ ଅର୍ଦ୍ଧନିଶାରେ
ଛାମୁରେ ଦେଇ ବହୁ ଉପହାର ଡିବି ଡିବି କୋଟି ଡମ୍ବରୁ ବାଜେ
ଚରଣେ ପଡ଼ି ବୋଇଲା ଉତ୍ତର ସିଂହ ବାହିନୀ ହୋଇ କରୁ ବିଜେ
ମହିଷାସୁରକୁ ମାରି, ଜୟ ଜୟ ଧ୍ୱନି ଶୁଭେ,
ମହାମାୟେ ତାରିଅଛି ତିନିପୁରୀ ତିନିପୁରେ ହୁଳହୁଳି ମହାନାଦେ
ପୁଣି ରକ୍ଷାକରି ଅଛ ଅମରପୁରୀ ।।୧।। ପୁଣି ଗୁଣି ଶୁଣି ଆଶ୍ରେ କଲି ତୋର ପାଦେ।।୪।।
ମା ଗୋ ଅନେକ କାଳୁ ସେବିଅଛି ତୋତେ ମାଗୋ ତୋର ଯଶ କେତେ କହିବି ମୁହିଁ
ଏବେ ପ୍ରସନ୍ନ ହୁଅ ବାରେ ମୋତେ। ମହିମା ଯାହାର ନ ଜାଣେ ବିହି
କେତେ କେତେ ଯଶ ଏହୁ ଜଗତେ ରାମଚନ୍ଦ୍ର ଯାହାକୁ କଲେ ପୂଜା
ପୁଣି ରଖିଅଛ ତୁଲେଦେବଙ୍କ ହିତେ ଏଣୁ ବ୍ୟାପିଯାଉ ବ୍ରହ୍ମାଣ୍ଡେ ପୂଜା
ମହିଷାସୁରକୁ ମାରି, ଚଣ୍ଡିକା ମଙ୍ଗଳା ହିଙ୍ଗୁଳା
ମହାମାୟେ ତାରିଅଛି ତିନିପୁରୀ ସାରଦା ଭଦ୍ରକାଳି ଉଗ୍ରତାରା,
ପୁଣି ରକ୍ଷା କରିଅଛି ଅମରପୁରୀ ।।୨।। ନାନାରୂପେ ତାରୁ ଦୁର୍ଗତି ଭାରା ॥୫।।
ଶୁମ୍ଭ ନିଶୁମ୍ଭ ଚଣ୍ଡ ମୁଣ୍ଡ ମାରି । ଅଖିଳ ନିବାସ ଯେ ପୀତବାସ
କାଳିକାରୂପ ଜଗତେ ବିସ୍ତାରି । ଯୋଗ ମାୟା ଚକ୍ର କଲେ ଯେ ଆଶ
ରକ୍ତବୀର୍ଯ୍ୟ ସୈନ୍ୟ କଲ ନିପାତ ସଂସାରେ ଅଶେଷ ଲୀଳା ପ୍ରକାଶ
ବ୍ରହ୍ମାଣ୍ଡେ ପୁରିଲା ତୋହରି ଗାତ୍ର ସବୁ ମାୟା ଅଟେ ତୋହର ଅଂଶ
ଜୟ ଜୟ ବାଣୀ ଭଣି ସୁରଗଣ ମୁଁ ଦୀନ ଶରଣ ଚରଣ ତୋହର
ଶାନ୍ତି କଲେତୋର କୋପ, ରଖ ମୋ ହୃଦୟ ଦର,
ପୁଣି ତକ୍ଷଣେ ହେତୁ ତୋହରି ରୂପ ।।୩।। ତୋବିନା ଭରସା ନାହିଁ ମୋହର ।।୬।।
ନନ୍ଦେଶ୍ୱର ନୃପତିର ସୁତକୁ ତାଙ୍କୁ ଯେବେ ମୋତେ ନ ଦେବୁ ମାତ
ପତିଦାନ ଦିଅ ମୋତେ ତାହାକୁ ଏହିକ୍ଷଣି ମୋର ଯିବ ଜୀବ ତ
ସଉତୁଣୀ ହୋଇ ତାହାରି ମୁହଁ ଏ କଥା ସଂସାରେ ହେବ ବିଖ୍ୟାତ
ସଦା ହୋଇଥିବି କାନ୍ତେ ସେନେହୀ ତୋତେ ଆଶ୍ରେ କରି ହୋଇଲି ହତ
ଏହିବର ମୋତେ ଦିଅ ସିଦ୍ଧରଥି ଜଣାଇବାର ଆୟତ ମୋର ସିନା
ଯେବେ ବର ମାତା ତୁହି, ଘେନ ବା ନ ଘେନ ଏହା,
ଦେଖ ବିରହେ କାତର ମୋ ଦେହି ।।୭।। ତୋ ବାହାରେ ଆଉ କେ ଅଛି ସାହା ।।୮।।
ନୃପ ନନ୍ଦନାର ବିନୟବାଣୀ ତୁ ପୁଣି ଅଟୁ ନୃପତି କୁମାରୀ
ଶୁଣି ଦୟାକଲେ ହର ଘରଣୀ ଚୋରି ପ୍ରୀତି କଲୁ ହେବୁ ଦୋଚାରୀ
ପାଷଣ ବିଦାରି ହେଲେ ବାହାର ଆଜି ଆମ୍ଭେ ତୋତେ ସଙ୍ଗରେ ନେବା
ଶୋଭା ମୋହୁଅଛି ଏ ତିନିପୁର ନୃପ ସୁତକୁ ବିଭା କରାଇବା
ଜୟ ଜୟ ମା ଗୋ ବୋଲିଣ ସକଳେ ମନ ମନ ଯୁକ୍ତ ତୋ ତାହା କରଇ
ପଡ଼ିଲେ ଚରଣ ତଳେ, ଯଥା ସଂସାରକୁ ମୋତେ,
‘ଉଠ ଉଠ’, ଦେବୀ ବୋଇଲେ ।।୯।। ତାକୁ ସଙ୍ଗ ପୁଣି କରିବା ତୋତେ ”।।୧୧।।
ମାହାମାୟା ବୋଲେ ଉଭା ହୋଇଲେ ଏତେ କହି ଉମା ହେଲେ ବାହାର
କରପତ୍ର ଯୋଡ଼ି ଶିରରେ ଦେଲେ ନୃପଜାକର ଧରି ବେନିକର
ତ୍ରାହି ତ୍ରାହି ବୋଲିସ୍ତୁତି ରଚିଲେ ଆନନ୍ଦ ହୋଇ ସର୍ବ ସଖୀଜନ
ଶୁଣି ମହାଦେବୀ ହସି ବୋଇଲେ ବେଗବେଗ ହୋଇ କଲେ ଗମନ
ଶୁଣ ନୃପ ଜେମା ଆମ୍ଭର ବଚନ ଆରପୁରେ ଯାଇ ପ୍ରବେଶ ହୋଇଲେ
“ଯାହା ବାଞ୍ଛା କଲୁ ମନେ, ସର୍ବ ହେଲେ ମତି ତୋଷ,
ସ୍ୱପ୍ନ ଦିନୁ ଦେଇଅଛି ପ୍ରସନ୍ନେ ।।୧୦।। ବସିଲେ ଯାଇଣ ବାମାର ପାଶ ।।୧୨।।
ଶିବ ଆଜ୍ଞା ଦେଲେ ବୁଢ଼ୀକି ଚାହିଁ
କୁମରମଣି ପୁଣି ଅଛି ଯହିଁ ମଦନ କର୍ଦ୍ଦନ ନୃପ ନନ୍ଦନ
ରାମା ଅଇଲାର ବୃତ୍ତାନ୍ତ ତାକୁ କେତେ ଚାହିଁଲେ ତାହା ସଙ୍ଗୀଜନ
କହି ଅଣାଇ ବେଗେ ଏ ଠାବକୁ ଆଜି ତାହାର ତୁଟିବ ଦୁର୍ଦ୍ଦଶା
କାହିଁ ବସିଥିବ ଏକା ହୋଇ ବୀର ଆମ୍ଭର ଅଇଲା ତାହାକୁ କହିବ
ରାମା ଆଶେ ପଥ ଚାହିଁ, ଶୁଣି ସେ ଆନନ୍ଦ ହେବ,
ରାମା ହୋଇଅଛି ମଦନେ ବାଇ ।।୧୩।। ପୁଣି ଉଚ୍ଛନ୍ନମାନ ମନୁ ତା’ର ଯିବ ।।୧୪।।
ଏହି ଶୁଣି ତିନି ସଖୀ ସଙ୍ଗରେ ରସିକ ଥିବାର ସ୍ଥାନରେ ଯାଇ
ଘେନି ଚାଲିଲା ଦୂତିକା ରଙ୍ଗରେ ଦୂରୁ ଚାହିଁଲେ ତରୁତଳେ ରହି
ବୃକ୍ଷଙ୍କ ଛାଇରେ ନ ଦିଶେ ପଥ ଦେଖିଲେ କୁମର ବିରହ ପାଇ
ଧରାଧରି ହୋଇ ଅଛନ୍ତି ହାତ ବିଳାପ କରେ ସେ ବ୍ୟାକୁଳ ହୋଇ
ଧୀରେ ଧୀରେ ପାଦ ବଢ଼ାନ୍ତି ଚଳନ୍ତି ଯେତେ ଯେତେ ରୂପେ ଆତୁର ବାଣୀ
ଝୁଂଟିବାକୁ ଭୟ କରି, ରହି ଶୁଣନ୍ତି ରମଣୀ,
ଆଗେ ପଥ କଢ଼ଉଅଛି ସହଚାରୀ ॥୧୫।। ଆର ଛାନ୍ଦେ କହିବା ତା ପ୍ରମାଣି ।।୧୬।।
ଜୟ ଜୟ ବୃଷଭାନୁ ନନ୍ଦିନୀ
ବୃନ୍ଦାବନେଶ୍ୱରୀ କୌବଲ୍ୟ-ଦାନୀ
କୃଷ୍ଣ ମନ-ମୀନ-ମୀନ-ଭେଦିନୀ ପ୍ରୀତି ଘେନିମାକୁ ତୋ ତୁଲ୍ୟ ତୁହି
ଆକ୍ରୋଶ ପ୍ରେମ ରହୁ ସେ ବନ୍ଦିନୀ ତୋତେ ତୁଲ୍ୟ ଆଉ ବ୍ରହ୍ମାଣ୍ଡ ନାହିଁ
ଜୟ ଜୟ ରସବତୀ ମୋ ବିନତି ଅଖିଳ ବ୍ରହ୍ମାଣ୍ଡ ସେ ପୀତବାସ
ଘେନି ହର ମୋ ଦୁର୍ଗତି, ସ୍ନେହ ବାନ୍ଧିନେଲୁ ତାଙ୍କ ମାନସ
ତୋ ପଦ୍ମପାଦେ ରହୁ ମୋର ମତି ।।୧୭।। ଜୟ ଜୟ ରସବତୀ, ଘେନି ମୋ ବିନତି
କୋଟି କୋଟି ଅବତାର ତୋ ପାଦୁ ହର ମୋ ଦୁର୍ଗତି,
ନାଚୁ କେବା ଅବା ତେବେ ଯେ ବନ୍ଦୁ ତୋ ପଦ୍ମପାଦେ ରହୁ ମୋର ମତି ।।୧୮।।
ଚିନ୍ତା-ମଣିପୁରେ ବିହାର କରୁ “ ଅଟୁ ତହିଁ ସଂସାର
ସାକ୍ଷାତେ ତୁମ୍ଭେ ଅଟ କଳ୍ପତରୁ ସବୁ ଲୀଳା ତୋର ଅଭିଳାଷର”
ଜୟ ଜୟ ରସବତୀ ମୋ ବିନତି ଏହା ଶୁଣିଣ ସାମନ୍ତ ସିଂହାର
ଘେନି ହର ମୋ ଦୁର୍ଗତି, ଆଶ୍ରେ କରିଅଛି ତୋର ପୟର
ତୋ ପଦ୍ମ ପାଦରେ ମୋର ମତି ।।୧୯।। ଜୟ ଜୟ ରସବତୀ ମୋ ବିନତି
ଘେନି ହର ମୋ ର୍ଦୁଗତି,
ତୋ ପଦ୍ମ ପାଦରେ ରହୁ ମୋର ମତି ।।୨୦।।
ପୁଂସ ନିଶୀରେ ଦେଖି ଶଶୀରେ
ଦୁଃଖ ରାଶିରେ ଭାଷି
ଏହି ମକର ଅହି ମକର
ପୁର ଆଦର ଦିଶି ।।୧।।
ବୋଲେ ଉତ୍ତର କିଂପା କାତର
କରୁ ଇତର ଜନେ
ମୋର ବିଚାର କାମର ଚାର
ତୋର ପ୍ରସନ୍ନ ତେହ୍ନେ ।।୨।।
ବିରହୀମାର ଶିରେ କି ମାର
ତୋତେ କୁମାର କରି
ଆଣିଲେ ଭ୍ରମେ ଏହି ବିଭ୍ରମେ
ମୋ ମନ ଭ୍ରମେ ଡରି ।।୩।।
ହେ ନିଶାଚର ତୁ ଦୋଷା କର
ନାମ ନିକର ବହୁ
ଏ ସୁଦିନରେ କୋପ ମନରେ
କି ଅବା କରେ ଦହୁ ।।୪।।
ଲୋକ ହୃଦର ବିଷର ସୋଦର
ହେତୁ କି ଦର ହେଉ
କରୁ ଅନୀତି ଏ କେଉଁ ନୀତି
କଥାକୁ ନିତି ନେଉ ।।୫।।
କେତୁ ପ୍ରାସରୁ ଭୟ ବିଷରୁ
ଭାଗ୍ୟ ବଶରୁ ଡ଼ରି
ସେ କୋପ ଚିତ୍ତ ଏବେ ଉଚିତ
ଅଛୁ ରଚିତ କରି ।।୬।।
ଅମୃତ କର ତୁ ମୃତ କର
ହେଲୁ ନିକର ଆସି
କାମ ବିପତ୍ତ ଅର୍ଥ ଉପତ୍ତି
ବଜ୍ର ଗୁପତ ଶଶୀ ।।୭।।
ଶଶା ଆଶାରେ ମଲା ତୃଷାରେ
ସେହି ଦଶାରେ ତୋର
ତୁ କଳଙ୍କିତ ହେତୁ ଅଙ୍କିତ
ଏଣୁ ସଙ୍ଗତ ଡର ।।୮।।
ବିରହୀ ଗ୍ରାସ ନାଶା ବତାଶ
ସିନ୍ଧୁ ହୁତାଶ ଖରେ
ନେଇ ପକାନ୍ତା କିଂ ପାଇଁ କାନ୍ତା
ଭିନ୍ନେ କଂପାନ୍ତା କିରେ ।।୯।।
ତାର ବିପତ୍ତ ସରିତ ପତି-
ଠାରୁ ଉତ୍ପତ୍ତ ହୋଇ
ଲକ୍ଷ୍ମୀ ଅନୁଜ ହୋଇ ଦନୁଜ
ବୁଦ୍ଧି ମନୁ ଜନ୍ମାଇ ।।୧୦।
ପ୍ରୀତି ଲୋକରେ ସୁଜ୍ଞ ଲୋକରେ
କି ଆଲୋକରେ ନାହିଁ
ଜନ୍ମ ଧିକରେ ଅବିବେକରେ
ଅହିତ କରେ କହି ।।୧୧।।
କୁସୁମ ଶରେ ସ ପ୍ରକାଶରେ
ଯେଉଁ ଯଶରେ ଅବା
ହୃଦ ପଥରେ ବିଚାର ଥରେ
ସୁଖ ଏଥିରେ କିବା ।।୧୨।।
ସୁଖ ସଦନ ବନ୍ଧୁ ବଦନ
ଦେଖି କଦନ ବିଷେ
ତେଜି ଆକାଶ ଯିବୁନି ବାସ
ନୋହି ପ୍ରକାଶ ଲୋଶେ ।।୧୩।।
କହିବି ଶେଷ କି ତାହା ଲେଶ
କରିବେ ଶେଷ ପୁଣି ।।୧୪।।
ଏହି ବିଧିରେ କଲ ନିଧିରେ
ମୋର ବିଧିରେ ମଲା
କରୁ ଆଳାପ ଶେଷୁ ପ୍ରଳାପ
ଲବକଳାପ ହେଲା ।।୧୫।।
ହେ ଶାଧର ମୋତେ ଉଦ୍ଧାର
ତେଜି କ୍ରୋଧର ଚିତ୍ତ
ଚନ୍ଦ୍ର ସୁଖିନା(?) ମୁଁ ମିତ୍ର ଖନ୍ନା
ହେଲି ନାଶତ ।।୧୬।।
ଆତୁର ଚିତ୍ତ ଘେନି ଉଚିତ
କଲି ରଚିତ ଗୀତ
ଶେଷ ତ୍ରିଭଙ୍ଗୀ ବିଶେଷ ଭଙ୍ଗୀ
ଯେ ଯୋଗ ଭଙ୍ଗୀକୃତ ।।୧୭।।
ଭବ ତାରଣ ପଦ୍ମ ଚାରଣ
ପରେ ଶରଣ ଗଲି
ଶମନ ଦର ହେବି ହୃଦର
ଏଣୁ ନିଦର ହେଲି ।।୧୮।।
ନନ୍ଦ ନନ୍ଦନ ହରି ଚନ୍ଦନ
ପଦ ବନ୍ଦନ କରି
ଚିନ୍ତି ସାମନ୍ତ ସିଂହାର ମତ୍ତ
ଗୋପିକା ମତ ଧରି ।।୧୯।।
ଏ ଉତ୍ତାରୁ ଶୁଣ ଧୀର
ସଖୀ ଦେଖି ଛଦ୍ମ ବୀର
ହୃଦୟକୁ ମାରି ଶର
କଲା ପ୍ରହାର ଯେ ।। ୧।।
କାତର ହୋଇ ନାଗର
ଚିତ୍ତେ ଚିନ୍ତେ ରାମାବର
ଆହା ତ ସୁଷମା ତାର
ସୃଷ୍ଟି ବାହାର ଯେ ।। ୨।।
ଚନ୍ଦ୍ରମା ପଙ୍କଜ ମୁହିଁ
କେମନ୍ତେ ବୋଲିବି ମୁହିଁ
ନିଶୀ ଦିନ ତାର ନାହିଁ
ତାହାଙ୍କ ଏହି ଯେ ।। ୩।।
କରୁଚି ଯେଉଁ ବିଚାର
ଯେଉଁକଳେ ବେଦବର
ଶ୍ରୀମୁଖ ଗଢ଼ିବା ପାଇଁ
ଚିତ୍ତେ ଚିନ୍ତଇ ଯେ ।। ୪।।
ହାତ ବଳିବାକୁ ବିଧି
କଲ ବିଧି କଳ ସିଦ୍ଧି
କେବେ ବନାଇଲ ମୁଖ
ପରମ ସୁଖ ଯେ ।। ୫।।
ଧୋଇଲା ପାଣିରେ ପାଣି
ବିଜ ହେଲା ସେହିକ୍ଷଣି
ହେଲା ସେହି ନୀଳ ତ୍ପୋଳ
ନେତ୍ର ଯୁଗଳ ଯେ ।। ୬।।
କଟି ବିଲୋକନ କରି
ପଲ୍ଲବା (?) ଡମ୍ବରୁ ହରି
ଆଶ୍ରିତ ହେଉ ଗଉରୀ
ଅଛନ୍ତି କରି ଯେ ।। ୭।।
ହର ତା ଯଶ ଶୁଣିଲେ
ଦେଖିବା ଆଶେ ଅଇଲେ
ବିଲୋକନରେ କୁବେର
ହେଲେ ପଥର ଯେ ।। ୮।।
ଗଉରୀ ଦେଖିଲେ ଛବି
ଲବ ମନେ ଛନ୍ନେ ଭାବି
ଲୁଚିଲେ ହର ଦେହରେ
ମୋହି ବିଚାରି ଯେ ।। ୯।।
କାନ୍ତି ଚାହିଁ କ୍ଷଣ କାନ୍ତି
ଘନେ ଲୁଚି କମ୍ପେ କାନ୍ତି
କବେରୀ ଚାହିଁ ନୀରଦ
ହେଲେ ବିଷାଦ ଯେ ।। ୧୦।।
ଗତି ଚାହିଁ ମତ୍ତହାତୀ
ଲାଜେ ଚାହିଁଅଛି କ୍ଷିତି
ଏହି ରୂପେ କରି ଧ୍ୟାନ
ନୃପ ନନ୍ଦନ ଯେ ।। ୧୧।।
ବିଶେଷତ କରି ପାଂଚ
ଆରମ୍ଭ କଲା କବଚ
ଭାବି ଭଙ୍ଗେ ଅଙ୍ଗନ୍ୟାସ
କଲା ପ୍ରକାଶ ଯେ ।। ୧୨।।
ସ୍ନେହ ଛଳ ହୃଦେ ଧରି
ରତି ଜିତ ତହିଁ ଭରି
କାମଦେବ ଅଧିଷ୍ଠିତ
ମନ କଳ୍ପିତ ଯେ ।। ୧୩।।
ରସତନ୍ତ୍ର ମୂଳ କରି
ବଦ୍ଧାସନ ହୃଦେ ଧରି
ଯୋନିମୁଦ୍ରା ବରଷିତ
ଯୁଗଳ ମନ୍ତ୍ର ଯେ ।। ୧୪।।
ପ୍ରତିପଦ ମନ୍ତ୍ର ଘୋଷି
ସ୍ଥାନମାନ ଛୁଏଁ ବସି
ଶିରେ ବସୁ ସୀମନ୍ତିନୀ
ଭାଳେ ଭାବିନୀ ଯେ ।। ୧୫।।
ଲଲଟର ସୁଲଳନା
ନୟରେ ବସୁ ନବୀନା
ନାସାରେ ନାଗରୀ ରହୁ
ମୋ ଦୁଃଖ ବହୁ ଯେ ।। ୧୬।।
ବଦନରେ ରହୁ ବନ୍ଧୁ
କଣ୍ଠ ରଖୁ କୃପାସିନ୍ଧୁ
ଗଣ୍ଡ ରଖୁ ଗୁଣନିଧି
ସଦା ଆରାଧି ଯେ ।। ୧୭।।
କର୍ଣ୍ଣରେ କୋକିଳ ଭାଷି
ଶବଦକୁ ରହ ରସି
ବାହାରା ରହୁ ବାନ୍ଧବୀ
ସୁଖ ସାଧିବୀ ଯେ ।। ୧୮।।
ଛଇଳା ବସୁ ଛାତିରେ
ସୁମନା ମୋ ମାନସରେ
କର ରଖ କୁମ୍ଭସ୍ତନା
ସୁଖ ସଦନା ଯେ ।। ୧୯।।
ପୃଷ୍ଠ ରଖୁ ପରମଦା
କଟୀକୁ ରଖୁ କାମଦା
ରୂପେ ରଖି ଶାବକାକ୍ଷୀ
ରଖୁ ଯେ ।। ୨୦।।
ବାହୁ ରଖୁ ଯୋଗ ଭଙ୍ଗୀ
ପଦରେ ପଦ୍ମିନୀ ସଙ୍ଗୀ
ସର୍ବାଙ୍ଗ ରଖୁ ସୁଶୀଳା
ଦାସ ବତ୍ସଳା ଯେ ।। ୨୧।।
ବାମ କାମ ରକ୍ଷା କରୁ
ଦକ୍ଷିଣେ ଦକ୍ଷିଣଠାରୁ
ବିମଳ ସେ ବିପଦରେ
ରଖୁ ନିର୍ଭର ଯେ ।। ୨୨।।
ବିଭ୍ରମେ ବୋଲୁ ଏମନ୍ତ
ବୃତି ମଲିୟେ (?) ପୁରତ
ଶଂକିତେ ତେଜି ଆସନ
ଆତୁର ମନ ଯେ ।। ୨୩।।
ଦୂତୀକି କହଇ ବାଣୀ
କାହିଁ ମୋ ଜୀବ କାରେଣୀ
ଦୂତୀ କହେ ହୁଅ ଧୀର
ରସିକ ବର ଯେ ।। ୨୪।।
ଶୁଭ ତବ ସର୍ବ କାର୍ଯ୍ୟ
ମହା ସୁଖ ହେବ ଆଜି
ଜୟ ଜୟ କାମଦେବ
ଆଜ ସାଧବ ଯେ ।। ୨୫।।
ଆସିଛି ଅଙ୍ଗନା ବର
ତହିଁକି ବିଦାୟ କର
ଦର ସିନ୍ଧୁର
ହେଳା ନ କର ଯେ ।। ୨୬।।
ବୀର ବୋଲେ ଗୋ ମିତଣୀ
ସତେ ଏ ଦୁଃଖ ହାରିଣୀ
ଅଇଲ ଏତେକ ଦୂର
ଚାଲି ପୟର ଯେ ।। ୨୭।।
ଦୟାଶିଳା ସ୍ନେହାଧୀନା
ଶିରୀଷ ଅଙ୍ଗ ନବୀନା
ମୋ ଛାର ପାଇଁ ସୁମୁଖୀ
ହୋଇଲ ଦୁଃଖୀ ଯେ ।। ୨୮।।
ପଦ ପରିଜନ ହେବି
ଗୁଣ ଶୁଝି ନ ପାରିବି
ମରଇ ଦାସ ବତ୍ସଳ
ତନୁ ମୃଦୁଳ ଯେ ।। ୨୯।।
ପ୍ରତ୍ୟେକ କହି ବଚନ
କରି ଅଞ୍ଜନ
ପ୍ରେମାବେଶ ଗରଗର
ରତି ଅସ୍ଥିର ଯେ ।। ୩୦।।
ବୋଲେ କାହିଁ
ଦେଖାଅ ତାହାକୁ
ସଖୀ ଦେଇ ଚନ୍ଦ୍ର ମୁଖ ।। ୩୧।।
କହଇ ତୋଷେ ସଂଚରୀ
ମହାମାୟା କୃପା କରି
ସଙ୍ଗତେ, ଘେନି ନବୀନା
ଅଇଲେ ସିନା ଯେ ।। ୩୨।।
ତୁମ୍ଭଙ୍କୁ ସମର୍ପି ଦେବେ
ଆନନ୍ଦ ପୁରକୁ ନେବେ
ଏବେ ଉପର ତୁମ୍ଭର
ଅଟଇ ବୀର ଯେ ।। ୩୩।।
ଶୁଣ ବୀର କୃତ କୃତ୍ୟ
ପ୍ରଦାନ କଲେ ତ୍ୱରିତ
ଆନନ୍ଦେ ନ ପାରୁ କହି
ଆତୁର ତହିଁ ଯେ ।। ୩୪।।
ପଥରେ କଲେ ବିଚାର
ହୃଦୟ ନୁହଇ ସ୍ଥିର
ସତେକି ଭେଟିବି ରମା
ନିଧି ଅର୍ଣ୍ଣମା ଯେ ।। ୩୫।।
ଭେଟିଲେ ଅମ୍ବିକା ଯାଇ
ଚରଣେ ପ୍ରଣାମ ହୋଇ
ଜୟ ସ୍ତୁତି କରେ ବୀର
ଯୋଡ଼ିଣ କର ଯେ ।। ୩୬।।
ଦେବୀ ବୋଇଲେ ‘‘ରେ ବାବୁ
ବାଞ୍ଛା ପୂର୍ଣ୍ଣ ହେଉ ସବୁ
ତୋହ ଦୁଃଖ ଆମ୍ଭେ ଦେଖି
ହୋଇଲୁ ଦୁଃଖୀ ଯେ’’ ।। ୩୭।।
ତୋ ମନ ଆମ୍ଭେ ଜାଣି
ସଙ୍ଗେ ଘେନି ସୁଲକ୍ଷଣୀ
ଅଇଲୁ ତୋହର ଯାଏ
ୟେହି ସଂଶୟେ ଯେ ।। ୩୮।।
ଗାନ୍ଧର୍ବ କରିବା ବିଭା
ହେବ ୟେ ପ୍ରିୟ ଦୁର୍ଲ୍ଲଭା
ଏତେ ବେଶଳି ଯାଗମାୟା
ପ୍ରକାଶି କାୟା ଯେ ।। ୩୯।।
ଭିଆଇ ବୀର ସମ୍ଭାର
ବସାଇ ଦେବୀ ଉପର
ବର ବରି ଗନ୍ଧ ଷଣ
କଲେ ତକ୍ଷଣ ଯେ ।। ୪୦।।
ନାରୀ ବାରିକେ ଲଙ୍ଗଳ (?)
ପ୍ରକାଣ୍ଡ କାଣ୍ଡ ତଣ୍ଡୁଳ
ସୂପରେ ସତ୍ୱରେ ଥୋଇ
ବିଧି ବଢ଼ାଇ ଯେ ॥୪୧।।
ଲବଣ ଚମରୀ ଆଶେ
କନ୍ୟା ଆଣୁ ବର ପାଶେ
ଚାରି ଚକ୍ଷୁ ହେଲେ ଭେଟ
ସ୍ନେହ ଲମ୍ପଟ ଯେ ।।୪୨।।
ଯେଉଁଠାରେ ପଡ଼େ ଆଖି
ସେହିଠାରେ ରହେ ଲାଖି
ସୁର ସୃଷ୍ଟି କଲେ ବଳେ
ସ୍ନେହ ସଙ୍କୁଳେ ଯେ ।।୪୩।।
ଲବଣ ଚାମରି ସାରି
ଗୋରୀ ନ ଫେରଇ ଫେରି
ଅଚଳ ଚରଣ ଦେଶ
ଲବ କୁଳିଶ ଯେ ।।୪୪।।
ରସିକ ନେତ୍ର ଚକୋର
ରମା ନେତ୍ର ସୁଧାକର
ଦେଖି ତହିଁ ବନ୍ଦି ହେଲେ
ପ୍ରେମ ଶୃଙ୍ଖଳେ ଯେ ।।୪୫।।
ଶିଳା ଆରୋହଣ କାଳେ
ଚରଣ ଛୁଇଁବା ବେଳେ
ଶରଣ ହୋଇଲା ବୀର
ତୁଳି ପ୍ରକାର ଯେ ।।୪୬।।
ବିଭା ବିଭବ ସୁସାକ୍ଷୀ
କରି କର ବାହ ସାଖି
ବେଦ ମତେ ଚିତ୍ତ ଚିର
ନୁହଇ ଜୂର ଯେ ।।୪୭।।
ପାଣି ଗ୍ରହଣ ସମ୍ମତ
ହସ୍ତ ଗ୍ରନ୍ଥି ଉପଗତ
ଲାଜ ହୋମ ବିଧିକରି
ଲବ ସଂହାରି ଯେ ।।୪୮।।
ବୀର ଗାନ୍ଧର୍ବିକା ମତେ
ସ୍ୱୟଂ କଲେ ଜଗନ୍ନାଥେ
କନ୍ୟା କର ଧରି କରେ
ସମର୍ପିବାରେ ଯେ ।।୪୯।।
ଦଶ ଦୋଷ ମାଗି ଘେନି
ବିଦା ହୋଇଲେ ଭବାନୀ
ବରକନ୍ୟା କୃତ କୃତ୍ୟ
ହେଲେ ବହୁତ ଯେ ।।୫୦।।
ବିମଳାକ୍ଷି କର ଧରି
କୃପା ବଶରେ ଗଉରୀ
ମାୟା ମନ୍ତ୍ର ଶିକ୍ଷା ଦେଲେ
ଆନନ୍ଦ ଭାଳେ ଯେ ।।୫୧।।
ବୋଇଲେ ଏ ବିମ୍ବାଧର
ହେବ ତୁମ୍ଭ ଉପକାର
ଚୋର ପ୍ରତି ଲୋଚାଯିବ
ଅଶେଷ ଭାବ ଯେ ।।୫୨।।
ଏତକ ତାକୁ ବୋଇଲେ
ଦେବୀ ଅନ୍ତର୍ଦ୍ଧାନ ହେଲେ
ଏ ଉତ୍ତାରୁ ଆନରସ
ହେବ ପ୍ରକାଶ ଯେ ।।୫୩।।
ଜୟ ରାଧା ଦାମୋଦର
ପ୍ରେମ ସୁଧା ନିଧି ସର
କାମିକଳ୍ପ ତରୁବର
ଦୀନ ସୋଦର ଯେ ।।୫୪।।
ରସ ପ୍ରୀତି ଚିନ୍ତାମଣି
ପାଦପଦ୍ମ ଚିନ୍ତି ଭଣି
ସାମନ୍ତ ସିଂହାର ଗତି
ଗୋକୁଳ ପତି ଯେ ।।୫୫।।
ରସିକେ ରସିକେ ଶୁଣ ଏ ଅନ୍ତରେ
ରସିକେ ରସି କେ କହେ ହସି
ବିହିତ ବିହିତ କଲେ ଏକ ମେଳା
ସହିତ ସହିତ ଏ ବୟସୀ ।।୧।।
ଦେବ ଦେବ ଏତେ ମାଗୁଛି ସମସ୍ତେ
ଜୀବ ଗୀବନେତ୍ରୀ କଲେ ଦୋଷ
ମାନ ମାନିନୀ ନ ସହଇ ଟାଳେ ସେ
ଆନ ଆନନେ ନୋହିବ ବଶ ।।୨।।
ଶିବ ଶିବ ବୋଲନ୍ତି ରସିକେ
ଜୀବ ଜୀବବନ୍ଧୁ ହେଲେ ମୋର
ଘଡ଼ିକି ଘଡ଼ିକି ଦୁଃଖ ତା ଫେଡ଼ୁଛି
ଏତିକି ଏତିକି ରମାବର ।।୩।।
ଅଭିନ୍ନ ଅଭିନ୍ନ ଦୀନ ବୟସୀ ମୋ
ଆନ ଆନ କିଛି ନ ଡ଼ାକିବି
ଶରଣ ଶରଣ ବତ୍ସଳ ଚରଣ
ରସ ରସତ ସେ ଅଛି ଭାବି ।।୪।।
କହୁ କହୁ ବୀର କାମେ ଜର ଜର
ମୂହୁର୍ମୂହୁ ହେଲା ଥର ଥର
ଛିନ୍ନ ଛିନ୍ନ ବୋଲେ ହର ହର
ଘନ ଘନ ପ୍ରେମ ଗର ଗର ।।୫।।
ଫୁଲଶର ଯହୁଁ ଯହୁଁ ହୃଦୟରେ
ପ୍ରହାରଣ କଲା ଫୁଲଶର
କରି ବାରଣ ମୋହର
ବୋଇଲେ ନାଗର (?) ବାର ବାର ।।୬।।
ରମଣୀ ରମଣୀ- ୟ ବାଣୀ ଶ୍ରବଣେ
ଏକ ସ୍ୱର ମନେ ଗୁଣି ଗୁଣି
କାସାର ମଧ୍ୟ ମ- ଣ୍ଡପ ରମ୍ୟ ଜାଣି
ଭେଟାଇଲେ ଦୂତୀ ତତକ୍ଷଣି ।।୭।।
ମଧୁଶଯ୍ୟା ବିଧି ହୋଇବାକୁ ସିଦ୍ଧି
ମଣ୍ଡିଲେ ସେ ପୁର ଯତ୍ନେ କିଳି
ରସିକ ବଧୂ ବି- ଜେ କଲେ ସେ ପୁରେ
ଦେଖିଲେ ଶୋଭା ଅତ୍ୟନ୍ତ ଝଳି ।।୮।।
ମଣିମାଣିକ୍ୟ ଅ- ଷ୍ଟରତ୍ନ
ନିନ୍ଦା କରେ ଚନ୍ଦ୍ର ସୂର୍ଯ୍ୟକାନ୍ତି
ବିଚିତ୍ର କର୍ମା କ - ର୍ମ ବାଣୀ ବିଚିତ୍ର
ଚାରୁ ମୋହୁଛି ଜନମତି ॥୯।।
ପିତୁଳା ଫୁଲକୁ ସରି ନୋହି କରି
ଅପସରୀ ଅପସରି ଗଲେ
ପୁର ସୁନ୍ଦର ପୁ- ରନ୍ଦର ଦେଖିଲେ
ସୁର ସ୍ୱର୍ଗକୁ କରିବ ହେଳା ।।୧୦।।
ଦେଖି ମନୋହର ମୋହ ବଶେ ହର
ଶ୍ମଶାନକୁ ଘର ଛନ୍ତି କରି
ବିଶେଷ ସେ ବାସ ସେଖି ସେହି ବାସ
କଲେ ନିଜ ବାସ ତେଜିକରି ।।୧୧।।
ନୋହେ ଶେଷ କରି ବିଶେଷ ଚାତୁରୀ
ଶଷ ବଚନରେ ପରଶଂସୀ
ତହିଁ ଚିତ୍ର କରି ମଣ୍ଡିଲେ ଚାତୁରୀ
ହେଲେ ହେଁ ନୟନ ମୋହ ପାଶୀ ।।୧୨।।
ହେମ ରଂଭାତରୁ ଦ୍ୱାରେ ପୋତି ଭୀରୁ
ଲମ୍ବାଇଲେ ବରକୋଳି ଡ଼ାଳ
ଚୂତ ପତ୍ର ଖୋସି ପ୍ରବାଳ
ଲମ୍ବାଇଲେ ଝରା ମୋତି ମାଳ ।।୧୩।।
ଚାରୁ ଚାମର ମା- ଣିକ୍ୟ ପୁଞ୍ଜ ପୁଞ୍ଜ
ରତ୍ନ ରବି କରି ଖଞ୍ଜି ଦେଲେ
ଖଞ୍ଜିଲେ ନାହିଁରେ ରଞ୍ଜିଲେ ବିବେକ
ଦେଖିଲା ଲୋକର ଅବହେଳେ ।।୧୪।।
ଚାନ୍ଦି ଦର୍ପଣ ଖ - ଞ୍ଜିବାର ତେଲଙ୍ଗୀ
ମଣ୍ଡନ ବାନ୍ଧିଲେ ଯତ୍ନ କରି
ଝୋଲ ଟିଲି ମିଲି ବସନ ମଶାରି
ପ୍ରତିବାଦ ତହିଁ ଛନ୍ତି କରି ॥୧୫।।
ଦନ୍ତୀ ଦନ୍ତ ପାଟ ପ୍ରମାଳ ପଗଡ଼
ରତ୍ନ ଝର ମଂଚ ଅତି ସଂଚ
ଦିବ୍ୟ ହେମ ଖୁର ଯୋଚି ଅଛି ହୀରା
ଷୋଡ଼ଶ ଅଙ୍ଗୁଳି ଅତି ଉଚ୍ଚ ।।୧୬।।
ଅତୁଲ୍ୟ ସୁମାଣ୍ଡି ନାଗେଶ୍ୱର ଗୁଣ୍ଡି
ପୂରେଇ ସଂଚି ଅଛନ୍ତି ମାଳି
ହେମ ତଲବାର ଶଯ୍ୟା ପରକାଶ
ଗଗନରେ ତାରା ପରି ଝଳି ।।୧୭।।
ଶଯ୍ୟା ପରେ ପଡ଼ି ସେବତୀ ପାଖୁଡ଼ି
ବାତ କରୁଅଛି ମନ ବଶ
ଚୂଆ ଚନ୍ଦନ ଅ- ଗୁରୁ ଅତର ଯା
ପନିରନୀର ସଂଚିତ ବାସ ।।୧୮।।
ଘନସାର ଗୁଣ୍ଡି ଶଯ୍ୟା ପରେ ମଣ୍ଡି
ଅଛନ୍ତି ମନ ଜାଣି ଚତୁରୀ
ବବିସନ ଦକ ହେବାର ନିଶଙ୍କ
ଆଗହୁଁ ମୁଦି ଅଛନ୍ତି ଗୋରୀ ।।୧୯।।
ଏହି ତାମ୍ବୁଳ ଭା- ଙ୍ଗି ନାନା ଜାତିର
ଲବଙ୍ଗ ଯାଇ ଫଳାଦି ପୁର
ବିଜ୍ଞ ସଖୀ ଶ୍ରେଣୀ ରଞ୍ଜାଇ ରଖିଲେ
ଯେ ଯହିଁ ଅନୁରୂପ ଯୋଗର ।।୨୦।।
ବାସ ଜଳ ଭରି ଝରୀ ରଖିଗଲେ
ଶିଳ ପରୀକ୍ଷା ନିକଟ କରି
କୁସୁମ ବ୍ୟଜନ ସ୍ୱେଦ ହତ ପାଇଁ
ଶଯ୍ୟାପରେ ରଖି ମନୋହରୀ ।।୨୧।।
ସେହି ଶଯ୍ୟା ଏହି ରୂପେ ସଜାଇଲେ
ଦକ୍ଷିଣ ଗବାକ୍ଷ ନିକଟରେ
କରି ପଞ୍ଜରୀ ମ- ଧ୍ୟରେ ଗୋପ୍ୟ କରି
ପ୍ରଦୀପ ସ୍ଥାପିଲେ କିଛି ଦୂରେ ।।୨୨।।
ଦୂତ ହେବା ପାଇଁ ଲେଖି ଦେଲେ
ଚତୁଷଷ୍ଠି ବନ୍ଧ କାନ୍ଥେ ସଖି
ପୂର୍ବ ପ୍ରତୀ ଚେତି- ବାକୁ ରାମସୀତା
ମୂତ୍ତି ଚିତ୍ରପଟେ ଦେଲେ ଲେଖି ।।୨୩।।
କଶ୍ୟପ ଅତି ସ୍ୱ- ୟମ୍ଭୁ ରତି ରୂପା
ଅରୁନ୍ଧତୀ ବଶିଷ୍ଠଙ୍କୁ
ଇନ୍ଦ୍ର ଇନ୍ଦ୍ରାୟଣୀ ଦିନମଣି ସ୍ୱାହା
ଅଗ୍ନିନାଶୀ ଚନ୍ଦ୍ରମାଙ୍କୁ ।।୨୪।।
ସୁର ବର ମୁନି ପ୍ରତୀ ରସେ ବଶ
କରିବାକୁ ଶୀଘ୍ର ସମ୍ପାଦିଲେ
ସେ କାଳେ ନିରେଶ ନନ୍ଦନ ପ୍ରବେଶ
ନୀତି ଗତି ଦେଖି ପ୍ରଶଂସିଲେ ।।୨୫।।
ବୋଇଲେ ଚତୁରୀ ଅତ୍ୟନ୍ତ ଚତୁରୀ
ବିଜ୍ଞ ସଖୀ ସମ୍ପାଦିଛି ସଙ୍ଗେ
ଆହା ତାହା ପରା ସାହା ହେଲେ ମୋତେ
ହେଲି ଧନ୍ୟ ପୁଣ୍ୟ କେଉଁ ଯୋଗେ ।।୨୬।।
ଏମନ୍ତ ମନାସି ସନ୍ଧ୍ୟା ପରେ ବସି
ଅୟନେ ନୟନ ଦେଇ ପେଷି
ମନମଥ ମନ ମନ୍ଥନ କରଇ
ମନ୍ଥର ଗମନା ଗୁଣ ଘୋଷି ।।୨୭।।
ଏକେତ ବସନ୍ତ ରତୁ ତହିଁ ପୁଣି
ନିର୍ମଳ ପୂର୍ଣ୍ଣିମା ଛନ୍ଦେ ରତି ।
ଭ୍ରମର ଝଙ୍କାରି କୋକିଳ ଭାରତୀ
ଧୀରେ ହେବ କେଉଁ କାମୀ ଛାତି ॥୨୮।।
ଦକ୍ଷିଣା ପବନ ବହେ ଘନ ଘନ
ସୁମନ ସୁବାସ ଘେନି ଅଙ୍ଗେ
କମଳ କୁମୁଦ ବଢ଼ାନ୍ତି ପ୍ରମୋଦ
କାସାର ଜଳ ତରଙ୍ଗେ ।।୨୯।।
ଚାରି ପାଶେ ଦିବା କୁସୁମ କାନନ
ଚୂତ ବକୁଳ ମୁକୁଳ ଶୋଭା
ହଂସ ସାରସ ନ କରି ବଳେ କେଳି
କରି ବସନ୍ତି ମଦନ ପ୍ରଭା ।।୩୦।।
କାମ ଅହଂକାର ବେଳ ସେ ଝଙ୍କାର
କରି ବିନ୍ଧୁଅଛି ହା କି ଶର
ସଙ୍ଗୀନାଗର ଝା- ଙ୍କି ଚାହେଁ ଦ୍ୱାରକୁ
ପଲ୍ୟଙ୍କରୁ ଉଠି ବାର ବାର ।।୩୧।।
ବୋଲେ ଅତନୁ ଦେଇ ମୋ ତନୁ
ସତନୁ ଭେଟିବା ଥାଏଁରହି
ଯାହା ଯାହା ପାଇଁ ଯାହା ମୁଁ କରିବି
ସବୁତା (?)ବୁଝିବୁ ରତ (?) ଦେଇ ।।୩୨।।
ପୁଣି ବିଚାରଇ ଆସିଲେ ଚାତୁରୀ
କର ଧରି କୋଳ ବସାଇବି
କରି ଆଲିଙ୍ଗନ ଚୁମ୍ବି ଚନ୍ଦ୍ରାନନ
ଚିବୁକରେ କର ନିବେଶିବି ।।୩୩।।
କି ବୋଲି ବୋଲିବି ବୁଦ୍ଧି ଦିଶୁ ନାହିଁ
ତାହା ଅନୁରୂପେ ଚାରୁ ଭାଷା
କିଣା ପରିଜନ ଚରଣେ ଶରଣ
ବୋଇଲେ କୋପିବ ପରା ଯୋଷା ।।୩୪।।
କୁସୁମ ବୋ- ଲନ୍ତାଇ ସେମାନେ
ମେଲା ପିତୁଳା ତ ନ ଦିଶଇ
ଧନ ହରିଦ୍ରା ତ ବିକଇ ଅବଶ୍ୟ
ସର୍ବଦା ବରନ ନ ରହଇ ॥୩୫।।
କେତେ ବାଡ଼ି ବନ୍ଧୁ ଲୋକ କରିଛନ୍ତି
ତାହା ବୋଲିବାର କେଉଁ ଆଣି
ଅଭିନ୍ନ ଡାକିଲା ଭିନ୍ନ କି କରିବ
ଏହା ଘନେଇଟି ଗୁଣମଣି ।।୩୬।।
ଏହି ମତେ କେତେ କେତେ କଳପନା
କରଇ ରସିକ ଚୂଡ଼ାମଣି
ଏକ ଦଶଗ୍ରହେ ଦଶ ବନ୍ଧୁ ଭେଟ
ବେଳେ ଘେନୁ ଯେ ବିନତି ବାଣୀ ।।୩୭।।
ମୋର ଘୋର ଡ଼ର କର ହର ହର
ତୋର ସର ସର ବାର ବାର
ବରବର ଯାର ବୀର ପରିଚାର
ବାରବାର ସାର କର ମୋର ।।୩୮।।
ଏ ଅନ୍ତରେ ଯେତେ ରସ ସାର ଆଉ
ଛାନ୍ଦରେ କହିବା ଧୀର ନର
ବୋଲେ ଅଭିମନ୍ୟୁ ସାମନ୍ତ ସିଂହାର
କୃପା କର ବାରେ ବେଣୁଧର ।।୩୯।।
ଏ ଉତ୍ତାରୁ ଆଳି ମିଳି,
ଜେମାକୁ କହନ୍ତି, ପ୍ରସଙ୍ଗେ ଉଳି ଯେ
ଏବେ ବେଗ ଲଭ କାନ୍ତ ମେଳି, ମୋ ଧନି ଗୋ ।।୧।।
ଅପଲକେ ପଲ୍ୟଙ୍କରେ,
ନାଥ ପଥ ଚାହୁଁ ସେ ଦେବାନ୍ତରେ ଗୋ
ଏବେ ଉଠ ମଠ ତ ତହିଁରେ, ମୋ ଧନି ଗୋ ।।୨।।
କି ବୋଲେ ସୁରତି ଭାବ,
ଆଜ ସିନା ହେବ କିବାନୁଭାବ ଗୋ
ସେ ତ ବଳିଥାଇ କେହି ଯିବ, ମୋ ଧନି ଗୋ ।।୩।।
କେ ଜାଣେ କି ତହିଁ ହେବ,
ଆଗୁହୁଁ ଲଳିତା ମୂଳ କରିବ ଗୋ
ତହିଁ ବିଚାରିବାକୁ ନ ଥିବ, ମୋ ଧନି ଗୋ ।।୪।।
କେ ବୋଲେ ତାହାକୁ ଚାହିଁ,
ତୁ ଯାହା ବୋଇଲୁ ଜାଣିଲି ସହି ଗୋ
ଏଥି ସେ କଥା ଘଟଇ ନାହିଁ, ମୋ ଧନି ଗୋ ।।୫।।
ଦେଖ ହଂସ ନୀରକ୍ଷୀର,
ଭେଦ କରେ ଚଂଚୁ ପ୍ରବେଶ ତାର ଯେ
ସେ ତ ସେ ଲୋଭେ ଶିଖିବା ପର, ଧନି ଗୋ ।।୬।।
କାକ ପିକ ଯତ୍ନେ ପାଳେ
ସେ କି ତାର ରକ୍ଷା ବୋଲଇ ତିଳେ ଗୋ
ସେ ତ ଏହା ଉଲଟି ସକାଳେ, ମୋ ଧନି ଗୋ ।।୭।।
ଅଣ୍ଡିରୁ ଜନ୍ମି ମୟୂର
ତକ୍ଷଣେ ଉଲ୍ଲସେ କରେ ଆହାର ଗୋ
ସେ ତ ସେ ତାର ଆଚାର, ମୋ ଧନି ଗୋ ।।୮।।
ବତିଶି ଦ୍ୱିଗୁଣ କଲେ,
କେଳି କାଳେ ଜାଣେ ନବୀନ ବାଳେ ଯେ
ସେହୁ ଭାବରେ ଲଭିଲା ଭାଳେ, ମୋ ଧନି ଗୋ ।।୯।।
ନ ଜାଣିଲା କଥାମାନ,
କେତେ ତ କହିବ ଜୀବନ ଧନ ଯେ
ସେ ତ ଏକ କରିବ ଆନ, ମୋ ଧନି ଗୋ ।।୧୦।।
କେ ବୋଲେ ମୋ ସଖି ଶୁଣ,
ରସଦାନେ ନୋହିବୁଟ କୃପଣ ଯେ
ସେ ତ ଦୟାସିନ୍ଧୁ ତୋର ଗୁଣ, ମୋ ଧନି ଗୋ ।।୧୧।।
କେ ବୋଲେ ଜୀବନ ଧନ,
ମନେ ଘେନିବୁଟି ନାହିଁ ଏମାନ ଯେ
ଫୁଲ ଲତିକା ଭାଙ୍ଗେ ପବନ, ମୋ ଧନି ଗୋ ।।୧୨।।
ଦେଖ ଦେଖ ତ ଶିରୀଷ,
ଖେଳି କେଳି କଲେ ନୋହେ ବିନାଶ ଯେ
ଦେଖି ପଦ୍ମ କି ଦଳଇ ହଂସ, ମୋ ଧନି ଗୋ ।।୧୩।।
କେ ବୋଲେ ରେ ଜୀବ ସହୀ,
ଶିର ଟେକି ଗିର କହିବୁ ନାହିଁ ଗୋ
ସେ ତ କାନ୍ତି ଶ୍ରୀମୁଖକୁ ଚାହିଁ, ମୋ ଧନି ଗୋ ।।୧୪।।
କାନ୍ତ ଧରି ଭୁଜ ଭୁଜେ,
କୋଳ କରି ଗଲାବେଳକୁ ବିଜେ ଗୋ
,ମୋ ଧନି ଗୋ ।।୧୫।।
କେ ବୋଇଲ ଦୟାଶୀଳା,
ଦୟାରେ ତୁ ପୁଣି ନୋହିବୁ ଶିଳା ଯେ
ତୁ ତ ଲୀଳାବତୀ କଉଶଳା, ମୋ ଧନି ଗୋ ।।୧୬।।
କାନ୍ତ ପକ୍ଷ ହେବୁ,
କାନ୍ତ କାମରେ ବିପକ୍ଷ କରିବୁ ଗୋ
ଲବ ରଖି ମନ୍ଦାକ୍ଷ ତେଜିବୁ, ମୋ ଧନି ଗୋ ।।୧୭।।
ପ୍ରିୟ ସଖି ବିହାରରେ,
ଦୁଃଖ ପ୍ରିୟଟି ଲଭିବ ବେହାରେ ଯେ
ଏହା ତଳରେ ଥିବ କାଳରେ, ମୋ ଧନି ଗୋ ।।୧୮।।
ସୁମନକୁ ଦୃଢ଼ ବନ୍ଧ,
କରିଥାଅ ହେବା ବେଳକୁ ବନ୍ଦ ଯେ
ସେତ ସୁମନ କରୀ ନ ବନ୍ଧ, ମୋ ସଖି ଗୋ ।।୧୯ ।।
ସମାନ ରସେ ବତ୍ତବ,
ସମାନ ସରସରେ ନିବତ୍ତବ ଯେ
ସେ ତ ଜାଣୁ କେଉଁ ପ୍ରସ୍ତାବ, ମୋ ବନ୍ଧୁ ଗୋ ।।୨୦।।
କ୍ରୀଡ଼ା ମନେ ମଦାଳସି,
ତଳକୁ ପୋତିଲେ ଶ୍ରୀମୁଖ ଶଶୀ ଯେ
ଦେଖି ହସି ଭାବିଲେ ବୟସି, ମୋ ସଖତ ଗୋ ।।୨୧।।
କାନ୍ତ ନାହିଁଛନ୍ତି ବୃଥା,
ବସିବ ସେଠାରେ ପୋତିଣ ମଥା ଯେ
ତହିଁ କହିବେ ସେ ଚାଟୁ କଥା, ମୋ ସଖି ଗୋ ।।୨୨।।
ବିଷ ପିତା ଚାହୁଁ ଚାହୁଁ,
କଲୁ ଏକ ପଟ ଶିଖିଲୁ କାହୁଁ ଗୋ
ପ୍ରିୟ ମୁଖ ଯେହୁ ଚାହୁଁ ଚାହୁଁ, ମୋ ସଖି ଗୋ ।।୨୩।।
କେ ବୋଇଲ ଗୁଣମଣି,
ଏବେ ହୋଇଛି କି ଆରମ୍ଭ ମିତଣୀ ଗୋ
ସେ ତ ହୃଦୟ ହୋଇବ ହାଣି, ମୋ ସଖି ଗୋ ।।୨୪।।
କେ ବୋଲେ ଏତେ ଉଛୁର,
ତୋତେ ଘେନୁଅଛି ମନେ ବିକାର ଯେ
ଆଉ କାହିଁକି ବିଳମ୍ବ କା ସଖି ଗୋ ।।୨୫।।
ଆନ କହିଛି ଏତିକି,
ଲେଶେ ନ ରହିବ ପୁଣି କାଲିକି ଯେ
ଆଝୁ ଗଲା ଏକଥା ଏଣିକି, ମୋ ଧନି ଗୋ ।।୨୬।।
ଲାଜ ବ୍ୟାଜେ ଗୁଣମଣି,
ଶୁଣି ନ ଚାହିଁ
ମୁଖ ବୋଲେ କମ୍ପାଇଣ ପୁଣି, ମୋ ସଖି ଗୋ ।।୨୭।।
ରସନା କଟିରେ ଦେଖି,
କେ ବୋଲେ ରସନା ପରଖ ସଖି ଗୋ
ସେ ତ ମୁଖ ଭାବ ତ ସୁମୁଖୀ, ମୋ ସଖି ଗୋ ।।୨୮।।
କେ ଚାଳିଲା ଚୋଳ ପରେ,
ଅମ୍ବର ଢ଼ାଙ୍କିଲା କି ପୟୋଧରେ ଗୋ
ଏ ତ ଦେଖା ନ ଥିଲା ସଂସାରେ, ମୋ ଧନି ଗୋ ।।୨୯।।
କେ ବୋଲେ ଶୁଣ ସଂଗାତ,
ମୁହିଁ ଘେନୁଅଛି ଏ ଉତପାତ ଯେ
ଏଥି ପ୍ରମାଦ ହେବ ବହୁତ, ମୋ ସଖି ଗୋ ।।୩୦।।
କେ ବୋଲେ ହିରଣ୍ୟ ତନୁ,
ନ ଖେଦି ମରଣ ହେବ ସୁତନୁ ଗୋ
ଏ ତ ଜଣାଗଲା ଅନୁମାନ, ମୋ ଧନି ଗୋ ।।୩୧।।
କେ ବୋଲେ ଏ ଗତି ହେଲେ,
ଅଙ୍ଗ ଦେଶ ପିତା (?) ଦଣ୍ଡ ବଉଳେ(?) ଗୋ
ସେ ତ ଖୟକେ(?) ହୋଇବ ତଳେ, ମୋ ସଖି ଗୋ ।।୩୨।।
ମାନବରେ ଏହା ଚାହିଁ,
ଛିନ୍ନ ଛତ୍ର ହୋଇ ରହିବେ କାହିଁ ଯେ
ସେ ତ ପଳାଇବେ ବ୍ୟଗ୍ର ହୋଇ, ମୋ ସଖି ଗୋ ।।୩୩।।
କର ପୀଡ଼ା ଯେବେ ଦେବେ,
ଉରଜେ କେହି ସହି ନ ପାରିବେ ଯେ
ସେତ ମୂଳ ବାସ ଛଡ଼ାଇବେ, ମୋ ସଖି ଗୋ ।।୩୪।।
କୁନ୍ତଳେ ଆଉ ସୁମନ,
ରହିବେ ନାହିଁ ତ ଲଭି ଉଚ୍ଛନ୍ନ ଯେ
ନିଶ୍ଚେ ଦୂର ହେବ ସର୍ବ ସ୍ଥାନ, ମୋ ସଖି ଗୋ ।।୩୫।।
ଏହି ରୂପେ ଛଳ କହି,
କର ଧରି ଉଭା ସହି ଯେ
ସେ ତ ଲବ ବ୍ୟାଜେ ଚାହେଁ ମହୀ, ମୋ ସହି ଗୋ ।।୩୬।।
ଗତି କରନ୍ତେ ସଜନୀ,
ଶାଢ଼ି ଅତି ଭିଡ଼ି ଘନଜଘନୀ ଯେ
ସେ ତ ଦୃଢ଼େ ନିବାଡ଼େ ମୋହିନୀ, ମୋ ସଖି ଗୋ ॥୩୭।।
ସେ ଉଳିଲା ଚନ୍ଦ୍ରମୁଖୀ,
ଘନରସ ବୃଦ୍ଧି ଆଗତ ଦେଖି ଯେ
ବାଲି ବନ୍ଧେ ପାରିବୁ କି ରଖି, ମୋ ସଖି ଗୋ ।।୩୮।।
କେହି ଛଳ ଶ୍ଳେଷ ଭାଷା,
ପହଣ୍ଡି ମଣାଇ ନିଅନ୍ତି ଯୋଷା ଗୋ
ଗଜ ଗତିରେ ମୋହୁଛି ରସା, ମୋ ସଖି ଗୋ ।।୩୯।।
ପହଣ୍ଡ ପକାଇ ଗୋରୀ,
ଦଣ୍ଡେ ରହେ ମହି ଲୋକନ କରି ଯେ
ସେତ ଲବ ବ୍ୟାଜ ମନେ ଧରି, ମୋ ସଖି ଗୋ ।।୪୦।।
କେଳିବାସ ଦୁରୁ ଦେଖି,
ଧୀର ଗତି କଲା ପଙ୍କଜ ମୁଖୀ ଯେ
ତାହା ଦେଖି ବୋଲି କେଉଁ ସଖି, ମୋ ସଖି ଗୋ ।।୪୧।।
ଆମ୍ଭର ଥିବାର ବାଳା,
ସେ ମନ ପଦରେ କରୁଛି ହେଳା ଯେ
ହୃଦ ସରଳ ତ ଜଣାଗଲା, ମୋ ସଖି ଗୋ ।।୪୨।।
କେ ବୋଲେ ପରାଣ ସହି,
ମନ୍ଦ ଗତି କରିବ ନାହିଁ ଗୋ
ଘନରସ ସୃଷ୍ଟି ହେବ କାହିଁ, ମୋ ସଖି ଗୋ ।।୪୩।।
ଏକାଳେ ବାଜେଣି ବଳା,
ବନ୍ଦ କଲେ କାମ ବହନ ପଳା ଗୋ
ତହୁଁ ଝୁଂଟିଆ କି ଅବା ହେଲା, ମୋ ସଖି ଗୋ ।।୪୪।।
ବାର ବାର ମାର ମାର,
ପାହୁଡ଼ ଘଉଡ଼ ବୋଲଇ ଗିରି ଯେ
ରଣ ତୂର ବାଜିଲେ ନୂପୁର, ମୋ ସଖି ଗୋ ।।୪୫।।
ଶୁଣି କୋପେ ପଂଚ ଶର,
ରୋମକେ ବାନ୍ଧିଲା ଅମାପ ଶର ଯେ
ବୀର ଧୀର ନେତ୍ରେ ଥର ଥର, ମୋ ସଖି ଗୋ ।।୪୬।।
ପାରିଧିଆ ଘଂଟା ଶୁଣି,
କର୍ଣ୍ଣ ଡେରି ଯଥା ଚାହେଁ ହରିଣୀ ଯେ
ତଥା ରସିକ କିଙ୍କିଣୀ ଶୁଣି, ରସିକ ହେ ।।୪୭।।
ସ୍ତକିତ ଶଙ୍କିତ ମନେ,
ଛନ୍ନେ ନୟନ ନିବେଶି ଅୟନ ଯେ
ସେ ତ ଶୟନ ତେଜି ବହନେ, ସୁଗନେ ହେ ।।୪୮।।
ଦେଖିଲା ରସ ନିଧିକି,
ଏବେ ସେ ଆତମା ରସ ନିଧିକି ଯେ
ସେ ତ ଜାଣି ବୋଧିଲା ବୁଦ୍ଧିକି, ନାଗର ହେ ।।୪୯।।
ବୋଲେ ସୁର ତରଙ୍ଗିଣୀ,
ହୋଇବ ଆଜି ମୋ ତାପ ମୋଚିନୀ ଯେ
ଅବଧିରେ ବିଧି ମହାଦାନୀ, ମୋ ଧନି ଯେ ।।୫୦।।
ଭାଳନ୍ତେ ରସିକ ବସି,
ଦ୍ୱାରରେ ମିଳିଲା ରମଣୀ ଆସି ଯେ
ସ୍ତମ୍ଭୀଭୂତେ ଉଭା ମଦାଳସୀ, ସୁକେଶୀ ଯେ ।।୫୧।।
ଲାଜ ବଂଚାଇବା ବ୍ୟାଜେ,
ପଦକଣ୍ଠକରେ ଚାରୁ ଦରଜେ ସେ
ରସି ଭାଷି ଭଙ୍ଗିମା ସରଜେ, ସୁତନୁ ଯେ ।।୫୨।।
ଚକ୍ରବାତ ପରା ଭାଳି,
ଅମ୍ବୁଜ ପଦ ଲବ ଦିଏ କାଳି ଯେ
ସେ ତ ଦେହଳି ତଟରେ ମିଳି, ମୋହିନୀ ଯେ ।।୫୩।।
କେ ଚଳିଲା ଗଜ ଗତି,
ସିଂହ ଦ୍ୱାର ଭ୍ରମେ ନ କରୁ ଗତି ଯେ
ଦୌତ୍ୟ ପୁଣ୍ୟଜନ ରୀତି, ସୁମତି ଯେ ।।୫୪।।
ହାସ୍ୟରସେ କେଉଁ ବାଳୀ,
ଏ ଦେଲେ ଯେ ପେଲି ଯେ,
ସେ ତ ବଳାଇ ରଙ୍ଗେ ଦେହଳି, ସୁମୁଖି ଗୋ ।।୫୫।।
ରସିକ ଶୁଣିବା ପାଇଁ,
କେଉଁ ସଖି ବୋଲେ ଉଚ୍ଚେ ଶୁଣାଇ ଯେ
ସେ ତ ସଖି ସ୍ନେହ ବଶ ହୋଇ ,ସୁମୁଖି ଗୋ ।।୫୬।।
ଚିତ୍ତେ ଶ୍ରୀରସିକ ଭଜ,
ଆମ୍ଭ ବୟସୀ ଅଟଇ ପଙ୍କଜ ହେ
ତୁମ୍ଭେ ପ୍ରତ୍ୟକ୍ଷରେ ମତ୍ତଗଜ, ନାଗର ହେ ।।୫୭।।
ଅବଳା ମୃଦୁ କୋମଳା,
ଆନନ ବାସୁ କୁମାରୀ ଛଳଇ ଯେ
ତୁମ୍ଭେ ବିଚାରି ପ୍ରକାଶ ଲୀଳା, ନାଗର ହେ ।।୫୮।।
କେ ବୋଲେ ପ୍ରାଣ ମିତଣି,
ଯେ ଯାହାର ସେ ତାହାରଟି ପୁଣି ଯେ
କେଉଁ ପ୍ରୟୋଗ ଆମ୍ଭର ବାଣୀ, ମିତଣି ଯେ ।।୫୯।।
କେ ବୋଲେ ଲତାରୁ ମାଳି,
ଫୁଟିଲା କୁସୁମ ନିଅଇ ତୋଳି ଯେ
ଆଶା ରଖି ନ ଛେଦଇ କଳି, ସୁମୁଖି ଯେ ।।୬୦।।
ଶଶୀର ପୀୟୂଷ ରସ,
ସୁମନ ସର୍ବାଂଶ କରନ୍ତି ଗ୍ରାସ ଯେ
ଆସ ବସର ରଖନ୍ତି ଲେଶ, ସୁମୁଖି ଯେ ।।୬୧।।
ମଧୁର ରସକୁ ପାଇ,
କମଳ କୋଷରେ କଳି ହୁଅଇ ଯେ
ଅଳି ପ୍ରେମେ ଫୋଡ଼ି ନ ପାରଇ, ସୁମୁଖି ଯେ ।।୬୨।।
ଚଣ୍ଡକର ତାପ ପାଇ
ପଙ୍କଜ ବିରସ କେଭେ ନୁହଇ ଯେ
ସୁଖୀ ପ୍ରେମ ମାତ୍ର କହିଲଇଁ, ସୁମୁଖି ଯେ ।।୬୩।।
ଏତେ କହି ସଖିଶ୍ରେଣୀ,
ତକ୍ଷଣେ କିଳିଲେ ଯନ୍ତ୍ର କିଳିଣ ଯେ
ସେ ତ ଅନ୍ତର ହୋଇଲେ ପୁଣି, ସୁମୁଖି ଯେ ।।୬୪।।
ନାୟକ ଆଗେ କାମିନୀ,
ଉଭା ହୋଇ ଚାହିଁଅଛି ଅବନୀ ଯେ
ନାହିଁ ସେ ସୁଷମା ବେନି, ସୁଜନ ହେ ।।୬୫।।
କୁତ ସୁଧାକୁମ୍ଭ ଘେନି,
ଇନ୍ଦ୍ରଆଗେ ଉଭା କିଏ ମୋହିନୀ ଯେ
ଏହିପରି ଅନୁଭବ ଘେନି, ସୁଜନ ହେ ।।୬୬।।
ପଲ୍ୟଙ୍କରୁ ଉଠିବାରେ,
ଆହା ମରିବାକୁ ପ୍ରକାଶି ଗିର ଯେ,
ଆଲିଙ୍ଗନ କରି ତତପର, ନାଗର ହେ ।।୬୭।।
ମତ୍ତକରୀ ପଦ୍ମଲତା,
ତୋଳି ଘନିଗଲା ପରି ଶୋଭିତା ଯେ
କେତେ ଧନ୍ୟ ହୁଏ ନୃପସୁତା, ସୁଜନ ହେ ।।୬୮।।
ପଲ୍ୟଙ୍କରେ ବୀର ବିଜେ,
ବଳେ ବଳେ କୋଳେ ବସାଇ ଶେଯେ ସେ
ବାର ବାର ଖସି ଶେଯେ, ସୁମୁଖି ହେ ।।୬୯।।
ଦରିଦ୍ର ପାଇଲା ଧନ,
ଜନ୍ମାନ୍ଧ ପାଇଲା କି ଚକ୍ଷୁଦାନ ଯେ
ମୃତ ଶବେ କି ପଶେ ଜୀବନ, ଏସନ ହେ ।। ୭୦।।
ଦେଖି ରାମା ମୁଖଇନ୍ଦୁ,
ବଢ଼ିଲା ନାଗର ଆନନ୍ଦ ସିନ୍ଧୁ ଯେ
ଯଥା ବ୍ରହ୍ମାନନ୍ଦ ପାଇ ସାଧୁ, ଏସନ ହେ ।।୭୧।।
ଶ୍ରୀକର ବୁକେ ଚିବୁକେ,
ଦେଇ ବ୍ରହ୍ମପଦ ଗଣେ ପ୍ରତୀକେ ଯେ
ଭାଳେ କେଉଁ ସିଦ୍ଧି ଥିବ ଲୋକେ, ସୁଜନ ହେ ।।୭୨।।
ମନ ବୁଡ଼ି ପ୍ରେମ ରସେ,
ସଂସାର ସୁଖ ନ ରଖିଲା ଲେଶେ ଯେ
ପ୍ରବତ୍ତଲେ ଚାଟୁ ପଟୁରସେ, ସୁଜନ ହେ ।।୭୩।।
ଶିବ ଯେଉଁ ଅନୁରଙ୍ଗେ,
ଯୁବତୀ ବହିଅଛନ୍ତି ଅର୍ଦ୍ଧଙ୍ଗେ ହେ
କେଉଁ ସିଦ୍ଧିବନ୍ତ ତହିଁ ସଙ୍ଗେ, ସୁଜନ ହେ ।।୭୪।।
ହରି ରସେ ବଶ ହେଲେ,
ବାସବ ହେଲେ ଯେ
ବ୍ରହ୍ମା ଉର୍ବଶୀ ସଙ୍ଗେ ମଜ୍ଜିଲେ, ସୁଜନ ହେ ।।୭୫।।
ସୁରେଶ ଦିନେଶ ଶଶୀ,
ତାରା ଅହଲ୍ୟା ସୁରସରେ ରସି ହେ
ସେ ତ କେତେ ହୋଇଛନ୍ତି କ୍ଲେଶି, ସୁଜନ ହେ ।।୭୬।।
ଋଷ୍ୟଶୃଙ୍ଗ ଆଦି ମୁନି,
କାମିନୀ ଭାବ କେ ନାହାନ୍ତି ଘେନି ହେ
ନପୁଂସକେ ନିନ୍ଦନ୍ତି ନ ଚିହ୍ନି, ସୁଜନ ହେ ।।୭୭।।
ନଷେଧ ଶ୍ରୁତ ବଚନେ,
ସୁରମନି ଯାହା କଲେ ଯତନେ ହେ
ଅନୁଭବ ହେଉଛି ଏସନେ, ସୁଜନ ହେ ।।୭୮।।
ସୃଷ୍ଟି-ବାଳୀ-ବଧ (?) ହେଲେ,
ବାଳକ ଆକଟ କରନ୍ତି ଭଲ ସେ
ଏହି ରୂପେ ଶାସ୍ତ୍ର କଲେ, ସୁଜନ ହେ। ।୭୯।।
ଘେନ ହେ ରସିକ ରସ,
ଜୟ ଜୟ କୃଷ୍ଣ ଶ୍ରୀ ଜଗଦୀଶ ହେ
ଫେଡ଼ି ସାମନ୍ତ ସିଂହାର କ୍ଲେଶ, ସୁଜନ ହେ ।। ୮୦।।
ନାହିଁ ହେ ବାରଣ ଗତି ଗତି ତୋ ବିନା ଧରତୀ
ରତି ସଭୟ ରସନା ତୁ ନିଜ ଦାସ
ଦାସ ବତ୍ସଳ ସୁରସ- ।। ୧।।
ବତିଶ ଦ୍ୱିଗୁଣ କଲା କଳାବତୀ ପ୍ରେମଶୀଳା
ଶିଳା ପରି ମୋହ ପଦେ।
ପଦେ ତୋର ମୁଁ କିଙ୍କରି କର ଗତି ରାମାବର
କର ବରଦାନ ଯେ ଆପଦେ ।। ୨।।
ପଦେ କହି ସ୍ନେହୋତ୍ତର ତରଳାକ୍ଷି ତାପ ହର
ହରଶ ଚନ୍ଦ୍ର ଆନନ କରି।
କରୀନ୍ଦ ଗତି ନ ମାର ମାର ଶର ମୁଖୁଁ ତାର
ତାରକା ଶୋଭିନୀ ସୁଖ ଶିରୀ ।। ୩।।
ଶିରୀଷ କୋମଳ ଅଙ୍ଗୀ ଅଙ୍ଗୀକାରେ ଯିବ ସଙ୍ଗୀ
ସଙ୍ଗୀତ ପ୍ରବୀଣ ମୋତେ କର।
କର କର କଲି ବିହି ବିହିଛି ମୋ ରତି ତୁହି
ତୁ ହିନିମାନ ମୋତେ ନକର ।। ୪।।
କରତା ମୋର ସୁଯୋଗ ଯୋଗ ଭଙ୍ଗୀରେ ସୁଯୋଗ
ଯୋଗମାୟା କରାଇଲେ ଆଣି
ଆଣି ତୋର କରଗତ ଗତ ଜନମ ସୁକୃତ
କୃତ ଫଳ ଅବା କଲ ପାଣି ।। ୫।।
ପାଣିଜି ପଦ୍ମ ପଲ୍ଲବ ଲବଣି ଦେହି ଦୁର୍ଲ୍ଲଭ
ଲଭଇ ମୁଁ ପ୍ରାପତ ହେବାରେ ।
ବାରେ ମୋ ମସ୍ତକେ ଧର ଧରସ୍ତନା ତାପ ହର
ହରଣ ହେଉ ତୋହ କୃପାରେ ।। ୬।।
ପାରେନ୍ଦ୍ର ମଧ୍ୟାକୁନ୍ତଳେ ତଳେ ରବିର କବଳେ
ବଳେ ହେଲି ତୋର କିଣା ଲୋକ।
ଲୋକହସା କଲେ ସହି ସହିବ ନାହିଁଟି ବିହି
ବିହିତ ତୋର ପଦ ଯାବକ ।। ୭।।
ବକତକ ପ୍ରେମ ଧନ ଧନ ନ ଦେଇ କୃପଣ
ପଣ କଲେ ଅସୁନ୍ଦର ହେବ।
ହେବ ଭାଙ୍ଗ ଯଶା କେଶି! କେଶିବ ଆଉ ‘ପ୍ରିୟେସି’
ୟେସି ଉକାର ପ୍ରକାଶ ଭାବ ।। ୮।।
ଭାବନା ବରଜବଂଧୁ ବଧୁଲୀ ଅଧୁର ମଧୁ
ମଧୁକର ମାନସ ମୋ ରତ।
ରତନ ବେଣୀ ଅବଳା ବଳାଇ ସୁରତି କଳା
କଳାବତୀ କି ଯା କରୁ ଦତ୍ତ ।। ୯।।
ଦନ୍ତରେ ମୋ ଗଣ୍ଡ ଖଣ୍ଡ ଖଣ୍ଡ ପଶୁ ପରଦଣ୍ଡ
ଦଣ୍ଡକରେ କରେ।
କରେ ଆଲିଙ୍ଗନ କର କରଜରେ ତନୁ ଚିର
ଚିର ତେଜି ବସ ମୋ କୋଡ଼ରେ ।। ୧୦।।
ଡରେ ମାର ଅପସରୁ ସରୁ ଚୁମ୍ବ ଦିଅ ତରୁ
ତରୁଣୀ ମଣି ତୋ ପରିଜନ।
ଜନମ ସଫଳ ହେଉ ହେଉ ତ ସୁକେଶି ଯାଉ
ଯାଉ ଜବରେ ଅତ୍ୟନ୍ତ ମନ ।। ୧୧।।
ମନରେ ନ ଧର ଆନ ଆନ ଅରଟି ଜୀବନ
ବନଜ ବଦନା ଟେକି ଅନା
ଅଣାୟତ୍ତ କରେ କାମ କାମ ଦାମ ଦ୍ରୁମ
ଦ୍ରୁମ କଲେ ମଲି ନବୀନା ।। ୧୨।।
ବିନାୟକ ଚତୁର୍ଗୀତ ଗୀତ ଚନ୍ଦ୍ର ଆଲୋକିତ
କି ତଥା ସଂଜାତ ମୋତେ କର
କରକ ରଦନା ସହି ସହିଁତେ ଚାହିଁ ସୁମୁହିଁ
ମୁଁ କି ଅଷ୍ଟ ମଙ୍ଗଳବାର ।। ୧୩।।
ବରସ୍ତନା ପିକ ଭାଷି ଭାଷିଛି ମୁଁ ହସି ହସି
ହସି ହେବି ମଲେ କାମ ଜଳେ
ଜଳେ ମୋର କଳେବର ବରଷ ତୋର ଉତ୍ତର
ତରଳାକ୍ଷୀ ସିଂଚ ଅବଲୀଳେ ।। ୧୪।।
ନୀଳେନ୍ଦି ବର ଈକ୍ଷଣେ କ୍ଷଣେ ଚାହଁ ଦୟାପଣେ
ପଣେ ବ୍ରତ କରି ମୁଁ ପାଇଛି।
ଇଚ୍ଛିତ ବିଦ୍ଗଧା କର କର ହେବା ପାଇଁ ହର
ହର ରସେ ସେ ଅନେକ ଅଛି ।। ୧୫।।
ଅଛି ତ ପ୍ରେମ କାମଦା ମଦାଳସି ହୃଦନିଦା
ନିଦାନ କରି ମୁଗ୍ଧା ମୁଁ ହସି ।
ହସି ମୋ ହୃଦ କୁମୁଦ ମୁଦକର ଏ ପ୍ରମାଦ
ମାଦକ ତୁଟୁ କରୁଣା ରାଶି ।। ୧୬।।
ରାଶି ତୁଙ୍ଗ ତୁଙ୍ଗସ୍ତନା ପ୍ରେମ ରଙ୍ଗ
ରଙ୍ଗ ବିମ୍ବୋଷ୍ଠି ହେବ ନିରତେ।
ରତେ ନୋହିବୁ ଦାରୁଣ ରୁଣ ଦେଇ ଭବଗଣ
ଗଣମତେ ତୋ ଗଣ ସଙ୍ଗତେ ।। ୧୭।।
ଗତେ ସତ୍ୟ କଲି ଭାବି ଭାବିନୀ ଛାଡ଼ିଣ ଯିବି
ଜୀବିତରେ ଥିବି ଯେତେଦିନ।
ଦିନମଣି ପଦେ ଆନ ନାରୀ
ଏବେ ତୁ ତ ନକରିବୁ ମାନ ।। ୧୮।।
ମାସସେ କାନ୍ତ ବିନୟ ନୟନେ ରମା ଅନ୍ୟାୟ
ନ୍ୟାୟ ଛଳ ମାନ କଲେ ହେଲା ।
ହେଳା ନୀଳା ହାବଭାବ ଭାବ ବତୀରେ ସଦ୍ଭାବ
ଭାବପର-ଶିଷ(?) ଆଣିକଲା ।। ୧୯।।
କଲା ଏହି ଶିଶୁ ଅଙ୍ଗୀ ଅଙ୍ଗୀକାର ନେତ୍ର ଭଙ୍ଗୀ
ଭଙ୍ଗୀତ ପତନି କଲା ସତ।
ସତ ଦେଖି ଏ କାନ୍ତ କାନ୍ତବାଣୀ ସନମତ
ମତରେ ସମ୍ମତ କଲା ଜାତ ।। ୨୦।।
ଜାତ ଯାହାର ଶ୍ରୀପତ ତ
ଜବ ଭବ ଭବ ଜଣେ।
କାନ୍ତ ପଦେ ଅବିରତ ଶ୍ୟାମ
ସାମନ୍ତ ସିଂହାର ବୀର ଭଣେ ।। ୨୧।।
କାମୀ କଳନା କଳପଦ୍ରୁମ ଏହୁ ଛାନ୍ଦ
ରସିକ ଚିତ୍ତୋ ଚକୋର ଆନନ୍ଦକୁ ଚାନ୍ଦ
ପଦେ ଘେନ ମନ କାମଶାସ୍ତେ ଅନୁମାନେ
ରତି ସଂଯୋଗ ଯତନେ ସେ ।। ୧।।
କାନ୍ତ କାନ୍ତ ଏକାନ୍ତ ଅଶ୍ଳେଷ
ବାଇବାର ବାତେ ପଦ୍ମଲତା ବାଣୀ କିମ୍ପାଇ ବାତ ହେ
ସେ ମୁଗ୍ଧା କାମିନୀ,
ଅନୁଭବ ବିନା ମାନି ଲାଜ ତ୍ୟାଗେ ନିର୍ବିଚନି
ଚମକଇ ଛନ୍ନ ଘେନି ସେ ।।୨।।
ଏ ସମୟେ ମହତା ଗୁମାନ ରତବାଣୀ
କାଣ୍ଡକରେ ଫୁଲ କାଣ୍ଡ କାଣ୍ଡ ମାରେ ଟାଣି
ସେ ଦମ୍ପତୀ ଛାତି,
ଶରଦୀୟ କଲା ଝାଡ଼ୀ ମର୍ମ ଭେଦିଲା ଝଟତି
ସ୍ନେହାତୁରେ ଦଂପତୀ ଛାତି,
କର୍ମେ ଅତି ସେ ॥୩।।
ଏ ସମୟେ ବଦନ ସରୋଜ ଟେକି ବୀର
ତ୍ରାହି ବଂନ୍ଧୁ ବୋଲି ଚୁମ୍ବ ମଣ୍ଡି ତତ୍ପର
ସେ ନବ ଅବଳା,
ମୁଖ କମ୍ପାଇ ପୋଡ଼ିଲା ନାସାମଣି ନଚାଇଲା
ସ୍ନେହେ ଅଳ୍ପ ହସି ଦେଲା ।।୪।।
ଭୋକ୍ଷିଆଳି ମାଳତୀ ଚୁମ୍ବନେ ଯଥାତୁର
ବଧୂ ବଧୂଲି ଅଧର ମଧୁ ତଥା ବୀର
ସେ ପ୍ରେମ ପ୍ରମୋଦେ,
ସୁଧାକର ଭୋଗୀନିନ୍ଦେ ବୁଡ଼ିଗଲା ରସ ନନ୍ଦେ
ଭାବ ବଶେ ନତ୍ରାମ୍ବୁଦେ ସେ ।।୫।।
ନିବିଡ଼ ନୀବୀରେ ନେଇ ନିବେଶନ୍ତେ କର
କରକର ଦନା କର ବରିଲା ସତ୍ୱର
ସେ ନୃପତି ସୁତ,
କାଖେ ନଖ କଲା କ୍ଷତ ଘେନି ମହାତୁର ଚିତ୍ତ
ତରତର ଚୋରବତ ସେ ।।୬।।
କରଯୁଗ ଉରଜେ ଢ଼ାଙ୍କନ୍ତେ ଏଣେ ଜାଲ
ଅବକାଶ ପାଇ ବାସଦୂର କଲା
ସେ ବୀର ଯୁଗତେ
ଅବଳାର ବଳ ଯେତେ ଭୁଜେ ବାନ୍ଧିଲା ତ୍ୱରିତେ
ରହି ଆପଣା ଆୟତ୍ତେ ସେ ।।୭।।
କି କରିଛି ବିଚାରୁଛି ଦଇବ ଗୁଣମଣି
ଲଜ୍ଜା ଜଳଧିରେ ବୁଡ଼ି ମନେ ମନେ ପୁଣି
ସେ ଚାରୁ ଚାତୁରୀ,
ଦୀପ ବିନା ସେ ବିଚାରି ପୁଷ୍ପକଳାପ କୁମାରୀ
ନ ପାରିଲା ଜାଣିକରି ।।୮।।
କାନ୍ତା ଲଜ୍ଜା ବତଚିତ୍ତ କାନ୍ତ ଦେଖି ଖରେ
ରସଜ୍ଞା ଚଳାଇ ଦେଲା ଚତୁରୀ-ଶ୍ରୁତିରେ
ସେ ଭାବରେ ବାଳା,
ଗଣ୍ଡ ରୋମ ଟାଙ୍କୁରିଲା ରସ ଚିତ୍ତରେ ବଳିଲା
ତନୁ ପୁଲକି ଉଠିଲା ସେ ।।୯।।
ଯାନୁ ଛନ୍ଦିଲା ଉରଜେ ଢ଼ାଙ୍କଇ ଯୁଗଳ
ନେତ୍ର ମୁଦି କେତେ ଅବା କରେ ଅଙ୍ଗ-ବୋଳ
ମହୀରେ ,
ଦୀପୁନିକୁ (?) ଗୋ ମଙ୍ଗଳା କିସ ଗୋ ପୁଣି ହେଲା
ବିହି ଭଲା ସରଜିଲା ସେ ।।୧୦।।
ଦ୍ୱାଦଶଲିଙ୍ଗନ ଦଶଚୁମ୍ବ କରି ଦତ୍ତ
ଚତୁର୍ବିଂଶ ମୁଷ୍ଟି ଅଷ୍ଟାଦଶ ନଖ କ୍ଷତ
ସେ କଲା ରସିକ,
ବାହ୍ୟ ଚତୁଷଷ୍ଟ ଅଙ୍କ ଚାରି ଆଘ୍ରାଣ ଅଧିକ
ତୋଳି କୁମ୍ଭକ ପୂରକ ସେ ।।୧୧।।
କଲା ଚନ୍ଦ୍ରକୁ ଚାଳନ ହେଲା ଅଜ୍ଞାନ ଦାୟକ
ପୁଣି କଲା ଶାନ୍ତି ଯାକ ।।୧୨।।
କର୍ଣ୍ଣ ମୂଳୁ ନାଭିଯାଏ ନଖ ଫେରାଇଲା,
କର୍ଣ୍ଣେ କର ଫୁଙ୍କି ଦେଲା
ସେ ରସିକ ବର,
ନାଭି ମର୍ଦ୍ଦିଲା ସତ୍ୱର ହୃଦେ ସ୍ଥାପିଲା ଶ୍ରୀକର
ସ୍ତନେ ଦେଲା ନଖଗାର ସେ ।।୧୩।।
କୁଚେ ଜିହ୍ୱା ଫେରାଇ ଜନ୍ଦ୍ରକୁଥୟ କଲା
ଇସି ବୋଲି ଚମକି କାନ୍ତକୁ କୋଳ କଲା
ସେ ଚତୁରୀବର,
କାମ ମାଦକେ ଆତୁର ହେତୁ ନ କଲା ଗୋଚର
ଅଙ୍ଗେ ଘେନିଲା ସେ ବିକାର ସେ ।।୧୪।।
ଲଜ୍ଜାବଳ ଥୟ ଥିଲା ଜୃମ୍ଭାରସେ ବନ୍ଧେ
କାଳ ଆଣି ହାଦେ ଦେଲା କାମ ପଦେ ଅନ୍ଧେ
ସେ ସ୍ରୋତ ବହିଲା,
ହୃଦ ହୃଦ ବୁଡ଼ାଇଲା ଜ୍ଞାନ କମଳ ବୁଡ଼ିଲା
ଧୈର୍ଯ୍ୟ ଭେଳା ଭାଙ୍ଗିଗଲା ସେ ॥୧୫॥
କି କରୁଛି କି ହେଉଛି ନ ଜାଣି ସିହାଣି
ଲଲାଟରେ ଭାଲ ଖୋସି ନଚାଇ ବସିଣ
ସେ କି ମୃଦୁ ଭଣି,
ଇସି ଇସି ଉହୁଁ ବାଣୀ ଛାଡ଼ି ଏ କିସ ଗୋ ପୁଣି
ଥାଉ ଉଠ ଯାଅ ପୁଣି ସେ ।।୧୬।।
ମଲି ମଲି ବୋଲଇ ହେଲାଣି ଆଉ ନୋହୁ
ଭଙ୍ଗି କରେ କେରଙ୍ଗ କହୁଁ କହୁଁ
ସେ ଚୁମ୍ବନ ଦାନ,
ଦୁଇ ଆଡ଼ରୁ ବର୍ଦ୍ଧନ ଏକେ ଆରକେ ଦ୍ୱିଗୁଣ
ସାହୁ ଖାତକ ବିଧାନ ସେ ।।୧୭।।
ମାଳା ପରି ବଡ଼ ବନ୍ଧେ ରଜରତି (?) ଯାନ୍ତା
ହସ୍ତନ୍ୟସ୍ତେ ଅସ୍ତବ୍ୟସ୍ତେ ଭାବକୁ ଭାବନ୍ତା
ସେ କରି ହୁଂକୃତି,
କଲେ ନଖ ଦାନ୍ତ ଘାତ ଉରେ ଉରକୁ ଠେସିତ
କି ବନ୍ଧରେ ଆଲଙ୍ଗିତ ସେ ।।୧୮।।
ତୁଲ କୋଟି ବୀରତୁର ରେ ରେ ବାର
ପରାୟେ ଝୁଂ ଟିଆ ଝଙ୍କାର ବାରକୁ ବାର,
ଚୁମ୍ବନ ଜାଣି ଝଙ୍କାର ନାସା ବଡ଼ ଖରତର
ଭଙ୍ଗା ଭଙ୍ଗି ନେତ୍ର ସର ସର ସେ ।।୧୯।।
ସୁର ଉରଗାଦି କରି ପତଙ୍ଗାଦି ବନ୍ଧ
ଚତୁଷଷ୍ଠି ପୂର୍ଣ୍ଣ ପ୍ରତେକ୍ୟ ନିର୍ବନ୍ଧ
ସେ ଦଂରତୀ(?) ମନେ,
ମଣିତୁଚ୍ଛ ନୃପାସନେ ବିଧୁ କି ଦେଲେ ଘନେ
ଶୀତଳାଙ୍ଗ ଅନୁମାନେ ସେ ॥୨୦॥
କାନ୍ତା କାନ୍ତ ମୁଖ ଦର୍ଶନ ଲାଳସେ
ଚାହାଁହେ ଚାନ୍ଦି ଦର୍ପଣେ ସେ ନେତ୍ର ଥାଇ ମିଶେ
ସେ ଦର୍ପଣେ ବାଳା,
ପ୍ରତିବିମ୍ବ ଦୃଶ୍ୟ ହେଲା ବିପରୀତ ଭ୍ରମ କଲା
ବୋଲେ କି କର୍ମ ତ ହେଲା ସେ ॥୨୧।।
ଚଂଚଳ ଚଂଚଳ ଝଟକରେ ଚମକିଲା
ଉଲଟାଇ ପୁରଷାଇତା ପ୍ରତ୍ୟେକ୍ଷ କଲା
ସେ ରୀତି ବାରି,
କିଣି ରଟିଲା କିଙ୍କିଣି ଆନ୍ଦୋଳିତ ଝୁମ୍ପାମଣି
ନୃତ୍ୟ କଲା ନାସାମଣି ସେ ।।୨୨।।
ସେ ରାତୀ ଛାଡ଼ି ଲୋଡ଼ନ୍ତେ ଗୁଣି ମଣି ମଣି
ଅଛିଟି ଭଳି ମନକୁ ବୋଲି ବୀରମଣି
ସେ ଭଳି ମନକୁ,
ଲାଜେ ଚାହିଁଲା ଉରକୁ ଧୀରେ ରହିଲା ସ୍ନେହକୁ
ମୁଦି ନେତ୍ର କମଳକୁ ସେ ।।୨୩।।
ଗେହ୍ଳାଇ ହୋଇଣ ସେ ହଲାଇ ମୁଖ ଶଶୀ
ଫୁଲାଇ ନାସା ଫୁଲେଇ ଫୁଳ ଗଭାଶଶୀ
ସେ କି ରଙ୍ଗ କାଳ,
ଖେଳାଇଲା ମୀନ ତେଲ ବ୍ୟାଜେ ଆଳସି ହୋଇଲା
ଉରେ ଉରଜ ଠେସିଲା ସେ ।।୨୪।।
ପ୍ରିୟ ପ୍ରିୟ ତୋଷ ବନ୍ଦ ଚରଣ
ଏକ ପାଦ ସମପାଦ କାମୁକ ନିପୁଣ,
ସେ କଲା ନାଗର,
ପୁଣି ସୁରତି ସୁନ୍ଦର ନାଗ ଚକ୍ରାଙ୍କୁଶେ ଜୁର
ଉରୁପିତ ପଦ ଉରସେ ।।୨୫।।
ବିଶେଷତ ବନ୍ଧ ଛଳେ ଭାବ ପ୍ରସରିଲା
ରସ ଚକ୍ର ଲଭି ପ୍ରମ ସିନ୍ଧୁ ଉଛୁଳିଲା
ସେ ରସ ଉଜ୍ଜ୍ୱଳ,
କାମ ତନାକୁ ନିର୍ମଳ କେଳି ବଶରେ ଉଲ୍ଲାଳ
ନାଶ କଲା ତାପ କୁଳ ସେ ॥୨୬।।
ରସିକବର କୃଷକ ବାଳା ଗାତ୍ର କ୍ଷେତ
ନଖ ଲଙ୍ଗଳରେ ଚଷି ବୁଣିଲା ତ୍ୱରିତ
ସେ ରସ ବିହନ,
ସିଂଚି ସ୍ନେହଜଳ ଅଙ୍କୁରିଲା ମାନ
ବୁଦ୍ଧି ଲାଳା ଶାଖାମାନ ସେ ।।୨୭।।
ବିଲ କୁସୁମ ମୃତଫଳ
କାନ୍ତାକାନ୍ତି ଲଭି ହେଲେ ଆନନ୍ଦେ ବିହ୍ୱଳ
ସେ ବିରହାନଳ,
ଶାନ୍ତି ଯୋଗ କଲେ କୁଣ୍ଡି ମାର ଗାର ଠୂଳ
ଘୃତ ବତ ଘର୍ମ (?) କୁଳ ସେ ॥୨୮।।
ଦୁଃଖ ପଶୁ ଛେଦି ପ୍ରେମ ସୋମ ପାନ କଲେ
ଦ୍ୱିଜ ହୋଇଣ ସେ ମୋତି ପନ୍ତି ଦାନ ଦେଲେ
ସେ ଯଥା ବିଧାନ,
ଶ୍ରୁ ବ ଶ୍ରୁ ଚ ନାଭି ହୋମ ଇସି ମନ୍ତ୍ର ଅନୁଷ୍ଠାନ
ବଟାବଟି ପାଟ ମାନ ସେ ।।୨୯।।
ବଚନରେ କହି ନୋହେ ସେ କାଳ ସଂପତ୍ତି
ସାକ୍ଷିମାତ୍ରେ କାମ ଜାଣେ ଅନୁଭବି ମତି
ସେ ମଦନରୀତି,
ଏସମୟେ ପାଇ ଲାଜ ଛାଡ଼ି କୋଦଣ୍ଡ ନାରାଜ
ପଳାଇଲା ରଖି ।।୩୦।।
ଭାବ ଅନ୍ତେ ଜାନୁ ଛନ୍ଦି ରମଣୀ ମୁକୁଟ
ଝଟପରି ଉଠି ପିନ୍ଧି ପୟକାନ୍ତି
ସେ ସତ୍ତରେ ଦୂତୀ,
ବେଢି ଦେଇ ପିନ୍ଧି ଶାଢୀ ଧରି ଅଧରରେ କାମୋଡ଼ି
ଗ୍ରୀବା ତୀର୍ଯ୍ୟକ୍ କରି ମୋତି ସେ ॥୩୧।।
ଗାଢ଼ ବିବନ୍ଧ ଦେଖୁ ଅଛି ବୀର
କେତେ ତେବେ ପାଇଁ ଏତେ ଦୁଃଖ ରାମାଦର
ସେ ଶୁଣି ,
ବାଙ୍କେ (?) ଚାପି ଅଧର ଯେ କଲା କୁଟିଳ
ଚାହାଣି ହରି ନେଲେ ।।୩୨।।
ଲାଜ ବ୍ୟାଜ ବାସ ସଙ୍ଗେ ଯାଇଥିଲା
ଶିରୀ ଅଙ୍ଗେ ଶାଢ଼ୀ ପାଇ ପ୍ରଭା ପ୍ରକାଶିଲା
ସେ କାମ ମୂରତି,
ହେଲା ସେ କାଳ ସୁରଭୀ ଖରକର ଦର୍ପ ଲୋଭୀ
କଳା ଅଙ୍ଗୀର ହେ ନାଭି ସାଥି ॥୩୩।।
ଚୂତ ପତ୍ରାଳି ଶୀତଳ ବାତକଚ୍ଛେ ଚିତ୍ତ
ଇସି ଇସି ଭାଷି ଅଳସଇ ଚାରୁ ଗାତ୍ର
ସେ ଦେଖିଲେ ପର,
କୋଳେ ଧରିଲା ସତ୍ୱର ଚୁମ୍ବେ କଳ କରି ମଲି
ବନ୍ଧୁ ମଲି ମଲି ଗିର ସେ ।।୩୪।।
ପୁଣି ପତ୍ରାଳି କୁସୁମେ ତହିଁ ବେଶ କରି
ବସନ୍ତ ରତୁ ସଦୃଶ ହୋଇଲା ସୁନ୍ଦରୀ
ସେ ବୋଲେ ରସିକ,
ମୁଁ ତୋର କିଶାନ ଲୋକ ତୁ ମୋ କପାଳ ତିଳକ
ଭାଷା ହସି ପଦେ କହ ।।୩୫।।
ନିର୍ଲ୍ଲଜ ମଦନ ଯେ ଶରଧାର ଯା (?) ପରି
ପାଖ ପାଖ ହେଲା ଯାଇଥିଲା ହାରି
ସେ ଚାରୁ ଚାତୁରୀ,
କହ ଉପାୟ ବିଚାରୀ କି କରିବି ଚମ୍ପାଗୋରୀ
ମାଗୁଛି ସେ ତାହା ନାରୀ ସେ ।।୩୬।।
କହି ଏହି ରୂପେ ପୁଣି ନିଧୂବନେ ମଗ୍ନ
ଅନୁଭବ ବିନା ବାଳା ପାଇ ଭୀତ ଲଗ୍ନ
ସେ ଅନ୍ତେ ବେନି,
ନିଦ୍ରା ଗଲେ ଶ୍ରମ ଘେନି ଆଲିଙ୍ଗନେ ଘେନି ଘେନି
ଦାସ ପରଶୁ (?) ମାନି ସେ ।।୩୭।।
ନିଶି ଶେଷ ହୋଇ ସଖୀ ଭୟ ଚିତ୍ତ ଘେନି
ଗବାକ୍ଷେ ଚାହିଁ ଦେଖନ୍ତି ଶୋଇଛନ୍ତି ବେନି
ସେ ସୁଷମା ରଖି,
ଉପମେୟକୁ ନ ଆସି ଯଥା ବିଦ୍ୟୁ ଘନ ମିଶୀ
ଚନ୍ଦ୍ରାର୍ଦ୍ଧ କି ତମ ଗ୍ରାସି ସେ ॥୩୮॥
ଚନ୍ଦ୍ରକରେ ଅଧେ ଅଧେ ଛଡ଼ାଇ ମିଶିଛି?
କି ହେମ ଦର୍ପଣେ ଅଧେ ନୀଳ ନିର୍ମାଣିଛି
ସେ କି ମନୋହର,
ପୀତ ଧଡ଼ି ନୀଳାମ୍ବର କଷଟିରେ ହେମଗାର
ବିଳଗତ ଚକ୍ରଧର ସେ ॥୩୯।।
କାମ କରି ତୁ କି ବସନ୍ତ ପୋଷିଛି
କରୁବକ ନୀଳୋତ୍ପଳ ମାଳ କି ଗୁନ୍ଥିଛି
ଯେ ଭଲା ସୁନ୍ଦର,
ନେତ୍ର ମନ ବଶକର କି ବର୍ଣ୍ଣିବ କି ବିମ୍ବର (?)
ଲକ୍ଷ ସୃଷ୍ଟିରୁ ବାହାର ସେ ॥୪୦।।
ସଖୀ ବାଣୀ ଶୁଣ ଯୁବା ଯୁବତୀ ଉଠିଲେ
ନାୟିକାକୁ କୋଳ କରି ନାୟକ ଭାଷିଲେ
ସେ କମଳ ମୁହିଁ,
ମୋତେ ଛାଡ଼ିବାକୁ କାହିଁ ମୋର ନେତ୍ର ଅଟୁ ତୁହିଁ
ତୋର ବିନା ଗତି ନାହିଁ ସେ ।।୪୧।।
ହାର ଶୀତଳ ତାମ୍ବୁଳ ତିକ୍ତ ହେବା ଜାଣି
ନିଶି ଶୋଷ ବୋଲି ଭାବେ ଚତୁରୀ ସିହାଣୀ
ସେ ଚାହଁଇ ଗୋରୀ,
ଗଣ ବଣର ଏଣୀ ପରି ଉଦବେଗ ଚିତ୍ତ କରି
କାନ୍ତ ପଦେ କରି ମାରି ସେ ।।୪୨।।
ଅନୁରାଗ ବନ୍ଧନ ହୋଇଛି ବେନି ମନ
ପ୍ରାତଜାତ ହୋଇଲାଟି ହେଲା ସେ ବନ୍ଧନ
ହେ ସୁଜନେ,
ଯେତେ ରୀତି ନୀତିମାନ ହୁଅ ସେଠାରେ ପ୍ରସନ୍ନ
ଶେଷ ସମ୍ଭୋଗ ବିଧାନ ସେ ।।୪୩।।
ଜୟ ଜୟ ରାଧା କୃଷ୍ଣ ଗୋକୁଳ ବିହାରୀ
ନିତ୍ୟ ମଣିମୟ ପୁର କଉତୁକକାରୀ
ସେ ରସ ଶେଖର,
ପଦେ ନେଇ ଦାସ କର ଗତି ଆନ ନାହିଁ ମୋର
ବୋଲି ସାମନ୍ତ ସିଂହାର ସେ ।।୪୪।।
ପାହିଲା ରଜନୀ ଉଦେ ଅରୁଣ
ବହିଲା ଶୀତଳ ଜଗତ ପ୍ରାଣ ।
କହିଲେ ତ କାକ ରବରୁ ଲେଖ
ହେଲେ ନିରେଖ ।
ଅସ୍ତ ଦଶାକୁ ଗଲେ ଚନ୍ଦ୍ରମା
ଜାଣି ବିରସ କୁମୁଦର ସୀମା ।।୧।।
ନିଶି ବିଟପୀ ହଟହଟା ଚାହିଁ
ପ୍ରାଣ ସୁନ୍ଦରୀ ହସି ଦେଲା ତହିଁ ।
ଜୀବ ଜୀବ ଜୀବନେ କ୍ଳେଶ ବହି
ଭାଳିଲେ ଆଜତକ ଦିଶେ ତ୍ରାହି ।
ରାମଚନ୍ଦ୍ର ଯଶ ବିରସରେ
କଉଶିକ ମଜ୍ଜି ଗଲେ ଦୁଃଖରେ ।।୨।।
ଭାଳୁ ବିଦେଶ ଆଗମନ ଘେନି
ପ୍ରମୋଦ ହୁଏତ ପଦ୍ମିନୀ ଧନୀ ।
ଅତି ଝଙ୍କାର ହୁଳହୁଳି ଘେନି
ଦ୍ୱିଜ କଳି କଲେ ଭାଙ୍ଗି ସେ ଧ୍ୱନି ।
ତ୍ରିଦଶାଳୟେ ଶୁଭଇ ଦର
କୋପ ଶାପ ମୁକ୍ତ ହେଲେ ନିକର ।।୩।।
ବିଟ ବିଟପୀ ଦୋ ସାଧୁ ତସ୍କର
ବଂଚ ଆଦି ପ୍ରଭାତୁ ବର ।
କର କୁଂଠାର କରିଣ ପ୍ରହାର
ଛେଦି ପକାଇଲେ ବହନ ଶର ।
ଏହା ଦେଖି ପାଟଳି ସୁମନ
ବିଟପୀ ତେଜିଣ ମହୀ ପତନ ।।୪।।
ଏ କାଳ ଦେଖି କେ ହୋଇ ଉଚ୍ଛନ୍ନ
ଜାର ପାଖରୁ କରଇ ଗମନ ।
କରି ମୁଖ ଭାବି ମୃଗ ଯେସନ
ତେସନ ଦିଶଇ ବେନି ନୟନ ।
ରାତ୍ରି ଯିବାର ଛାତି କମ୍ପଇ
ଦନ୍ତି ଗତ ସ୍ଥିତ ନୁହେଁ ରହଇ ।।୫।।
ଦେଖିଲା କେଉଁ ସୁରତି ପଣ୍ଡିତ
ବୋଲେ ଆନ ଭଲ ଦିଶେ ଶୋଭିତ ।
କିଏ ଶତ୍ରୁ ଜୟ ରକତ ଚିତା
ଭାଲେ ଦେଖାଇଲା ପଦ ଅଳତା ।
ଯାଅ ଯା’ ମଠ କରନା
ନ କହ କହ ହେ ଏ ଛଳି ସିନା ।।୬।।
ସିନ୍ଦୂର କଜ୍ଜ୍ୱଳ ଅଙ୍କେ ଅଙ୍କିତ
ପ୍ରୀତି ପାଲଟିକି କୁସୁମ ଖ୍ୟାତି ।
ନଖ ଦନ୍ତ ଘାତ କେ କଲା ଦତ୍ତ
ରଖାଇଲା ପରି ହେଲା ପ୍ରତୀତ ।
ଯାଅ ଯା’ ଶଠ ମଠ କରନା
ନ କହ କହ ହେ ଏ ଛଳି ସିନା ।।୭।।
କେହି ଛାଡ଼ିବାକୁ ବଳିଲା
କୁମୁଦ ଭୃଙ୍ଗ ବତ କରେ ପ୍ରାତ ।
ଉନ୍ମିଦ୍ରରୁ ଘୋଟିଛି କି ଘୃମିତ
ଯାଅ ଯା’ ଶଠ ମଠ କରନା
ନ କହ କହ ହେ ଛଳି ସିନା ।।୮।।
ମାଦକୀ ପରାଏ ଚାଲଇ ଝୁଲି
ବଦନାମ୍ଭୁଜ ମଧୁପାନେ ଭୁଲି ।
କିବା ଶୋହେ ଚୂଡ଼ି ସିନ୍ଦୂର ଝଳି
ଭଲା କାମ କର୍ମ ଲେଖିଛି କାଳୀ ।
ଯାଅ ଯା’ ଶଠ ମଠ କରନା
ନ କହ କହ ହେ ଏ ଛଳି ସିନା ॥୯।।
କପଟ ନିଧି ଏ କାହାର ପଟ
ସଂଘଟ କାଳେ କି ହେଲା ପାଲଟ।
ଲଟ ନାଶିଲେ ଜଣାଯିବ ବାଟ
ଛିଛି କଲା ଲଲାଟ ।
ଯାଅ ଯା’ ଶଠ ଶଠ କରନା
ନକହ କହ ହେ ଏ ଛେଳି ସିନା ॥୧୦।।
ଗଣ୍ଡେ କଜ୍ଜ୍ୱଳ ତିଳକ ଦେଖାଇ
କଳୀ ଚୂନ କେ ଦେଇଛି ପୁଛଇ ।
କାଳକ ଏହି ଜୀବିକା ଅଟଇ
ନିର୍ଲ୍ଲଜ ବଦନେ ଲାଜ ନୁହଇ ।
ଯାଅ ଯା’ ଶଠ ମଠ କରନା
ନ କହ କହ ହେ ଛଳି ସିନା ॥୧୧।।
କେଉଁ ବିଟପୀ ଛବି ଚାହିଁ ଚାହିଁ
କହିଲା ଚାହୁଁଥଲୁ ଚନ୍ଦ୍ରମୁହିଁ
ରଣେ ଥିଲା ପରା ମଣୁଛି ମୁହିଁ
ଜୟ କି ପରାଜୟ ଯାଅ କହି ।
କପଟୀ ନୁହ ପରାଣ ସଖି
ନ କହ ସାକ୍ଷୀ ତ ଏ ତୋର ଆକ୍ଷି ॥୧୨।।
ଶୁଖି ତ ଯାଇଛି ଚନ୍ଦ୍ର ବଦନ
ଆଜି ଦିଶୁ ନାହିଁ କାଲି ଯତନ ।
ମଧ୍ୟେ କର କରି ନିବେଶନ
ମଳିନ ଦିଶୁଛି ବେଶି ବସନ ॥୧୩।।
କେଣିକି ପଳାଉ ଅଛୁ ମିତଣି
କାହିଁ ଲୁଚାଇଲୁ ଏ ରତି ପୁଣି ।
ବତାଇ କହୁ ଆଉ ଶିର ଝୁଣି
ଛଡ଼ାଇ ଘେନିଲି ଆଜି ତୋ ଆଣି ।
କପଟୀ ନୁହ ପରାଣ ସଖି
ନ କହ ସାକ୍ଷୀ ତ ଏ ତୋର ଆକ୍ଷି ।।୧୪।।
କିମ୍ପା ବଂଚିବ ନିରାଶ ବଶରେ
ଯୁବତୀ କି ନିନ୍ଦା କରେ ରସରେ ।
ପିତାମାତା ଏ ଦାରୁଣ ବଶରେ
ନିବେଶିଲେଟି ନେଇ ପର ଘରେ ।
ଧିକ ଧିକ ତୁ ଅବିବେକରେ ।
ଆଶ ନାଶ କରି ଯଶରେ ॥୧୫।।
ବାସକ ସଜ୍ଜାରେ ହୋଇ ନିରାଶ
କେଉଁ ଯୁବତୀ ପକାଇ ନିଃଶ୍ୱାସ ।
ବୋଲଇ ବଡ଼ ନିଷ୍ଠୁର ପୁରୁଷ
ଜାଣିବି ନିଶ୍ଚୟ ଅଇଲେ ପାଶ ।
ଆଶା ନାଶ କରି ଯଶରେ ।।୧୬।।
ଏକାଳେ ଜାଣି ନୃପତି ନନ୍ଦନା
କାନ୍ତ କୋଳେ ହେଲା ଚଂଚଳମନା ।
ସଖୀ ଛଳାଇବେ କରି ଭାବନା
ପ୍ରାନ୍ତ ହେଉଛି ବେଦନା ।
କି ନ କରଇ ହଟିଆ ବିହି
କେ ଜାଣଇ ଏହା କି କଲି ମୁହିଁ ।।୧୭।।
ଯାହା ସଙ୍ଗତେ ଚିହ୍ନା ଚିହ୍ନି ନାହିଁ
ନିର୍ଲ୍ଲଜ ପଣ ଆଚରିଲି ମୁହଁ ।
କଥା ହିଁ ଯାହା ସଙ୍ଗେ କାହିଁ ନାହିଁ
କିଛି ବେଭାର ତ ରହିଲା ନାହିଁ
କି ନ କରଇ ହଟିଆ ବିହି
କେ ଜାଣଇ ଏହା କଲି ମୁହିଁ ॥୧୮।।
ପରେ ଆଣି ପରଚେ କରି
ପୀରତୀ କରି କଥାଏ ବିଚାରି ।
ଲବଣୀ ପରମ ସୁଖ
ଛଡ଼ା ଛଡ଼ି ତହିଁ କଲା କି କରି।
କି ନ କରଇ ହଟିଆ ବିହି
କେ ଜାଣଇ ଏହା କି କଲି ମୁହିଁ ।।୧୯।।
ନାୟକର ଶରେ ହୋଇ ଆତୁର
ଭାବାନୁରାଗେ କରଇ ବିଚାର ।
ଭେଦ କାହିଁକି କଲା ବେଦବର
କରିଥାନ୍ତା ଯଥା ନଦୀ ସାଗର ।
ଧିକ ଦଇବ ଏ ତୋର ସିଦ୍ଧି
କାହିଁ ବା ସଂପାଦିଥିଲୁ ଏ ବୁଦ୍ଧି ।।୨୦।।
କର୍ଣ୍ଣାର୍ଜ୍ଜୁନ ପରି ନ ଦେଲୁ ବର
ଆଲିଙ୍ଗନେ ତୃପ୍ତି ନୋହିଲା ମୋର ।
ଇନ୍ଦ୍ରକୁ ଦେଲୁ ନୟନ ଅପାର
ମତେ ଦେଲୁ ନାହିଁ କି ଥିଲା ତୋର ।
ଧିକ ଦଇବ ଏ ତୋର ସିଦ୍ଧି
କାହିଁ ବା ସଂପାଦିଥିଲୁ ଏ ବୁଦ୍ଧି ।।୨୧।।
ଏମନ୍ତ ଭାବନ୍ତେ ମନରେ ବସି
କୋଳୁ ଉଠି ଉଭା କୁଟିଳକେଶୀ ।
କାନ୍ତ ହିଁ ପ୍ରେମ ଅଭିଳାଷୀ
ମନକୁ ଟାଣିଲା ପୀରତୀ ପାଶୀ ।
ବେନିଜନ ଉଭା ଅବନୀରେ
ବଳାନ୍ତା ନାହିଁ ପଦ ସେନେହରେ ।।୨୨।।
ନେତ୍ର ଥନ ଥନ କଲା ଯୁବତୀ
ପ୍ରେମେ ଗର ଗର ରସିକ ମତି
ଏସନ ସଖୀ ଶାରୀକି ପଢ଼ାନ୍ତି
ସଙ୍ଗୀତେ ରାମା ଆରମ୍ଭିଲା ରତି ।
ସେକାଳେ ଶୋଭା ଲାଳସା କରି
କାନ୍ତ ଦେଖି ବୋଲେ, ‘ଆହା ମୁଁ ମରି’ ।।୨୩।।
ଫିଟିଛି କବରୀ ତୁଟିଛି ହାର
ମେଂଟିରୁ ଭ୍ରମ କୋଟି ଚିର ।
ଘଟିଛି ଅଳସ ହଟିଛି ମୋର
କାଟି ଉଠିଛି ସିତ୍କାର ।
ସେ ମଦାଳସୀ ଲାବଣ୍ୟନିଧି
କାନ୍ତ ନେତ୍ର ମନ ହେଲା ସେ ବାନ୍ଧି ।।୨୪।।
ବାସ ପଣନ୍ତରେ ପକାଇ ଗଣ୍ଠି
କାନ୍ଧେ ଲମ୍ବାଇ ଚାଲଇ ବିମ୍ବୋଷ୍ଠୀ ।
ପହଣ୍ଡ ହୁଡ଼ି ବାର ବାର ଝୁଂଟି
ଭିଡ଼ିଧରି ଗତି କରଇ ଫୁଟି ।
ସେ ମଦାଳସୀ ଲାବଣ୍ୟନିଧି
କାନ୍ତ ନେତ୍ର ମନ ହେଲା ସେ ବାନ୍ଧି ।।୨୫।।
ତୋଳି ଶ୍ରୀଭୁଜ ଆଳସୀ ହୁଅଇ
ଶ୍ରମେ ‘ଉହୁଁ’ ‘ଇଷି’ ‘ଇଷି’ ଭାଷଇ ।
ମାଦକୀ ପରାଏ ଘୃମିତ ହୋଇ
ପହଣ୍ଡକ ଶତ କୋଶ ମଣଇ ।
ସେ ମଦାଳସୀ ଲାବଣ୍ୟନିଧି ।
କାନ୍ତ ନେତ୍ର ମନ ନେଲା ସେ ବାନ୍ଧି ।।୨୬।।
ଏକାଳେ ସଖୀଏ ଦେଖି ଏ ବେଶ
ପାଶରେ ମିଳି କଲେ ପରିହାସ ।
ଆହାମାରି ଦେଲା ଏ କେତେ କେଶ୍ଳ
ହୋଇ ଅଛି ଅସ୍ତବ୍ୟସ୍ତ ବେଶ ।
ଆନ ଅଛିଟି ଏ ରୀତି କହ
ଜଣାଗଲା ନିଷ୍କପଟୀ ନୁହେ ।।୨୮।।
କୋଠାରୀ ଦେଖାଇ ଦେଲା ନୀବୀକି
ଖେସି ଦେଲେ ଖସି ପଡ଼େ କାହିଁକି ।
କେ ବୋଲେ ସଖି ଗୋ ଜାଣ ନାହିଁ କି
ତାକୁ ଅବକାଶ ନାହିଁ ଏଣିକି ।
ଆନ ଅଛିଟା ଏ ରୀତି କହ
ଜଣାଗଲା ନିଷ୍କପଟୀ ନୁହ ।।୨୯।।
କେ ବୋଲେ ମହାରତି ଥିଲା ଧୀର
ଏ ଘେନି ବସନ ମଣୁଛି ଭାର ।
ରଜ କୁନ୍ତ ଘାତ ଦେଖୁଛି ତାର
ଛିଡ଼ି ତ ପଡ଼ିଛି ରତନ ହାର ।
ଆନ ଅଛିଟିଏ ରୀତି କହ
ଜଣାଗଲା ନିଷ୍କପଟୀ ନୁହ ।।୩୦।।
କେ ବୋଲେ ସୁମନା ଗଲା ରତିରେ
ପଡ଼ିଥିଲା ପରା ଅଳି ପାଲରେ ।
ରସ ତ ଚୁମ୍ବିଲା ପ୍ରୟୋଜନରେ
ବାସ ଜୁର କଲା ଦେଖ ଦୃଷ୍ଟିରେ ।
ଆନ ଅଛିଟିଏ ଏ ରୀତି କହ
ଜଣାଗଲା ନିଷ୍କପଟୀ ନୁହ ।।୩୧।।
ବୋଲେ ସଖି ଗୋ ଚନ୍ଦ୍ରାନନେ
ରସିକ ଚାତକ ସୁଧା ଚୁମ୍ବନେ ।
କି ରସ ସୁଧା କି ପିଇଲାଚ୍ଛନ୍ନେ
ନୀରସ ଦେଖି ମୁଁ ଭାଳୁଛି ମନେ ।
ଆନ ଅଛିଟିଏ ରୀତି କହ
ଜଣାଗଲା ନିଷ୍କପଟୀ ନୁହ ।।୩୨।।
କେ ବୋଲେ ସଖି ସୁକେତକୀ ଦେହା
ଭ୍ରମର କେହି ଚୁମ୍ବିଲାଟି ଏହା ।
ପଦ୍ମନୀ ନାମ ତୁ ବୋଲିଣ ଯାହା
କାହା ବାରଣ ସେ ପାଇଲା ତାହା ।
ଆନ ଅଛିଟିଏ ରୀତି କହ
ଜଣାଗଲା ନିଷ୍କପଟୀ ନୁହ ।।
କେ ବୋଲେ କୁଚ ଶମ୍ଭୁ ଶଂଖ ଥିଲା
ନାଗର ପ୍ରତ୍ୟକ୍ଷେ ତାହା ଛେଦିଲା ।
ପାଣି ପଦ୍ମ ଦେଇ ଅର୍ଚ୍ଚନ କଲା
ବିଶେଷ ଚନ୍ଦ୍ର ଚୂଡ଼ କରାଇଲା ।
ଆନ ଅଛିଟାଏ ରୀତି କହ
ଜଣାଗଲା ନିଷ୍କପଟୀ ନୁହ ।।୩୪।।
ଇଙ୍ଗିତ ସହି ସେ ଅପାଙ୍ଗ ଶର
ସଜନୀ ମାନଙ୍କୁ କଲା ପ୍ରହାର ।
ବୟସୀ ଛଳିଲା ଏ କାମୁ ସର
ପାରିଲେ ହରଙ୍କୁ ସନ୍ଧାନ କର ।
ଚନ୍ଦ୍ର ଆନନୀ ହସି ବ୍ୟାଜରେ
କୁଚକୁ ଅନାଇ ଦେଲାକ ଖରେ ।।୩୫।।
ହାର ସଂଚାରରେ ଦେଖି ବୟସୀ
ବୋଇଲା ଶୁଣ ଗୋ କୁଟିଳ କେଶୀ ।
ନ କହିଲେ ତୋ କହୁଛି ଆକ୍ଷି
ମାଳମାଳଟି ତହିଁରେ ସାକ୍ଷୀ ।।୩୬।।
ଗଣ୍ଡରେ ଦେଖାଇ ତାମ୍ବୁଳ ବୋଳ
ତହିଁକି ସଜନୀ କରନ୍ତି ଛଳ ।
ଭଲ ଏ ଦିବ୍ୟ ହେବ ଆଳବାଳ
ଅନୁରାଗ ବୀଜ ମେଲୁଛି ଡ଼ାଳ ।
ନ କହିଲେ ତୋ କହୁଛି ଆକ୍ଷି
ମାଳମାଳଟି ତହିଁରେ ସାକ୍ଷୀ ।।୩୭।।
କେ ବୋଲେ ପଣତ ଗଣ୍ଡିକୁ ଚାହିଁ
କି ଦିବ୍ୟ ଏଥିରେ ପରାଣ ସହି ।
ଆମ୍ଭର ସ୍ୱରାଗ କି ଦେବୁ ନାହିଁ
କେ ବୋଲେ ପ୍ରୀତି ଚେତିବ ବୁଝାଇ ।
ନ ଶୁଣି ପୁଣି ଶୁଣି ଗୁଣମଣି
ନଚାଇ ଦେଲା ନାସା ବସଣି ।।୩୮।।
କେ ବୋଲେ କାଲିକ ତମ କବଳେ
ଶ୍ରୀମୁଖ ଚନ୍ଦ୍ରମା ଥିଲା ମହିଳେ ।
ସେ ପୀଡ଼ାଶ୍ରମେ ସ୍ୱେଦ ବିନ୍ଦୁ ଗଳେ
କି ଜାତି ତୋର ଦିଶୁଛି କପୋଳେ ।
ନ କହୁ ଏଥିଗଲାଣି ଜାଣି
ବିଚିତ୍ର ଛବି ଦେଖି ମିତଣି ।।୩୯।।
କେ ବୋଲେ ଗଣ ବଣା ଏଣୀପରି
ଚଂଚଳ ନୟନ ଦଶିଛି ତୋରି ।
ଉଚ୍ଛନ୍ନ ଗତିରେ ଝୁଂଟିଛି ଧରା
ଚୋରଇଛିୁ କି କାନ୍ତ ଚିତ୍ତ ହୀରା ।
ନ କହୁ କିବା ଆମ୍ଭେ ତୋ ସଖି
କେହି ନ ଦେଖିଲେ ସାକ୍ଷୀ ତୋ ଆକ୍ଷି ।।୪୦।।
କେ ବୋଲେ କାନ୍ତ ଲିହିତ ଚିତ୍ରାଳି
ଘର୍ମ ଯୋଗେ କିମ୍ପା ଜାଣିଲୁ କାଳି ।
ଲଭିଲୁ କି ଶୋଭା ଅଧେ କି କାଲି
ନେତ୍ର କୁମୁଦ କି ଝାମ୍ପିଛି ଆଳି ।
ଦର୍ପଣ ଘେନି ଅନାଉଁ କିନା
ବିଚିତ୍ର ଦିଶେ ମୁଖ ଶୋଭନା ॥୪୧।।
କେ ବୋଲେ କିଶଳୟ ଓଷ୍ଠପରେ
ପିକ ଚୁଂଚୁଘାତ କଲା ପ୍ରକାରୋ ।
ନିଶି ଅନୁରାଗ ବ୍ୟକ୍ତ ପ୍ରସରେ ।
ରକ୍ତ ନିଃସରିଛି ଦନ୍ତ ଭିତରେ ।
ଦର୍ପଣ ଘେନି ଅନାଉଁ କିନା
ବିଚିତ୍ର ଦିଶେ ମୁଖ ଶୋଭନା ॥୪୨।।
କେ ବୋଲେ ଦୟାନିଧି ପରା ରେ
ପଣତ ପଦେ ନିଉଛାଳି କିରେ ।
ରତିକାରେ ସଖି କାରି ବୁଦ୍ଧିରେ
ଆମ୍ଭ କହିବା ପାରୁନୁ ବୁଝିରେ ।
ଶୁଣ ସୁମୁଖୀ ମନ୍ଦେ ହସିଲା
ବ୍ୟାଜେ ଶ୍ରୀମୁଖ କଂପାଇ ଦେଲା ।।୪୩।।
କେ ବୋଲେ କେତେ କହୁ ରେ ସଙ୍ଗୀତ
କେତେ ସହିବ ଭାଷାଭାର ସେ ତ ।
ବୋଲେ ସଖି ଜାଣୁ ନାହିଁ ତ
ହୃଦରେ ସୁମୁଖୀ ମନ୍ଦେ ହସିଲା
ବ୍ୟାଜେ ଶ୍ରୀମୁଖ କଂପାଇ ଦେଲା ।।୪୪।।
କେ ବୋଲେ ମଦନ ଭଣ୍ଡାର ଜୁର
ହୋଇଥିବ କରୁଅଛି ବିଚାର ।
ଏ କଥା ଚ୍ଛାରକୁ ଚିନ୍ତା ନ କର
ଯେ ନେଲା ସେ ଦେବ ସୁଖ ଅପାର ।
ଶୁଶି ସୁମୁଖୀ ମନ୍ଦେ ହସିଲା ।।୪୫।।
କେ ବୋଲେ ତେମନ୍ତ ନୁହ ସୁମତି
ଅଙ୍ଗ ଦେଶ ପତି ହେଲେ ନୃପତି ।
ବସନ ଜୁର ଇଚ୍ଛା କରେ ମତି
କେହି ପାଳିବ ଏ ତୋହି ଭାରତୀ ।
ଶୁଣି ସୁମୁଖୀ ମନ୍ଦେ ହସିଲା
ବ୍ୟାଜେ ଶ୍ରୀମୁଖୀ କମ୍ପାଇ ଦେଲା ।।୪୬।।
ମଦନ ମହାଳସୀଚୂଳେ ଫୁଟି
ଛଳାଇ ବୋଲୁଛୁ କେଉଁ ବିମ୍ବୋଷ୍ଠୀ ।
ଡ଼ମ୍ବରୁ ନିନ୍ଦା କରେ ଯେଉଁ କଟି
ଧର ଧର ଗୋ ଭାଙ୍ଗି ପଡ଼ିବ ଟି ।
ଶୁଣି ସୁମୁଖୀ ମନ୍ଦେ ହସିଲା
ବ୍ୟାଜେ ଶ୍ରୀ ମୁଖ କମ୍ପାଇ ଦେଲା ଦେଲା ।।୪୭।।
କହି ଏହି ରୂପେ ସହି ବଚନ
ପହଣ୍ଡ ମଣାଇ ନେଲେ ବହନ ।
ଅଥୟେ ଗତିକି କରି ଶୋଭନ
ମତ୍ତ ମାତ୍ତଙ୍ଗ ଗୁମାନ ଗଞ୍ଜନ ।
କି କଳହଂସ ଚଳାଇ ଛଳି
ହେମଲତା ବାତ ଯଥା ଚଳି ।।୪୮।।
କ୍ରମେ କ୍ରମେ ପୁରେ ପ୍ରବେଶ ହେଲେ
ସେଠା ରୀତି ସଖୀ ସମସ୍ତ କଲେ ।
ରତ ବାହୁଡ଼ା ଛପି ପୂର୍ଣ୍ଣ ଛଳେ
କୋବିଦେ ବିଚାର ହୃଦକମଳେ
ସେ ରାମା ସଙ୍ଗିନୀ ବକ୍ର ଉକ୍ତି
ଜାଣିଥିବା ଅବା କିଛି ରୀତି ॥୪୯।।
ଜୟ କୋଟି ବ୍ରହ୍ମାଣ୍ଡ ଜାତକାରି
ପରମାଣୁ ସୂକ୍ଷ୍ମ ଶରୀରଧାରୀ
ସମ୍ଭବେ ସର୍ବ ସିଦ୍ଧାନ୍ତ ଯା କରି
ଜାଗ୍ରତ ପ୍ରଭୁ ସେ ନିତ୍ୟା ସେ ବିହାରୀ ।
ସେହି ପଦପଙ୍କଜକୁ ଚିନ୍ତି
ସାମନ୍ତ ସିଂହାର ରତିମତି ॥୫୦।।
ଧୀରେ ଧୀରେ କର୍ଣ୍ଣ ଦେଇ ଶୁଣ ରସ ।
ସଖିମାନେ ଯେତେ କଲେ ପରିହାସ ॥୧।।
ଜେମାମଣିକି କହିଲା କେଉଁ ସହୀ ।
ଶ୍ରୀ ଅଙ୍ଗକୁ କାମ ଦେଇଥିଲେ ଦହି ।।୨।।
ଗତ ବିରହାନଳ ତପତପୁରୀ ।
ଊଣା ଦିଶୁଛି ଲାବଣ୍ୟ ସୁମାଧୁରୀ ।।୩।।
ହେମ ଅଙ୍ଗୀକାର କଲେ ତୁହି ।
ଲେପି ଦେବୁ ହରିଦ୍ରା ଅଙ୍ଗରେ ତୁହି ।।୪।।
ଘନରସ ଢାଳି ତାପ ଲିଭାଇବ ।
ଝିନବାସ ରସା ସେ ରସାଣି ଦେବ ।।୫।।
ଲାଜ ବ୍ୟାଜେ ଶୁଣି ମଥା ଦେଲା ପୋତି ।
ସଖୀ ବତାଇ ଦେଲେ ସେ କାଳ ରୀତି ।।୬।।
କେଉଁ ବୟସୀ ପରିହାରରେ ଭାଷି ।
ଆମ୍ଭ ବଚନ ଘେନି ଗୋ ମଦାଳସୀ ।।୭।।
କଟି ନିତମ୍ବ ଜାନୁ ଏକିଳି ରଖେ ।
ପଡ଼ିଗଲେ ବହୁ ସରସର ସଖେ ।।୮।।
ତାକୁ ଶାଢୀ ଦେଇ ଗୋରୀ କର ତୋଷ ।
ଏତେ କହି ପିନ୍ଧାଇଲେ ଝିନ ବାସ ।।୯।।
ରଣ କାଳେ କୁଚ ଆଗେ ହୋଇଥିଲା ।
ତାକୁ ଚୂଡ଼ି କଳା ଦେବା ଯୋଗାଇଲେ ।।୧୦।।
ବାହୁ ପାଶ ରସ ରଣେ ହୋଇଥିଲା ।
ତାକୁ ଚୂଡ଼ି କଳା ଦେବା ଯୋଗାଇଲା ।।୧୧।।
ସୁଖ ଦେଇଛି ଅନେକ ଯେଉଁ ଗ୍ରୀବା ।
ତାକୁ ହାର ଦେଇ ନିକି ରଞ୍ଜିଦେବା ।।୧୨।।
ଓଷ୍ଠ ଦୋଷି ଭେଦ କରୁଅଛି ରଦ ।
ଦେଇ ତାମ୍ବୁଳ ବିଡ଼ାଏ କରମୁଦ ।।୧୩।।
ମହା ଦୋଷ ଏକା ଏ କୁଟିଳ ବାଳ ।
ସେକାଳରେ ପଳାଇଲା ଦେଖି ଗୋଳ ।।୧୪।।
ଚରମରେ ଲୁଚି ଥିଲା ବିମ୍ବାଧାରୀ ।
ଆଜ୍ଞା ଦିଅ ତାକୁ ବାନ୍ଧି ଦୃଢ଼ କରି ।।୧୫।।
ଲାଜେ ନୃପଜେମା ମୁଖ ନତ କଲା ।
କେଉଁ ସଜନୀ କବରୀ ସଜାଡ଼ିଲା ।।୧୬।।
ଏହି ସମୟେ ଆସି ନୟନେ ନିଦ ।
କରାଇଲା ପକ୍ଷ୍ମଳକୁ ସେ ବିଷାଦ ।।୧୭।।
କେ ଛଳିଲା ସଜନୀ ଏ ମନ୍ଦ ନିଦ ।
କାଲି କଲିନି ପତି ପ୍ରୀତିରେ ବାଦ ।।୧୮।।
ଯାଇଥିବ ମୁଦି ହୋଇ ଏ ପିଛଡ଼ା
ହେଉଥିବା କାନ୍ତ ଦରଶନ ଛଡ଼ା ।।୧୯।।
ମହା ଦୋଷୀ ଏ ଯେବେ ହୋଇଲା ମିତ ।
ଦଣ୍ଡ ଦେବାର ସିନା ତାକୁ ବିହିତ ।।୨୦।।
ଏହା ଶୁଣି କେ କଜ୍ଜ୍ୱଳ ରଞ୍ଜି ଦେଲା ।
ତାକୁ ମୁଁ ଗୋ କିଳି ଦେବାଟି ବୋଇଲା ।।୨୧।।
ବେଶ ଶେଷ କଲେ କରି ପରିହାସ ।
କହି ବସିଲେ ହେବ ତ ସର୍ବଶେଷ ।।୨୨।।
ବାଳା ଅଳସ ଦେଖି ସଜନୀ ପାଂଚି ।
ପାଶରେ ଶଯ୍ୟାକୁ ରଚି ।।୨୩।।
ରାମାମଣିକି ତହିଁ ସେ ଶୁଆଇଲେ ।
ନାଟ ଖଟଣିରେ ସୁଖୀ ପ୍ରବତ୍ତଲେ ।।୨୪।।
ଏଣେ ମଧୁଶଯ୍ୟା ବାସୁ ବୀର ଯାଇ ।
ସଖା ସମୂହ ମଧ୍ୟରେ ବେଗେ ଯାଇ ।।୨୫।।
ହୃଦ ଅଙ୍କିତ ସିନ୍ଦୂର ଯାବକରେ ।
ତାହା ଦେଖି କେ ଭାଷିଲା ଇଙ୍ଗିତରେ ।।୨୬।।
ନିଶି ଅନୁରାଗ ବ୍ୟକ୍ତ କରିବାକୁ ।
ଆଣି ଦେଖାଇ ଅଛି କି ଏ ଚିହ୍ନକୁ ।।୨୭।।
କେ ବୋଇଲା ତନୁ କଷଟିରେ ଘେନ ।
କଷି ଅଛି ଚୂଡ଼ି ସଂଚା ପ୍ରତିଦାନ ।।୨୮।।
କେ ବୋଇଲେ ତେମନ୍ତ ନ ଘେନ ମିତ ।
ଲେଖି ଦେଇଛି ସୁବେଶ କାମ ମନ୍ତ୍ର ।।୨୯।।
କେ ବୋଇଲା କୁଙ୍କୁମ ଚିହ୍ନ କେ ପୁଣି
ପ୍ରୀତି ପାଲଟ ଦେଇ ଅଛନ୍ତି ପୁଣି ।।୩୦।।
କଲେ ଏହି ରୂପେ କେତେ ପରିହାସ ।
କରୁଥିଲେ ତ ସରିବ ନାହିଁ ରସ ।।୩୧।।
ସେହି ଦିନରୁ ବଢ଼ିଲା ନିତି ରସ ।
ଦିନ ଦିନୁ ସେ ଦମ୍ପତି ପ୍ରୀତି ବଶ ।।୩୨।।
ଚକ୍ଷୁ ଅନ୍ତର ପଲକ ଯୁଗ ମଣି ।
ଦୀନ ସରଇ ଭାଷା ଗୁଣମଣି ।।୩୩।।
ଏହିରୂପେ ଗଲା ତହିଁ କେତେ ଦିନ ।
ହେଲା ନିଷେଧ ଯୋଗେ ରାମାରତନ ।।୩୪।।
ଭିନ୍ନ ହେବାର ରସିକ ଚୂଡ଼ାମଣି ।
ଉଚ୍ଚ ଭାବନା କରଇ ବସି ପୁଣି ।।୩୫।।
ଧିକ ବିହି ଅବିହିତ ତୋ ଆଚାର ।
କାହିଁପାଇଁ କଲୁ ଏତେ ଅବିଚାର ।।୩୬।।
ପ୍ରାଣ ପରି କରାଇଲୁ ଯେଉଁ ରାମା ।
ତହିଁ କିମ୍ପା ଏହା କଲୁ ହେ ମହାତ୍ମା ।।୩୭।।
ପୁଣି ବୋଲଇ ଧନ୍ୟ ଯେ ଭାଗ୍ୟ ରାଶି ।
ବାରାଣାସୀରେ ମନାଇ କାଶୀ ବାସୀ ।।୩୮।।
ଶତେବାର ପ୍ରୟୋଗରେ ଥିବା ଝାସି ।
ସେହି ପୁଣ୍ୟବନ୍ତ ସଦା ଅଭିଳାଷୀ ।।୩୯।।
ଯେହୁ ଯାଗରେ ସାଗରେ ଥିବ ଝାସି ।
ଜାଳି ଆଗ ଜାଗର ଉଜାଗର ନିଶି ।।୪୦।।
ତୋଷିଥିବ ରମା ଉମା ସଦାଶିବ ।
କାହିଁପାଇଁ ତା ନଥିବ ସଦାଶିବ ।।୪୧।।
କୋଟି ମହାଦାନ ଦେଲେ ଏକେ ଏକେ ।
କର ପଡ଼ଇ ତେବେ ଚିବୁକ ବୁକେ ।।୪୨।।
ମିଥ୍ୟା ନ ବୋଲଇ ଯେଉଁ ଦୃଢ଼ବ୍ରତୀ ।
କରିଥାଇ ହର ହର ମହା ଶ୍ରୁତି ।।୪୩।।
ବକ୍ରଭାଷା ଚମ୍ବଲାଭ ସେ ଲଭନ୍ତି ।
କାହିଁ ସେ ଭାଗ୍ୟ ଲଭିବ ଅଶ୍ରୁସୁତି ।।୪୪।।
ମଦାଳସୀ ଟଳଟଳ ମନ୍ଦ ଗତି ।
ନେତ୍ର ତରଙ୍ଗ ରହିତି ରଙ୍ଗ ଜ୍ୟୋତି ।।୪୫।।
ଅସ୍ତବ୍ୟସ୍ତ କେଶ ବାସ ମଧ୍ୟେ କର ।
ରତି ବାହୁଡ଼ା ଛବି କି ମନୋହର ।।୪୬।।
ପ୍ରାତ ଅଭୀଷ୍ଟ କରି ଯେ ଅଛି ଦେଖି ।
ପ୍ରେମ ସୁଧା ଚାଖି ଅଛି ତାର ଆକ୍ଷି ।।୪୭।।
ରତି ଇଚ୍ଛାରେ ଧରିଲାବେଳେ ନୀବୀ ।
ଗେଲେ ବୋଲିବା ମୁଁ ଅବା ନ ପାରିବି ।।୪୮।।
କକ୍ଷ ତଳେ ଗୋ ବୋଲଇ ମୃଦୁ ବଚନ ।
ଏକିସ ଗୋ ବୋଲଇ ମୃଦୁ ବଚନ ।।୪୯।।
ରତେ ବ୍ୟାଜେ ବୋଲୁଥାଇ ଇସି ଇସି ।
ମଲି ମଲି ଛାଡ଼ ଛାଡ଼ ନେତ୍ର ଖୋସି ।।୫୦।।
କି ଗୋ ଏ କି ରଙ୍ଗ ବୋଲେ ପ୍ରସଙ୍ଗରେ ।
ଭାଗ୍ୟବନ୍ତ ଏହାଶୁଣେ ଶ୍ରବଣରେ ।।୫୧।।
କେଶ ବେଶ କରି ଖୋଷି ଦେବ ଫୁଲ ।
କେଉଁ ସିଦ୍ଧି ବଡ଼ ହେବ ତହିଁ ତୁଲ ।।୫୨।।
କୁଚେ ପତ୍ରାଳି ଭାଳେ ମକରୀ ଲିହି ।
ପାଦେ ଯାବକ ସୁଚିତ୍ର କରି କହି ।।୫୩।।
ଗୋଳି ଚନ୍ଦ୍ର ଚନ୍ଦନକୁ ଅଙ୍ଗେ ବୋଳି ।
ବନା ଦେଉଥିବା ପଦେ ଛଳି ।।୫୪।।
ଭାଲ ସିନ୍ଦୂର ବହିଲେ ପୋଛି ଦେବ ।
ନେତ୍ର ଅଂଜନ ଭଂଜନେ ରଜୁଥିବ ।।୫୫।।
ଉରୁ କାଛି ଝିନ ଶାଢ଼ୀ ପିନ୍ଧାଇବ ।
ଜାଣେ ବେଶ ରସ ରସେ ଖଂଜି ଦେବ ।।୫୬।।
ଏହା ପ୍ରବତ୍ତେ ଯେଉଁ ରସିକ ନିଧି ।
ବଇକୁଣ୍ଠେ ବଡ଼ ଆଉ କେଉଁ ସିଦ୍ଧି ।।୫୭।।
ବାସାଂଚଳେ ପୋଛି ମୁଖ ଶ୍ରମ ସ୍ୱେଦ ।
ଆହା ମଲି ବୋଲି ଯାଉଥିବା ଖେଦ। ।୫୮।।
ପଟୁ ଚାଟୁରେ ଯୁବତୀ ମତି ହାରି ।
ଛାଇପରି ସଦା ଥିବ ଅନୁସାରୀ ।।୫୯।।
ଆରେ ଅଭିନ୍ନ ବନ୍ଧୁ ଜୀବନ ଧନ ।
ଏହି ଭାଷା ଡ଼ାକୁଥିବ ପ୍ରତିଦିନ ।।୬୦।।
ହେମନ୍ତରେ ହୃଦ ଭେଦ ନ କରିବ ।
ଶିଶିରରେ ପରବାସ ନ ଗମିବ ।।୬୧।।
ବସନ୍ତ କ୍ରୀଡ଼ା ଉପବନେ କରି ।
ଜଳ ବିନୋଦ ଜଳନା ଗ୍ରୀଷ୍ମ ହରି ।।୬୨।।
ବରଷା ରେ କାମ ଶାସ୍ତ୍ର ଅନୁରକ୍ତ ।
ଚନ୍ଦ୍ରକରେ ଶରଦରେ ରତି ଯୁକ୍ତ ।।୬୩।।
ପଶା ବିନୋଦରେ ବିପରୀତ ହୁଏ ।
ଏଥୁ ବ୍ରହ୍ମାଣ୍ଡରେ ସୁଖ ହୁଏ ।।୬୪।।
ଯେଉଁ ରସିକ ଏ ରସେ ଦିନ ହରେ
ଜୀଇଁ ରାଗ ଅଟେ ଗୃହରେ ।।୬୫।।
ଏରସରେ ଯେ ବିରକ୍ତ ମାନସରେ ।
ବ୍ରହ୍ମ ଲୋକେ ଥିଲେ ଅଛି ସେ କୂଅରେ ।।୬୬।।
ବହି ହୁଡ଼ି ଛାଡ଼ି ଗଲା ରଚନା ।
କିମ୍ପା କଲ ଏ କିଗଲା ତାର ବିନା ।।୬୭।।
ଦଇବକୁ ଦେଖିଲେ ମାଗନ୍ତି ମୁହିଁ ।
ନ କରନ୍ତା ଭେଦ ଯଥା ଦେହ ଛାଇ ।।୬୮।।
ଶିବା ଶିବ ପରାୟେ ହୁଅନ୍ତି ଯେବେ ।
କେଉଁ ପ୍ରତିଷ୍ଠା ନୁହନ୍ତା ତାକୁ ଭବେ ।।୬୯।।
ଏହି ମତି ଭାବି ବୀର ଭାବମାନ ।
ବାଳା ଭାବରେ ଉଚ୍ଛନ୍ନ କରି ମନ ।।୭୦।।
ନେଲା ଦିନ ଅନ୍ତରେ ଯୁବତୀମଣି ।
ମଣି କାନ୍ତ ଭାବେ ତେଣେ ଏଣୀକ୍ଷଣୀ ।।୭୧।।
ଆନ ଦେଖିଲେ ହୁଏ ଭାବଧିଆନ ।
ଆନ ନବୀନା ଦିଶିଲେ ନାହିଁ ଆନ ।।୭୨।।
ଜୀବ ବନ୍ଧୁ ବିନା ନ ରହଇ ଜୀବ ।
ଜୀବଧନ ପୁରକୁ ଆଜି ଯିବ ।।୭୩।।
ରସବତୀ ଭାଷଇ ହୋଇ ବିରସ ।
ରସନିଧି ବିନା କେ ଦେବ ହରଷ ।।୭୪।।
କଳ୍ପେ ରତି ଡାକୁ (?) ବିନା ମୋହ କଳ୍ପେ ।
କଳ୍ପେ ଖେଦି ନ ମିଳିବ କେଉଁ କଳ୍ପେ ।।୭୫।।
ମାନସରେ କଲେ ରତି କଥାମାନ ।
ମାନ ମୋଚନ କି କଲେ ଅଭିମାନ ।।୭୬।।
ବାରଣ ଗଲା ନ ଆସିବାର ବାର
ବାର ବାର ମାର ମାରେ ଶତବାର ।।୭୭।।
ରତି ପତି ଦର୍ପରେ ଛାତି ଥରତି ।
ରତି ପଣ୍ଡିତ କଲେ ପର ପୀରତି ॥୭୮।।
ଏହା ଭାବନା କରୁ ମଦନ ଦଶା ।
ମାତି ଗଡ଼ିବାରେ କ୍ଳେଶ ହେଲା ଯୋଷୀ ।।୭୯।।
ପ୍ରୀତି କରିଲା କାନ୍ତରେ ଘେନି ।
ଦୁଃଖ ଲେଖି ଜଣାଇଲା ପୀନସ୍ତନୀ ।।୮୦।।
ଲେଖା ଦୂତୀ କରେ ଦେଇ ପଠାଇଲା ।
ବୀର ପତି ସ୍ନେହଭରେ ରତି ଗଲା ।।୮୧।।
ଲେଖିଅଛି ଯାହା ଶ୍ରୀଶ୍ରୀ ରମଣଙ୍କୁ ।
ବୀରେ ବିଦଗ୍ଧ ରସ ଚୂଡ଼ାମଣି ।
ତବ ହୃଦୟ ନପାରିଲି ମୁଁ ଜାଣି ।।୮୩।।
ଆହେ ରସିକ ବର ବିଚାର କର ।
କର ଧରି ମୁଁ ତୁମ୍ଭର ଏତେ ଦୂର ।।୮୪।।
ଦୂରକୁ-ମୁଦକୁ ଚନ୍ଦ୍ର କରେ ମୁଦ ।
ମୁଦ ନିକଟ ଦେଲ ଯେ ପ୍ରମୋଦ ।।୮୫।।
ମୋଦକିତ ଲଙ୍କେଶ ଦେଖ ବିବେକ ।
ବେକ ଦେଲା ବାଳା ସ୍ନେହରେ ସେ ନାୟକ ।।୮୬।।
କେ ଚନ୍ଦ୍ର ଥାଇଁ ପଦ୍ମ ହିମମାତରେ ।
ମାରେ ମଲି ମୁଁ ନିନ୍ଦିତ ସେ ରୂପରେ ।।୮୭।।
ପର କଲେ କର ପଛେ ଅବିହିତ ।
ହିତ ପ୍ରଭୁକୁ ନୁହଇ ମନେ ଚିନ୍ତ ।।୮୮।।
ଚିତ୍ତ ପ୍ରେମେ ପ୍ରୀତି ଥିଲି କରୀ ।
କରିବଟି ନାହିଁ ବନ୍ଧୁ ମୋହପରି ।।୮୯।।
ପରିପୂର୍ଣ୍ଣ ଗୁଣ ଅଲେଖ ।
ଲେଖ ପୋଷ କ୍ଷମ ଦେଖ ଦାସୀ ଦୁଃଖ ।।୯୦।।
ରସ ସନ୍ଦର୍ଭ ଗର୍ଭପୀରିତି ଭାଷା ।
ମୋତିପନ୍ତି ଅକ୍ଷର ଲିହିଛି ଯୋଷା ।।୯୧।।
ଗୁଣ ଗ୍ରାହକ ପ୍ରତି ସେନେହ ଛନ୍ନେ ।
କି କହିବି ଯାହା ବୋଲି ମନେ ମନେ ।।୯୨।।
ଘେନ ରସିକ ହେ ଭାବ କଳ୍ପମନେ ।
ଯେତେ ରୀତି ନୀତି ରସ ଅନୁମାନେ ।।୯୩।।
କଷ୍ଟ ଅର୍ଥ ଭାଷାରେ କହନ୍ତି ଯାହା ।
ତନୁ ଦେହ ନାମ ଯେ ସଂଯୋଗ ଯାହା ॥୯୪॥
ପ୍ରିୟ ପ୍ରିୟା ନାମକୁ ହିଁ ଦୃଢେ ଧର।
ଧୀର ଧୀର ନାମ ଦେଇ ଅର୍ଥ କର ॥୯୫।।
ତିନି ବର୍ଣ୍ଣରେ ହେବ ଆଦ୍ୟନ୍ତ ଲୋପ ।
ମଧ୍ୟ ଚିନ୍ତା ବିନାଶିବ ଯଦି ପାପ ॥୯୬॥
ମନ ଆନ ସଂକଳ୍ପ ନ କର ଲବେ ।
ଅଭିମନ୍ୟୁ ସାମନ୍ତସିଂହାର ଭାବେ ।।୯୭।।
ଯୋଷିତ ଚକ୍ର ମଧ୍ୟେ ସଦା ବିଚାରୁ ।
ତାମିର କି ହେବ ପ୍ରାନ୍ତ ନ ସୁସରୁ ।।୯୮।।
ଶୀଳବନ୍ତ ଆଦ୍ୟରୁ ନୋହିଲୁ ତହିଁ ।
ରସିକଙ୍କ ମଧ୍ୟରେ ଗୁମାନ କହି ।।୯୯।।
ତୁ ସିନା ନ ଜାଣି ଏହି ଗର୍ବବହୁ ।
କହି ଦେଲେ ଦେଖୁ ଶୁଣୁ ଘେନୁ ନାହୁଁ ।।୧୦୦।।
ଏଥି ଉତ୍ତାରୁ ଶୁଣ ସାଧୁ ନର
ଏଛାନ୍ଦ ସର୍ବ ରସଦ ନିକର ।
ନେତ୍ର ବୁଜି ଅନ୍ତେ ନାଗରବର
ଲଭିଲା ସଙ୍ଗେ ଯୁବତୀମଣିର ।
ପ୍ରଥମ ଭେଟରେ ଆତୁର ହୋଇ
କୋଳ କଲା ଗାଢ଼େ ହୃଦ ଲଗାଇ ॥୧॥
ବୋଇଲା ଆରେ କରୀନ୍ଦ୍ର ଗମନା
ଦେଲୁ ବନ୍ଦୁ ମୋତେ କେତେ ବେଦନା ।
ଲବକ କଳ୍ପ ହୁଅଇ ତହିଁ ସିନା
ଏହା ସହିଲା ବିହି ବଶେ ସିନା
ତୋହର ଓଷ୍ଠରେ ପୀୟୂଷ ପାନୁ
ଜୀବ ରହିଲା ମୋହର ସୁତନୁ ।।୨।।
ତୋ ବିନା ତ ଗତି ସଂସାର ମୋର
ଆନ ନାହିଁରେ ରସିକ ଶେଖର ।
ତୁ ତ ସହଜେ ଦୟାର ସାଗର
ମୋ ପରେ ତିଳେ ନୋହିଲୁ କଠୋର
ମୁଁ ତୋର ପାଦେ ଶରଣ ସିନା
ଆନ ଘେନିଲେ ଅଯଶ ସୁମନା ।।୩।।
ଏରୂପେ କହି ସୁରତେ ରସିଲେ
ମନକୁ ମନ ସେହି ମିଶାଇଲେ।
ଅମର ପଦକୁ ତୁଚ୍ଛ ମଣିଲେ
ଅଣିମାଦି ସୁଖକୁ ନଗଣିଲେ ।
ମଦନ ବୀର ମନୁ ମଣିଲେ
ପ୍ରୀତିକୁ ମୂଳ କରିଣ ସଂଚିଲେ ।।୪।।
ଏହି ପ୍ରକାରେ ଦିନେ ଦିନେ ରସ
ବିଷୟମାନ ବଢ଼ିଲା ବିଶେଷ ।
କେବେ କୁମର ହୋଇ ନାଗରୀ ବେଶ
ରମଣୀପୁରେ କରନ୍ତି ବିଳାସ ।
କେବେ ସେହୁ ତ ମକର ପରି
ନିଶାରେ ପଶନ୍ତି ଜେମାର ପୁରୀ ।।୫।।
କେବେ ସେ ମାଳାକାର ରସି ହୋନ୍ତି
କୁସୁମ ଦେବି ଛଳରେ ଲଭନ୍ତି।
ଯୋଗ ଯେବେ ଦିନେ ଭେଟ ହୁଅନ୍ତି
ଦେଖିବା ପାଇଁ ବିଚାରନ୍ତି ମତି ।
ସୁବେଶ ଇନ୍ଦ୍ର-ଜାଲିକ ହୋଇ
କୁହୁକ ବିଦ୍ୟା ସେ ପୁରେ ଦେଖାଇ ।।୬।।
ନୟନ ସୁଖ ମାତ୍ରକ ଲଭନ୍ତି
ପ୍ରୀତି ହତ ଉନ୍ନତ୍ତକୁ ଛାଡ଼ନ୍ତି ।
ଶଶୀ କଳା ଯେହ୍ନେ ବଢ଼ାଇ ନିତି
ସେ ପୁଂସ ନାରୀ ଭାବ ସେହି ମତି ।
କେବେ ସେ ନାନା ସଂକେତ ସ୍ଥାନେ
ରମଣୀମଣି ଆସଇ ଗୋପନେ ।।୭।।
ଦିବସରେ ମାତ୍ର ଯୁବା ଛଳରେ
କୁସୁମ ବନକୁ ଗମନ କରେ ।
ଏ ରୂପେ ରମନ୍ତି ନିତି ପ୍ରୀତିରେ
ନ ଜାଣେ କେହି ଦେବୀର କୃପାରେ ।
ସେ ବେନି ପତି ଯୁବତୀ ପରି
ଭାବ ରଚନ୍ତି ଲୋକଙ୍କୁ ନ ଡ଼ରି ।।୮।।
କେବେ ଚାନ୍ଦୀନୀ ଅଙ୍କରେ ରମନ୍ତି
ବନ୍ଦୀ ସଂଯୋଗମାନ ପ୍ରକାଶନ୍ତି ।
କେବେ ପଲ୍ୟଙ୍କ ଅଙ୍କରେ ରମନ୍ତି
ରତେ ମନ ମୀନ ଶବ୍ଦ ଘୋଷନ୍ତି ।
କେବେ ସେ ହରି ଉଦରେ
ଭାବ ପ୍ରକାଶନ୍ତି ଘନି ଘେନିରେ ।।୯।।
ବସନ୍ତି ବନ କ୍ରୀଡ଼ାକରନ୍ତି
ଫଗୁ ପିଚିକା ବାଦରେ ମଜ୍ଜନ୍ତି ।
ଗ୍ରୀଷ୍ମେ ବନ କ୍ରୀଡ଼ା ମାନ ରଚନ୍ତି
ଚନ୍ଦ୍ର ବଦନରେ ରଖନ୍ତି ମତି ।
ପ୍ରାକୃତ କାମ ଶାସ୍ତ୍ରେ ପଠନ
କହି ଲବ ମାତ୍ର ନୁହନ୍ତି ଭିନ୍ନ ।।୧୦।।
ଶରଦ ନିଶିକି ନିର୍ମଳ ଦେଖି
ଚାନ୍ଦିନୀରେ ରସି ହୁଅନ୍ତି ସୁଖୀ ।
ହିମ ରାତ୍ରି ବୃଦ୍ଧି ଦେଖି ସୁକେଶୀ
ଆଶା ତୃପ୍ତି ହେବ ବିଚାର ରଖି ।
ନାଗରବର ପାଶରୁ କ୍ଷଣେ
ଅନ୍ତର କରିଣ ନ ଥାନ୍ତି କ୍ଷଣେ ॥୧୧।।
ଶିଶିର କାଳେ ଶୀତ ଭୟ କରି
ଜାନୁରେ ଜାନୁ ଛନ୍ଦନ ଆଚରି ।
ଉରେ ଉରଜ ଠେସା ଠେସି କରି
ଦମ୍ପତୀ ଯୁଗ କୋଳକୁ ଆଦରି ।
ସୁଖରେ ମୁଖ ଦେଇ ପ୍ରମରେ
ହାରକୁ ପର ମଣନ୍ତି କୋଳରେ ।।୧୨।।
ଜାନୁ ସୀମାସ୍ଥଳ ହୃଦ ପଲଙ୍କ
ରାମା ସ୍ନେହରେ କଲାକ ନାୟକ ।
ଚତୁରୀ ଏପରି ସୁଖ ଦାୟକ
ଭାବ ଦାନେ କରେ ପତି ତୋଷକ ।
ନୀବୀରେ ମେଘ ପଦ ଲଭନ୍ତି
ବେଶକୁ ସାଜି ଆନନ୍ଦେ ମଜ୍ଜନ୍ତି ।।୧୩।।
ଶୟନେ ଗରମ ନୁହଇ ଦିନେ
ମନ ବୋଲିଣ ନ ମଣନ୍ତି ଦିନେ ।
ପ୍ରେମବନ୍ଧ ବାନ୍ଧି ଦୁହିଁଙ୍କ ମନ
ଦଇବେ ଯଦି ସେ ହୁଅନ୍ତି ଭିନ୍ନ ।
ବଡ଼ଶି ପରି ମନ ମୀନକୁ
ଆକର୍ଷଣ କରି ନିଏ ପ୍ରାଣକୁ ।।୧୪।।
ପ୍ରଭାତେ ଦୁହେଁ ଦୁହିଁଙ୍କର ନାମ
ସ୍ମରଣ କରନ୍ତି ଏତେକ ପ୍ରେମ ।
ଦେଖା ଦେଖି ହୋନ୍ତି ବେନି ସୁରମ୍ୟ
ଲବେ ଅନ୍ତର ଲଭେ କଳ୍ପସମ ।
ପଲକ ଯିବା ଛାର ମଣନ୍ତି
ବିରୋଧଇ ଯେଣୁ ଦର୍ଶନ ନିତି ।।୧୫।।
ସେକାଳେ ବାମାଦି (?) ରଖିବେ କାହିଁ
ପଲକ ଅନ୍ତର ନ ସହେ ଯହିଁ ।
ଦୁହେଁ ଦୁହିଁଙ୍କ କପତ (?) ପାଇଁ
ମାର ଖର ଭୟ ଦେଲେ ଛଡ଼ାଇ ।
ପୀରତି ନୀର କ୍ଷୀର ପରାୟେ ।
ଭେଦ ନୁହଇ ବେନି ଜନ କାୟେ ।।୧୬।।
ସିନ୍ଧୁ ନଦୀ ପରାୟେ ହୋଇ
ଅଙ୍ଗ ଅଙ୍ଗରେ ଆସେ ମିଶାଇ ।
ଧିକ୍କାର କରନ୍ତି ସଂସାର ସାର
ନ ରମିଲେ ଚନ୍ଦନ କର୍ପୂର ।
ବିଷୟମାନ ପର ମଣିଲେ
ଜୀବିକା ଏକା ଭାବକୁ ସେ କଲେ ।।୧୭।।
ଏକ ତାମ୍ବୁଳ ବେନି ଭାଗ କରି
ଭୁଞ୍ଜନ୍ତି ଗଞ୍ଜନ୍ତି ସ୍ନେହ ଆଚରି ।
ଭାବ ଗର୍ଭ ଚକ୍ର ଉକ୍ତି ଭାଷନ୍ତି
ମନ ମିତକୁ ସାକ୍ଷୀ କରିଥାନ୍ତି ।
ଦୁହିଁଙ୍କ ଚିତ୍ତ ଭାବନା ଏହ୍ନେ
ଦର୍ପଣେ ପ୍ରତିବିମ୍ବ ଦିଶେ ଯେହ୍ନେ ।।୧୮।।
ଗ୍ରୀଷ୍ମେ ଜଳଯନ୍ତ୍ର ପୁରେ ଗମନ୍ତି
କୁସୁମ ଶଯ୍ୟା ଶୟନେ ଶୁଅନ୍ତି ।
ଦିବସ ନିଦକୁ ନିଦ୍ରା ନ ଆସେ
ମାନସ ପୂର୍ଣ୍ଣ ନୁହଇ ଯେ ରସେ ।
ଦମ୍ପତୀ ପ୍ରୀତି ଜାତ ମୋଦରେ
ରତୁ ମାନଙ୍କୁ ପ୍ରଶଂସନ୍ତି ଧୀରେ ॥୧୯।।
କୁସୁମ କାଳ ହୋଇଲେ ଯୋଗରେ
ପାଶ ନ ତେଜନ୍ତି ଲେଶ ମାତ୍ରରେ ।
ନୟନ ସୁଖକୁ ବୃଦ୍ଧି କରନ୍ତି
ବକ୍ର ବଚନେ କର୍ଣ୍ଣକୁ ତୋଷନ୍ତି ।
ଭାବନ୍ତି ପୁରାତନ ପୀରତି
ସାରକୁ ଘେନି ଅସାର ତେଜନ୍ତି ॥୨୦।।
ଏ ରୂପେ ଯେତେ ଭାବ ଭକ୍ତି ରସ
ବିନାଶ ପ୍ରକାଶ ମତ୍ତ ଉଲ୍ଲାସ ।
ବିଚ୍ଛେଦ ବର୍ଣ୍ଣନେ ହେବ ପ୍ରକାଶ
ଏଣୁ ଛାନ୍ଦରେ ହେଲା ବିରସ ।
କହିବା ଏବେ ତ ଆନ ସୁରସ
ବୁଝେ ସୁମନେ ନିବେଶି ମାନସ ॥୨୧।।
ଅନୁରାଗ ବିନା ଆନ ସଂସାରେ
ସାର ନାହିଁଟି ଘେନ ହେ ମନରେ ।
ଯାଗ ସାଙ୍ଗ ଯୋଗ ବଡ଼ ବିଧାନ
ବଶ ନୁହନ୍ତିଟି ଶ୍ରବଣାର୍ଚ୍ଚନ ।
କେବଳ ରାଗ ପ୍ରେମ ସଙ୍ଗରେ
ଗୋପୀଶ କଲେ ବରଭୁଜରେ ।।୨୨।।
ଏ କଥା ଦୃଢ଼ କରି ହେଜ ମନ
ଭ୍ରମି ନ ମର ତୁଛାଡ଼ି ଅଜ୍ଞାନ ।
ଯେତେ ଦେଖୁଛୁ ସଂସାର ବିଧାନ
ଅନିତ୍ୟ ବେଭାର ଅଟେଟି ଜାଣ ।
ଚଂଚଳ ଅଟେ ଏହ୍ନେ ଏ ଜୀବ
ପଦ୍ମ ପତ୍ରେ ନୀର ଢାଳିଲା ଭାବ ।।୨୩।।
ମାତା ପିତା ସୁତା ଦାରା ଦୁହିତା
ବନ୍ଧୁ କୁଟୁମ୍ବ ଏ ସର୍ବ ଅହିତା ।
କେହି ତୋ ସାଙ୍ଗରେ ନୋହିବେ ସାହା
ଗତ ମାତ୍ରକ ଏକା ଚଉବାହା ।
ମୋହର ବୋଲୁ ଯେତେକ ପୁଣି
କିଛି ନ ଯିବୁଟି ସଙ୍ଗରେ ଘେନି ॥୨୪।।
କୃଷ୍ଣ ସଙ୍ଗେ ସଙ୍ଗ ନିରତେ କର
କୃଷ୍ଣ ଭାବନା ନାମ ହୃଦେ ଧର ।
ସର୍ବ ଦୁର୍ବୁଦ୍ଧିମାନଙ୍କୁ ସମ୍ଭାଳ
ଉତ୍ତମ କଥାରେ ହୁଅ ପ୍ରବାଳ ।
ତରିବୁ ଯେବେ ଏ ଭାବ ଜଳ
ବେଳହୁଁ ତହିଁକି ନାବ ସଙ୍ଖୋଳ ॥୨୫।।
ହେଳା ନ କର କାଳ ଅଛି ବୋଲି
ପଛେ ସିନା ପୁଣି ମରିବୁ ଭାଳି।
ସାମନ୍ତି ସଂହାର ବୋଲଇ ଏହା
ଆନରେ ମନ ତୁ ନୁହ ସୋରେହା ।
ଏକାଗ୍ରେ ଭଜ ଶ୍ରୀ ରାଧା ପତି
ନ ଭୁଲ ଏ ରଙ୍ଗ ପସରା କ୍ଷିତି ।।୨୬।।